ହୁରୁନ୍ ଇଣ୍ଡିଆ ପରୋପକାରୀ ତାଲିକା: ଶିବ ନାଦର ଭାରତର ବଡ଼ ଦାନବୀର, ୫ ନମ୍ବରରେ ସୁବ୍ରତ ବାଗ୍‌ଚୀ

The Sakala Picture
Published On

ନୂଆଦିଲ୍ଲୀ: ଦେଶର ସବୁଠାରୁ ଦାନୀ ଭାବେ ଜଣାଶୁଣା ୱିପ୍ରୋ ମୁଖ୍ୟ ଅଜିମ୍‌ ପ୍ରେମଜୀଙ୍କଠାରୁ ହଟିଯାଇଛି ଦେଶର ସବୁଠୁ ବଡ଼ ଦାନୀ ମାନ୍ୟତା। ଏଚ୍‌ସିଏଲ୍‌ ମୁଖ୍ୟ ଶିବ ନାଦର ଏବେ ପାଲଟିଛନ୍ତି ଦେଶର ବଡ ଦାନବୀର। ଏହି ତାଲିକାରେ ପ୍ରେମ୍‌ଜୀ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ହୁରୁନ୍ ଇଣ୍ଡିଆ ପରୋପକାରୀ ତାଲିକାରୁ ଏହା ଜଣାପଡିଛି। ୨୦୨୨ ଆର୍ଥିକବର୍ଷରେ ନାଦର ମୋଟ ୧୧୬୧ କୋଟି ଟଙ୍କା ଦାନ କରିଛନ୍ତି। ଏହି ସମୟରେ ସେ ପ୍ରତିଦିନ ତିନି କୋଟି ଟଙ୍କା ଦାନ […]

ନୂଆଦିଲ୍ଲୀ: ଦେଶର ସବୁଠାରୁ ଦାନୀ ଭାବେ ଜଣାଶୁଣା ୱିପ୍ରୋ ମୁଖ୍ୟ ଅଜିମ୍‌ ପ୍ରେମଜୀଙ୍କଠାରୁ ହଟିଯାଇଛି ଦେଶର ସବୁଠୁ ବଡ଼ ଦାନୀ ମାନ୍ୟତା। ଏଚ୍‌ସିଏଲ୍‌ ମୁଖ୍ୟ ଶିବ ନାଦର ଏବେ ପାଲଟିଛନ୍ତି ଦେଶର ବଡ ଦାନବୀର। ଏହି ତାଲିକାରେ ପ୍ରେମ୍‌ଜୀ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ହୁରୁନ୍ ଇଣ୍ଡିଆ ପରୋପକାରୀ ତାଲିକାରୁ ଏହା ଜଣାପଡିଛି। ୨୦୨୨ ଆର୍ଥିକବର୍ଷରେ ନାଦର ମୋଟ ୧୧୬୧ କୋଟି ଟଙ୍କା ଦାନ କରିଛନ୍ତି। ଏହି ସମୟରେ ସେ ପ୍ରତିଦିନ ତିନି କୋଟି ଟଙ୍କା ଦାନ କରିଥିଲେ। ଅପରପକ୍ଷେ ପ୍ରେମଜୀ ଗତ ବର୍ଷ ମୋଟ ୪୮୪ କୋଟି ଟଙ୍କା ଦାନ କରିଥିବା ଏହି ରିପୋର୍ଟରେ କୁହାଯାଇଛି। ଏସିଆ ଏବଂ ଭାରତର ସବୁଠୁ ବଡ ଧନୀ କୁହାଯାଉଥିବା ଗୌତମ ଆଦାନୀ ଗତ ବର୍ଷ ଦାନ ଦୃଷ୍ଟିରୁ ସାତ ନମ୍ବର ସ୍ଥାନରେ ରହିଥିଲେ। ଏହି ସମୟ ମଧ୍ୟରେ ସେ ମୋଟ ୧୯୦ କୋଟି ଟଙ୍କା ଦାନ କରିଥିଲେ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ତାଲିକାରେ ମାଇଣ୍ଡଟ୍ରିର ସୁବ୍ରତ ବାଗ୍‌ଚୀ ପାଞ୍ଚ ନମ୍ବର ସ୍ଥାନରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ବେଳକୁ ଲଘୁଚାପ ସମ୍ଭାବନା: ୨୨ରୁ ରାଜ୍ୟବ୍ୟାପୀ ବଢ଼ିବ ବର୍ଷା

ହୁରୁନ୍ ଇଣ୍ଡିଆ ପରୋପକାର ତାଲିକା ଅନୁଯାୟୀ, ଦେଶର ମୂଲ୍ୟବାନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୪୧୧ କୋଟି ଟଙ୍କା ଦାନ କରିଛନ୍ତି। ସେ ଏହି ଦାତା ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ଚତୁର୍ଥ ସ୍ଥାନରେ ରହିଛନ୍ତି। ସେ ୨୪୨ କୋଟି ଟଙ୍କା ଦାନ କରିଛନ୍ତି। ମାଇଣ୍ଡଟ୍ରିର ସୁବ୍ରତ ବାଗ୍‌ଚୀ ଏବଂ ଏନଏସ ପାର୍ଥସାରଥୀ ପାଞ୍ଚ ନମ୍ବର ସ୍ଥାନରେ ରହିଛନ୍ତି। ଉଭୟ ୨୧୩ କୋଟି ଟଙ୍କା ଦାନ କରିଛନ୍ତି। ଏହି ତାଲିକାରେ ପ୍ରଥମ ଥର ପାଇଁ ଉଭୟ ଶ୍ରେଷ୍ଠ ୧୦ରେ ପହଞ୍ଚିଛନ୍ତି। ଏହି ତାଲିକାରେ ଥିବା ୧୫ ଧନୀ ଗତ ବର୍ଷ ୧୦୦ କୋଟିରୁ ଅଧିକ ଟଙ୍କା ଦାନ କରିଥିଲେ। ସେହିଭଳି ୨୦ ରୁ ଅଧିକ ବ୍ୟକ୍ତି ୫୦ କୋଟି ଏବଂ ୪୩ ଜଣ ବ୍ୟକ୍ତି ୨୦ କୋଟିରୁ ଅଧିକ ଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆତଙ୍କିତ ହେବାର ଆବଶ୍ୟକତା ନାହିଁ, କୋଭିଡ୍ ବର୍ତ୍ତମାନ ସାଧାରଣ ଫ୍ଲୁ ଭଳି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଲାର୍ସନ୍ ଆଣ୍ଡ ଟୁବ୍ରୋ (ଏଲ୍‌ଆଣ୍ଡ୍‌ଟି) ଗ୍ରୁପ୍ ଅଧ୍ୟକ୍ଷ ଏମ୍ ନାୟକ ଏହି ସମୟ ମଧ୍ୟରେ ୧୪୨ କୋଟି ଟଙ୍କା ଦାନ କରିଛନ୍ତି। ଜିରୋଧାର ନୀତିନ୍‌ କାମାଥ୍‌ ଏବଂ ନିଖିଲ କାମାଥ୍‌ ସେମାନଙ୍କ ଦାନ ପରିମାଣରେ ୩୦୦% ବୃଦ୍ଧି ଘଟାଇ ୧୦୦ କୋଟି ଟଙ୍କାରେ ପହଞ୍ଚାଇଛନ୍ତି। ଇଣ୍ଡିଗୋ ଏୟାରଲାଇନ୍ସର ସହ-ପ୍ରମୋଟର ରାକେଶ ଗାଙ୍ଗୱାଲ ପ୍ରଥମ ଥର ପାଇଁ ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଆଇଆଇଟି କାନପୁରକୁ ୧୦୦ କୋଟି ଟଙ୍କା ବ୍ୟକ୍ତିଗତଭାବେ ଦାନ ଦେଇ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ୩୬ ବର୍ଷର ନିଖିଲ କାମାଥ ଏହି ତାଲିକାରେ ସର୍ବକନିଷ୍ଠ ଦାନୀ। ଏହି ତାଲିକାରେ ୧୯ ଜଣ ନୂତନ ବ୍ୟକ୍ତିଙ୍କ ଆଡୁ ୮୩୨ କୋଟିର ଅତିରିକ୍ତ ଦାନରାଶି ଆସିଛି। ଏହି ଦାନୀ ତାଲିକାରେ ୬ ଜଣ ମହିଳା ରହିଛନ୍ତି। ୧୨୦ କୋଟି ଟଙ୍କାର ଦାନ ସହ ରୋହିନୀ ନୀଲେକାନି ମହିଳାଙ୍କ ମଧ୍ୟରେ ଆଗରେ ରହିଛନ୍ତି। ଲୀନା ଗାନ୍ଧୀ ତିୱାରୀ ୨୧ କୋଟି ଟଙ୍କା ଏବଂ ଅନୁ ଆଗା ୨୦ କୋଟି ଟଙ୍କା ଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

21 Oct 2022 By The Sakala

ହୁରୁନ୍ ଇଣ୍ଡିଆ ପରୋପକାରୀ ତାଲିକା: ଶିବ ନାଦର ଭାରତର ବଡ଼ ଦାନବୀର, ୫ ନମ୍ବରରେ ସୁବ୍ରତ ବାଗ୍‌ଚୀ

ନୂଆଦିଲ୍ଲୀ: ଦେଶର ସବୁଠାରୁ ଦାନୀ ଭାବେ ଜଣାଶୁଣା ୱିପ୍ରୋ ମୁଖ୍ୟ ଅଜିମ୍‌ ପ୍ରେମଜୀଙ୍କଠାରୁ ହଟିଯାଇଛି ଦେଶର ସବୁଠୁ ବଡ଼ ଦାନୀ ମାନ୍ୟତା। ଏଚ୍‌ସିଏଲ୍‌ ମୁଖ୍ୟ ଶିବ ନାଦର ଏବେ ପାଲଟିଛନ୍ତି ଦେଶର ବଡ ଦାନବୀର। ଏହି ତାଲିକାରେ ପ୍ରେମ୍‌ଜୀ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ହୁରୁନ୍ ଇଣ୍ଡିଆ ପରୋପକାରୀ ତାଲିକାରୁ ଏହା ଜଣାପଡିଛି। ୨୦୨୨ ଆର୍ଥିକବର୍ଷରେ ନାଦର ମୋଟ ୧୧୬୧ କୋଟି ଟଙ୍କା ଦାନ କରିଛନ୍ତି। ଏହି ସମୟରେ ସେ ପ୍ରତିଦିନ ତିନି କୋଟି ଟଙ୍କା ଦାନ କରିଥିଲେ। ଅପରପକ୍ଷେ ପ୍ରେମଜୀ ଗତ ବର୍ଷ ମୋଟ ୪୮୪ କୋଟି ଟଙ୍କା ଦାନ କରିଥିବା ଏହି ରିପୋର୍ଟରେ କୁହାଯାଇଛି। ଏସିଆ ଏବଂ ଭାରତର ସବୁଠୁ ବଡ ଧନୀ କୁହାଯାଉଥିବା ଗୌତମ ଆଦାନୀ ଗତ ବର୍ଷ ଦାନ ଦୃଷ୍ଟିରୁ ସାତ ନମ୍ବର ସ୍ଥାନରେ ରହିଥିଲେ। ଏହି ସମୟ ମଧ୍ୟରେ ସେ ମୋଟ ୧୯୦ କୋଟି ଟଙ୍କା ଦାନ କରିଥିଲେ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ତାଲିକାରେ ମାଇଣ୍ଡଟ୍ରିର ସୁବ୍ରତ ବାଗ୍‌ଚୀ ପାଞ୍ଚ ନମ୍ବର ସ୍ଥାନରେ ରହିଛନ୍ତି।

ହୁରୁନ୍ ଇଣ୍ଡିଆ ପରୋପକାର ତାଲିକା ଅନୁଯାୟୀ, ଦେଶର ମୂଲ୍ୟବାନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୪୧୧ କୋଟି ଟଙ୍କା ଦାନ କରିଛନ୍ତି। ସେ ଏହି ଦାତା ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ଚତୁର୍ଥ ସ୍ଥାନରେ ରହିଛନ୍ତି। ସେ ୨୪୨ କୋଟି ଟଙ୍କା ଦାନ କରିଛନ୍ତି। ମାଇଣ୍ଡଟ୍ରିର ସୁବ୍ରତ ବାଗ୍‌ଚୀ ଏବଂ ଏନଏସ ପାର୍ଥସାରଥୀ ପାଞ୍ଚ ନମ୍ବର ସ୍ଥାନରେ ରହିଛନ୍ତି। ଉଭୟ ୨୧୩ କୋଟି ଟଙ୍କା ଦାନ କରିଛନ୍ତି। ଏହି ତାଲିକାରେ ପ୍ରଥମ ଥର ପାଇଁ ଉଭୟ ଶ୍ରେଷ୍ଠ ୧୦ରେ ପହଞ୍ଚିଛନ୍ତି। ଏହି ତାଲିକାରେ ଥିବା ୧୫ ଧନୀ ଗତ ବର୍ଷ ୧୦୦ କୋଟିରୁ ଅଧିକ ଟଙ୍କା ଦାନ କରିଥିଲେ। ସେହିଭଳି ୨୦ ରୁ ଅଧିକ ବ୍ୟକ୍ତି ୫୦ କୋଟି ଏବଂ ୪୩ ଜଣ ବ୍ୟକ୍ତି ୨୦ କୋଟିରୁ ଅଧିକ ଦାନ କରିଛନ୍ତି।

ଲାର୍ସନ୍ ଆଣ୍ଡ ଟୁବ୍ରୋ (ଏଲ୍‌ଆଣ୍ଡ୍‌ଟି) ଗ୍ରୁପ୍ ଅଧ୍ୟକ୍ଷ ଏମ୍ ନାୟକ ଏହି ସମୟ ମଧ୍ୟରେ ୧୪୨ କୋଟି ଟଙ୍କା ଦାନ କରିଛନ୍ତି। ଜିରୋଧାର ନୀତିନ୍‌ କାମାଥ୍‌ ଏବଂ ନିଖିଲ କାମାଥ୍‌ ସେମାନଙ୍କ ଦାନ ପରିମାଣରେ ୩୦୦% ବୃଦ୍ଧି ଘଟାଇ ୧୦୦ କୋଟି ଟଙ୍କାରେ ପହଞ୍ଚାଇଛନ୍ତି। ଇଣ୍ଡିଗୋ ଏୟାରଲାଇନ୍ସର ସହ-ପ୍ରମୋଟର ରାକେଶ ଗାଙ୍ଗୱାଲ ପ୍ରଥମ ଥର ପାଇଁ ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଆଇଆଇଟି କାନପୁରକୁ ୧୦୦ କୋଟି ଟଙ୍କା ବ୍ୟକ୍ତିଗତଭାବେ ଦାନ ଦେଇ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ୩୬ ବର୍ଷର ନିଖିଲ କାମାଥ ଏହି ତାଲିକାରେ ସର୍ବକନିଷ୍ଠ ଦାନୀ। ଏହି ତାଲିକାରେ ୧୯ ଜଣ ନୂତନ ବ୍ୟକ୍ତିଙ୍କ ଆଡୁ ୮୩୨ କୋଟିର ଅତିରିକ୍ତ ଦାନରାଶି ଆସିଛି। ଏହି ଦାନୀ ତାଲିକାରେ ୬ ଜଣ ମହିଳା ରହିଛନ୍ତି। ୧୨୦ କୋଟି ଟଙ୍କାର ଦାନ ସହ ରୋହିନୀ ନୀଲେକାନି ମହିଳାଙ୍କ ମଧ୍ୟରେ ଆଗରେ ରହିଛନ୍ତି। ଲୀନା ଗାନ୍ଧୀ ତିୱାରୀ ୨୧ କୋଟି ଟଙ୍କା ଏବଂ ଅନୁ ଆଗା ୨୦ କୋଟି ଟଙ୍କା ଦାନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର