ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଆଉ କଂଗ୍ରେସରେ ରହିବେ ନାହିଁ : ତାରା ପ୍ରସାଦ ବାହିନୀପତି

The Sakala Picture
Published On

ଭୁବନେଶ୍ବର : ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଆଉ କଂଗ୍ରେସରେ ରହିବେ ନାହିଁ । ସେ ବର୍ତ୍ତମାନ କଂଗ୍ରେସରେ ଥାଇ ବି ନ ଥିଲା ପରି ରହିଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି ଯେ ବିଧାୟକ ମହମ୍ମଦ ମୋକିମ କଂଗ୍ରେସର ନୀତିକୁ ଗ୍ରହଣ କରନ୍ତିନି। ଥରେ ବିଧାୟକ ହୋଇ ସେ ପିସିିସି ସଭାପତି ହେବାକୁ ଚାହିଁଛନ୍ତି। ଏବେ ସେ କଂଗ୍ରେସରେ ଅଛନ୍ତି କି ନାହିଁ ତାହା […]

ଭୁବନେଶ୍ବର : ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଆଉ କଂଗ୍ରେସରେ ରହିବେ ନାହିଁ । ସେ ବର୍ତ୍ତମାନ କଂଗ୍ରେସରେ ଥାଇ ବି ନ ଥିଲା ପରି ରହିଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି ଯେ ବିଧାୟକ ମହମ୍ମଦ ମୋକିମ କଂଗ୍ରେସର ନୀତିକୁ ଗ୍ରହଣ କରନ୍ତିନି। ଥରେ ବିଧାୟକ ହୋଇ ସେ ପିସିିସି ସଭାପତି ହେବାକୁ ଚାହିଁଛନ୍ତି। ଏବେ ସେ କଂଗ୍ରେସରେ ଅଛନ୍ତି କି ନାହିଁ ତାହା ଜଣା ନାହିଁ ବୋଲି ମଧ୍ୟ ତାରା କହିଛନ୍ତି।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

ତାରା ଏପରି କହିବାର ମୁଖ୍ୟ କାରଣ ହେଉଛି ମହମ୍ମଦ ମୋକିମ କଂଗ୍ରେସ ନୀତିକୁ ଗ୍ରହଣ ନକରିବା ସହ ଦଳକୁ ଅଣଦେଖା କରିବାରେ ଲାଗିଛନ୍ତି। ଗତକାଲି କିନ୍ତୁ ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସରେ ସଭାପତି ବାଛିବା ପାଇଁ ନିର୍ବାଚନ ହେଉଥିଲେ ମଧ୍ୟ ମୋକିମ ଏଥିରୁ ନିଜକୁ ଦୂରେଇ ରଖିଥିଲେ। ରାଜ୍ୟରୁ ପିସିସିର ୪୧୨ ସଦସ୍ୟ କଂଗ୍ରେସରେ ସଭାପତି ନିର୍ବାଚନ ପାଇଁ ମତଦାନ କରିଥିଲେ ମଧ୍ୟ ମୋକିମ ଭୋଟ ଦେବାକୁ ଆସିନଥିଲେ। ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଥିଲା। ତେବେ ଏହା ଦଳୀୟ କନ୍ଦଳ ନା ଆଉ କିଛି କାରଣ ପାଇଁ ମୋକିମ ଏପରି ପଦକ୍ଷେପ ନେଲେ, ତା’କୁ ନେଇ ସସପେନ୍ସ ଦେଖାଦେଇଛି। ତେବେ ସେ ବାହାରେ ଥିବାରୁ ଭୋଟ ଦେବାକୁ ଆସି ପାରି ନଥିବା କହିଛନ୍ତି। କିନ୍ତୁ ସେ ରାଜ୍ୟ ବାହାରେ ନା ଦେଶ ବାହାରେ ଅଛନ୍ତି, ସେକଥା ସ୍ପଷ୍ଟ ହୋଇନି।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

ଏହାପୂର୍ବରୁ ମଧ୍ୟ ବିଧାୟକ ମୋକିମ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ୱିପକୁ ଅବମାନନା କରିଥିଲେ। ଦଳ ପକ୍ଷରୁ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲା। ହେଲେ ସେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ। ଏହାକୁ ନେଇ ତାଙ୍କୁ କଂଗ୍ରେସ ପକ୍ଷରୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା। ଏହାର ଜବାବ ମୋକିମ ଦେଇଥିଲେ ବି ହାଇକମାଣ୍ଡ ତାଙ୍କୁ କ’ଣ ପରାମର୍ଶ ଦେଇଥିଲେ, ସେକଥା ଜଣାପଡ଼ିନି।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

ଅନ୍ୟପଟେ ନିକଟରେ ଧାମନଗର ଉପ ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଥିବା ଷ୍ଟାର ପ୍ରଚାରକ ତାଲିକାରୁ ମୋକିମ ବାଦ ପଡ଼ିଥିଲେ। ଏହାକୁ ନେଇ ସେ ପରୋକ୍ଷରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ ସେ କଂଗ୍ରେସର ସଭାପତି ନିର୍ବାଚନରେ ଭୋଟ ନ ଦେବା ଦଳ ମଧ୍ୟରେ ସବୁକିଛି ଠିକ୍‌ଠାକ ନଥିବାକୁ ଦର୍ଶାଉଛି।

18 Oct 2022 By The Sakala

ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଆଉ କଂଗ୍ରେସରେ ରହିବେ ନାହିଁ : ତାରା ପ୍ରସାଦ ବାହିନୀପତି

ଭୁବନେଶ୍ବର : ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଆଉ କଂଗ୍ରେସରେ ରହିବେ ନାହିଁ । ସେ ବର୍ତ୍ତମାନ କଂଗ୍ରେସରେ ଥାଇ ବି ନ ଥିଲା ପରି ରହିଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି ଯେ ବିଧାୟକ ମହମ୍ମଦ ମୋକିମ କଂଗ୍ରେସର ନୀତିକୁ ଗ୍ରହଣ କରନ୍ତିନି। ଥରେ ବିଧାୟକ ହୋଇ ସେ ପିସିିସି ସଭାପତି ହେବାକୁ ଚାହିଁଛନ୍ତି। ଏବେ ସେ କଂଗ୍ରେସରେ ଅଛନ୍ତି କି ନାହିଁ ତାହା ଜଣା ନାହିଁ ବୋଲି ମଧ୍ୟ ତାରା କହିଛନ୍ତି।

ତାରା ଏପରି କହିବାର ମୁଖ୍ୟ କାରଣ ହେଉଛି ମହମ୍ମଦ ମୋକିମ କଂଗ୍ରେସ ନୀତିକୁ ଗ୍ରହଣ ନକରିବା ସହ ଦଳକୁ ଅଣଦେଖା କରିବାରେ ଲାଗିଛନ୍ତି। ଗତକାଲି କିନ୍ତୁ ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସରେ ସଭାପତି ବାଛିବା ପାଇଁ ନିର୍ବାଚନ ହେଉଥିଲେ ମଧ୍ୟ ମୋକିମ ଏଥିରୁ ନିଜକୁ ଦୂରେଇ ରଖିଥିଲେ। ରାଜ୍ୟରୁ ପିସିସିର ୪୧୨ ସଦସ୍ୟ କଂଗ୍ରେସରେ ସଭାପତି ନିର୍ବାଚନ ପାଇଁ ମତଦାନ କରିଥିଲେ ମଧ୍ୟ ମୋକିମ ଭୋଟ ଦେବାକୁ ଆସିନଥିଲେ। ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଥିଲା। ତେବେ ଏହା ଦଳୀୟ କନ୍ଦଳ ନା ଆଉ କିଛି କାରଣ ପାଇଁ ମୋକିମ ଏପରି ପଦକ୍ଷେପ ନେଲେ, ତା’କୁ ନେଇ ସସପେନ୍ସ ଦେଖାଦେଇଛି। ତେବେ ସେ ବାହାରେ ଥିବାରୁ ଭୋଟ ଦେବାକୁ ଆସି ପାରି ନଥିବା କହିଛନ୍ତି। କିନ୍ତୁ ସେ ରାଜ୍ୟ ବାହାରେ ନା ଦେଶ ବାହାରେ ଅଛନ୍ତି, ସେକଥା ସ୍ପଷ୍ଟ ହୋଇନି।

ଏହାପୂର୍ବରୁ ମଧ୍ୟ ବିଧାୟକ ମୋକିମ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ୱିପକୁ ଅବମାନନା କରିଥିଲେ। ଦଳ ପକ୍ଷରୁ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲା। ହେଲେ ସେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ। ଏହାକୁ ନେଇ ତାଙ୍କୁ କଂଗ୍ରେସ ପକ୍ଷରୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା। ଏହାର ଜବାବ ମୋକିମ ଦେଇଥିଲେ ବି ହାଇକମାଣ୍ଡ ତାଙ୍କୁ କ’ଣ ପରାମର୍ଶ ଦେଇଥିଲେ, ସେକଥା ଜଣାପଡ଼ିନି।

ଅନ୍ୟପଟେ ନିକଟରେ ଧାମନଗର ଉପ ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଥିବା ଷ୍ଟାର ପ୍ରଚାରକ ତାଲିକାରୁ ମୋକିମ ବାଦ ପଡ଼ିଥିଲେ। ଏହାକୁ ନେଇ ସେ ପରୋକ୍ଷରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ ସେ କଂଗ୍ରେସର ସଭାପତି ନିର୍ବାଚନରେ ଭୋଟ ନ ଦେବା ଦଳ ମଧ୍ୟରେ ସବୁକିଛି ଠିକ୍‌ଠାକ ନଥିବାକୁ ଦର୍ଶାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର