ନିୟନ୍ତ୍ରଣ ବାହାରେ ଦେଶର ମୁଦ୍ରାସ୍ଫୀତି : ପୁଣି ବଢିଲା ରେପୋ ରେଟ୍, ମହଙ୍ଗା ହେବ EMI

The Sakala Picture
Published On

ନୂଆଦିଲ୍ଲୀ : ଦେଶବାସୀଙ୍କୁ ମିଳିବନି ଆଶ୍ବସ୍ତି। ଆହୁରି ବୃଦ୍ଧି ପାଇବ ଦରଦାମ। ଦେଶରେ ଏବେ ନିୟନ୍ତ୍ରଣ ବାହାରେ ମୁଦ୍ରାସ୍ଫୀତି। ଏହାକୁ ନେଇ ଚିନ୍ତାରେ ସରକାର। ଏଥିପାଇଁ ପୁଣି ଥରେ ବଢ଼ିଛି ସୁଧହାର। କେନ୍ଦ୍ରୀୟ ରେପୋ ହାରରେ ୫୦ ବେସିକ୍‌ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ମେ ମାସରୁ ଏପର୍ଯ୍ୟନ୍ତ ଲଗାତାର ୪ ଥର ରେପୋ ରେଟ ବଢିଲାଣି । ଗତ ମେ ମାସରେ ୪୦ ବିପିଏସ୍ ରେପୋ ରେଟ ବଢାଇଥିଲା । ଏହା ପରେ ଜୁନ୍ ଏବଂ […]

ନୂଆଦିଲ୍ଲୀ : ଦେଶବାସୀଙ୍କୁ ମିଳିବନି ଆଶ୍ବସ୍ତି। ଆହୁରି ବୃଦ୍ଧି ପାଇବ ଦରଦାମ। ଦେଶରେ ଏବେ ନିୟନ୍ତ୍ରଣ ବାହାରେ ମୁଦ୍ରାସ୍ଫୀତି। ଏହାକୁ ନେଇ ଚିନ୍ତାରେ ସରକାର। ଏଥିପାଇଁ ପୁଣି ଥରେ ବଢ଼ିଛି ସୁଧହାର। କେନ୍ଦ୍ରୀୟ ରେପୋ ହାରରେ ୫୦ ବେସିକ୍‌ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ମେ ମାସରୁ ଏପର୍ଯ୍ୟନ୍ତ ଲଗାତାର ୪ ଥର ରେପୋ ରେଟ ବଢିଲାଣି । ଗତ ମେ ମାସରେ ୪୦ ବିପିଏସ୍ ରେପୋ ରେଟ ବଢାଇଥିଲା । ଏହା ପରେ ଜୁନ୍ ଏବଂ ଅଗଷ୍ଟ ମାସରେ ୫୦ ବିପିଏସ ଲେଖାଏ ରେପୋ ରେଟ ବଢାଯାଇଥିଲା ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ବର୍ତ୍ତମାନ ରେପୋ ହାର୫.୪୦% ରୁ ୫.୯୦% କୁ ବୃଦ୍ଧି ପାଇଥିବାବେଳେ SDF ହାର ୫.୧୫% ରୁ ୫.୬୫% କୁ ବୃଦ୍ଧି ପାଇଛି । ୬ MPC ସଦସ୍ୟଙ୍କ ମଧ୍ୟରୁ ୫ ଜଣ ହାର ବୃଦ୍ଧି ସପକ୍ଷରେ ଥିଲେ। ଆରବିଆଇ କହିଛି ଯେ ମୁଦ୍ରାସ୍ଫୀତି ସବୁ କ୍ଷେତ୍ର ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହାପୂର୍ବରୁ ଆମେରିକାର ଫେଡେରାଲ ରିଜର୍ଭ ସମେତ ବିଶ୍ୱର ଅନେକ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ବୃଦ୍ଧି କରିଛନ୍ତି। ପୂର୍ବରୁ ସୁଧ ହାର ୫ ଦଶମିକ ୪ ପ୍ରତିଶତ ଥିଲା ୫୦ ବିପିଏସ୍ ବଢିବା ପରେ ଏହା ୫ ଦଶମିକ ୯ ପ୍ରତିଶତ ଛୁଇଛି ।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

ମେ ମାସରୁ ରେପୋ ହାର ୧.୪୦ ପ୍ରତିଶତ ବୃଦ୍ଧି ପାଇଛି 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଏହାପୂର୍ବରୁ, MPCର ସୁପାରିଶ ଆଧାରରେ ଆରବିଆଇ ଜୁନ୍ ଏବଂ ଅଗଷ୍ଟରେ ଦୁଇଥର ରେପୋ ହାରରେ ୦.୫୦-୦.୫୦ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲା। ଏହାପୂର୍ବରୁ ମେ ମାସରେ କେନ୍ଦ୍ରୀୟ ବ୍ୟାଙ୍କ ହଠାତ୍ ସୁଧ ହାରକୁ ୦.୪୦ ପ୍ରତିଶତ ବୃଦ୍ଧି କରିଥିଲା। ଏହି ଅନୁଯାୟୀ, ମେ ମାସରୁ ରେପୋ ହାର ୧.୪୦ ପ୍ରତିଶତ ବୃଦ୍ଧି ପାଇଛି।

ଆଗାମୀ ସମୟରେ ଋଣ ଅଧିକ ମହଙ୍ଗା ହେବ 

ରେପୋ ହାରରେ ଏହି ବୃଦ୍ଧି ହେତୁ ଋଣ ନେଉଥିବା ଗ୍ରାହକମାନେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହେବେ। ରେପୋ ହାର ବୃଦ୍ଧି ପରେ ବର୍ତ୍ତମାନ ଘର, କାର୍‌ ଏବଂ ପର୍ସନାଲ ଋଣ ମହଙ୍ଗା ହେବ ଏବଂ EMI ଭାର ବୃଦ୍ଧି ହେବ।  ଆରବିଆଇ ତରଫରୁ ରେପୋ ହାର ବୃଦ୍ଧି କରିବାର ପ୍ରଭାବ ବ୍ୟାଙ୍କଗୁଡିକର କୋଟି କୋଟି ଗ୍ରାହକଙ୍କୁ ପ୍ରଭାବିତ କରିବ । ରେପୋ ରେଟ୍ ବୃଦ୍ଧି ସହିତ ଗ୍ରାହକଙ୍କୁ ବ୍ୟାଙ୍କଗୁଡିକ ଦେଇଥିବା ଲୋନ୍‌ ମହଙ୍ଗା ହେବ । ସୁଧ ହାର ବୃଦ୍ଧିର ପ୍ରଭାବ EMI ଉପରେ ରହିବ ।

ରେପୋ ରେଟ୍ କ’ଣ?

ଯେଉଁ ହାରରେ ଆରବିଆଇ ଦ୍ୱାରା ବ୍ୟାଙ୍କଗୁଡ଼ିକୁ ଲୋନ୍‌ ଦିଆଯାଏ ସେହି ହାରକୁ ରେପୋ ରେଟ୍ କୁହାଯାଏ । ରେପୋ ହାରର ଅର୍ଥ ହେଉଛି ବ୍ୟାଙ୍କଗୁଡିକ ଆରବିଆଇରୁ ଅଧିକ ସୁଧ ହାରରେ ଋଣ ପାଇବେ । ଏହା ଦ୍ବାରା ବ୍ୟାଙ୍କରୁ ଲୋକ ନେଇଥିବା ହୋମ୍‌ ଲୋନ୍‌, କାର୍‌ ଲୋନ୍‌ ଏବଂ ପର୍ସନାଲ ଲୋନ୍‌ ଉପରେ ସୁଧ ହାର ବୃଦ୍ଧି ପାଇବ।  ଯାହା ଆପଣଙ୍କର EMI ଉପରେ ସିଧାସଳଖ ପ୍ରଭାବ ପକାଇବ।

30 Sep 2022 By The Sakala

ନିୟନ୍ତ୍ରଣ ବାହାରେ ଦେଶର ମୁଦ୍ରାସ୍ଫୀତି : ପୁଣି ବଢିଲା ରେପୋ ରେଟ୍, ମହଙ୍ଗା ହେବ EMI

ନୂଆଦିଲ୍ଲୀ : ଦେଶବାସୀଙ୍କୁ ମିଳିବନି ଆଶ୍ବସ୍ତି। ଆହୁରି ବୃଦ୍ଧି ପାଇବ ଦରଦାମ। ଦେଶରେ ଏବେ ନିୟନ୍ତ୍ରଣ ବାହାରେ ମୁଦ୍ରାସ୍ଫୀତି। ଏହାକୁ ନେଇ ଚିନ୍ତାରେ ସରକାର। ଏଥିପାଇଁ ପୁଣି ଥରେ ବଢ଼ିଛି ସୁଧହାର। କେନ୍ଦ୍ରୀୟ ରେପୋ ହାରରେ ୫୦ ବେସିକ୍‌ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ମେ ମାସରୁ ଏପର୍ଯ୍ୟନ୍ତ ଲଗାତାର ୪ ଥର ରେପୋ ରେଟ ବଢିଲାଣି । ଗତ ମେ ମାସରେ ୪୦ ବିପିଏସ୍ ରେପୋ ରେଟ ବଢାଇଥିଲା । ଏହା ପରେ ଜୁନ୍ ଏବଂ ଅଗଷ୍ଟ ମାସରେ ୫୦ ବିପିଏସ ଲେଖାଏ ରେପୋ ରେଟ ବଢାଯାଇଥିଲା ।

ବର୍ତ୍ତମାନ ରେପୋ ହାର୫.୪୦% ରୁ ୫.୯୦% କୁ ବୃଦ୍ଧି ପାଇଥିବାବେଳେ SDF ହାର ୫.୧୫% ରୁ ୫.୬୫% କୁ ବୃଦ୍ଧି ପାଇଛି । ୬ MPC ସଦସ୍ୟଙ୍କ ମଧ୍ୟରୁ ୫ ଜଣ ହାର ବୃଦ୍ଧି ସପକ୍ଷରେ ଥିଲେ। ଆରବିଆଇ କହିଛି ଯେ ମୁଦ୍ରାସ୍ଫୀତି ସବୁ କ୍ଷେତ୍ର ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହାପୂର୍ବରୁ ଆମେରିକାର ଫେଡେରାଲ ରିଜର୍ଭ ସମେତ ବିଶ୍ୱର ଅନେକ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ବୃଦ୍ଧି କରିଛନ୍ତି। ପୂର୍ବରୁ ସୁଧ ହାର ୫ ଦଶମିକ ୪ ପ୍ରତିଶତ ଥିଲା ୫୦ ବିପିଏସ୍ ବଢିବା ପରେ ଏହା ୫ ଦଶମିକ ୯ ପ୍ରତିଶତ ଛୁଇଛି ।

ମେ ମାସରୁ ରେପୋ ହାର ୧.୪୦ ପ୍ରତିଶତ ବୃଦ୍ଧି ପାଇଛି 

ଏହାପୂର୍ବରୁ, MPCର ସୁପାରିଶ ଆଧାରରେ ଆରବିଆଇ ଜୁନ୍ ଏବଂ ଅଗଷ୍ଟରେ ଦୁଇଥର ରେପୋ ହାରରେ ୦.୫୦-୦.୫୦ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲା। ଏହାପୂର୍ବରୁ ମେ ମାସରେ କେନ୍ଦ୍ରୀୟ ବ୍ୟାଙ୍କ ହଠାତ୍ ସୁଧ ହାରକୁ ୦.୪୦ ପ୍ରତିଶତ ବୃଦ୍ଧି କରିଥିଲା। ଏହି ଅନୁଯାୟୀ, ମେ ମାସରୁ ରେପୋ ହାର ୧.୪୦ ପ୍ରତିଶତ ବୃଦ୍ଧି ପାଇଛି।

ଆଗାମୀ ସମୟରେ ଋଣ ଅଧିକ ମହଙ୍ଗା ହେବ 

ରେପୋ ହାରରେ ଏହି ବୃଦ୍ଧି ହେତୁ ଋଣ ନେଉଥିବା ଗ୍ରାହକମାନେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହେବେ। ରେପୋ ହାର ବୃଦ୍ଧି ପରେ ବର୍ତ୍ତମାନ ଘର, କାର୍‌ ଏବଂ ପର୍ସନାଲ ଋଣ ମହଙ୍ଗା ହେବ ଏବଂ EMI ଭାର ବୃଦ୍ଧି ହେବ।  ଆରବିଆଇ ତରଫରୁ ରେପୋ ହାର ବୃଦ୍ଧି କରିବାର ପ୍ରଭାବ ବ୍ୟାଙ୍କଗୁଡିକର କୋଟି କୋଟି ଗ୍ରାହକଙ୍କୁ ପ୍ରଭାବିତ କରିବ । ରେପୋ ରେଟ୍ ବୃଦ୍ଧି ସହିତ ଗ୍ରାହକଙ୍କୁ ବ୍ୟାଙ୍କଗୁଡିକ ଦେଇଥିବା ଲୋନ୍‌ ମହଙ୍ଗା ହେବ । ସୁଧ ହାର ବୃଦ୍ଧିର ପ୍ରଭାବ EMI ଉପରେ ରହିବ ।

ରେପୋ ରେଟ୍ କ’ଣ?

ଯେଉଁ ହାରରେ ଆରବିଆଇ ଦ୍ୱାରା ବ୍ୟାଙ୍କଗୁଡ଼ିକୁ ଲୋନ୍‌ ଦିଆଯାଏ ସେହି ହାରକୁ ରେପୋ ରେଟ୍ କୁହାଯାଏ । ରେପୋ ହାରର ଅର୍ଥ ହେଉଛି ବ୍ୟାଙ୍କଗୁଡିକ ଆରବିଆଇରୁ ଅଧିକ ସୁଧ ହାରରେ ଋଣ ପାଇବେ । ଏହା ଦ୍ବାରା ବ୍ୟାଙ୍କରୁ ଲୋକ ନେଇଥିବା ହୋମ୍‌ ଲୋନ୍‌, କାର୍‌ ଲୋନ୍‌ ଏବଂ ପର୍ସନାଲ ଲୋନ୍‌ ଉପରେ ସୁଧ ହାର ବୃଦ୍ଧି ପାଇବ।  ଯାହା ଆପଣଙ୍କର EMI ଉପରେ ସିଧାସଳଖ ପ୍ରଭାବ ପକାଇବ।

https://www.thesakala.in/big-news/rbi-increased-repo-rate-by-50-basis-pointsemi-will-be-expensive/article-15371
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର