ୟୁକ୍ରେନ୍‌ ସଙ୍କଟର ପ୍ରଭାବ: ଡଲାର ତୁଳନାରେ ଐତିହାସିକ ସର୍ବନିମ୍ନ ସ୍ତରକୁ ଖସିଲା ଟଙ୍କା

The Sakala Picture
Published On

ନୂଆଦିଲ୍ଲୀ: ୟୁକ୍ରେନ୍‌ ସଙ୍କଟର ପ୍ରଭାବ ସାରା ବିଶ୍ବକୁ ଥରହର କରିବାରେ ଲାଗିଛି। ଏଥିରୁ ବାଦ୍‌ ପଡିନି ଭାରତୀୟ ମୁଦ୍ରା ଟଙ୍କା। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ବୃହତ୍‌ ହ୍ରାସ ଯୋଗୁ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ବର୍ତ୍ତମାନ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ ଘଟି ୮୧ ଟଙ୍କା ସ୍ତର ଅତିକ୍ରମ କରିଛି। ଡଲାର ତୁଳନାରେ ଟଙ୍କା ଏତେ ଦୁର୍ବଳ ହୋଇଛି ଯେ ଏହା ତା’ର ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଛି। ସୋମବାର କାରବାରରେ […]

ନୂଆଦିଲ୍ଲୀ: ୟୁକ୍ରେନ୍‌ ସଙ୍କଟର ପ୍ରଭାବ ସାରା ବିଶ୍ବକୁ ଥରହର କରିବାରେ ଲାଗିଛି। ଏଥିରୁ ବାଦ୍‌ ପଡିନି ଭାରତୀୟ ମୁଦ୍ରା ଟଙ୍କା। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ବୃହତ୍‌ ହ୍ରାସ ଯୋଗୁ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ବର୍ତ୍ତମାନ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ ଘଟି ୮୧ ଟଙ୍କା ସ୍ତର ଅତିକ୍ରମ କରିଛି। ଡଲାର ତୁଳନାରେ ଟଙ୍କା ଏତେ ଦୁର୍ବଳ ହୋଇଛି ଯେ ଏହା ତା’ର ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଛି। ସୋମବାର କାରବାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୫୮ ପଇସା ହ୍ରାସ ଘଟି ରେକର୍ଡ ୮୧.୬୭ ଟଙ୍କାର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଏହି ସମୟରେ ଆମେରିକୀୟ ଡଲାର ସୁଦୃଢ଼ ହୋଇ ୨୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

ଉଚ୍ଚ ମୁଦ୍ରାସ୍ଫୀତିରେ ଅସମ୍ଭାଳ ବଜାର ଦର। ବଜାରରେ ତେଜରାତିଠାରୁ ଆରମ୍ଭ କରି ପନିପରିବା ଆଉ ଅନ୍ୟ ସବୁ ଖାଉଟି ସାମଗ୍ରୀର ଦର ଏବେ ଖୁବ୍‌ ଉଚ୍ଚରେ ରହିଛି। ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ବଜାର ମହଙ୍ଗା। ନିକଟ ଭବିଷ୍ୟତରେ ଖାଉଟିଙ୍କୁ ଏଥିରୁ ନିସ୍ତାର ମିଳିବା ସମ୍ଭାବନା କମ୍। କାରଣ ୟୁକ୍ରେନ୍‌ ସଙ୍କଟ ପ୍ରଭାବରେ ବିଶ୍ବର ଅନ୍ୟ ମୁଦ୍ରା ଭଳି ଘରୋଇ ମୁଦ୍ରା ଟଙ୍କା ଦୁର୍ବଳ ହେବାରେ ଲାଗିଛି। ପ୍ରଥମ ଥର ପାଇଁ ଐତିହାସିକ ସର୍ବନିମ୍ନ ସ୍ତରକୁ ଖସିଛି ଘରୋଇ ମୁଦ୍ରା। ବର୍ତ୍ତମାନ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ ଘଟି ୮୧ ଟଙ୍କା ସ୍ତର ଅତିକ୍ରମ କରିଛି। ଡଲାର ତୁଳନାରେ ଟଙ୍କା ଏତେ ଦୁର୍ବଳ ହୋଇଛି ଯେ ଏହା ତା’ର ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଛି। ସୋମବାର କାରବାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୫୮ ପଇସା ହ୍ରାସ ଘଟି ରେକର୍ଡ ୮୧.୬୭ ଟଙ୍କାର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଅପରପକ୍ଷେ ଆମେରିକୀୟ ଡଲାର ସୁଦୃଢ଼ ହୋଇ ୨୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଟଙ୍କା ମୂଲ୍ୟରେ ଐତିହାସିକ ହ୍ରାସ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ହ୍ରାସକୁ ରୋକିବା ପାଇଁ ଡଲାର ବିକ୍ରି କରିବାର ସମ୍ଭାବନା ରହିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ବୃହତ୍‌ ହ୍ରାସ ଆମଦାନୀ ବିଲ୍‌କୁ ମହଙ୍ଗା କରିଛି। ଯାହାର ଫଳସ୍ବରୂପ ଦେଶରେ ସାମଗ୍ରୀ ଆଉ ସେବା ମହଙ୍ଗା ହୋଇଛି। ଟଙ୍କା ମୂଲ୍ୟରେ ହ୍ରାସ ଯୋଗୁ ଦେଶର ଆମଦାନୀ ବିଲ୍‌ରେ ବୃଦ୍ଧି ଘଟି ଆଗକୁ ମୁଦ୍ରାସ୍ଫୀତି ଆହୁରି ବଢ଼ିବ। ଏହାଛଡା ଘରୋଇ ବଜାରରେ ତେଲ ଦର ବଢ଼ିବା ସହ ବିଭିନ୍ନ ସାମଗ୍ରୀର ଆମଦାନୀଠାରୁ ଆରମ୍ଭ କରି ବିଦେଶରେ ପାଠପଢ଼ା ମହଙ୍ଗା ହେବ। ଟଙ୍କାର ଏଭଳି ସ୍ଥିତି ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ମୁଦ୍ରା ବଜାରରେ ହସ୍ତକ୍ଷେପ କରିବା ସମ୍ଭାବନା ବଢ଼ିଯାଇଛି।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ସୋମବାର କାରବାର ପ୍ରାରମ୍ଭରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୫୮ ପଇସା ହ୍ରାସ ଘଟି ସର୍ବକାଳୀନ ସର୍ବନିମ୍ନ ୮୧.୬୭ ଟଙ୍କା ସ୍ତରରେ ପହଞ୍ଚିଛି। ଆମେରିକୀୟ ଫେଡେରାଲ ରିଜର୍ଭ ତା’ର ସୁଧ ହାର ବୃଦ୍ଧି କରବିା ପରଠାରୁ ଡଲାର ତୂଳନାରେ ଯଙ୍କା ମୂଲ୍ୟରେ ଏଭଳି ବୃହତ୍‌ ହ୍ରାସ ଜାରି ରହିଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଫେଡେରାଲ ରିଜର୍ଭ ବୁଧବାର କ୍ରମାଗତ ଭାବେ ତୃତୀୟ ଥର ପାଇଁ ସୁଧ ହାର ବୃଦ୍ଧି କରିବା ପରେ ଟଙ୍କା ନିମ୍ନଗାମୀ ହେଉଛି। ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ ପରେ ଦେଶରେ ଆମଦାନୀ ବିଲ୍‌ ମହଙ୍ଗା ହୋଇଛି। ଟଙ୍କା ମୂଲ୍ୟରେ ହ୍ରାସର ଅର୍ଥ ହେଉଛି କୌଣସି ସାମଗ୍ରୀ ଆମଦାନୀ ପାଇଁ ଏଣିକି ଭାରତକୁ ପୂର୍ବାପେକ୍ଷା ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ଏହାବ୍ୟତୀତ ବିଦେଶ ଭ୍ରମଣ ଏବଂ ବିଦେଶରେ ପାଠପଢ଼ା ମହଙ୍ଗା ହୋଇଛି। ଅନ୍ୟପକ୍ଷେ ଟଙ୍କାର ବିନିମୟ ମୂଲ୍ୟରେ ଐତିହାସିକ ହ୍ରାସ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ ସ୍ବରୂପ ଏହି ହ୍ରାସକୁ ରୋକିବା ପାଇଁ ଡଲାର ବିକ୍ରି କରିବା ସମ୍ଭାବନା ସୃଷ୍ଟି ହୋଇଛି। ଅପରପକ୍ଷେ ଟଙ୍କା ଦୁର୍ବଳ ହେବାର ପ୍ରଭାବ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ମଧ୍ୟ ପଡିବ। ଏଥିଯୋଗୁ ଦେଶର ସମ୍ପତ୍ତି କମିବ, ଯାହା ଆର୍ଥିକ ଦୃଷ୍ଟିରୁ ଆଦୌ ଭଲ ନୁହେଁ। ଚଳିତବର୍ଷ ଜାନୁଆରୀ ପହିଲାରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ୭୫.୪୩ ଟଙ୍କା ରହିଥିଲା।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

27 Sep 2022 By The Sakala

ୟୁକ୍ରେନ୍‌ ସଙ୍କଟର ପ୍ରଭାବ: ଡଲାର ତୁଳନାରେ ଐତିହାସିକ ସର୍ବନିମ୍ନ ସ୍ତରକୁ ଖସିଲା ଟଙ୍କା

ନୂଆଦିଲ୍ଲୀ: ୟୁକ୍ରେନ୍‌ ସଙ୍କଟର ପ୍ରଭାବ ସାରା ବିଶ୍ବକୁ ଥରହର କରିବାରେ ଲାଗିଛି। ଏଥିରୁ ବାଦ୍‌ ପଡିନି ଭାରତୀୟ ମୁଦ୍ରା ଟଙ୍କା। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ବୃହତ୍‌ ହ୍ରାସ ଯୋଗୁ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ବର୍ତ୍ତମାନ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ ଘଟି ୮୧ ଟଙ୍କା ସ୍ତର ଅତିକ୍ରମ କରିଛି। ଡଲାର ତୁଳନାରେ ଟଙ୍କା ଏତେ ଦୁର୍ବଳ ହୋଇଛି ଯେ ଏହା ତା’ର ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଛି। ସୋମବାର କାରବାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୫୮ ପଇସା ହ୍ରାସ ଘଟି ରେକର୍ଡ ୮୧.୬୭ ଟଙ୍କାର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଏହି ସମୟରେ ଆମେରିକୀୟ ଡଲାର ସୁଦୃଢ଼ ହୋଇ ୨୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।

ଉଚ୍ଚ ମୁଦ୍ରାସ୍ଫୀତିରେ ଅସମ୍ଭାଳ ବଜାର ଦର। ବଜାରରେ ତେଜରାତିଠାରୁ ଆରମ୍ଭ କରି ପନିପରିବା ଆଉ ଅନ୍ୟ ସବୁ ଖାଉଟି ସାମଗ୍ରୀର ଦର ଏବେ ଖୁବ୍‌ ଉଚ୍ଚରେ ରହିଛି। ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ବଜାର ମହଙ୍ଗା। ନିକଟ ଭବିଷ୍ୟତରେ ଖାଉଟିଙ୍କୁ ଏଥିରୁ ନିସ୍ତାର ମିଳିବା ସମ୍ଭାବନା କମ୍। କାରଣ ୟୁକ୍ରେନ୍‌ ସଙ୍କଟ ପ୍ରଭାବରେ ବିଶ୍ବର ଅନ୍ୟ ମୁଦ୍ରା ଭଳି ଘରୋଇ ମୁଦ୍ରା ଟଙ୍କା ଦୁର୍ବଳ ହେବାରେ ଲାଗିଛି। ପ୍ରଥମ ଥର ପାଇଁ ଐତିହାସିକ ସର୍ବନିମ୍ନ ସ୍ତରକୁ ଖସିଛି ଘରୋଇ ମୁଦ୍ରା। ବର୍ତ୍ତମାନ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ ଘଟି ୮୧ ଟଙ୍କା ସ୍ତର ଅତିକ୍ରମ କରିଛି। ଡଲାର ତୁଳନାରେ ଟଙ୍କା ଏତେ ଦୁର୍ବଳ ହୋଇଛି ଯେ ଏହା ତା’ର ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଛି। ସୋମବାର କାରବାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୫୮ ପଇସା ହ୍ରାସ ଘଟି ରେକର୍ଡ ୮୧.୬୭ ଟଙ୍କାର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଅପରପକ୍ଷେ ଆମେରିକୀୟ ଡଲାର ସୁଦୃଢ଼ ହୋଇ ୨୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଟଙ୍କା ମୂଲ୍ୟରେ ଐତିହାସିକ ହ୍ରାସ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ହ୍ରାସକୁ ରୋକିବା ପାଇଁ ଡଲାର ବିକ୍ରି କରିବାର ସମ୍ଭାବନା ରହିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ବୃହତ୍‌ ହ୍ରାସ ଆମଦାନୀ ବିଲ୍‌କୁ ମହଙ୍ଗା କରିଛି। ଯାହାର ଫଳସ୍ବରୂପ ଦେଶରେ ସାମଗ୍ରୀ ଆଉ ସେବା ମହଙ୍ଗା ହୋଇଛି। ଟଙ୍କା ମୂଲ୍ୟରେ ହ୍ରାସ ଯୋଗୁ ଦେଶର ଆମଦାନୀ ବିଲ୍‌ରେ ବୃଦ୍ଧି ଘଟି ଆଗକୁ ମୁଦ୍ରାସ୍ଫୀତି ଆହୁରି ବଢ଼ିବ। ଏହାଛଡା ଘରୋଇ ବଜାରରେ ତେଲ ଦର ବଢ଼ିବା ସହ ବିଭିନ୍ନ ସାମଗ୍ରୀର ଆମଦାନୀଠାରୁ ଆରମ୍ଭ କରି ବିଦେଶରେ ପାଠପଢ଼ା ମହଙ୍ଗା ହେବ। ଟଙ୍କାର ଏଭଳି ସ୍ଥିତି ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ମୁଦ୍ରା ବଜାରରେ ହସ୍ତକ୍ଷେପ କରିବା ସମ୍ଭାବନା ବଢ଼ିଯାଇଛି।

ସୋମବାର କାରବାର ପ୍ରାରମ୍ଭରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୫୮ ପଇସା ହ୍ରାସ ଘଟି ସର୍ବକାଳୀନ ସର୍ବନିମ୍ନ ୮୧.୬୭ ଟଙ୍କା ସ୍ତରରେ ପହଞ୍ଚିଛି। ଆମେରିକୀୟ ଫେଡେରାଲ ରିଜର୍ଭ ତା’ର ସୁଧ ହାର ବୃଦ୍ଧି କରବିା ପରଠାରୁ ଡଲାର ତୂଳନାରେ ଯଙ୍କା ମୂଲ୍ୟରେ ଏଭଳି ବୃହତ୍‌ ହ୍ରାସ ଜାରି ରହିଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଫେଡେରାଲ ରିଜର୍ଭ ବୁଧବାର କ୍ରମାଗତ ଭାବେ ତୃତୀୟ ଥର ପାଇଁ ସୁଧ ହାର ବୃଦ୍ଧି କରିବା ପରେ ଟଙ୍କା ନିମ୍ନଗାମୀ ହେଉଛି। ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ ପରେ ଦେଶରେ ଆମଦାନୀ ବିଲ୍‌ ମହଙ୍ଗା ହୋଇଛି। ଟଙ୍କା ମୂଲ୍ୟରେ ହ୍ରାସର ଅର୍ଥ ହେଉଛି କୌଣସି ସାମଗ୍ରୀ ଆମଦାନୀ ପାଇଁ ଏଣିକି ଭାରତକୁ ପୂର୍ବାପେକ୍ଷା ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ଏହାବ୍ୟତୀତ ବିଦେଶ ଭ୍ରମଣ ଏବଂ ବିଦେଶରେ ପାଠପଢ଼ା ମହଙ୍ଗା ହୋଇଛି। ଅନ୍ୟପକ୍ଷେ ଟଙ୍କାର ବିନିମୟ ମୂଲ୍ୟରେ ଐତିହାସିକ ହ୍ରାସ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ ସ୍ବରୂପ ଏହି ହ୍ରାସକୁ ରୋକିବା ପାଇଁ ଡଲାର ବିକ୍ରି କରିବା ସମ୍ଭାବନା ସୃଷ୍ଟି ହୋଇଛି। ଅପରପକ୍ଷେ ଟଙ୍କା ଦୁର୍ବଳ ହେବାର ପ୍ରଭାବ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ମଧ୍ୟ ପଡିବ। ଏଥିଯୋଗୁ ଦେଶର ସମ୍ପତ୍ତି କମିବ, ଯାହା ଆର୍ଥିକ ଦୃଷ୍ଟିରୁ ଆଦୌ ଭଲ ନୁହେଁ। ଚଳିତବର୍ଷ ଜାନୁଆରୀ ପହିଲାରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ୭୫.୪୩ ଟଙ୍କା ରହିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର