ହାଟରେ ପଡ଼ି ଦାଣ୍ଡରେ ଗଡୁଛି ବିଜେପି ଘର କଳି : ପରସ୍ପର ବିରୋଧରେ ଷଡ଼ଯନ୍ତ୍ର ଓ ଗୋଛିକଟାରେ ବ୍ୟସ୍ତ ଦଳର ତୁଙ୍ଗ ନେତା

The Sakala Picture
Published On

ଭୁବନେଶ୍ୱର : ଗୋଟିଏ ପଟେ ରାଜ୍ୟରେ କ୍ଷମତାଦଖଲ ଲାଗି ଦିନ ରାତି ସ୍ୱପ୍ନ ଦେଖୁଛି ବିଜେପି। ଦଳର ନେତାମାନେ କ୍ଷମତା ହାସଲ ପାଇଁ ଆବଶ୍ୟକ ପଡ଼ିଲେ ମାର୍‍ପିଟ୍‍ କରିବାକୁ ପଛାଇବେ ନାହିଁ ବୋଲି ମନ୍ତବ୍ୟ ଦେଉଛନ୍ତି। କିଛି ବରିଷ୍ଠ ନେତା ଏକାଠି ବସିବା, ଏକାଠି ଭାବିବା ଓ ଏକାଠି କାମ କରିବାକୁ ଆହ୍ୱାନ ଦେଉଛନ୍ତି। ମାତ୍ର ଦଳରେ ଫାଟ ଦିନକୁ ଦିନ ଯୋଡ଼ି ହେବା ପରିବର୍ତ୍ତେ ମେଲିମେଲି ଯାଉଛି; ସଂଗଠନର ଚେର ଦିନକୁ ଦିନ ହୁଗୁଳିବାରେ ଲାଗିଛି। […]

ଭୁବନେଶ୍ୱର : ଗୋଟିଏ ପଟେ ରାଜ୍ୟରେ କ୍ଷମତାଦଖଲ ଲାଗି ଦିନ ରାତି ସ୍ୱପ୍ନ ଦେଖୁଛି ବିଜେପି। ଦଳର ନେତାମାନେ କ୍ଷମତା ହାସଲ ପାଇଁ ଆବଶ୍ୟକ ପଡ଼ିଲେ ମାର୍‍ପିଟ୍‍ କରିବାକୁ ପଛାଇବେ ନାହିଁ ବୋଲି ମନ୍ତବ୍ୟ ଦେଉଛନ୍ତି। କିଛି ବରିଷ୍ଠ ନେତା ଏକାଠି ବସିବା, ଏକାଠି ଭାବିବା ଓ ଏକାଠି କାମ କରିବାକୁ ଆହ୍ୱାନ ଦେଉଛନ୍ତି। ମାତ୍ର ଦଳରେ ଫାଟ ଦିନକୁ ଦିନ ଯୋଡ଼ି ହେବା ପରିବର୍ତ୍ତେ ମେଲିମେଲି ଯାଉଛି; ସଂଗଠନର ଚେର ଦିନକୁ ଦିନ ହୁଗୁଳିବାରେ ଲାଗିଛି। କଟକରୁ କଳାହାଣ୍ଡି, ମାଲକାନଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ଦଳ ବହୁଧା ବିଭକ୍ତ ଓ ଦଳର ନେତାମାନେ ପରସ୍ପର ଷଡ଼ଯନ୍ତ୍ର, ଗୋଛିକଟାରେ ବ୍ୟସ୍ତ। ସାଂଗଠନିକ ଦୁର୍ବଳତା ଓ ଗୋଷ୍ଠୀ ବିବାଦ ବର୍ତ୍ତମାନ ବିଜେପି ନେତୃତ୍ୱଙ୍କ ପାଇଁ ଶିରପୀଡ଼ା ପାଲଟିଛି। ଏହି ସ୍ଥିତିରେ ଶୀର୍ଷ ନେତାମାନେ ଆତଯାତ ହେଉଥିବା, ରଣନୀତି ନିର୍ଦ୍ଧାରଣ କରୁଥିବା ରାଜଧାନୀ ବିଜେପି ଦୁଇ ଫାଳ ହେବା ରାଜ୍ୟ ନେତୃତ୍ୱଙ୍କୁ ବିଚଳିତ କରିଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଅତୀତରେ ଦଳର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଜିଲ୍ଲା ବିଜେପି ଏକ ପ୍ରକାର ବିଭାଜିତ ହୋଇଥିବାବେଳେ ସମ୍ପ୍ରତି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପରିବର୍ତ୍ତନକୁ ନେଇ ସୃଷ୍ଟି ହୋଇଛି ବିବାଦ। ଜିଲ୍ଲା ସଭାପତି ବାବୁ ସିଂହଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ଯୁବ ବିଜେପି ସଭାପତି ରଶ୍ମି ରଞ୍ଜନ ମୁଦୁଲିଙ୍କୁ ସଭାପତି ପଦରୁ ଅବ୍ୟାହତି ଦିଆଯିବା ପରେ ଜିଲ୍ଲା ବିଜେପିରେ କନ୍ଦଳ ପ୍ରବଳ ରୂପ ଧାରଣ କରିଛି। ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଏହି ନିଷ୍ପତ୍ତିକୁ ସଠିକ୍‍ ଓ ତାଙ୍କ ଅଧିକାର ପରିସରଭୁକ୍ତ କହିଥିବାବେଳେ ଜିଲ୍ଲା ସାଧାରଣ ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ ଜିଲ୍ଲା ସଭାପତିଙ୍କ ନିଷ୍ପତ୍ତିକୁ ଅଯଥାର୍ଥ ଓ ବ୍ୟକ୍ତିଗତ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଶନିବାର ଭୁବନେଶ୍ୱର ଜିଲ୍ଲା ବିଜେପିର ଲେଟର ପ୍ୟାଡରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲିଙ୍କୁ ତାଙ୍କ ପଦରୁ ଅବ୍ୟାହତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜିଲ୍ଲା ବିଜେପି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ରଶ୍ମିରଞ୍ଜନଙ୍କୁ ପଦରୁ ଅବ୍ୟାହତି ଦିଆଯାଇଛି ବୋଲି ସଙ୍ଗଠନର ସାଧାରଣ ସମ୍ପାଦକ ହିମାଂଶୁ ଛୋଟରାୟ ଏଥିରେ ଉଲ୍ଲେଖ କରିଥିଲେ। ମାତ୍ର ଏହି ବିଜ୍ଞପ୍ତିର କିଛି ସମୟ ମଧ୍ୟରେ ଜିଲ୍ଲା ବିଜେପିର ଅନ୍ୟତମ ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ ନିଜସ୍ୱ ଲେଟରପ୍ୟାଡ଼ରେ ଏକ ବିଜ୍ଞପ୍ତି ଜାରି କରିଥିଲେ। ବିଜେପି ଭୁବନେଶ୍ୱର ଜିଲ୍ଲା ସାଂଗଠନିକ ସଭାପତି ରଶ୍ଚିରଞ୍ଜନ ମୁଦୁଲିଙ୍କ ଅଦଳବଦଳର କୌଣସି ନିଷ୍ପତ୍ତି ହୋଇନାହିଁ ଏବଂ ତାଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଥିବା ନେଇ ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ ଉଲ୍ଲେଖ କରିଥିଲେ। ଦୁଇଟି ଯାକ ଖବର ପରସ୍ପର ବିରୋଧୀ ଥିବାରୁ ଏନେଇ ଉଭୟ ଜିଲ୍ଲା ସଭାପତି ବାବୁ ସିଂ ଏବଂ ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରାଯାଇଥିଲା। ମାତ୍ର ରଶ୍ମିରଞ୍ଜନଙ୍କ ଅବ୍ୟାହତିକୁ ନେଇ ଉଭୟ ନେତା ଯାହା କହିଛନ୍ତି ସେଥିରୁ ଜିଲ୍ଲା ବିଜେପିରେ ସବୁକିଛି ଠିକ୍‍ ନାହିଁ ବୋଲି ଜଳଜଳ ଦିଶୁଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ରଶ୍ମିରଞ୍ଜନଙ୍କୁ ପଦରୁ ଅବ୍ୟାହତି ଦିଆଯିବା ତାଙ୍କର ନିଜସ୍ୱ ନିଷ୍ପତ୍ତି ଏବଂ ଏ ନେଇ ନିଷ୍ପତ୍ତି ନେବାର ସମ୍ପୂର୍ଣ୍ଣ ଅଧିକାର ରହିଛି ବୋଲି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି। ମାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତିଙ୍କୁ ବିଜେପି ଜିଲ୍ଲା ସଭାପତି ପରିବର୍ତ୍ତନ କରିପାରିବେ ନାହିଁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏପରି ନିଷ୍ପତ୍ତି ନେବା ଜିଲ୍ଲା ସଭାପତିଙ୍କ କ୍ଷମତା ବହିର୍ଭୁତ। ଦଳର ବାଇ-ଲ ଅନୁସାରେ ଏଥିପାଇଁ ସଭିଙ୍କର ମତାମତ ନେବାର ଆବଶ୍ୟକତା ରହିଛି। ଯଦି ଜିଲ୍ଲା ସଭାପତି ସମସ୍ତଙ୍କର ମତାମତ ନେଇ ଶ୍ରୀ ମୁଦୁଲିଙ୍କୁ ବାହାର କରିଛନ୍ତି ତାହେଲେ ଆସନ୍ତାକାଲି ସେ ଦଳର ୩ ଜଣ ସାଧାରଣ ସମ୍ପାଦକଙ୍କୁ ଏକାଠି କରି ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରନ୍ତୁ ବୋଲି ଅଭିଷେକ ଆହ୍ୱାନ ଦେଇଛନ୍ତି। ରଶ୍ମିରଞ୍ଜନଙ୍କୁ ଦଳରୁ ବାହାର କରିବା ନେଇ ସଭାପତିଙ୍କ ନିଷ୍ପତ୍ତି ଶିରୋଧାର୍ଯ୍ୟ ନୁହେଁ। ଦଳର ଜଣେ ସାଧାରଣ ସମ୍ପାଦକଙ୍କ ହସ୍ତାକ୍ଷରରେ ରଶ୍ମିରଞ୍ଜନଙ୍କୁ ପଦରୁ ଅବ୍ୟାହତି ଦିଆଯାଇଥିବା ବେଳେ ସମାନ ଅଧିକାରରେ ମୁଁ ଏହାକୁ ଅଗ୍ରାହ୍ୟ କରୁଛି ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଜିଲ୍ଲା ବିଜେପିର ଦୁଇ ନେତୃତ୍ୱଙ୍କ ପରସ୍ପର ବିରୋଧୀ ମନ୍ତବ୍ୟ ଦଳରେ ସୃଷ୍ଟି କରିଛି ଝଡ଼। ଯେଉଁଠି ସଭାପତି ଓ ସାଧାରଣ ସମ୍ପାଦକ ଗୋଟିଏ ପ୍ରସଙ୍ଗରେ ଗୋଟିଏ ଆଭିମୁଖ୍ୟ ପୋଷଣ କରିପାରୁ ନାହାନ୍ତି; ସେଠି ଦଳ ନିର୍ବାଚନରେ କେମିତି ପ୍ରତିପକ୍ଷକୁ ସମ୍ମୁଖୀନ ହେବ ତାକୁ ନେଇ ସ୍ୱାଭାବିକ ସନ୍ଦେହ ସୃଷ୍ଟି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର