ଅକ୍ଟୋବରରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ : ଘୋଷଣା ହେଲା ନିର୍ବାଚନ ତାରିଖ

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ କଂଗ୍ରେସ ଧରାଶାୟୀ ହେବାରେ ଲାଗିଛି। ଜଣଙ୍କ ପରେ ଜଣେ ନେତା ଛାଡୁଛନ୍ତି ଦଳ। ଏହାରି ଭିତରେ କଂଗ୍ରେସର କିଏ ହେବ ପରବର୍ତ୍ତୀ ଅଧ୍ୟକ୍ଷ। ସେନେଇ ବହୁ କଳ୍ପନା ଜଳ୍ପନା ଲାଗିରହିଥିବା ବେଳେ ଆଜି ଘୋଷଣା ହୋଇଛି ନିର୍ବାଚନ ତାରିଖ। ଆଜି ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ନିର୍ବାଚନ ତାରିଖ ଚୂଡାନ୍ତ ହୋଇଛି। ସୂଚନା ମୁତାବକ ବୈଠକରେ ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ ବୋଲି ସ୍ଥିର କରାଯାଇଥିବା ବେଳେ ଅକ୍ଟୋବର ୧୯ ରେ […]

ନୂଆଦିଲ୍ଲୀ : ଦେଶରେ କଂଗ୍ରେସ ଧରାଶାୟୀ ହେବାରେ ଲାଗିଛି। ଜଣଙ୍କ ପରେ ଜଣେ ନେତା ଛାଡୁଛନ୍ତି ଦଳ। ଏହାରି ଭିତରେ କଂଗ୍ରେସର କିଏ ହେବ ପରବର୍ତ୍ତୀ ଅଧ୍ୟକ୍ଷ। ସେନେଇ ବହୁ କଳ୍ପନା ଜଳ୍ପନା ଲାଗିରହିଥିବା ବେଳେ ଆଜି ଘୋଷଣା ହୋଇଛି ନିର୍ବାଚନ ତାରିଖ। ଆଜି ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ନିର୍ବାଚନ ତାରିଖ ଚୂଡାନ୍ତ ହୋଇଛି। ସୂଚନା ମୁତାବକ ବୈଠକରେ ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ ବୋଲି ସ୍ଥିର କରାଯାଇଥିବା ବେଳେ ଅକ୍ଟୋବର ୧୯ ରେ ଭୋଟ ଗଣତି ହେବ। ଏନେଇ ସେପ୍ଟେମ୍ବର ୨ ତାରିଖରେ ବିଜ୍ଞପ୍ତି ଜାରି କରାଯିବ ବୋଲି ଜଣାପଡିଛି । ଏହାପରେ ସେପ୍ଟେମ୍ବର ୧୩ ତାରିଖରେ ନାମାଙ୍କନ ଦାଖଲ କରାଯିବ । କଂଗ୍ରେସ କାର୍ଯ୍ୟକାରୀ କମିଟିର ମୋହର ଲାଗିବା ପରେ ଏହା ଔପଚାରିକଭାବେ ଘୋଷଣା କରାଯିବ ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ରାଜନୀତି ସରଗରମ ରହିଛି। ଏହାରି ଭିତରେ ଦଳ ଆଜି ସିଡବ୍ଲ୍ୟୁସି ବୈଠକ ଡାକିଥିଲା। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ବିଦେଶରେ ଥିବା ବେଳେ ଭର୍ଚୁଆଲ ମୋଡରେ ଏହି ବୈଠକରେ ସାମିଲ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ବୈଠକରେ ହରୀଶ ରାୱତ, ସଲମାନ ଖୁର୍ସିଦ, ମୁକୁଲ ବାସନିକ , ମଲ୍ଲିକାର୍ଜୁନ ଖଡଗେ, କୁମାରୀ ଶୈଲଜା, ମଧୁସୁଦନ ମିସ୍ତ୍ରୀ, କେ,ସି ବେଣୁଗୋପାଳ, ଜୟରାମ ରମେଶ, ଅଜୟ ମାକେନ, ଅଭିଷେକମନୁ ସଂଘଭୀଙ୍କ ସମେତ ଅନେକ କଂଗ୍ରେସ ନେତା ଉପସ୍ଥିତ ଅଛନ୍ତି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ମିଳିଥିବା ସୂଚନା ଅନୁସାରେ ସିଡବ୍ଲୁସି ବୈଠକରେ ଅନେକ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ଅଧ୍ୟକ୍ଷ କରିବା ପାଇଁ ଚାହୁଁଛନ୍ତି। କିନ୍ତୁ ରାହୁଲ ଏଥି ପାଇଁ ରାଜି ନଥିବାରୁ ତାଙ୍କୁ ରାଜି କରାଇବେ ବୋଲି ଜଣାପଡିଛି। ଅନ୍ୟପଟେ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ‘ରାହୁଲଙ୍କୁ ପୁଣି ଥରେ କଂଗ୍ରେସ ସଭାପତି ହେବା ପାଇଁ ବାଧ୍ୟ କରାଯିବ। ତାଙ୍କୁ ମନାଇବା ପାଇଁ ଚେଷ୍ଟା ଚାଲିଛି। ଦଳର ନେତୃତ୍ୱ ନେବା ପାଇଁ ରାହୁଲଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ନାହାନ୍ତି।’

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର