କଂଗ୍ରେସ ଯାହାକୁ ସମ୍ମାନ ଜଣାଇଆସୁଥିଲା, ସିଏ ଦଳ ସହ ବିଶ୍ୱାସଘାତକତା କରିଛନ୍ତି : ଜୟରାମ ରମେଶ

The Sakala Picture
Published On

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଶୁକ୍ରବାର ଦଳର ପ୍ରାଥମିକ ସଦସ୍ୟତା ସମେତ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଯାଇଥିବା ପାଞ୍ଚ ପୃଷ୍ଠାର ଇସ୍ତଫା ପତ୍ରରେ ସେ କହିଛନ୍ତି ଯେ ସେ ଏହି ପଦକ୍ଷେପ ନେଉଛନ୍ତି। ପାର୍ଟିରେ ପରିବର୍ତ୍ତନ ଆଣିବାକୁ ଜି -୨୩ ଗୋଷ୍ଠୀର ଅଂଶବିଶେଷ ଥିବା ଆଜାଦ କହିଛନ୍ତି ଯେ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ଚଳାଉଥିବା କିଛି ଲୋକଙ୍କ ଦ୍ୱାରା ନିୟନ୍ତ୍ରିତ କଂଗ୍ରେସ […]

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଶୁକ୍ରବାର ଦଳର ପ୍ରାଥମିକ ସଦସ୍ୟତା ସମେତ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଯାଇଥିବା ପାଞ୍ଚ ପୃଷ୍ଠାର ଇସ୍ତଫା ପତ୍ରରେ ସେ କହିଛନ୍ତି ଯେ ସେ ଏହି ପଦକ୍ଷେପ ନେଉଛନ୍ତି। ପାର୍ଟିରେ ପରିବର୍ତ୍ତନ ଆଣିବାକୁ ଜି -୨୩ ଗୋଷ୍ଠୀର ଅଂଶବିଶେଷ ଥିବା ଆଜାଦ କହିଛନ୍ତି ଯେ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ଚଳାଉଥିବା କିଛି ଲୋକଙ୍କ ଦ୍ୱାରା ନିୟନ୍ତ୍ରିତ କଂଗ୍ରେସ ଭାରତର ଉନ୍ନତି ପାଇଁ କଣ ଆବଶ୍ୟକ ଜାଣିପାରୁନାହାନ୍ତି । ଯେଉଁଥି ପାଇଁ କଂଗ୍ରେସ ଲୋକଙ୍କ ଦ୍ବାରା ପ୍ରତ୍ୟାଖିତ ହେଉଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସ ଦଳ ପକ୍ଷରୁ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କୁହାଯାଇଛି । କଂଗ୍ରେସର ସାଧାରଣ ସମ୍ପାଦକ ଅଜୟ ମାକନ୍ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ଏହି ଇସ୍ତଫା ଏଭଳି ଏକ ସମୟରେ ଆସିଛି ଯେତେବେଳେ କଂଗ୍ରେସ ମୁଦ୍ରାସ୍ଫୀତି, ବେକାରୀ ବିରୋଧରେ ଲଢେଇ କରୁଛି । ସେ କହିଛନ୍ତି ଯେ ଆମେ ଆଶା କରିଥିଲୁ ଯେ ଆଜାଦଙ୍କ ଭଳି ବରିଷ୍ଠ ନେତାମାନେ ବିରୋଧୀ ଏବଂ ଲୋକଙ୍କ ସ୍ୱରକୁ ଶକ୍ତି ପ୍ରଦାନ କରିବେ, କିନ୍ତୁ ସେମାନେ ତାହା କରିନାହାଁନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ଅନ୍ୟପଟେ କଂଗ୍ରେସ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଆଜାଦଙ୍କ ଉପରେ ଆକ୍ରମଣ କରି କହିଛନ୍ତି ଯେ ଗୁଲାମ ନବୀ ଆଜାଦଙ୍କ ଡିଏନ୍ଏ ମୋଦୀ-ମୟ ହୋଇସାରିଛି । ଆଜାଦ ଏଭଳି ଏକ ସମୟରେ ଏହି ପଦକ୍ଷେପ ନେଇଛନ୍ତି ଯେତେବେଳେ କଂଗ୍ରେସ ଦରବୃଦ୍ଧି, ବେକାରୀ, ଧ୍ରୁବୀକରଣ ଭଳି ସମସ୍ୟା ବିରୋଧରେ ଲଢୁଛି । ଆଜାଦଙ୍କ ଇସ୍ତଫା ପତ୍ରରେ କୁହାଯାଇଥିବା କଥା ସତ ନୁହେଁ, ଏହାର ସମୟ ମଧ୍ୟ ଠିକ ନୁହେଁ ବୋଲି ରମେଶ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ଗଣମାଧ୍ୟମ ସହ କଥାବାର୍ତ୍ତା କରି ଜୟରାମ ରମେଶ କହିଛନ୍ତି ଯେ ଗୁଲାମ ନବୀ ଆଜାଦଙ୍କ ଡିଏନଏ ମୋଦୀ-ଫାଏଡ (ମୋଡିଫାଏଡ଼) ହୋଇଯାଇଛି । ସେ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କୁ କଂଗ୍ରେସ ନେତୃତ୍ୱ ଦ୍ୱାରା ଏତେ ସମ୍ମାନ ଦିଆଯାଇଥିଲା, ସେ ଅତ୍ୟନ୍ତ ବ୍ୟକ୍ତିଗତ ଓ ଅଶ୍ଳୀଳ ଆକ୍ରମଣ କରି ବିଶ୍ୱାସଘାତକତା କରିଛନ୍ତି । ସେ କହିଛନ୍ତି ଯେ ଆଜାଦଙ୍କ ଏହି ମନୋଭାବ ସହିତ ତାଙ୍କର ପ୍ରକୃତ ଚରିତ୍ର ସାମ୍ନାକୁ ଆସିଛି ।

ଅନ୍ୟ ଜଣେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ମଧ୍ୟ ଗୁଲାମ ନବୀ ଆଜାଦଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ମୁଁ ଏଥିରେ ବିଶ୍ୱାସଘାତକତାର ଗନ୍ଧ ବାରୁଛି । ଦଳରେ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ଜୟରାମ ରମେଶ କହିଛନ୍ତି ଯେ ଏହି ସମୟରେ ମୁଦ୍ରାସ୍ଫୀତି ଓ ବେକାରୀ ବିରୋଧରେ କଂଗ୍ରେସ ଲଢ଼ୁଛି ଓ ଗୁଲାମ ନବୀ ଆଜାଦଙ୍କ ଦଳ ଛାଡିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଜୟରାମ ରମେଶ କହିଛନ୍ତି, “ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖର ବିଷୟ ଯେ ଏପରି ଏକ ସମୟରେ ଘଟିଛି, ଯେତେବେଳେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ସମଗ୍ର କଂଗ୍ରେସ ଦଳ ବିଜେପିସହ ବିଭିନ୍ନ ପ୍ରସଙ୍ଗରେ ଲଢ଼ୁଛନ୍ତି । ମୁଦ୍ରାସ୍ଫୀତି, ବେକାରୀ ଓ ପୋଲାରାଇଜେସନ୍ ବିରୋଧରେ ମୁକାବିଲା କରୁଛି ।

କେବଳ ଏତିକି ନୁହେଁ ପୱନ ଖେରା ଗୁଲାମ ନବୀ ଆଜାଦଙ୍କ ଇସ୍ତଫାକୁ ମଧ୍ୟ ରାଜ୍ୟସଭା ଆସନ ସହ ଯୋଡିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ଗୁଲାମ ନବୀ ଆଜାଦଙ୍କୁ ଏଥର ରାଜ୍ୟସଭାକୁ ପଠାଯାଇ ନାହିଁ । ବୋଧହୁଏ ଏହି କାରଣରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି । ପୱନ ଖେରା କହିଛନ୍ତି ଯେ ତାଙ୍କ ରାଜ୍ୟସଭା ଆସନ ଚାଲିଯିବା ପରଠାରୁ ସେ ଅଶାନ୍ତ ହୋଇପଡିଛନ୍ତି । ଏହା ଦର୍ଶାଏ ଯେ ସେ ଏକ ସେକେଣ୍ଡ ପାଇଁ ମଧ୍ୟ ପଦବୀ ବିନା ରହିପାରିବେ ନାହିଁ।

ଅନ୍ୟପଟେ ଜାତୀୟ ସମ୍ମିଳନୀ (ଏନସି) ନେତା ଓମାର ଅବଦୁଲ୍ଲା ଗୁଲାମ ନବୀ ଆଜାଦଙ୍କ ଇସ୍ତଫାକୁ ଦଳ ପାଇଁ ଏକ ବଡ ଝଟକା ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏପରି ପୁରୁଣା ଦଳର ପତନ ଦେଖିବା ଅତ୍ୟନ୍ତ ଦୁଃଖଦାୟକ। ସେ ଟ୍ୱିଟ୍ କରି କହିଛନ୍ତି, “ଦୀର୍ଘ ସମୟ ଧରି ଏପରି କଳ୍ପନାଜଳ୍ପନା ଚାଲିଥିଲା, ଏହା କଂଗ୍ରେସ ପାଇଁ ଏକ ବଡ଼ ଝଟକା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର