ସିସୋଦିଆଙ୍କୁ ବିଜେପିରେ ଯୋଗଦାନ ପାଇଁ ପ୍ରଲୋଭନ ପ୍ରସଙ୍ଗ : କିଏ ସେ ମଧ୍ୟସ୍ଥ ?

The Sakala Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବିଜେପିରେ ଯୋଗଦାନ ନିମନ୍ତେ ପ୍ରସ୍ତାବ ଦିଆଯାଇଥିବା ପ୍ରସଙ୍ଗ ଏବେ ନୂଆ ମୋଡ଼ ନେଇଛି। ଓଡ଼ିଶାରେ ବୈଜୟନ୍ତ ପଣ୍ଡାଙ୍କ ବିଜେପି ପ୍ରବେଶରେ ଯେଉଁ ବ୍ୟକ୍ତି ମଧ୍ୟସ୍ଥତା କରିଥିଲେ, ସେହି ବ୍ୟକ୍ତି ମନୀଷ ସିସୋଦିଆଙ୍କୁ ମଧ୍ୟ ବିଜେପିରେ ଯୋଗ ଦେବାକୁ ପ୍ରଲୋଭିତ କରିଥିଲେ ବୋଲି ଆପ୍‍ ଦାବି କରିଛି। ବିଜେପିରେ ବୈଜୟନ୍ତଙ୍କ ଯୋଗଦାନର ୩ ବର୍ଷ ପରେ ଏହି ପ୍ରସଙ୍ଗ ପୁଣିଥରେ ସମ୍ପୃକ୍ତ ମଧ୍ୟସ୍ଥଙ୍କୁ ନେଇ ପ୍ରଶ୍ନ ଠିଆ କରିଛି। କେଉଁ […]

ନୂଆଦିଲ୍ଲୀ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବିଜେପିରେ ଯୋଗଦାନ ନିମନ୍ତେ ପ୍ରସ୍ତାବ ଦିଆଯାଇଥିବା ପ୍ରସଙ୍ଗ ଏବେ ନୂଆ ମୋଡ଼ ନେଇଛି। ଓଡ଼ିଶାରେ ବୈଜୟନ୍ତ ପଣ୍ଡାଙ୍କ ବିଜେପି ପ୍ରବେଶରେ ଯେଉଁ ବ୍ୟକ୍ତି ମଧ୍ୟସ୍ଥତା କରିଥିଲେ, ସେହି ବ୍ୟକ୍ତି ମନୀଷ ସିସୋଦିଆଙ୍କୁ ମଧ୍ୟ ବିଜେପିରେ ଯୋଗ ଦେବାକୁ ପ୍ରଲୋଭିତ କରିଥିଲେ ବୋଲି ଆପ୍‍ ଦାବି କରିଛି। ବିଜେପିରେ ବୈଜୟନ୍ତଙ୍କ ଯୋଗଦାନର ୩ ବର୍ଷ ପରେ ଏହି ପ୍ରସଙ୍ଗ ପୁଣିଥରେ ସମ୍ପୃକ୍ତ ମଧ୍ୟସ୍ଥଙ୍କୁ ନେଇ ପ୍ରଶ୍ନ ଠିଆ କରିଛି। କେଉଁ ମଧ୍ୟସ୍ଥ ବୈଜୟନ୍ତଙ୍କ ବିଜେପି ପ୍ରବେଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

‘ଆପ’ରେ ବିଭାଜନ କରିବାରେ ସକ୍ଷମ ହେଲେ ତାଙ୍କୁ ବିଜେପି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରିବ ଏବଂ ସବୁ ମାମଲା ପ୍ରତ୍ୟାହାର କରାଯିବ ବୋଲି ପ୍ରସ୍ତାବ ଦିଆଯାଇଥିଲା ବୋଲି ନିଜେ ସିସୋସିଆ ଗତକାଲି ଦାବି କରିଥିଲେ। ଏବେ ଆପ୍‍ ମୁଖପାତ୍ର ଆତିଶି ମାରଲେନା ଏହି ପ୍ରସଙ୍ଗରେ ଏକ ଚାଞ୍ଚଲ୍ୟକର ବିବୃତି ରଖିଛନ୍ତି। ଯେଉଁ ବ୍ୟକ୍ତି ବୈଜୟନ୍ତ ପଣ୍ଡା, ଶୁଭେନ୍ଦୁ ଅଧିକାରୀ, ହିମନ୍ତ ବିଶ୍ୱଶର୍ମାଙ୍କୁ ବିଜେପିରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଥିଲେ ସେହି ବ୍ୟକ୍ତି ହିଁ ସିସୋସିଆଙ୍କୁ ଆପ୍‍ ଛାଡ଼ି ବିଜେପିରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି ବୋଲି ଆତିଶିଙ୍କ ଏକ ଭିଡ଼ିଓରେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ଆତିଶି କହିଛନ୍ତି ଯେ ଦିଲ୍ଲୀରେ ବିଜେପିର ‘ଅପରେସନ ଲୋଟସ’ ବିଫଳ ହୋଇଛି। ଅନ୍ୟ ରାଜ୍ୟରେ ବିଜେପି କ୍ଷମତା ଦଖଲ ପାଇଁ ଯେଉଁ ‘ଅପରେସନ ଲୋଟସ୍‍’ କରିଛି ସେଥିରେ କିଛିମାତ୍ରାରେ ସଫଳ ହୋଇ ପାରିଛି। ବିପକ୍ଷ ଦଳର ଦୁର୍ନୀତିଗ୍ରସ୍ତ ନେତାମାନଙ୍କୁ ଦଳରେ ସାମିଲ କରିବା ପାଇଁ ବିଜେପିର ପ୍ରୟୋଗ ସଫଳ ହୋଇଛି। ମାତ୍ର ଦିଲ୍ଲୀରେ ‘ଆପ୍‍’ ସରକାରର ନେତାମାନେ ଦୁର୍ନୀତିଗ୍ରସ୍ତ ନୁହନ୍ତି , ସେଥିନିମନ୍ତେ ଦିଲ୍ଲୀରେ ଅପରେସନ ଲୋଟସ ବିଫଳ ହୋଇଛି। ଆଞ୍ଚଳିକ ଦଳଗୁଡ଼ିକ ଶାସନ କରୁଥିବା ରାଜ୍ୟଗୁଡ଼ିକ ଉପରେ ବିଜେପି ସର୍ବଦା କ୍ଷମତା ଦଖଲ ନିମନ୍ତେ ଯୋଜନା କରି ଆସିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ସମ୍ପୃକ୍ତ ଦଳକୁ ବିଭାଜନ କରି ଓ କେତେକ ସ୍ଥାନରେ କ୍ଷମତାସୀନ ଦଳଗୁଡ଼ିକର ପ୍ରଭାବଶାଳୀ ନେତାମାନଙ୍କୁ ନିଜ ସପକ୍ଷକୁ ନେଇ କ୍ଷମତା ଦଖଲ କରିବାକୁ ସକ୍ଷମ ହୋଇଛି। ପୂର୍ବରୁ ପଶ୍ଚିମବଙ୍ଗରେ ମୁକୁଲ ରାୟ, ଶୁଭେନ୍ଦୁ ଅଧିକାରୀ, ଆସାମରେ ହିମନ୍ତ ବିଶ୍ୱଶର୍ମା, ଓଡ଼ିଶାରେ ବୈଜୟନ୍ତ ପଣ୍ଡାଙ୍କୁ ଯେଉଁ ବ୍ୟକ୍ତି ବିଜେପିରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ; ସେହି ବ୍ୟକ୍ତି ହିଁ ସିସୋସିଆଙ୍କୁ ବିଜେପିରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ତେଣୁ ଏ ସମ୍ପର୍କରେ ବୈଜୟନ୍ତ ପଣ୍ଡା, ଶୁଭେନ୍ଦୁ ଅଧିକାରୀ ଓ ହିମନ୍ତ ବିଶ୍ୱଶର୍ମାଙ୍କୁ ପଚାରିଲେ ସିସୋଦିଆଙ୍କ ପ୍ରସଙ୍ଗରେ ବିଜେପି ପାଇଁ କିଏ ମଧ୍ୟସ୍ଥତା କରୁଥିଲେ ତାହା ସ୍ପଷ୍ଟ ହୋଇଯିବ ବୋଲି ଆତିଶି ଗଣମାଧ୍ୟମକୁ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର