୯ ମାସର ସର୍ବନିମ୍ନ ସ୍ତରକୁ ଖସିଲା ଅଶୋଧିତ ତୈଳ ଦର, କମିବ ପେଟ୍ରୋଲ ଏବଂ ଡିଜେଲ ଦର

The Sakala Picture
Published On

ନୂଆଦିଲ୍ଲୀ : ସମ୍ପ୍ରତି ସାରା ବିଶ୍ବକୁ ଘାରିବାରେ ଲାଗିଛି ମାନ୍ଦବସ୍ଥା ଭୟ। ଆମେରିକାଠାରୁ ଆରମ୍ଭ କରି ଚୀନ୍‌ ଏବଂ ବିଶେଷ କରି ୟୁରୋପୀୟ ଦେଶଗୁଡିକରେ ଦେଖିବାକୁ ମିଳିଲାଣି ମାନ୍ଦାବସ୍ଥାର ପଦଧ୍ବନୀ। ଏହାର ପ୍ରଭାବରେ ବିଶ୍ବ ବଜାରରେ କ୍ରୁଡ୍‌ ବା ଅଶୋଧିତ ତୈଳ ଦର ରେକର୍ଡ ସ୍ତରକୁ ହ୍ରାସ ଘଟିବାରେ ଲାଗିଛି। ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟ ୯ ମାସର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଏଥିଯୋଗୁ ଘରୋଇ ବଜାରରେ ଏବେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ଘଟିବା […]

ନୂଆଦିଲ୍ଲୀ : ସମ୍ପ୍ରତି ସାରା ବିଶ୍ବକୁ ଘାରିବାରେ ଲାଗିଛି ମାନ୍ଦବସ୍ଥା ଭୟ। ଆମେରିକାଠାରୁ ଆରମ୍ଭ କରି ଚୀନ୍‌ ଏବଂ ବିଶେଷ କରି ୟୁରୋପୀୟ ଦେଶଗୁଡିକରେ ଦେଖିବାକୁ ମିଳିଲାଣି ମାନ୍ଦାବସ୍ଥାର ପଦଧ୍ବନୀ। ଏହାର ପ୍ରଭାବରେ ବିଶ୍ବ ବଜାରରେ କ୍ରୁଡ୍‌ ବା ଅଶୋଧିତ ତୈଳ ଦର ରେକର୍ଡ ସ୍ତରକୁ ହ୍ରାସ ଘଟିବାରେ ଲାଗିଛି। ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟ ୯ ମାସର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଏଥିଯୋଗୁ ଘରୋଇ ବଜାରରେ ଏବେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ଘଟିବା ଆଶ ବଢ଼ିଯାଇଛି। ଯଦି ବିଶ୍ବ ବଜାରର ତେଲ ଦରକୁ ବିଚାରକୁ ନିଆଯାଏ ତେବେ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୫ ଟଙ୍କା ଯାଏ ହ୍ରାସ ଘଟିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ବୁଧବାର ଆନ୍ତଃମହାଦେଶୀ ଏକ୍ସଚେଞ୍ଜରେ ଅକ୍ଟୋବର ମାସ ଡେଲିଭରୀ ନିମନ୍ତେ ଥିବା ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ବ୍ୟାରେଲ୍୍‌ ପିଛା ୯ ମାସର ସର୍ବନିମ୍ତନ ମୂଲ୍ୟ ୯୧.୫୮ ଡଲାରରେ ପହଞ୍ଚିଛି। ସେହିପରି ଆମେରିକୀୟ ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ୍ (ଡବ୍ଲ୍ୟୁଟିଆଇ)ର ମୂଲ୍ୟ ବ୍ୟାରେଲ ପିଛା ୮୬.୨୫ ଡଲାରକୁ ଖସିଆସିଛି। ମାନ୍ଦାବସ୍ଥା ବ୍ୟତୀତ ଇରାନ ଆଣବିକ ଚୁକ୍ତି ପାଇଁ ଆମେରିକା-ଇରାନ ଆଲୋଚନା ପୁଣିଥରେ ଆରମ୍ଭ କରାଯିବା ଆଶା ଉଜ୍ଜୀବୀତ ହେବା ଯୋଗୁ ଅଶୋଧିତ ତେଲ ଦର ଆହୁରି ହ୍ରାସ ପାଇଛି। ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ହେତୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଘଟିପାରେ।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ଆଇଆଇଏଫ୍‌ଏଲ୍‌ର ଉପସଭାପତି ଅନୁଜ ଗୁପ୍ତାଙ୍କ କହିବାନୁସାରେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୩ ରୁ ୫ ଟଙ୍କା ହ୍ରାସ ଘଟିପାରେ। ସେ କହିଛନ୍ତି ଯେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପୁନର୍ବାର ଆରମ୍ଭ ହେବାର ସଙ୍କେତ ମିଳୁଛି। ଏଥିରେ ଇରାନ ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ହଟାଯିବାର ସମ୍ଭାବନା ରହିଛି। ଏହାହେଲେ ବଜାରକୁ ଅଧିକ ତେଲ ଯୋଗାଣ ହେବ ଏବଂ ଅଶୋଧିତ ତେଲ ଦର ହ୍ରାସ ପାଇବ। ଯାହାର ପ୍ରଭାବ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଦେଖିବାକୁ ମିଳିବ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

କୋଟାକ୍ ସିକ୍ୟୁରିଟିଜ୍ ଅଫ୍ କମୋଡିଟିର ପ୍ରମୁଖ୍ୟ ଗବେଷକ ରବିନ୍ଦ୍ର ରାଓ କହିଛନ୍ତି ଯେ ଚାହିଦା ଚିନ୍ତା, ଚାଇନାରେ ମହାମାରୀ ବ୍ୟାପିବା ଏବଂ ଇରାନର ଆଣବିକ ଆଲୋଚନାରେ ଅଗ୍ରଗତି ମଧ୍ୟରେ ଅଶୋଧିତ ତୈଳ ଉପରେ ପ୍ରତିଫଳିତ ହୋଇଛି। ଆମେରିକା ଏବଂ ଚୀନ୍‌ର ଅଭିବୃଦ୍ଧିକୁ ନେଇ ଆକଳନ ଦୁର୍ବଳ ରହୁଥିବା ସମ୍ପର୍କିତ ତଥ୍ୟ ଏବେ ବିଶ୍ୱ ମାନ୍ଦାବସ୍ଥା ଚିନ୍ତା ବଢ଼ାଇଦେଇଛି। ଅଭିବୃଦ୍ଧିକୁ ନେଇ ଚାଇନାରୁ ଆସୁଥିବା ତଥ୍ୟ ଅପେକ୍ଷାକୃତ ଦୁର୍ବଳ ରହୁଥିବାରୁ ତାହା ନିବେଶକଙ୍କ ଭାବନାକୁ ପ୍ରଭାବିତ କରିଛି। ବିଶ୍ଳେଷକଙ୍କ ଅନୁଯାୟୀ ଚାଇନାର ଖୁଚୁରା ବିକ୍ରି ଏବଂ ଶିଳ୍ପ ଅଭିବୃଦ୍ଧି ଯାହା ଦେଖାଯାଇଛି ତାହା ବଜାର ଆଶାଠାରୁ କମ୍ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର