ଇତିହାସ ସାକ୍ଷୀ ଅଛି ବିଜେପି ଯାହା ସହ ରହିଥାଏ, ପ୍ରଥମେ ତାକୁ ହିଁ ସମାପ୍ତ କରିଦେଇଥାଏ : ତେଜସ୍ୱୀ

The Sakala Picture
Published On

ପାଟଣା : ବିହାରରେ ପୁଣି ସରକାରକୁ ଫେରିଛି ଆରଜେଡି। ଜେଡିୟୁ-ବିଜେପି ମେଣ୍ଟ ସରକାର ଭାଙ୍ଗିବା ପରେ ଆସନ୍ତାକାଲି ନୂଆ ସରକାର ଗଠନ ହେବ। ବିଜେପି ଠାରୁ ଅଲଗା ହୋଇ ଆସନ୍ତାକାଲି ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ନୀତିଶ କୁମାର ବିହାରରେ ମହାଗଠବନ୍ଧନ ସରକାର ଚଳାଇବେ। ନୀତିଶଙ୍କ ମହାମେଣ୍ଟରେ ଆରଜେଡି ସମେତ ୭ଟି ରାଜନୀତିକ ଦଳ ସାମିଲ ହୋଇଛନ୍ତି। ଆସନ୍ତାକାଲି ଅପରାହ୍ଣ ୨ଟା ବେଳେ ନୀତିଶ ବିହାରରେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ […]

ପାଟଣା : ବିହାରରେ ପୁଣି ସରକାରକୁ ଫେରିଛି ଆରଜେଡି। ଜେଡିୟୁ-ବିଜେପି ମେଣ୍ଟ ସରକାର ଭାଙ୍ଗିବା ପରେ ଆସନ୍ତାକାଲି ନୂଆ ସରକାର ଗଠନ ହେବ। ବିଜେପି ଠାରୁ ଅଲଗା ହୋଇ ଆସନ୍ତାକାଲି ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ନୀତିଶ କୁମାର ବିହାରରେ ମହାଗଠବନ୍ଧନ ସରକାର ଚଳାଇବେ। ନୀତିଶଙ୍କ ମହାମେଣ୍ଟରେ ଆରଜେଡି ସମେତ ୭ଟି ରାଜନୀତିକ ଦଳ ସାମିଲ ହୋଇଛନ୍ତି। ଆସନ୍ତାକାଲି ଅପରାହ୍ଣ ୨ଟା ବେଳେ ନୀତିଶ ବିହାରରେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ତେଜସ୍ୱୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ।

ଆହୁରି ପଢ଼ନ୍ତୁ: ବାହୁଡ଼ିବେ ମହାବାହୁ; ରଥାରୁଢ଼ ହୋଇସାରିଲେଣି ବଳଭଦ୍ର ଏବଂ ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

ଏନେଇ ଗଣାମଧ୍ୟମରେ ବିବୃତ୍ତି ଦେବା ବେଳେ ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ)ର ନେତା ତେଜସ୍ୱୀ ଯାଦବ ବିଜେପି ଉପରେ ବର୍ଷିଛନ୍ତି। ସେ କହିଥିଲେ ଯେ ଇତିହାସ ସାକ୍ଷୀ ଅଛି ବିଜେପି ଯାହା ସହ ରହିଥାଏ, ପ୍ରଥମେ ତାକୁ ହିଁ ସମାପ୍ତ କରିଦେଇଥାଏ। ବିହାରରେ ମଧ୍ୟ କିଛି ସମାନ ପ୍ରସ୍ତୁତି ହୋଇଥିଲା। ଅତୀତରେ ବିଜେପିର ଜାତୀୟ ସଭାପତି ଜେପି ନଡ୍ଡା ବିହାରକୁ ଆସିଥିଲେ। ଏହି ସମୟରେ ସେ କହିଥିଲେ ଯେ ଆଞ୍ଚଳିକ ଦଳଗୁଡିକୁ ସମାପ୍ତ କରିଦେବୁ ।

ଆହୁରି ପଢ଼ନ୍ତୁ: କେନ୍ଦ୍ରମନ୍ତ୍ରୀଙ୍କ ସହ CJP ର ଆଲୋଚନା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ CJP, ସମୟ ମାଗିଲେ ସରକାର

ତେଜସ୍ୱୀ ଆହୁରି ମଧ୍ୟ କହିଛନ୍ତି ବିଜେପିର ଜାତୀୟ ସଭାପତି ଜେପି ନଡ୍ଡା କେବଳ ଆଞ୍ଚଳିକ ଦଳଗୁଡ଼ିକୁ ସମାପ୍ତ କରିବା କଥା ନୁହେଁ, ସେ ଦେଶର ସମ୍ବିଧାନ ସମାପ୍ତ କରିବା ବିଷୟରେ ମଧ୍ୟ କହିଥିଲେ । ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମେ ଏକଜୁଟ ହୋଇଛୁ। ଦେଶକୁ ବଞ୍ଚାଇବାକୁ ପଡିବ। ଆମେ ଲୋକଙ୍କ ସହ ଜଡିତ, ତେଣୁ ଆମର ଉଦ୍ଦେଶ୍ୟ କେବଳ ଲୋକଙ୍କ ସେବା କରିବା ହିଁ ରହିଛି । ତେଜସ୍ୱୀ କହିଛନ୍ତି ଯେ ଆଜି ଦେଶରେ ମୁଦ୍ରାସ୍ଫୀତି ହେତୁ ସାଧାରଣ ଲୋକଙ୍କୁ ଦୁଇବେଳା ଖାଦ୍ୟ ଯୋଗାଡ କରିବା ବି କଷ୍ଟକର ହୋଇପଡୁଛି । ଗରିବ ଲୋକ ଦୁଃଖ ଭୋଗୁଛନ୍ତି। ବିଜେପି ପୂର୍ବରୁ ଜାତୀୟ ସୁରକ୍ଷା ବିଷୟରେ କଥାବାର୍ତ୍ତା କରୁଥିଲା କିନ୍ତୁ ଆଜି ଚୀନ୍ ଆମ ଭୂମି ଦଖଲ କରିଛି କିଛି ବିଜେପି ଚୁପ୍‌ ବସିଛି।

ଆହୁରି ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ 'ଗଣତନ୍ତ୍ରର ବିଜୟ' କହିଲା CJP

ତେଜସ୍ୱୀ ଯାଦବ ବିଜେପି ଉପରେ ଆକ୍ରମଣ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଦାବି କରିଥିଲେ ଓ ପାଟନା ବିଶ୍ୱବିଦ୍ୟାଳୟ ବିଷୟରେ ଦାବି କରିଥିଲେ ମଧ୍ୟ କେନ୍ଦ୍ର କିଛି ଶୁଣି ନାହିଁ। ବିଜେପି ଯାହା ବି କଲା, ତାହା ଏଜେଣ୍ଡା ଅନୁଯାୟୀ କରିଥିଲା। ଆମକୁ ଦେଶର ସମ୍ବିଧାନ ବଞ୍ଚାଇବାକୁ ପଡିବ। ମୁଁ ନୀତିଶ କୁମାରଙ୍କୁ ଧନ୍ୟବାଦ ଦେଉଛି । ଆମେ ପୁଣି ଥରେ ଏକାଠି ଅଛୁ ।ଆମେ କକେଇ-ପୁତୁରା, ପରସ୍ପର ମଧ୍ୟରେ ତୁ ତୁ ମେଁ ମେଁ ଚାଲିଥାଏ ।

09 Aug 2022 By The Sakala

ଇତିହାସ ସାକ୍ଷୀ ଅଛି ବିଜେପି ଯାହା ସହ ରହିଥାଏ, ପ୍ରଥମେ ତାକୁ ହିଁ ସମାପ୍ତ କରିଦେଇଥାଏ : ତେଜସ୍ୱୀ

ପାଟଣା : ବିହାରରେ ପୁଣି ସରକାରକୁ ଫେରିଛି ଆରଜେଡି। ଜେଡିୟୁ-ବିଜେପି ମେଣ୍ଟ ସରକାର ଭାଙ୍ଗିବା ପରେ ଆସନ୍ତାକାଲି ନୂଆ ସରକାର ଗଠନ ହେବ। ବିଜେପି ଠାରୁ ଅଲଗା ହୋଇ ଆସନ୍ତାକାଲି ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ନୀତିଶ କୁମାର ବିହାରରେ ମହାଗଠବନ୍ଧନ ସରକାର ଚଳାଇବେ। ନୀତିଶଙ୍କ ମହାମେଣ୍ଟରେ ଆରଜେଡି ସମେତ ୭ଟି ରାଜନୀତିକ ଦଳ ସାମିଲ ହୋଇଛନ୍ତି। ଆସନ୍ତାକାଲି ଅପରାହ୍ଣ ୨ଟା ବେଳେ ନୀତିଶ ବିହାରରେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ତେଜସ୍ୱୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ।

ଏନେଇ ଗଣାମଧ୍ୟମରେ ବିବୃତ୍ତି ଦେବା ବେଳେ ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ)ର ନେତା ତେଜସ୍ୱୀ ଯାଦବ ବିଜେପି ଉପରେ ବର୍ଷିଛନ୍ତି। ସେ କହିଥିଲେ ଯେ ଇତିହାସ ସାକ୍ଷୀ ଅଛି ବିଜେପି ଯାହା ସହ ରହିଥାଏ, ପ୍ରଥମେ ତାକୁ ହିଁ ସମାପ୍ତ କରିଦେଇଥାଏ। ବିହାରରେ ମଧ୍ୟ କିଛି ସମାନ ପ୍ରସ୍ତୁତି ହୋଇଥିଲା। ଅତୀତରେ ବିଜେପିର ଜାତୀୟ ସଭାପତି ଜେପି ନଡ୍ଡା ବିହାରକୁ ଆସିଥିଲେ। ଏହି ସମୟରେ ସେ କହିଥିଲେ ଯେ ଆଞ୍ଚଳିକ ଦଳଗୁଡିକୁ ସମାପ୍ତ କରିଦେବୁ ।

ତେଜସ୍ୱୀ ଆହୁରି ମଧ୍ୟ କହିଛନ୍ତି ବିଜେପିର ଜାତୀୟ ସଭାପତି ଜେପି ନଡ୍ଡା କେବଳ ଆଞ୍ଚଳିକ ଦଳଗୁଡ଼ିକୁ ସମାପ୍ତ କରିବା କଥା ନୁହେଁ, ସେ ଦେଶର ସମ୍ବିଧାନ ସମାପ୍ତ କରିବା ବିଷୟରେ ମଧ୍ୟ କହିଥିଲେ । ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମେ ଏକଜୁଟ ହୋଇଛୁ। ଦେଶକୁ ବଞ୍ଚାଇବାକୁ ପଡିବ। ଆମେ ଲୋକଙ୍କ ସହ ଜଡିତ, ତେଣୁ ଆମର ଉଦ୍ଦେଶ୍ୟ କେବଳ ଲୋକଙ୍କ ସେବା କରିବା ହିଁ ରହିଛି । ତେଜସ୍ୱୀ କହିଛନ୍ତି ଯେ ଆଜି ଦେଶରେ ମୁଦ୍ରାସ୍ଫୀତି ହେତୁ ସାଧାରଣ ଲୋକଙ୍କୁ ଦୁଇବେଳା ଖାଦ୍ୟ ଯୋଗାଡ କରିବା ବି କଷ୍ଟକର ହୋଇପଡୁଛି । ଗରିବ ଲୋକ ଦୁଃଖ ଭୋଗୁଛନ୍ତି। ବିଜେପି ପୂର୍ବରୁ ଜାତୀୟ ସୁରକ୍ଷା ବିଷୟରେ କଥାବାର୍ତ୍ତା କରୁଥିଲା କିନ୍ତୁ ଆଜି ଚୀନ୍ ଆମ ଭୂମି ଦଖଲ କରିଛି କିଛି ବିଜେପି ଚୁପ୍‌ ବସିଛି।

ତେଜସ୍ୱୀ ଯାଦବ ବିଜେପି ଉପରେ ଆକ୍ରମଣ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଦାବି କରିଥିଲେ ଓ ପାଟନା ବିଶ୍ୱବିଦ୍ୟାଳୟ ବିଷୟରେ ଦାବି କରିଥିଲେ ମଧ୍ୟ କେନ୍ଦ୍ର କିଛି ଶୁଣି ନାହିଁ। ବିଜେପି ଯାହା ବି କଲା, ତାହା ଏଜେଣ୍ଡା ଅନୁଯାୟୀ କରିଥିଲା। ଆମକୁ ଦେଶର ସମ୍ବିଧାନ ବଞ୍ଚାଇବାକୁ ପଡିବ। ମୁଁ ନୀତିଶ କୁମାରଙ୍କୁ ଧନ୍ୟବାଦ ଦେଉଛି । ଆମେ ପୁଣି ଥରେ ଏକାଠି ଅଛୁ ।ଆମେ କକେଇ-ପୁତୁରା, ପରସ୍ପର ମଧ୍ୟରେ ତୁ ତୁ ମେଁ ମେଁ ଚାଲିଥାଏ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର