ବିହାରରେ ମହାମେଣ୍ଟ ସରକାର : କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର

The Sakala Picture
Published On

ପାଟଣା : ବିଜେପି ଓ ଜେଡିୟୁ ମଧ୍ୟରେ ମେଣ୍ଟ ସରକାର ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତେବେ ଆଜି ସେ ଇସ୍ତଫା ଦେବା ପରେ ଆସନ୍ତାକାଲି ଅର୍ଥାତ୍ ବୁଧବାରଦିନ ଅପରାହ୍ଣ ୨ଟା ବେଳେ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ନୀତିଶ ବିହାରରେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ତେଜସ୍ୱୀ ଯାଦବ ଉପ ମୁଖ୍ୟମନ୍ତ୍ରୀ […]

ପାଟଣା : ବିଜେପି ଓ ଜେଡିୟୁ ମଧ୍ୟରେ ମେଣ୍ଟ ସରକାର ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତେବେ ଆଜି ସେ ଇସ୍ତଫା ଦେବା ପରେ ଆସନ୍ତାକାଲି ଅର୍ଥାତ୍ ବୁଧବାରଦିନ ଅପରାହ୍ଣ ୨ଟା ବେଳେ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଆସନ୍ତାକାଲି ନୀତିଶ ବିହାରରେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ତେଜସ୍ୱୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ। ଅପରାହ୍ନ ୨ ଟାରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ନୀତୀଶ କୁମାରଙ୍କ ନୂଆ ସରକାରରେ କଂଗ୍ରେସକୁ ୩ଟି ମନ୍ତ୍ରୀ ପଦ ମିଳିବ। ବାଚସ୍ପତି କଂଗ୍ରେସରୁ ହୋଇ ପାରନ୍ତି। ଯଦି କଂଗ୍ରେସକୁ ବାଚସ୍ପତି ପଦ ନ ମିଳିବ, ତା’ହେଲେ ନୀତୀଶ ସରକାରରେ ଦଳର ୪ ଜଣ ସଦସ୍ୟ ମନ୍ତ୍ରୀ ଭାବେ କାମ କରିବେ ବୋଲି ଜଣାପଡ଼ିଛି।ବିଜେପି ଠାରୁ ଅଲଗା ହୋଇ ନୀତୀଶ କୁମାର ବିହାରରେ ମହାଗଠବନ୍ଧନ ସରକାର ଚଳାଇବେ। ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ ଏହି ମହାମେଣ୍ଟରେ ୭ଟି ରାଜନୀତିକ ଦଳ ସାମିଲ ହେବେ। ଏଥିସହ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ନୀତୀଶ କୁମାରଙ୍କୁ ସମର୍ଥନ କରିବେ। ମହାଗଠବନ୍ଧନରେ କଂଗ୍ରେସ ଓ ବାମଦଳ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ମଙ୍ଗଳବାରଦିନ ନୀତିଶ ଦୁଇଥର ରାଜ୍ୟପାଳ ଫଗୁ ଚୌହାନଙ୍କୁ ଦୁଇଥର ଭେଟିଥିଲେ । ପ୍ରଥମ ଥର ଭେଟି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାର ଏକ ଘଣ୍ଟା ପରେ ପୁଣି ଥରେ ରାଜଭବନ ଫେରିଥିଲେ । ଏଥର ସେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସହ ରାଜ୍ୟପାଳଙ୍କୁ ଭେଟି ପ୍ରସ୍ତାବିତ ମହାଗଠବନ୍ଧନ ସରକାରକୁ ସମର୍ଥନ କରୁଥିବା ୧୬୪ ଜଣ ବିଧାୟକମାନଙ୍କ ସମର୍ଥନ ତାଲିକା ପ୍ରଦାନ କରିଥିଲେ ।ଏନଡିଏରୁ ବାହାରିବା ପରେ ଜେଡିୟୁକୁ ରାଷ୍ଟ୍ରୀୟ ଜନତା ଦଳ ଓ କଂଗ୍ରେସ ସମେତ ମୋଟ ୭ଟି ଦଳ ସମର୍ଥନ କରିଥିଲେ । ଜଣେ ସ୍ବାଧୀନ ବିଧାୟକ ତାଙ୍କୁ ସମର୍ଥନ କରୁଛନ୍ତି ବୋଲି ନୀତିଶ କହିଛନ୍ତି ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର