ବିହାର ଦେଖିବ ନୂଆ ସରକାର : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

The Sakala Picture
Published On

ପାଟନା : ବିହାର ରାଜନୀତିରେ ଗତ କିଛିଦିନ ଧରି ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି। ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର। ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ନୀତୀଶ କୁମାର ଆଜି ଅପରାହ୍ଣରେ ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟିଥିଲେ। ତାଙ୍କ ସହ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୀତିକ ହଟଚମଟ ବିଷୟରେ ଆଲୋଚନା କରିଥିଲେ। ଏହାପରେ ସେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ନୂଆ ସରକାର ଗଠନ କରିବାକୁ ଦାବି […]

ପାଟନା : ବିହାର ରାଜନୀତିରେ ଗତ କିଛିଦିନ ଧରି ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି। ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର। ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ନୀତୀଶ କୁମାର ଆଜି ଅପରାହ୍ଣରେ ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟିଥିଲେ। ତାଙ୍କ ସହ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୀତିକ ହଟଚମଟ ବିଷୟରେ ଆଲୋଚନା କରିଥିଲେ। ଏହାପରେ ସେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ନୂଆ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ଏବେ ସମସ୍ତଙ୍କ ନଜର ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ରହିଛି। ସେ ନୀତୀଶ କୁମାରଙ୍କୁ ନୂଆ ସରକାର ଗଠନ କରିବାକୁ ଡାକିବେ ନା ଆଉ କୌଣସି ରାଜନୀତିକ ବିକଳ୍ପ ଦେଖିବେ, ତା’କୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

ବିହାର ରାଜନୀତିରେ ଚାଲିଥିବା ରାଜନୈତିକ ହଟଚମଟ ଭିତରେ ଆଜି ୪ ଟା ସମୟରେ ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ନୀତିଶ କୁମାର। ଏହା ପୂର୍ବରୁ ମଙ୍ଗଳବାର ଦିନ ମହାଗଠବନ୍ଧନ ସହ ବୈଠକ ପରେ ନିଷ୍ପତ୍ତି କୁମାର ଏଭଳି ନିଷ୍ପତ୍ତି ନେଇଥିବା କଥା କୁହାଯାଉଛି । ପ୍ରାଥମିକ ଅବସ୍ଥାରେ ନୀତୀଶ କୁମାର ଇସ୍ତଫା ଦେବାକୁ ଚାହୁଁ ନଥିଲେ। ହେଲେ ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିବା ବିଜେପି ବିଧାୟକମାନେ ପଦ ଛାଡ଼ିବାକୁ ରାଜି ହୋଇ ନଥିଲେ। ତେଣୁ ସେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା ଦେଇଥିବାରୁ ରାଜ୍ୟରେ ଗଠନ ହୋଇଥିବା ବିଜେପି ଓ ଜେଡିୟୁ ମେଣ୍ଟ ଆପେଆପେ ଭାଙ୍ଗି ଯାଇଛି ।ଜେଡିୟୁ ଓ ନୀତୀଶ କୁମାର ବିଜେପି ହାତ ଛାଡ଼ିଥିବାରୁ ତାଙ୍କୁ ଆରଜେଡି ଓ କଂଗ୍ରେସ ସମର୍ଥନ ଘୋଷଣା କରିଛନ୍ତି। ତେଣୁ ଏମାନଙ୍କ ସହ ମିଶି ନୀତୀଶ କୁମାର ପୁଣି ସରକାର ଗଠନ କରିବେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ଅନ୍ୟପଟେ ବିହାର ରାଜନୀତିରେ ଦେଖାଦେଇଥିବା ଅସ୍ଥିରତାକୁ ନେଇ କୌଣସି ମନ୍ତବ୍ୟ ନଦେବାକୁ ନିଜ ଦଳର ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛି ବିଜେପି । ଆଜି ସନ୍ଧ୍ୟା ୫ଟାରେ କୋର କମିଟି ବୈଠକ ଡାକିଛି ବିଜେପି । ତେବେ କୁହାଯାଉଛି ଯେ ମାମେଣ୍ଟରେ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଭାବେ ନୀତିଶ ରହିବେ ସେହିପରି ଆରଜେଡିର ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ ଓ କଂଗ୍ରେସକୁ ବାଚସ୍ପତି ପଦ ମିଳିପାରେ ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ସେପଟେ ବିହାର ରାଜନୀତିରେ କ୍ଷମତାର ଯେଉଁ ନୂଆ ସମୀକରଣ ସହ ନୀତିଶଙ୍କ ନିକଟରେ ୧୬୦ ଜଣ ବିଧାୟକଙ୍କ ସମର୍ଥନ ଥିବା କଥା ଆକଳନ କରାଯାଉଛି । ୨୦୨୦ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁକୁ ୪୫ ଆସନ ମିଳିଥିବା ବେଳେ ବିଜେପିକୁ ୭୭ ଆସନ ମିଳିଥିଲା । କମ୍ ଆସନ ଜିତିଥିଲେ ବି ବିଜେପି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସହମତ ହୋଇଥିଲା । ସେହିପରି ଆରଜେଡିକୁ ୭୯ ଓ କଂଗ୍ରେସକୁ ୧୯ ଟି ଆସନ ମିଳିଥିଲା । ଏହାସହ ଆରଜେଡି ମେଣ୍ଟରେ ଥିବା ବାମଦଳକୁ ୧୬ ଟି ଆସନ ମିଳିଥିଲା । ବିହାରରେ ବହୁମତ ସଂଖ୍ୟା ୧୨୨ ରହିଛି । ବିଜେପି ଓ ଜେଡିୟୁ ୧୨୫ ବିଧାୟକଙ୍କ ସହ ସରକାର ଗଢ଼ିଥିଲେ । ଏବେ ଜେଡିୟୁ ଆରଜେଡି, କଂଗ୍ରେସ ଓ ବାମଦଳ ସହ ୧୬୦ ସଦସ୍ୟଙ୍କ ସହ ସରକାର ଗଢ଼ିବ । ଆଜି ସନ୍ଧ୍ୟାରେ ମେଣ୍ଟ ସରକାର ଗଠନ ନେଇ ହୋଇପାରେ ଘୋଷଣା ।

09 Aug 2022 By The Sakala

ବିହାର ଦେଖିବ ନୂଆ ସରକାର : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

ପାଟନା : ବିହାର ରାଜନୀତିରେ ଗତ କିଛିଦିନ ଧରି ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି। ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର। ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ନୀତୀଶ କୁମାର ଆଜି ଅପରାହ୍ଣରେ ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟିଥିଲେ। ତାଙ୍କ ସହ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୀତିକ ହଟଚମଟ ବିଷୟରେ ଆଲୋଚନା କରିଥିଲେ। ଏହାପରେ ସେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ନୂଆ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ଏବେ ସମସ୍ତଙ୍କ ନଜର ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ରହିଛି। ସେ ନୀତୀଶ କୁମାରଙ୍କୁ ନୂଆ ସରକାର ଗଠନ କରିବାକୁ ଡାକିବେ ନା ଆଉ କୌଣସି ରାଜନୀତିକ ବିକଳ୍ପ ଦେଖିବେ, ତା’କୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ବିହାର ରାଜନୀତିରେ ଚାଲିଥିବା ରାଜନୈତିକ ହଟଚମଟ ଭିତରେ ଆଜି ୪ ଟା ସମୟରେ ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ନୀତିଶ କୁମାର। ଏହା ପୂର୍ବରୁ ମଙ୍ଗଳବାର ଦିନ ମହାଗଠବନ୍ଧନ ସହ ବୈଠକ ପରେ ନିଷ୍ପତ୍ତି କୁମାର ଏଭଳି ନିଷ୍ପତ୍ତି ନେଇଥିବା କଥା କୁହାଯାଉଛି । ପ୍ରାଥମିକ ଅବସ୍ଥାରେ ନୀତୀଶ କୁମାର ଇସ୍ତଫା ଦେବାକୁ ଚାହୁଁ ନଥିଲେ। ହେଲେ ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିବା ବିଜେପି ବିଧାୟକମାନେ ପଦ ଛାଡ଼ିବାକୁ ରାଜି ହୋଇ ନଥିଲେ। ତେଣୁ ସେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା ଦେଇଥିବାରୁ ରାଜ୍ୟରେ ଗଠନ ହୋଇଥିବା ବିଜେପି ଓ ଜେଡିୟୁ ମେଣ୍ଟ ଆପେଆପେ ଭାଙ୍ଗି ଯାଇଛି ।ଜେଡିୟୁ ଓ ନୀତୀଶ କୁମାର ବିଜେପି ହାତ ଛାଡ଼ିଥିବାରୁ ତାଙ୍କୁ ଆରଜେଡି ଓ କଂଗ୍ରେସ ସମର୍ଥନ ଘୋଷଣା କରିଛନ୍ତି। ତେଣୁ ଏମାନଙ୍କ ସହ ମିଶି ନୀତୀଶ କୁମାର ପୁଣି ସରକାର ଗଠନ କରିବେ ବୋଲି କୁହାଯାଉଛି।

ଅନ୍ୟପଟେ ବିହାର ରାଜନୀତିରେ ଦେଖାଦେଇଥିବା ଅସ୍ଥିରତାକୁ ନେଇ କୌଣସି ମନ୍ତବ୍ୟ ନଦେବାକୁ ନିଜ ଦଳର ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛି ବିଜେପି । ଆଜି ସନ୍ଧ୍ୟା ୫ଟାରେ କୋର କମିଟି ବୈଠକ ଡାକିଛି ବିଜେପି । ତେବେ କୁହାଯାଉଛି ଯେ ମାମେଣ୍ଟରେ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଭାବେ ନୀତିଶ ରହିବେ ସେହିପରି ଆରଜେଡିର ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ ଓ କଂଗ୍ରେସକୁ ବାଚସ୍ପତି ପଦ ମିଳିପାରେ ।

ସେପଟେ ବିହାର ରାଜନୀତିରେ କ୍ଷମତାର ଯେଉଁ ନୂଆ ସମୀକରଣ ସହ ନୀତିଶଙ୍କ ନିକଟରେ ୧୬୦ ଜଣ ବିଧାୟକଙ୍କ ସମର୍ଥନ ଥିବା କଥା ଆକଳନ କରାଯାଉଛି । ୨୦୨୦ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁକୁ ୪୫ ଆସନ ମିଳିଥିବା ବେଳେ ବିଜେପିକୁ ୭୭ ଆସନ ମିଳିଥିଲା । କମ୍ ଆସନ ଜିତିଥିଲେ ବି ବିଜେପି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସହମତ ହୋଇଥିଲା । ସେହିପରି ଆରଜେଡିକୁ ୭୯ ଓ କଂଗ୍ରେସକୁ ୧୯ ଟି ଆସନ ମିଳିଥିଲା । ଏହାସହ ଆରଜେଡି ମେଣ୍ଟରେ ଥିବା ବାମଦଳକୁ ୧୬ ଟି ଆସନ ମିଳିଥିଲା । ବିହାରରେ ବହୁମତ ସଂଖ୍ୟା ୧୨୨ ରହିଛି । ବିଜେପି ଓ ଜେଡିୟୁ ୧୨୫ ବିଧାୟକଙ୍କ ସହ ସରକାର ଗଢ଼ିଥିଲେ । ଏବେ ଜେଡିୟୁ ଆରଜେଡି, କଂଗ୍ରେସ ଓ ବାମଦଳ ସହ ୧୬୦ ସଦସ୍ୟଙ୍କ ସହ ସରକାର ଗଢ଼ିବ । ଆଜି ସନ୍ଧ୍ୟାରେ ମେଣ୍ଟ ସରକାର ଗଠନ ନେଇ ହୋଇପାରେ ଘୋଷଣା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର