ବାବୁସାନ୍‌ଙ୍କ ସ୍ତ୍ରୀ ମୋତେ ଶାରୀରିକ ଓ ମାନସିକ ଆଘାତ ଦେଲେ,ଏଭଳି ବ୍ୟବହାର ମୋ ପକ୍ଷରେ ଆଦୌ ଗ୍ରହଣଯୋଗ୍ୟନୁହେଁ : ପ୍ରକୃତି ମିଶ୍ର

The Sakala Picture
Published On

ଭୁବନେଶ୍ବର : ରାଜଧାନୀର ରାଜରାସ୍ତାରେ ଓଡ଼ିଆ ଚଳଚ୍ଚିତ୍ର ସେଲିବ୍ରିଟିଙ୍କ ହାଇଡ୍ରାମା ଆଜି ଚର୍ଚ୍ଚାର ବିଷୟ ହୋଇଛି। ଓଲିଉଡର ଆଗଧାଡ଼ିର ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ହୋଇଥିବା ବିବାଦକୁ ନେଇ ରାଜ୍ୟସାରା ଚର୍ଚ୍ଚା ହେଉଥିବା ବେଳେ ମାମଲା ଏବେ ଥାନାରେ ପହଞ୍ଚିଛି। ପ୍ରକୃତି ମିଶ୍ରଙ୍କ ବାପା-ମା’ ଭୁବନେଶ୍ବର ଖାରବେଳନଗର ଥାନାରେ ଆଜି ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ ପ୍ରକୃତି ମିଶ୍ର […]

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଭୁବନେଶ୍ବର : ରାଜଧାନୀର ରାଜରାସ୍ତାରେ ଓଡ଼ିଆ ଚଳଚ୍ଚିତ୍ର ସେଲିବ୍ରିଟିଙ୍କ ହାଇଡ୍ରାମା ଆଜି ଚର୍ଚ୍ଚାର ବିଷୟ ହୋଇଛି। ଓଲିଉଡର ଆଗଧାଡ଼ିର ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ହୋଇଥିବା ବିବାଦକୁ ନେଇ ରାଜ୍ୟସାରା ଚର୍ଚ୍ଚା ହେଉଥିବା ବେଳେ ମାମଲା ଏବେ ଥାନାରେ ପହଞ୍ଚିଛି। ପ୍ରକୃତି ମିଶ୍ରଙ୍କ ବାପା-ମା’ ଭୁବନେଶ୍ବର ଖାରବେଳନଗର ଥାନାରେ ଆଜି ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ ପ୍ରକୃତି ମିଶ୍ର ସାମାଜିକ ଗଣମାଧ୍ୟମ ଜରିଆରେ ନିଜ ଜୀବନରେ ଘଟି ଯାଇଥିବା ଅଘଟଣ ନେଇ ବୟାନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌

ପ୍ରକୃତି ମିଶ୍ର ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି, ପ୍ରତ୍ୟେକ କାହାଣୀର ଦୁଇଟି ପାର୍ଶ୍ବ ଥାଏ । ଦୁର୍ଭାଗ୍ୟବଶତଃ ଆମେ ଏମିତି ଏକ ସମାଜରେ ବାସକରୁଛୁ, ଯେଉଁଠାରେ କିଛି ଶୁଣିବା ପୂର୍ବରୁ ହିଁ ମହିଳାଙ୍କୁ ଦୋଷୀ ସଜାଇ ଦିଆଯାଏ । ମୁଁ ଏବଂ ମୋର କୋ-ଷ୍ଟାର ବାବୁସାନ ଚେନ୍ନାଇରେ ରହୁଥିବା ଉତ୍କଳ ସମାଜର ଏକ କାର୍ୟ୍ୟକ୍ରମରେ ଯୋଗଦେବାକୁ ବାହାରିଥିଲୁ । ସେହି ସମୟରେ ତାଙ୍କ ସ୍ତ୍ରୀ କିଛି ଗୁଣ୍ଡାଙ୍କୁ ଧରି ବାବୁସାନଙ୍କୁ ନିର୍ୟ୍ୟାତନା ଦେବା ସହିତ ମୋତେ ଅତର୍କିତ ଭାବେ ଶାରୀରିକ ଏବଂ ମାନସିକ ଆଘାତ କରିଥିଲେ । ତାଙ୍କ ସ୍ତ୍ରୀଙ୍କର ଏଭଳି ବ୍ୟବହାର ମୋ ପକ୍ଷରେ ଆଦୌ ଗ୍ରହଣଯୋଗ୍ୟନୁହେଁ ।

ପ୍ରକୃତି ଆହୁରି ମଧ୍ୟ ଲେଖିଛନ୍ତି ଯେ ଯାହା ବି ହେଉନା କାହିଁକି ମୁଁ ନିଶ୍ଚିିତ ଯେ ଠିକ ରାସ୍ତାରେ ଅଛି । ଆଇନ ଉପରେ ମଧ୍ୟ ମୋର ପୂରା ଭରସା ଅଛି । ଆଗାମୀ ପରିସ୍ଥିତିକୁ ଧୌର୍ୟ୍ୟଏବଂ ସାହସର ସହିତ ସାମ୍ନା କରିବା ପାଇଁ ଆପଣଙ୍କର ସ୍ନେହ, ଶ୍ରଦ୍ଧା ଓ ସମର୍ଥନର ଆବଶ୍ୟକତା କରୁଛି । ଏହା ଲେଖି ସେ ଲୋକଙ୍କ ସମର୍ଥନ ଲୋଡିଛନ୍ତି ।

23 Jul 2022 By The Sakala

ବାବୁସାନ୍‌ଙ୍କ ସ୍ତ୍ରୀ ମୋତେ ଶାରୀରିକ ଓ ମାନସିକ ଆଘାତ ଦେଲେ,ଏଭଳି ବ୍ୟବହାର ମୋ ପକ୍ଷରେ ଆଦୌ ଗ୍ରହଣଯୋଗ୍ୟନୁହେଁ : ପ୍ରକୃତି ମିଶ୍ର

ଭୁବନେଶ୍ବର : ରାଜଧାନୀର ରାଜରାସ୍ତାରେ ଓଡ଼ିଆ ଚଳଚ୍ଚିତ୍ର ସେଲିବ୍ରିଟିଙ୍କ ହାଇଡ୍ରାମା ଆଜି ଚର୍ଚ୍ଚାର ବିଷୟ ହୋଇଛି। ଓଲିଉଡର ଆଗଧାଡ଼ିର ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ହୋଇଥିବା ବିବାଦକୁ ନେଇ ରାଜ୍ୟସାରା ଚର୍ଚ୍ଚା ହେଉଥିବା ବେଳେ ମାମଲା ଏବେ ଥାନାରେ ପହଞ୍ଚିଛି। ପ୍ରକୃତି ମିଶ୍ରଙ୍କ ବାପା-ମା’ ଭୁବନେଶ୍ବର ଖାରବେଳନଗର ଥାନାରେ ଆଜି ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ ପ୍ରକୃତି ମିଶ୍ର ସାମାଜିକ ଗଣମାଧ୍ୟମ ଜରିଆରେ ନିଜ ଜୀବନରେ ଘଟି ଯାଇଥିବା ଅଘଟଣ ନେଇ ବୟାନ ଦେଇଛନ୍ତି।

ପ୍ରକୃତି ମିଶ୍ର ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି, ପ୍ରତ୍ୟେକ କାହାଣୀର ଦୁଇଟି ପାର୍ଶ୍ବ ଥାଏ । ଦୁର୍ଭାଗ୍ୟବଶତଃ ଆମେ ଏମିତି ଏକ ସମାଜରେ ବାସକରୁଛୁ, ଯେଉଁଠାରେ କିଛି ଶୁଣିବା ପୂର୍ବରୁ ହିଁ ମହିଳାଙ୍କୁ ଦୋଷୀ ସଜାଇ ଦିଆଯାଏ । ମୁଁ ଏବଂ ମୋର କୋ-ଷ୍ଟାର ବାବୁସାନ ଚେନ୍ନାଇରେ ରହୁଥିବା ଉତ୍କଳ ସମାଜର ଏକ କାର୍ୟ୍ୟକ୍ରମରେ ଯୋଗଦେବାକୁ ବାହାରିଥିଲୁ । ସେହି ସମୟରେ ତାଙ୍କ ସ୍ତ୍ରୀ କିଛି ଗୁଣ୍ଡାଙ୍କୁ ଧରି ବାବୁସାନଙ୍କୁ ନିର୍ୟ୍ୟାତନା ଦେବା ସହିତ ମୋତେ ଅତର୍କିତ ଭାବେ ଶାରୀରିକ ଏବଂ ମାନସିକ ଆଘାତ କରିଥିଲେ । ତାଙ୍କ ସ୍ତ୍ରୀଙ୍କର ଏଭଳି ବ୍ୟବହାର ମୋ ପକ୍ଷରେ ଆଦୌ ଗ୍ରହଣଯୋଗ୍ୟନୁହେଁ ।

ପ୍ରକୃତି ଆହୁରି ମଧ୍ୟ ଲେଖିଛନ୍ତି ଯେ ଯାହା ବି ହେଉନା କାହିଁକି ମୁଁ ନିଶ୍ଚିିତ ଯେ ଠିକ ରାସ୍ତାରେ ଅଛି । ଆଇନ ଉପରେ ମଧ୍ୟ ମୋର ପୂରା ଭରସା ଅଛି । ଆଗାମୀ ପରିସ୍ଥିତିକୁ ଧୌର୍ୟ୍ୟଏବଂ ସାହସର ସହିତ ସାମ୍ନା କରିବା ପାଇଁ ଆପଣଙ୍କର ସ୍ନେହ, ଶ୍ରଦ୍ଧା ଓ ସମର୍ଥନର ଆବଶ୍ୟକତା କରୁଛି । ଏହା ଲେଖି ସେ ଲୋକଙ୍କ ସମର୍ଥନ ଲୋଡିଛନ୍ତି ।

https://www.thesakala.in/big-news/ollywood-actress-prakruti-mishra-opened-up-on-social-media-in-today-case/article-13546
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର