ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ : ସାଧାରଣ ଲୋକଙ୍କ ଉପରେ କିପରି ପଡିବ ଏହାର ପ୍ରଭାବ

The Sakala Picture
Published On

ନୂଆଦିଲ୍ଲୀ : ଆମେରିକୀୟ ଡଲାର ତୁଳନାରେ ହ୍ରାସ ପାଇ ଚାଲିଥିବା ଭାରତୀୟ ଟଙ୍କା ମୂଲ୍ୟ ଏବେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ମଙ୍ଗଳବାର କାରବାର ଆରମ୍ଭରେ ଆମେରିକା ଡଲାର ତୁଳନାରେ ଟଙ୍କା ଆହୁରି ୭ ପଇସା ହ୍ରାସ ପାଇ ୮୦ଟଙ୍କା ୫ ପଇସାରେ ପହଞ୍ଚିଛି ।ପ୍ରଥମ ଥର ପାଇଁ ଡଲାର ତୁଳନାରେ ୮୦ ଟଙ୍କା ପାର୍‌ ହୋଇଛି ବିନିମୟ ମୁଲ୍ୟ । ଦେଶର ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଟଙ୍କା ଏତେ ମାତ୍ରାରେ ଦୁର୍ବଳ ହୋଇଛି । […]

ନୂଆଦିଲ୍ଲୀ : ଆମେରିକୀୟ ଡଲାର ତୁଳନାରେ ହ୍ରାସ ପାଇ ଚାଲିଥିବା ଭାରତୀୟ ଟଙ୍କା ମୂଲ୍ୟ ଏବେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ମଙ୍ଗଳବାର କାରବାର ଆରମ୍ଭରେ ଆମେରିକା ଡଲାର ତୁଳନାରେ ଟଙ୍କା ଆହୁରି ୭ ପଇସା ହ୍ରାସ ପାଇ ୮୦ଟଙ୍କା ୫ ପଇସାରେ ପହଞ୍ଚିଛି ।ପ୍ରଥମ ଥର ପାଇଁ ଡଲାର ତୁଳନାରେ ୮୦ ଟଙ୍କା ପାର୍‌ ହୋଇଛି ବିନିମୟ ମୁଲ୍ୟ । ଦେଶର ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଟଙ୍କା ଏତେ ମାତ୍ରାରେ ଦୁର୍ବଳ ହୋଇଛି । ଆଗକୁ ଆହୁରି ଦୁର୍ବଳ ହେବ ବୋଲି ବିଶେଷଜ୍ଞ ମାନେ ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ଆମେରିକାରେ ମୁଦ୍ରାସ୍ପୀତି ବଢିବା ଯୋଗୁଁ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବଢାଇଦେଇଛି । ଏହା ଫଳରେ ଡଲାର ସୁଦୃଢ ହେଉଛି । ଏହିକାରଣରୁ କେବଳ ଭାରତୀୟ ଟଙ୍କା ନୁହେଁ, ଅନ୍ୟ ପ୍ରମୁଖ ମୁଦ୍ରାଗୁଡ଼ିକର ଅବମୂଲ୍ୟାଙ୍କନ ଜାରି ରହିଛି । ବିଶେଷଜ୍ଞଙ୍କ ମତରେ ଆଗକୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୧ ତଳକୁ ବି ଖସିଯାଇପାରେ । ତେବେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ସାଧାରଣ ଲୋକେ ଯେ ଖୁବ୍ ଭାବେ ପ୍ରଭାବିତ ହେ‌ବେ ଏଥିରେ ଆ‌ଦୌ ସନ୍ଦେହ ନାହିଁ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଅନ୍ୟପଟେ ଅର୍ଥମନ୍ତ୍ରାଳୟ ପକ୍ଷରୁ ସୋମବାର ସଂସଦରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ମଧ୍ୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବାଧିକ ସ୍ଥିତିରେ ରହିଛି। ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଡଲାର-ଟଙ୍କା ବିନିମୟ ମୂଲ୍ୟ ୬୩.୩୩ ରହିଥିଲା ବେଳେ ୨୦୨୨ ଜୁଲାଇ ୧୧ ସୁଦ୍ଧା ଏହା ୭୯.୪୧ ଛୁଇଁଥିଲା। ଯଦ୍ବାରା ୮ ବର୍ଷ ମଧ୍ୟରେ ଡଲାର ତୁଳନାରେ ଟଙ୍କାର ଅନ୍ୟୂନ ୨୫ ପ୍ରତିଶତ ହ୍ରାସ ଘଟିଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ସାଧାରଣ ଲୋକଙ୍କ ଉପରେ କ’ଣ ପ୍ରଭାବ ପଡିବ

ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ଭାରତର ଆମଦାନୀ ମହଙ୍ଗା ହେବ । ଫଳରେ ଆମଦାନୀ ସାମଗ୍ରୀର ମୂଲ୍ୟ ବଢିବ । ଏସବୁ ସାମଗ୍ରୀ ମଧ୍ୟରେ ସବୁଠାରୁ ଆଗରେ ରହିଛି ତେଲ (ପେଟ୍ରୋଲିୟମ) । ଭାରତ ନିଜ ଆବଶ୍ୟକତାର ୭୦ ପ୍ରତିଶତ ତେଲ ଆମଦାନୀ କରୁଥାଏ ଓ ଏଥିପାଇଁ ଡଲାରରେ ପୈଠ କରାଯାଏ । ଏଣୁ ଆଗକୁ ଦେଶରେ ପେଟ୍ରୋଲ, ଡିଜେଲ, ଗ୍ୟାସ ମୂଲ୍ୟ ମହଙ୍ଗା ହେବ ବୋଲି ଆକଳନ କରାଯାଉଛି। ସେହିପରି ଭାରତ ମୋବାଇଲ ଫୋନ ଉପକରଣ, ଏଲଇଡି ଟିଭି ଆଦି ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ ସାମଗ୍ରୀ ବିଦେଶରୁ ଆମଦାନୀ କରିଥାଏ । ଏଣୁ ଏଗୁଡ଼ିକର ମୂଲ୍ୟ ବଢିବ । ଯେଉଁମାନେ ବିଦେଶରେ ପଢୁଛନ୍ତି ସେମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ।

କିପରି ଧାର୍ଯ୍ୟ ହୁଏ ଟଙ୍କାର ମୂଲ୍ୟ

ମୁଦ୍ରାର ମୂଲ୍ୟ ନିର୍ଦ୍ଧାରଣ ଏହାର ଚାହିଦା ଅନୁସାରେ ହୋଇଥାଏ। ଅର୍ଥାତ ଯେଉଁ ମୁଦ୍ରାର ଚାହିଦା ଅଧିକ ତାହା ଅନ୍ୟ ମୁଦ୍ରା ତୁଳନାରେ ଅଧିକ ମଜଭୁତ ହୋଇଥାଏ ଓ ଏହାର ଦର ଏକ୍ସଚେଞ୍ଜରେ ଧାର୍ଯ୍ୟ ହୋଇଥାଏ, ଯାହା ପ୍ରତିମୂହୁର୍ତ୍ତରେ ବଦଳୁ ଥାଏ। ଯେହେତୁ ବିଶ୍ୱରେ ବାଣିଜ୍ୟ ବ୍ୟବସାୟର ଏକ ବଡ଼ ଅଂଶ ଡଲାରରେ କାରବାର କରୁଛି ତେହେତୁ ବିଶ୍ୱ ବଜାରରେ ଡଲାର ଚାହିଦା ମଧ୍ୟ ଅଧିକ ଓ ଏହା ଅନ୍ୟ ମୁଦ୍ରା ତୁଳନାରେ ଅଧିକ ମଜଭୁତ। ଏହି ଆଧାରରେ ବଜାରରେ ଟଙ୍କାର ମୂଲ୍ୟ ମଧ୍ୟ ନିର୍ଦ୍ଧାରିତ ହୋଇଥାଏ। ବର୍ତ୍ତମାନ ସମୟରେ ନିବେଶକ ଭାରତୀୟ ବଜାରରୁ ବାହାରି ଯାଉଛନ୍ତି। ସେମାନେ ନିଜର ନିବେଶ କାଢି ନେଉଥିବା ବେଳେ ଆମର ଆମଦାନୀ ଦେୟ ବଢ଼ି ବଢି ଚାଲିଛି। ଯାହାର ସିଧା ପ୍ରଭାବ ଏବେ ଟଙ୍କା ଉପରେ ପଡୁଥିବା ବେଳେ ଏହା ଦୁର୍ବଳ ହେବାରେ ଲାଗିଛି।

ଏପରି ସ୍ଥିତି ପାଇଁ କେନ୍ଦ୍ର ସରକାର ଦାୟୀ

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ ଟଙ୍କାର ଦୁର୍ବଳ ସ୍ଥିତି ପାଇଁ ‌କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ରପ୍ତାନି ତୁଳନାରେ ଅଧିକ ଆମଦାନୀ, ଉଚ୍ଚ ହାରରେ ମୁଦ୍ରାସ୍ଫୀତି ଏବଂ ବିଦେଶୀ ନିବେଶକମାନଙ୍କ ଦ୍ବାରା ପର୍ଯ୍ୟାପ୍ତ ପୁଞ୍ଜି ପ୍ରତ୍ୟାହାର ଦ୍ବାରା ଏବେ ଭାରତୀୟ ଟଙ୍କା ତୁଳନାରେ ଡଲାର ଅଧିକ ସଶକ୍ତ ହୋଇଛି। ଅର୍ଥନୀତିର ଏହି ତିନୋଟି ମୁଖ୍ୟ ଦିଗକୁ କେନ୍ଦ୍ର ସରକାର ଠିକଣା ଭାବେ ମୁକାବିଲା କରିପାରିନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର