ଜନତାଙ୍କ ଉପରେ ଜିଏସଟି ପାହାର : ହସ୍ପିଟାଲରେ ଚିକିତ୍ସାଠୁ ଆରମ୍ଭ କରି ଖାଦ୍ୟସାମଗ୍ରୀ, ସୋମବାରଠାରୁ ମହଙ୍ଗା ହେବ ଏସବୁ ଜିନିଷ

The Sakala Picture
Published On

ନୂଆଦିଲ୍ଲୀ : ମହଙ୍ଗାମାଡରେ ହନ୍ତସନ୍ତ ହେଉଥିବା ଜନତାଙ୍କ ଉପରେ ପୁଣି ବୋଝ ବଢିବାକୁ ଯାଉଛି । ଆସନ୍ତା ସୋମବାରଠାରୁ କେତେକ ନିତ୍ୟ ବ୍ୟବହାର୍ଯ୍ୟ ଓ ଜରୁରୀ ସେବା ଓ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେଉଥିବାରୁ ସେଗୁଡ଼ିକ ମହଙ୍ଗା ହେବ । ଯେଉଁ କାରଣରୁ ସାଧାରଣ ଲୋକଙ୍କ ଚିନ୍ତା ଆହୁରି ବଢ଼ିଯିବ । ଦହି, ଲସିଠୁ ଆରମ୍ଭ କରି ହସ୍ପିଟାଲରେ ଚିକିତ୍ସା ପାଇଁ ଏବେ ଲୋକ ଅଧିକ ଖର୍ଚ୍ଚ ବହନ କରିବେ । ଆବଶ୍ୟକୀୟ ସାମଗ୍ରୀ ଉପରେ […]

ନୂଆଦିଲ୍ଲୀ : ମହଙ୍ଗାମାଡରେ ହନ୍ତସନ୍ତ ହେଉଥିବା ଜନତାଙ୍କ ଉପରେ ପୁଣି ବୋଝ ବଢିବାକୁ ଯାଉଛି । ଆସନ୍ତା ସୋମବାରଠାରୁ କେତେକ ନିତ୍ୟ ବ୍ୟବହାର୍ଯ୍ୟ ଓ ଜରୁରୀ ସେବା ଓ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେଉଥିବାରୁ ସେଗୁଡ଼ିକ ମହଙ୍ଗା ହେବ । ଯେଉଁ କାରଣରୁ ସାଧାରଣ ଲୋକଙ୍କ ଚିନ୍ତା ଆହୁରି ବଢ଼ିଯିବ । ଦହି, ଲସିଠୁ ଆରମ୍ଭ କରି ହସ୍ପିଟାଲରେ ଚିକିତ୍ସା ପାଇଁ ଏବେ ଲୋକ ଅଧିକ ଖର୍ଚ୍ଚ ବହନ କରିବେ । ଆବଶ୍ୟକୀୟ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଜିଏସଟି ହାର ବୃଦ୍ଧି କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡିର ଗର୍ଜନ

ବିଶେଷ କରି ଆମେ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ଖାଦ୍ୟ ସାମଗ୍ରୀ ମହଙ୍ଗା ହେବାକୁ ଯାଉଥିବାରୁ ତାହା ଖାଉଟିକୁ ବିଶେଷଭାବେ ପ୍ରଭାବିତ କରିବ । ସେସବୁ ସାମଗ୍ରୀ ମଧ୍ୟ ରହିଛି ମୁଢି, ଚୁଡ଼ା, ପନୀର, ଦହି, ଲସି, ଘୋଳଦହି, ଗୁଡ଼, ଖଇ, ଚାଉଳ, ଗହମ, ଓଟ୍ସ, ବାର୍ଲି, ପଇଡ଼ ପାଣି, ଚାଉଳ ଅଟା, ମହୁ ଇତ୍ୟାଦି । କେବଳ ପଇଡ଼ ପାଣିକୁ ଛାଡ଼ି ଅନ୍ୟ ଖାଦ୍ୟ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ପଇଡ ପାଣି ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେବ । ଏ ନେଇ ଜିଏସଟି ବୈଠକରେ ନିଷ୍ପତି ନିଆଯାଇଛି । ଅଣବ୍ରାଣ୍ଡେଡ ଖାଦ୍ୟ ସାମଗ୍ରୀ ଉପରେ ଏଭଳି ୫% ପ୍ରତିଶତ ଜିଏସଟି ଲାଗିବ । ମୁଢି, ଚୂଡା, ଖଇ, ଲିଆକୁ ପ୍ୟାକିଙ୍ଗ କରି ବିକିଲେ ୫ ପ୍ରତିଶତ ଜିଏସଟି ଲାଗିବ । ରାଜ୍ୟରେ ମୁଢି ଏକ ପ୍ରିୟ ଖାଦ୍ୟ । ମୟୁରଭଞ୍ଜ, ବାଲେଶ୍ୱର ଭଦ୍ରକ ସହ ଉପକୂଳବର୍ତୀ ଜିଲ୍ଲାରେ ମୁଢିକୁ ପ୍ରମୁଖ ଖାଦ୍ୟ ଭାବେ ନିଆଯାଏ । ଅନେକ ଲୋକ ଜଳିଖିଆରେ ମୁଢିକୁ ବ୍ୟବହାର କରିଥାନ୍ତି ।ଏପରିକି ମୟୁରଭଞ୍ଜରେ ମୁଢି ସହ ମାଂସକୁ ବି ପ୍ରିୟ ଖାଦ୍ୟ ଭାବେ ନିଆଯାଇଥାଏ । କିନ୍ତୁ ଏବେ ମୁଢିର ପ୍ୟାକିଂ ଉପରେ ୫ ପ୍ରତିଶତ ଜିଏସଟି ଲାଗିବାକୁ ନିଷ୍ପତି ନିଆଯିବା ପରେ ଦର ବଢିବା ଏକ ପ୍ରକାର ନିଶ୍ଚିତ ହୋଇଛି । ଏପରି ସ୍ଥିତିରେ ଜିଏସଟି ଅନ୍ତର୍ଭୁକ୍ତ ପରେ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ । ସିଧାସଳଖ ବିକ୍ରେତା ଓ ଗ୍ରାହକଙ୍କ ପକେଟ ଉପରେ ପ୍ରଭାବ ପଡିବ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଏହାବ୍ୟତୀତ କିଛି ଦ୍ରବ୍ୟକୁ ନୂଆକରି ଜିଏସଟି ଅନ୍ତର୍ଭୁକ୍ତ କରାଯାଇଛି । ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ୟାକ୍ସେଜ ଆଣ୍ଡ କଷ୍ଟମ୍ସ (ସିବିଡିଟି)ର ନୂଆ ବିଜ୍ଞପ୍ତି ଅନୁଯାୟୀ ୧୮ ଜୁଲାଇ ଅର୍ଥାତ ସୋମବାରଠୁ ଜିଏସଟି ହାର ଲଗାଯିବ । ଏହି କାରଣରୁ କ୍ଷୀର ଜାତୀୟ ପ୍ୟାକିଙ୍ଗ ହେଉଥିବା ଦ୍ରବ୍ୟ ମହଙ୍ଗା ହୋଇଯିବ । ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଜିଏସଟି ପରିଷଦ ବୈଠକରେ କ୍ଷୀର ଜାତୀୟ ଦ୍ରବ୍ୟକୁ ପ୍ରଥମ ଥର ଜିଏସଟି ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ସେହିପରି ବ୍ଲେଡ, ପେପର କଇଁଚି, ପେନସିଲ କଟର, ଚାମଚ, କଣ୍ଟା ଚାମଚ, ସ୍କିମର୍ସ ଏବଂ କେକ ସର୍ଭିସ ଆଦି ଦ୍ରବ୍ୟ ଉପରେ ସରକାର ଜିଏସଟି ବୃଦ୍ଧି କରିଛନ୍ତି । ଏବେ ଏହା ଉପରେ ୧୮ ପ୍ରତିଶତ ହାରରେ ଜିଏସଟି ଆଦାୟ କରାଯିବ । ମେଡିକାଲରେ ୫ହାଜରରୁ ଅଧିକ ଭଡାର ରୁମ୍ ଉପରେ ମଧ୍ୟ ୧୮ ପ୍ରତିଶତ ଜିଏସଟି ଆଦାୟ କରାଯିବ । ଏଲଇଡି ଲାଇଟ ଏବଂ ଲ୍ୟାମ୍ପ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ । ସରକାର ଏହି ଜିନିଷ ଉପରେ ୧୨ ପ୍ରତିଶତରୁ ୧୮ ପ୍ରତିଶତ ଜିଏସଟି ବୃଦ୍ଧି କତରିଛନ୍ତି ।

ସେହିପରି ଚେକ୍ ବୁକ୍ ଦେବା ପାଇଁ ବ୍ୟାଙ୍କ ପକ୍ଷରୁ ନିଆଯାଉଥିବା ଶୁଳ୍କ ଉପରେ ମଧ୍ୟ ୧୮ ପ୍ରତିଶତ ଜିଏସଟି ଲଗାଯାଇଛି । ୧୦୦୦ ଟଙ୍କା ଭଡାର ହୋଟେଲ ରୁମ ଉପରେ ମଧ୍ୟ ୧୨ ପ୍ରତିଶତ ଜିଏସଟି ଲଗାଯିବା ପାଇଁ ନିଷ୍ପତ୍ତି ହୋଇଛି । ପ୍ରି ପ୍ୟାକେଜ୍ଡ ଏଭଂ ପ୍ରି ଲେବଲ୍ଡ ଦହି, ଲସି ଏବଂ ବଟର ମିଲ୍କ ଉପରେ ଜିଏସଟି ଲାଗିଲେ କମ୍ପାନୀ ଏବଂ ଗ୍ରାହକଙ୍କ ଉପରେ ପଡ଼ିବ ।ଗତ ମାସରେ ଚଣ୍ଡିଗଡ଼ ହୋଇଥିବା ଜିଏସଟି ପରିଷଦ ବୈଠକରେ ଏସବୁ ସାମଗ୍ରୀ ଉପରେ ଜିଏସଟି ହାର ବଢାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଏସବୁ ବର୍ଦ୍ଧିତ ଜିଏସଟି ହାର ଜୁଲାଇ ୧୮ରୁ ଲାଗୁ ହେବ। ତେବେ ଜିଏସଟି କାଉନସିଲର ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ ରାଜ୍ୟର ବ୍ୟବସାୟୀମାନେ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି ।

16 Jul 2022 By The Sakala

ଜନତାଙ୍କ ଉପରେ ଜିଏସଟି ପାହାର : ହସ୍ପିଟାଲରେ ଚିକିତ୍ସାଠୁ ଆରମ୍ଭ କରି ଖାଦ୍ୟସାମଗ୍ରୀ, ସୋମବାରଠାରୁ ମହଙ୍ଗା ହେବ ଏସବୁ ଜିନିଷ

ନୂଆଦିଲ୍ଲୀ : ମହଙ୍ଗାମାଡରେ ହନ୍ତସନ୍ତ ହେଉଥିବା ଜନତାଙ୍କ ଉପରେ ପୁଣି ବୋଝ ବଢିବାକୁ ଯାଉଛି । ଆସନ୍ତା ସୋମବାରଠାରୁ କେତେକ ନିତ୍ୟ ବ୍ୟବହାର୍ଯ୍ୟ ଓ ଜରୁରୀ ସେବା ଓ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେଉଥିବାରୁ ସେଗୁଡ଼ିକ ମହଙ୍ଗା ହେବ । ଯେଉଁ କାରଣରୁ ସାଧାରଣ ଲୋକଙ୍କ ଚିନ୍ତା ଆହୁରି ବଢ଼ିଯିବ । ଦହି, ଲସିଠୁ ଆରମ୍ଭ କରି ହସ୍ପିଟାଲରେ ଚିକିତ୍ସା ପାଇଁ ଏବେ ଲୋକ ଅଧିକ ଖର୍ଚ୍ଚ ବହନ କରିବେ । ଆବଶ୍ୟକୀୟ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଜିଏସଟି ହାର ବୃଦ୍ଧି କରିଛନ୍ତି ।

ବିଶେଷ କରି ଆମେ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ଖାଦ୍ୟ ସାମଗ୍ରୀ ମହଙ୍ଗା ହେବାକୁ ଯାଉଥିବାରୁ ତାହା ଖାଉଟିକୁ ବିଶେଷଭାବେ ପ୍ରଭାବିତ କରିବ । ସେସବୁ ସାମଗ୍ରୀ ମଧ୍ୟ ରହିଛି ମୁଢି, ଚୁଡ଼ା, ପନୀର, ଦହି, ଲସି, ଘୋଳଦହି, ଗୁଡ଼, ଖଇ, ଚାଉଳ, ଗହମ, ଓଟ୍ସ, ବାର୍ଲି, ପଇଡ଼ ପାଣି, ଚାଉଳ ଅଟା, ମହୁ ଇତ୍ୟାଦି । କେବଳ ପଇଡ଼ ପାଣିକୁ ଛାଡ଼ି ଅନ୍ୟ ଖାଦ୍ୟ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ପଇଡ ପାଣି ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେବ । ଏ ନେଇ ଜିଏସଟି ବୈଠକରେ ନିଷ୍ପତି ନିଆଯାଇଛି । ଅଣବ୍ରାଣ୍ଡେଡ ଖାଦ୍ୟ ସାମଗ୍ରୀ ଉପରେ ଏଭଳି ୫% ପ୍ରତିଶତ ଜିଏସଟି ଲାଗିବ । ମୁଢି, ଚୂଡା, ଖଇ, ଲିଆକୁ ପ୍ୟାକିଙ୍ଗ କରି ବିକିଲେ ୫ ପ୍ରତିଶତ ଜିଏସଟି ଲାଗିବ । ରାଜ୍ୟରେ ମୁଢି ଏକ ପ୍ରିୟ ଖାଦ୍ୟ । ମୟୁରଭଞ୍ଜ, ବାଲେଶ୍ୱର ଭଦ୍ରକ ସହ ଉପକୂଳବର୍ତୀ ଜିଲ୍ଲାରେ ମୁଢିକୁ ପ୍ରମୁଖ ଖାଦ୍ୟ ଭାବେ ନିଆଯାଏ । ଅନେକ ଲୋକ ଜଳିଖିଆରେ ମୁଢିକୁ ବ୍ୟବହାର କରିଥାନ୍ତି ।ଏପରିକି ମୟୁରଭଞ୍ଜରେ ମୁଢି ସହ ମାଂସକୁ ବି ପ୍ରିୟ ଖାଦ୍ୟ ଭାବେ ନିଆଯାଇଥାଏ । କିନ୍ତୁ ଏବେ ମୁଢିର ପ୍ୟାକିଂ ଉପରେ ୫ ପ୍ରତିଶତ ଜିଏସଟି ଲାଗିବାକୁ ନିଷ୍ପତି ନିଆଯିବା ପରେ ଦର ବଢିବା ଏକ ପ୍ରକାର ନିଶ୍ଚିତ ହୋଇଛି । ଏପରି ସ୍ଥିତିରେ ଜିଏସଟି ଅନ୍ତର୍ଭୁକ୍ତ ପରେ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ । ସିଧାସଳଖ ବିକ୍ରେତା ଓ ଗ୍ରାହକଙ୍କ ପକେଟ ଉପରେ ପ୍ରଭାବ ପଡିବ ।

ଏହାବ୍ୟତୀତ କିଛି ଦ୍ରବ୍ୟକୁ ନୂଆକରି ଜିଏସଟି ଅନ୍ତର୍ଭୁକ୍ତ କରାଯାଇଛି । ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ୟାକ୍ସେଜ ଆଣ୍ଡ କଷ୍ଟମ୍ସ (ସିବିଡିଟି)ର ନୂଆ ବିଜ୍ଞପ୍ତି ଅନୁଯାୟୀ ୧୮ ଜୁଲାଇ ଅର୍ଥାତ ସୋମବାରଠୁ ଜିଏସଟି ହାର ଲଗାଯିବ । ଏହି କାରଣରୁ କ୍ଷୀର ଜାତୀୟ ପ୍ୟାକିଙ୍ଗ ହେଉଥିବା ଦ୍ରବ୍ୟ ମହଙ୍ଗା ହୋଇଯିବ । ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଜିଏସଟି ପରିଷଦ ବୈଠକରେ କ୍ଷୀର ଜାତୀୟ ଦ୍ରବ୍ୟକୁ ପ୍ରଥମ ଥର ଜିଏସଟି ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ସେହିପରି ବ୍ଲେଡ, ପେପର କଇଁଚି, ପେନସିଲ କଟର, ଚାମଚ, କଣ୍ଟା ଚାମଚ, ସ୍କିମର୍ସ ଏବଂ କେକ ସର୍ଭିସ ଆଦି ଦ୍ରବ୍ୟ ଉପରେ ସରକାର ଜିଏସଟି ବୃଦ୍ଧି କରିଛନ୍ତି । ଏବେ ଏହା ଉପରେ ୧୮ ପ୍ରତିଶତ ହାରରେ ଜିଏସଟି ଆଦାୟ କରାଯିବ । ମେଡିକାଲରେ ୫ହାଜରରୁ ଅଧିକ ଭଡାର ରୁମ୍ ଉପରେ ମଧ୍ୟ ୧୮ ପ୍ରତିଶତ ଜିଏସଟି ଆଦାୟ କରାଯିବ । ଏଲଇଡି ଲାଇଟ ଏବଂ ଲ୍ୟାମ୍ପ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ । ସରକାର ଏହି ଜିନିଷ ଉପରେ ୧୨ ପ୍ରତିଶତରୁ ୧୮ ପ୍ରତିଶତ ଜିଏସଟି ବୃଦ୍ଧି କତରିଛନ୍ତି ।

ସେହିପରି ଚେକ୍ ବୁକ୍ ଦେବା ପାଇଁ ବ୍ୟାଙ୍କ ପକ୍ଷରୁ ନିଆଯାଉଥିବା ଶୁଳ୍କ ଉପରେ ମଧ୍ୟ ୧୮ ପ୍ରତିଶତ ଜିଏସଟି ଲଗାଯାଇଛି । ୧୦୦୦ ଟଙ୍କା ଭଡାର ହୋଟେଲ ରୁମ ଉପରେ ମଧ୍ୟ ୧୨ ପ୍ରତିଶତ ଜିଏସଟି ଲଗାଯିବା ପାଇଁ ନିଷ୍ପତ୍ତି ହୋଇଛି । ପ୍ରି ପ୍ୟାକେଜ୍ଡ ଏଭଂ ପ୍ରି ଲେବଲ୍ଡ ଦହି, ଲସି ଏବଂ ବଟର ମିଲ୍କ ଉପରେ ଜିଏସଟି ଲାଗିଲେ କମ୍ପାନୀ ଏବଂ ଗ୍ରାହକଙ୍କ ଉପରେ ପଡ଼ିବ ।ଗତ ମାସରେ ଚଣ୍ଡିଗଡ଼ ହୋଇଥିବା ଜିଏସଟି ପରିଷଦ ବୈଠକରେ ଏସବୁ ସାମଗ୍ରୀ ଉପରେ ଜିଏସଟି ହାର ବଢାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଏସବୁ ବର୍ଦ୍ଧିତ ଜିଏସଟି ହାର ଜୁଲାଇ ୧୮ରୁ ଲାଗୁ ହେବ। ତେବେ ଜିଏସଟି କାଉନସିଲର ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ ରାଜ୍ୟର ବ୍ୟବସାୟୀମାନେ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି ।

https://www.thesakala.in/big-news/gst-rate-hike-comes-in-effect-from-monday-heres-what-will-get-costlier/article-13345
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର