ମନୋରଞ୍ଜନ

"ଭଲ ଝିଅର ଛବି ଏକ ଛଳନା..." ଦୀପିକା ପାଦୁକୋନଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଲେ ନିର୍ଦ୍ଦେଶକ ଇମତିଆଜ୍ ଅଲୀ
ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ

ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା : ୬ମାସରେ ୫୦୦ ଧନୀ ହରାଇଲେ ୧୧୧ ଲକ୍ଷ କୋଟି, ଆଦାନୀ ଏବଂ ଅମ୍ବାନୀଙ୍କ ସମ୍ପତ୍ତିରେ ବୃଦ୍ଧି

The Sakala Picture
Published On

ନୂଆଦିଲ୍ଲୀ : ପୁଞ୍ଜି ବଜାରରେ ହ୍ରାସ କେବଳ ଛୋଟ ଏବଂ ବଡ ନିବେଶକ ନୁହେଁ, ବିଶ୍ବର ବଡ ଅରବପତିଙ୍କ ଅବସ୍ଥା ଖରାପ କରିଦେଇଛି। ଏମିତିକି ବର୍ଷ ୨୦୨୨ରେ ଲାଗି ରହିଥିବା ଆର୍ଥିକ ମାନ୍ଦା ସ୍ଥିତି ବିଶ୍ବର ଅରବପତିମାନଙ୍କ ସମ୍ପତ୍ତିରେ ବୃହତ୍‌ ହ୍ରାସ ଘଟାଇଛି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ୨୦୨୨ ଅନୁଯାୟୀ, ଷ୍ଟକ୍‌ ବଜାରର ଏଭଳି ବ୍ୟବହାର ଯୋଗୁ ୨୦୨୨ର ପ୍ରଥମ ୬ମାସରେ ବିଶ୍ବର ସବୁଠୁ ବଡ଼ ୫୦୦ ଧନୀ ହରାଇଛନ୍ତି ୧୧୧ ଲକ୍ଷ କୋଟି ଟଙ୍କା। ଏପରିକି […]

ନୂଆଦିଲ୍ଲୀ : ପୁଞ୍ଜି ବଜାରରେ ହ୍ରାସ କେବଳ ଛୋଟ ଏବଂ ବଡ ନିବେଶକ ନୁହେଁ, ବିଶ୍ବର ବଡ ଅରବପତିଙ୍କ ଅବସ୍ଥା ଖରାପ କରିଦେଇଛି। ଏମିତିକି ବର୍ଷ ୨୦୨୨ରେ ଲାଗି ରହିଥିବା ଆର୍ଥିକ ମାନ୍ଦା ସ୍ଥିତି ବିଶ୍ବର ଅରବପତିମାନଙ୍କ ସମ୍ପତ୍ତିରେ ବୃହତ୍‌ ହ୍ରାସ ଘଟାଇଛି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ୨୦୨୨ ଅନୁଯାୟୀ, ଷ୍ଟକ୍‌ ବଜାରର ଏଭଳି ବ୍ୟବହାର ଯୋଗୁ ୨୦୨୨ର ପ୍ରଥମ ୬ମାସରେ ବିଶ୍ବର ସବୁଠୁ ବଡ଼ ୫୦୦ ଧନୀ ହରାଇଛନ୍ତି ୧୧୧ ଲକ୍ଷ କୋଟି ଟଙ୍କା। ଏପରିକି ଦୁନିଆର ନମ୍ବର ୱାନ୍‌ ଧନୀ ଏଲନ୍ ମସ୍କଙ୍କ ସମ୍ପତ୍ତିରେ ସବୁଠାରୁ ଅଧିକ ହ୍ରାସ ହୋଇଛି। ମସ୍କଙ୍କ ସମ୍ପତ୍ତି ୨୦୨୨ର ପ୍ରଥମ ୬ ମାସରେ ପ୍ରାୟ ୬୦ ବିଲିୟନ ଡ଼ଲାର ହ୍ରାସ ଘଟିଛି। ଅନ୍ୟପକ୍ଷରେ ଏଭଳି ବୈଶ୍ବିକ ପରିସ୍ଥିତିରେ ଭାରତର ବଡ଼ ଧନୀ ଆଦାନୀ ଏବଂ ଅମ୍ବାନୀଙ୍କ ସମ୍ପତ୍ତି ଖସିବା ପରିବର୍ତ୍ତେ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ବ୍ରହ୍ମପୁର ଗିରିରୋଡରେ ଅମାନୁଷିକ ଆକ୍ରମଣ ଘଟଣାକୁ ନିନ୍ଦା କଲେ ନବୀନ, କହିଲେ 'ରାଜ୍ୟରେ ବିଜେପିର ଶାସନ ନୁହେଁ ତ ଲାଗୁଛି ଗୁଣ୍ଡାରାଜ୍ ଚାଲିଛି'

ବ୍ଲୁମବର୍ଗର ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ବର୍ଷର ପ୍ରଥମ ଛଅ ମାସରେ ଏଲନ୍‌ ମସ୍କଙ୍କ ନେଟ୍ ସମ୍ପତ୍ତି ପରିମାଣ ୨୧୦ ବିଲିୟନ ଡ଼ଲାରକୁ ଖସିଆସିଛି। ଏହି ମାସ ମଧ୍ୟରେ ମସ୍କ ୫୯.୯ ବିଲିୟନ ଡ଼ଲାରର ସମ୍ପତ୍ତି ହରାଇଛି। ଏଥିସହିତ ବିଶ୍ବ ଧନୀ ତାଲିକାର ଦ୍ୱିତୀୟ ବ୍ୟକ୍ତି ଜେଫ୍‌ ବେଜୋସଙ୍କ ସମ୍ପତ୍ତି ମଧ୍ୟ ବର୍ତ୍ତମାନ ୧୩୩ ବିଲିୟନ ଡ଼ଲାରରେ ପହଞ୍ଚିଛି। ତାଙ୍କର ସମ୍ପତ୍ତି ୬ ମାସ ମଧ୍ୟରେ ୫୯.୩ ବିଲିୟନ ଡ଼ଲାର ହ୍ରାସ ପାଇଛି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ନେଇ ଆଲର୍ଟ: ଭାରତ ପାଇଁ ଗୀତା ଗୋପୀନାଥଙ୍କ ତିନୋଟି ବଡ଼ ଚେତାବନୀ

ଅପରପକ୍ଷେ ୨୦୨୨ର ପ୍ରଥମ ୬ ମାସରେ ବିଶ୍ବ ଧନୀ ତାଲିକାରେ କେବଳ ଟପ୍‌-୧୦ରେ ଥିବା ଭାରତୀୟ ଅରବପତିମାନେ ସେମାନଙ୍କର ସମ୍ପତ୍ତି ବୃଦ୍ଧି କରିଛନ୍ତି। ଗୌତମ ଆଦାନୀଙ୍କ ସମ୍ପତ୍ତି ପରିମାଣ ୨୨.୩ ବିଲିୟନ ଡ଼ଲାରରେ ବୃଦ୍ଧି ହୋଇ ୯୮.୮ ବିଲିୟନ ଡ଼ଲାରରେ ପହଞ୍ଚିଛି। ସେ ବର୍ତ୍ତମାନ ଶ୍ରେଷ୍ଠ -୧୦ ଜଣଙ୍କ ତାଲିକାରେ ଷଷ୍ଠ ସ୍ଥାନରେ ଅଛନ୍ତି। ଏଥିସହିତ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ୩ ବିଲିୟନ ଡ଼ଲାର ବୃଦ୍ଧି ପାଇଛି ଏବଂ ତାଙ୍କର ମୋଟ ସମ୍ପତ୍ତି ପରିମାଣ ଏବେ ୯୩ ବିଲିୟନ ଡଲାରରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଅଜିମ୍‌ ପ୍ରେମଜୀଙ୍କ ସମ୍ପତ୍ତିରେ ୧୫.୫ ବିଲିୟନ ଡ଼ଲାର ହ୍ରାସ ପାଇଛି। ଏହାଛଡା ଶିବ ନାଦର ୮.୫୧ ବିଲିୟନ ଡଲାର କ୍ଷତି ସହିଥିବାବେଳେ ରାଧାକ୍ରିଷ୍ଣନ୍‌ ଦାମାନୀଙ୍କର ୭.୪୦ ବିଲିୟନ ଡଲାରର କ୍ଷତି ଘଟିଛି। ତେବେ ଅରବପତି ଲକ୍ଷ୍ମୀ ମିତ୍ତଲ ୪.୫୯ ବିଲିୟନ ଡଲାରର କ୍ଷତି ସହିଛନ୍ତି।

ଆହୁରି ପଢ଼ନ୍ତୁ: ଶୃଙ୍ଖଳିତ ରଥଯାତ୍ରା ପାଇଁ ରାଜ୍ୟ ଅତିଥି ଭବନରେ ଉଚ୍ଚସ୍ତରୀୟ ବୈଠକ, ଆଇନ ମନ୍ତ୍ରୀଙ୍କ ସମୀକ୍ଷା

ଯଦି ଆମେ ଚଳିତ ବର୍ଷର ପ୍ରଥମ ମାସ ବିଷୟରେ ଆଲୋଚନା କରିବା ସେଥିରୁ ଜଣାପଡିବ ଯେ, ଫେସବୁକ୍ ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ବଡ଼ କ୍ଷତି ସହିଛନ୍ତି। ୨୦୨୨ ରେ ଜୁକରବର୍ଗଙ୍କ ନେଟ୍ ସମ୍ପତ୍ତି ପରିମାଣ ୫୯.୩ ବିଲିୟନ ଡ଼ଲାର ରହିଛି। ଏହି ସମୟ ମଧ୍ୟରେ ତାଙ୍କର ସମ୍ପତ୍ତିରେ ୬୫.୯ ବିଲିୟନ ଡ଼ଲାର ହ୍ରାସ ପାଇଛି। ଜୁକରବର୍ଗଙ୍କ ସମ୍ପତ୍ତି ଅଧାରୁ ଅଧିକ ହ୍ରାସ ପାଇଛି ଏବଂ ଏହି କାରଣରୁ ସେ ବର୍ତ୍ତମାନ ବିଶ୍ବର ଶ୍ରେଷ୍ଠ ୧୦ ଧନୀଙ୍କ ତାଲିକାରୁ ବାଦ୍‌ ପଡିଛନ୍ତି। ତାଲିକାରେ ଜୁକରବର୍ଗ ବର୍ତ୍ତମାନ ୧୭ତମ ସ୍ଥାନରେ ପହଞ୍ଚିଛନ୍ତି। ୨୦୨୨ର ପ୍ରଥମ ଛଅ ମାସରେ ଫ୍ରାନ୍ସର ବର୍ନାର୍ଡ ଆର୍ଣ୍ଣୋଲ୍ଟଙ୍କ ସମ୍ପତ୍ତି ୫୦.୪ ବିଲିୟନ ଡ଼ଲାର ରହିଛି। ସେହିପରି ବିଲ୍ ଗେଟ୍ସଙ୍କ ସମ୍ପତ୍ତି ୨୨.୯ ବିଲିୟନ ଡ଼ଲାରରୁ ୧୧୫ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏଥିସହ ଲ୍ୟାରି ପେଜ୍‌ଙ୍କ ସମ୍ପତ୍ତିରେ ୨୯.୩ ବିଲିୟନ ଡ଼ଲାର ଏବଂ ୱାରେନ୍ ବଫେଙ୍କ ୧୨.୫ ବିଲିୟନ ଡ଼ଲାର ହ୍ରାସ ଘଟିଛି। ସର୍ଗି ବ୍ରିନଙ୍କ ସମ୍ପତ୍ତିରେ ୨୮.୩ ବିଲିୟନ ଡ଼ଲାର ହ୍ରାସ ହୋଇଥିବାବେଳେ ଷ୍ଟିଭ ବଲମରଙ୍କର ୧୩.୭ ବିଲିୟନ ଡ଼ଲାରର କ୍ଷତି ହୋଇଛି।

03 Jul 2022 By The Sakala

ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା : ୬ମାସରେ ୫୦୦ ଧନୀ ହରାଇଲେ ୧୧୧ ଲକ୍ଷ କୋଟି, ଆଦାନୀ ଏବଂ ଅମ୍ବାନୀଙ୍କ ସମ୍ପତ୍ତିରେ ବୃଦ୍ଧି

ନୂଆଦିଲ୍ଲୀ : ପୁଞ୍ଜି ବଜାରରେ ହ୍ରାସ କେବଳ ଛୋଟ ଏବଂ ବଡ ନିବେଶକ ନୁହେଁ, ବିଶ୍ବର ବଡ ଅରବପତିଙ୍କ ଅବସ୍ଥା ଖରାପ କରିଦେଇଛି। ଏମିତିକି ବର୍ଷ ୨୦୨୨ରେ ଲାଗି ରହିଥିବା ଆର୍ଥିକ ମାନ୍ଦା ସ୍ଥିତି ବିଶ୍ବର ଅରବପତିମାନଙ୍କ ସମ୍ପତ୍ତିରେ ବୃହତ୍‌ ହ୍ରାସ ଘଟାଇଛି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ୨୦୨୨ ଅନୁଯାୟୀ, ଷ୍ଟକ୍‌ ବଜାରର ଏଭଳି ବ୍ୟବହାର ଯୋଗୁ ୨୦୨୨ର ପ୍ରଥମ ୬ମାସରେ ବିଶ୍ବର ସବୁଠୁ ବଡ଼ ୫୦୦ ଧନୀ ହରାଇଛନ୍ତି ୧୧୧ ଲକ୍ଷ କୋଟି ଟଙ୍କା। ଏପରିକି ଦୁନିଆର ନମ୍ବର ୱାନ୍‌ ଧନୀ ଏଲନ୍ ମସ୍କଙ୍କ ସମ୍ପତ୍ତିରେ ସବୁଠାରୁ ଅଧିକ ହ୍ରାସ ହୋଇଛି। ମସ୍କଙ୍କ ସମ୍ପତ୍ତି ୨୦୨୨ର ପ୍ରଥମ ୬ ମାସରେ ପ୍ରାୟ ୬୦ ବିଲିୟନ ଡ଼ଲାର ହ୍ରାସ ଘଟିଛି। ଅନ୍ୟପକ୍ଷରେ ଏଭଳି ବୈଶ୍ବିକ ପରିସ୍ଥିତିରେ ଭାରତର ବଡ଼ ଧନୀ ଆଦାନୀ ଏବଂ ଅମ୍ବାନୀଙ୍କ ସମ୍ପତ୍ତି ଖସିବା ପରିବର୍ତ୍ତେ ବୃଦ୍ଧି ପାଇଛି।

ବ୍ଲୁମବର୍ଗର ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ବର୍ଷର ପ୍ରଥମ ଛଅ ମାସରେ ଏଲନ୍‌ ମସ୍କଙ୍କ ନେଟ୍ ସମ୍ପତ୍ତି ପରିମାଣ ୨୧୦ ବିଲିୟନ ଡ଼ଲାରକୁ ଖସିଆସିଛି। ଏହି ମାସ ମଧ୍ୟରେ ମସ୍କ ୫୯.୯ ବିଲିୟନ ଡ଼ଲାରର ସମ୍ପତ୍ତି ହରାଇଛି। ଏଥିସହିତ ବିଶ୍ବ ଧନୀ ତାଲିକାର ଦ୍ୱିତୀୟ ବ୍ୟକ୍ତି ଜେଫ୍‌ ବେଜୋସଙ୍କ ସମ୍ପତ୍ତି ମଧ୍ୟ ବର୍ତ୍ତମାନ ୧୩୩ ବିଲିୟନ ଡ଼ଲାରରେ ପହଞ୍ଚିଛି। ତାଙ୍କର ସମ୍ପତ୍ତି ୬ ମାସ ମଧ୍ୟରେ ୫୯.୩ ବିଲିୟନ ଡ଼ଲାର ହ୍ରାସ ପାଇଛି।

ଅପରପକ୍ଷେ ୨୦୨୨ର ପ୍ରଥମ ୬ ମାସରେ ବିଶ୍ବ ଧନୀ ତାଲିକାରେ କେବଳ ଟପ୍‌-୧୦ରେ ଥିବା ଭାରତୀୟ ଅରବପତିମାନେ ସେମାନଙ୍କର ସମ୍ପତ୍ତି ବୃଦ୍ଧି କରିଛନ୍ତି। ଗୌତମ ଆଦାନୀଙ୍କ ସମ୍ପତ୍ତି ପରିମାଣ ୨୨.୩ ବିଲିୟନ ଡ଼ଲାରରେ ବୃଦ୍ଧି ହୋଇ ୯୮.୮ ବିଲିୟନ ଡ଼ଲାରରେ ପହଞ୍ଚିଛି। ସେ ବର୍ତ୍ତମାନ ଶ୍ରେଷ୍ଠ -୧୦ ଜଣଙ୍କ ତାଲିକାରେ ଷଷ୍ଠ ସ୍ଥାନରେ ଅଛନ୍ତି। ଏଥିସହିତ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ୩ ବିଲିୟନ ଡ଼ଲାର ବୃଦ୍ଧି ପାଇଛି ଏବଂ ତାଙ୍କର ମୋଟ ସମ୍ପତ୍ତି ପରିମାଣ ଏବେ ୯୩ ବିଲିୟନ ଡଲାରରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଅଜିମ୍‌ ପ୍ରେମଜୀଙ୍କ ସମ୍ପତ୍ତିରେ ୧୫.୫ ବିଲିୟନ ଡ଼ଲାର ହ୍ରାସ ପାଇଛି। ଏହାଛଡା ଶିବ ନାଦର ୮.୫୧ ବିଲିୟନ ଡଲାର କ୍ଷତି ସହିଥିବାବେଳେ ରାଧାକ୍ରିଷ୍ଣନ୍‌ ଦାମାନୀଙ୍କର ୭.୪୦ ବିଲିୟନ ଡଲାରର କ୍ଷତି ଘଟିଛି। ତେବେ ଅରବପତି ଲକ୍ଷ୍ମୀ ମିତ୍ତଲ ୪.୫୯ ବିଲିୟନ ଡଲାରର କ୍ଷତି ସହିଛନ୍ତି।

ଯଦି ଆମେ ଚଳିତ ବର୍ଷର ପ୍ରଥମ ମାସ ବିଷୟରେ ଆଲୋଚନା କରିବା ସେଥିରୁ ଜଣାପଡିବ ଯେ, ଫେସବୁକ୍ ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ବଡ଼ କ୍ଷତି ସହିଛନ୍ତି। ୨୦୨୨ ରେ ଜୁକରବର୍ଗଙ୍କ ନେଟ୍ ସମ୍ପତ୍ତି ପରିମାଣ ୫୯.୩ ବିଲିୟନ ଡ଼ଲାର ରହିଛି। ଏହି ସମୟ ମଧ୍ୟରେ ତାଙ୍କର ସମ୍ପତ୍ତିରେ ୬୫.୯ ବିଲିୟନ ଡ଼ଲାର ହ୍ରାସ ପାଇଛି। ଜୁକରବର୍ଗଙ୍କ ସମ୍ପତ୍ତି ଅଧାରୁ ଅଧିକ ହ୍ରାସ ପାଇଛି ଏବଂ ଏହି କାରଣରୁ ସେ ବର୍ତ୍ତମାନ ବିଶ୍ବର ଶ୍ରେଷ୍ଠ ୧୦ ଧନୀଙ୍କ ତାଲିକାରୁ ବାଦ୍‌ ପଡିଛନ୍ତି। ତାଲିକାରେ ଜୁକରବର୍ଗ ବର୍ତ୍ତମାନ ୧୭ତମ ସ୍ଥାନରେ ପହଞ୍ଚିଛନ୍ତି। ୨୦୨୨ର ପ୍ରଥମ ଛଅ ମାସରେ ଫ୍ରାନ୍ସର ବର୍ନାର୍ଡ ଆର୍ଣ୍ଣୋଲ୍ଟଙ୍କ ସମ୍ପତ୍ତି ୫୦.୪ ବିଲିୟନ ଡ଼ଲାର ରହିଛି। ସେହିପରି ବିଲ୍ ଗେଟ୍ସଙ୍କ ସମ୍ପତ୍ତି ୨୨.୯ ବିଲିୟନ ଡ଼ଲାରରୁ ୧୧୫ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏଥିସହ ଲ୍ୟାରି ପେଜ୍‌ଙ୍କ ସମ୍ପତ୍ତିରେ ୨୯.୩ ବିଲିୟନ ଡ଼ଲାର ଏବଂ ୱାରେନ୍ ବଫେଙ୍କ ୧୨.୫ ବିଲିୟନ ଡ଼ଲାର ହ୍ରାସ ଘଟିଛି। ସର୍ଗି ବ୍ରିନଙ୍କ ସମ୍ପତ୍ତିରେ ୨୮.୩ ବିଲିୟନ ଡ଼ଲାର ହ୍ରାସ ହୋଇଥିବାବେଳେ ଷ୍ଟିଭ ବଲମରଙ୍କର ୧୩.୭ ବିଲିୟନ ଡ଼ଲାରର କ୍ଷତି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର