ମହାରାଷ୍ଟ୍ର ମହାନାଟକ : ୧୫ ବିଦ୍ରୋହୀ ବିଧାୟକଙ୍କୁ କେନ୍ଦ୍ରସରକାର ଯୋଗାଇଦେଲେ Y+ ସୁରକ୍ଷା

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତକ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶିବସେନାର ବିଦ୍ରୋହୀ ବିଧାୟକଙ୍କୁ କେନ୍ଦ୍ର ସରକାର ସୁରକ୍ଷା ଦେବେ । ଦଳର ୧୫ ଜଣ ବିଧାୟକଙ୍କୁ ମିଳିବ ଓ୍ବାଇ ପ୍ଲସ୍ ସୁରକ୍ଷା। ବିଦ୍ରୋହୀ ବିଧାୟକଙ୍କ ଘର ଓ ଅଫିସରେ ଶିବ ସୈନିକଙ୍କ ଆକ୍ରମଣ ଦୃଷ୍ଟିରୁ ସେମାନଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ତରଫରୁ କୁହାଯାଇଛି । ଏବେ ଶିବସେନା ବିଦ୍ରୋହୀ ବିଧାୟକଙ୍କ ଓ ସେମାନଙ୍କ ପରିବାରକୁ ୨୪ ଘଣ୍ଟା […]

ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତକ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶିବସେନାର ବିଦ୍ରୋହୀ ବିଧାୟକଙ୍କୁ କେନ୍ଦ୍ର ସରକାର ସୁରକ୍ଷା ଦେବେ । ଦଳର ୧୫ ଜଣ ବିଧାୟକଙ୍କୁ ମିଳିବ ଓ୍ବାଇ ପ୍ଲସ୍ ସୁରକ୍ଷା। ବିଦ୍ରୋହୀ ବିଧାୟକଙ୍କ ଘର ଓ ଅଫିସରେ ଶିବ ସୈନିକଙ୍କ ଆକ୍ରମଣ ଦୃଷ୍ଟିରୁ ସେମାନଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ତରଫରୁ କୁହାଯାଇଛି । ଏବେ ଶିବସେନା ବିଦ୍ରୋହୀ ବିଧାୟକଙ୍କ ଓ ସେମାନଙ୍କ ପରିବାରକୁ ୨୪ ଘଣ୍ଟା ଜଗିବେ ସିଆରପିଏଫ ଯବାନ । ତେବେ ଶିବସେନା ବିଦ୍ରୋହୀ ବିଧାୟକଙ୍କୁ କେନ୍ଦ୍ର ସୁରକ୍ଷା ଯୋଗାଇବା ନେଇ ପ୍ରଶ୍ନ ଉଠିଛି । ଏହି ନିଷ୍ପତ୍ତିରୁ ବିଦ୍ରୋହୀ ବିଧାୟକଙ୍କ ବିଜେପି ଲିଙ୍କ୍ ସ୍ପଷ୍ଟ ହୋଇଛି ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସିନ୍ଦେ କ୍ୟାମ୍ପର ଆବେଦନ ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଜୁନ୍ ୨୫ ତଥା ଶନିବାର ଦିନ ଏକନାଥ ସିନ୍ଦେ ଗୋଷ୍ଠୀ କେନ୍ଦ୍ର ଗୃହ ସଚିବ ଏବଂ ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ବିଧାୟକଙ୍କ ଘରେ ସିଆରପିଏଫ୍ କର୍ମଚାରୀ ମୁତୟନ ହେବେ। କେନ୍ଦ୍ର ସରକାରଙ୍କ ପୂର୍ବରୁ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟ ମହାରାଷ୍ଟ୍ର ସରକାରଙ୍କ ଠାରୁ ତାଙ୍କ ପରିବାର ପାଇଁ ସୁରକ୍ଷା ମାଗିଥିଲେ। ତେବେ ଏହାର ଜବାବରେ ରାଜ୍ୟ ସରକାର କହିଥିଲେ ଯେ ବିଧାୟକଙ୍କ ସୁରକ୍ଷା କୌଣସି ଭାବେ ହ୍ରାସ କରାଯାଇ ନାହିଁ। ଏହା ସହିତ ଯାହାର ଘରେ ଭଙ୍ଗାରୁଜା କରାଯାଇଥିଲା, ସେହି ବିଧାୟକମାନଙ୍କ ଘରେ ପୁଲିସ ଫୋର୍ସ ମୁତୟନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜ୍ୟ ସରକାର କହିଥିଲେ ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଅନ୍ୟପଟେ ଏସବୁ ଭିତରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ବୟାନ ସମସ୍ତଙ୍କୁ ଚକିତ କରିଛି । ରାଜ୍ୟରେ ଶିବସେନା କର୍ମୀଙ୍କ ବିରୋଧ ପ୍ରଦର୍ଶନକୁ ପ୍ରୋତ୍ସାହିତ କରିଛନ୍ତି ସଞ୍ଜୟ ରାଉତ୍ ସେ କହିଛନ୍ତି କି, କଣ୍ଟାକୁ କଣ୍ଟାରେ କଢାଯାଏ । ସିନ୍ଦେ ଯେଭଳି ଭାବେ ଶିବସେନାକୁ ପଛରୁ ଛୁରୀ ମାରିଛନ୍ତି ତାହାର ଜବାବ ଏବେ ଶିବସୈନିକମାନେ ଦେଉଛନ୍ତି ବୋଲି ସେ କହିଛନ୍ତି । ସେହିପରି ସଞ୍ଜୟ ରାଉତ୍ ମଧ୍ୟ ଟ୍ବିଟ କରି ବିଦ୍ରୋହୀ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି । ଶିବସେନା ନେତା ସଞ୍ଜୟ ରାଉତ୍ କହିଛନ୍ତି, ଯଦି ନୂଆ ଦଳ ଗଢିବାର ଅଛି ତେବେ ନିଜ ବାପାଙ୍କ ନାଁରେ ଗଢ, ଭୋଟ ମାଗ ।ଆମ ଦଳର ଗୋଟିଏ ବାପା, ବାଲାସାହେବ ଠାକରେ । ତାଙ୍କ ନାଁ କାହିଁକି ବ୍ୟବହାର କରୁଛ । ତମର ଶହେ ବାପା, କିଏ ଦିଲ୍ଲୀରେ କିଏ ନାଗପୁରରେ ବସିଛନ୍ତି । କିନ୍ତୁ ଆମର ନିଷ୍ଠା ଓ ବିଶ୍ୱାସ ବାଲାସାହେବଙ୍କ ପ୍ରତି ରହିଛି ଏବଂ ରହିଥିବ । ଆଉ ଉଦ୍ଧବ ହେଉଛନ୍ତି ଶିବସେନାର ପ୍ରମୁଖ । ତେଣୁ ତାଙ୍କ ନେତୃତ୍ୱରେ ଶିବସେନା ଆଗକୁ ବଢିବ ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ବାଲାସାହେବଙ୍କ ଆଦର୍ଶରେ ଚାଲୁଥିବା ଶିବସୈନିକ କେବେ ବିଶ୍ୱାସଘାତ କରେନି, ପଛରୁ ଛୁରାଘାତ କରେନି । ଯାହା ହଉଛି ହେବାକୁ ଦିଅ, ଶେଷରେ ମୁମ୍ବାଇ ତ ଆସିବାକୁ ପଡିବ ନା । ଲକ୍ଷ ଲକ୍ଷ ଶିବସୈନିକ ତୃଣମୂଳସ୍ତରରେ ଚାହିଁ ବସିଛନ୍ତି, ଇସାରାକୁ ଅପେକ୍ଷା କରିଛନ୍ତି । କିନ୍ତୁ ଆମେ ଏଯାଏଁ ସଂଯମତା ବଜାୟ ରଖିଛୁ । ବିଧାୟକ ମାନଙ୍କୁ ଜୋରଜବରଦସ୍ତି ସେଠାରେ ରଖାଯାଇଛି । କିଛି ବିଧାୟକ ଫେରିବାକୁ ଚାହୁଁଛନ୍ତି କିନ୍ତୁ ସେମାନଙ୍କୁ ଛଡା ଯାଉନାହିଁ ବୋଲି ସଞ୍ଜୟ କହିଛନ୍ତି । ଯଦି ସାହସ ଅଛି ମୁମ୍ବାଇ ଆସ, ମୁଁ ତୁମକୁ ସ୍ୱାଗତ କରିବାକୁ ଯିବି ବୋଲି ସଞ୍ଜୟ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର