ଏଲନ ମସ୍କ, ଜେଫ୍ ବେଜୋସଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ

The Sakala Picture
Published On

ନୂଆଦିଲ୍ଲୀ: ବ୍ୟକ୍ତିଗତ ଆୟ କ୍ଷେତ୍ରରେ ଏଲ୍‌ନ ମସ୍କ ଏବଂ ଜେଫ୍ ବେଜୋସଙ୍କୁ ପଛରେ ପକାଇଛନ୍ତି ଭାରୀୟ ଶିଳ୍ପପତି ଗୌତମ ଆଦାନୀ। ଆୟ ମାମଲାରେ ସେ ଏବେ ହୋଇଛନ୍ତି ଦୁନିଆର ନମ୍ବର ଓ୍ୱାନ ବ୍ୟବସାୟୀ। ଏସିଆର ଦ୍ଵିତୀୟ ସବୁଠୁ ଧନ୍ୟ ବ୍ୟକ୍ତି ଗୌତମ ଆଦାନୀଙ୍କ ୨୦୨୧ରେ ନିଜ ସମ୍ପତ୍ତିରେ ୪୯ ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ଘଟିଛି। ଦୁନିଆର ୩ ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ, ଜେଫ ବେଜୋସ ଏବଂ ବର୍ଣ୍ଣାର୍ଡ ଆରନୋଲ୍ସଙ୍କ ୨୦୨୧ରେ ଆୟ କରିଥିବା […]

ନୂଆଦିଲ୍ଲୀ: ବ୍ୟକ୍ତିଗତ ଆୟ କ୍ଷେତ୍ରରେ ଏଲ୍‌ନ ମସ୍କ ଏବଂ ଜେଫ୍ ବେଜୋସଙ୍କୁ ପଛରେ ପକାଇଛନ୍ତି ଭାରୀୟ ଶିଳ୍ପପତି ଗୌତମ ଆଦାନୀ। ଆୟ ମାମଲାରେ ସେ ଏବେ ହୋଇଛନ୍ତି ଦୁନିଆର ନମ୍ବର ଓ୍ୱାନ ବ୍ୟବସାୟୀ। ଏସିଆର ଦ୍ଵିତୀୟ ସବୁଠୁ ଧନ୍ୟ ବ୍ୟକ୍ତି ଗୌତମ ଆଦାନୀଙ୍କ ୨୦୨୧ରେ ନିଜ ସମ୍ପତ୍ତିରେ ୪୯ ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ଘଟିଛି। ଦୁନିଆର ୩ ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ, ଜେଫ ବେଜୋସ ଏବଂ ବର୍ଣ୍ଣାର୍ଡ ଆରନୋଲ୍ସଙ୍କ ୨୦୨୧ରେ ଆୟ କରିଥିବା ସମ୍ପତ୍ତି ସବୁକୁ ମିଶାଇ ଦେଲେ ମଧ୍ୟ ଗୌତମ ଆଦାନୀଙ୍କଠୁ କମ୍ ହେବ। ୨୦୨୨ ହୁରୁନ ବିଶ୍ବ ଧନୀ ତାଲିକାରୁ ବୁଧବାର ଏହି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉପକୂଳରେ ସୃଷ୍ଟି ହେଲା ଲଘୁଚାପ, ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା

ତଥାପି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ମୁକେଶ ଅମ୍ବାନୀ ୧୦୩ ବିଲିୟନ ଆମେରିକୀୟ ଡଲାର ସହ ଏସିଆର ଏକ ନମ୍ବର ଧନୀ ବ୍ୟକ୍ତି ଅଛନ୍ତି। ତେବେ ୨୦୨୧ରେ ସମ୍ପତ୍ତି ବୃଦ୍ଧି ମାମଲାରେ ଆଦାନୀ ସମସ୍ତଙ୍କୁ ପଛରେ ପକାଇଛନ୍ତି। ଗତ ୧୦ ବର୍ଷରେ ଅମ୍ବାନୀଙ୍କ ସମ୍ପତ୍ତିରେ ୪୦୦ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଆଦାନୀଙ୍କ ସଂପତ୍ତିରେ ୧୮୩୦ ପ୍ରତିଶତ ବୃଦ୍ଧି ଘଟିଛି। ହୁରୁନ ବିଶ୍ବ ଧନୀ ତାଲିକାରେ କୁହାଯାଇଛି ଯେ ୫୯ ବର୍ଷୀୟ ଗୌତମ ଆଦାନୀ ୨୦୨୨ରେ ସବୁଠୁ ଅଧିକ ଆୟ ଗତବର୍ଷ ଆଦାନୀ ନିଜ ଡଲାର ଯୋଡିଛନ୍ତି। ଗୋଟିଏ ବର୍ଷରେ ତାଙ୍କ ସମ୍ପତ୍ତିରେ ଯେତିକି ବୃଦ୍ଧି ଘଟିଛି ସେତିକି ବୃଦ୍ଧି ଏଲନ୍ ମସ୍କ, ଜେଫ୍ ବେଜୋସ ଏବଂ ବର୍ଣ୍ଣାର୍ଡ ଆରନୋଲ୍ଟଙ୍କ ପରି ତିନି ବିଶ୍ଵ ଅରବପତିଙ୍କର ସମ୍ପତ୍ତିରେ ହୋଇନାହିଁ। ୨୦୨୧ରେ ମୁକେଶ ଅମ୍ବାନୀଙ୍କ ସଂପତ୍ତିରେ ୨୦ ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ଘଟିଥିଲା।

ଆହୁରି ପଢ଼ନ୍ତୁ: MMDR ସଂଶୋଧନ ବିଲ୍: ରାଜ୍ୟ ବିଜେପି ସାଂସଦଙ୍କୁ ଚିଠି ଲେଖିଲେ ନବୀନ, ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କଲେ ଆହ୍ୱାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର