ଏଲନ୍‌ ମସ୍କଙ୍କୁ ପ୍ଲାଣ୍ଟ ବସାଇବାକୁ ତେଲଙ୍ଗାନା, ମହାରାଷ୍ଟ୍ରର ପ୍ରସ୍ତାବ

The Sakala Picture
Published On

ନୂଆଦିଲ୍ଲୀ  : ଟେସ୍‌ଲା ମାଲିକ ଏଲନ୍‌ ମସ୍କ ନିକଟରେ ଭାରତର ସରକାରୀ ବିଧି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ଯାହାର ଫଳସ୍ବରୂପ ଭାରତରେ ଟେସ୍‌ଲା କାର ଚଳାଚଳ ନେଇ ପ୍ରଶ୍ନ ଉଠୁଥିଲା। ଏହାର ଦିନକ ପରେ ଏବେ ଏଲନ୍‌ ମସ୍କଙ୍କୁ ପ୍ଲାଣ୍ଟ ବସାଇବାକୁ ତେଲଙ୍ଗାନା ଏବଂ ମହାରାଷ୍ଟ୍ର ରାଜ୍ୟ ସରକାର ଦେଲା ପ୍ରସ୍ତାବ ଦେଇଛନ୍ତି। ଅପରପକ୍ଷେ ପଞ୍ଜାବରୁ ମଧ୍ୟ ସେଠାରେ ଫ୍ୟାକ୍ଟ୍ରି ବସାଇବା ପାଇଁ ଅଫର କରାଯାଇଛି। ତେଲଙ୍ଗାନା ପରେ ଏବେ ମହାରାଷ୍ଟ୍ର ସରକାର ଟେସ୍‌ଲାର ସିଇଓ ଏଲନ୍‌ […]

ନୂଆଦିଲ୍ଲୀ  : ଟେସ୍‌ଲା ମାଲିକ ଏଲନ୍‌ ମସ୍କ ନିକଟରେ ଭାରତର ସରକାରୀ ବିଧି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ଯାହାର ଫଳସ୍ବରୂପ ଭାରତରେ ଟେସ୍‌ଲା କାର ଚଳାଚଳ ନେଇ ପ୍ରଶ୍ନ ଉଠୁଥିଲା। ଏହାର ଦିନକ ପରେ ଏବେ ଏଲନ୍‌ ମସ୍କଙ୍କୁ ପ୍ଲାଣ୍ଟ ବସାଇବାକୁ ତେଲଙ୍ଗାନା ଏବଂ ମହାରାଷ୍ଟ୍ର ରାଜ୍ୟ ସରକାର ଦେଲା ପ୍ରସ୍ତାବ ଦେଇଛନ୍ତି। ଅପରପକ୍ଷେ ପଞ୍ଜାବରୁ ମଧ୍ୟ ସେଠାରେ ଫ୍ୟାକ୍ଟ୍ରି ବସାଇବା ପାଇଁ ଅଫର କରାଯାଇଛି। ତେଲଙ୍ଗାନା ପରେ ଏବେ ମହାରାଷ୍ଟ୍ର ସରକାର ଟେସ୍‌ଲାର ସିଇଓ ଏଲନ୍‌ ମସ୍କଙ୍କୁ ରାଜ୍ୟରେ ଫ୍ୟାକ୍ଟ୍ରି ସ୍ଥାପନ କରିବାକୁ ଆମନ୍ତ୍ରିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ

ମହାରାଷ୍ଟ୍ରର ଜଳ ସମ୍ବଳ ମନ୍ତ୍ରୀ ଜୟନ୍ତ ପାଟିଲ୍ ରବିବାର ଟ୍ଵିଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତରେ ଇଲେକ୍ଟ୍ରିକ କାରର ନିର୍ମାଣ ଲାଗି ଟେସ୍‌ଲାର ଫ୍ୟାକ୍ଟ୍ରି ପାଇଁ ମହାରାଷ୍ଟ୍ର ଉପଯୁକ୍ତ ସ୍ଥାନ ହୋଇପାରିବ। ପଶ୍ଚିମବଙ୍ଗ ସରକାର ମଧ୍ୟ ଟେସଲାକୁ ରାଜ୍ୟରେ ନିଜର ଫ୍ୟାକ୍ଟ୍ରି ସ୍ଥାପନ ପାଇଁ ଆମନ୍ତ୍ରିତ କରିଛି। ପଶ୍ଚିମବଙ୍ଗ ମନ୍ତ୍ରୀ ମହମ୍ମଦ ଗୁଲାମ ରବ୍ବାନୀ ଶନିବାର ଏଲନ ମସ୍କଙ୍କ ସେହି ଟ୍ଵିଟ୍‌ର ଜବାବ ଦେଇଛନ୍ତି, ଯେଉଁଥିରେ ଟେସ୍‌ଲାର ସିଇଓ ଲେଖିଥିଲେ ଯେ ତାଙ୍କ କମ୍ପାନୀ ସଂପ୍ରତି ଦେଶରେ ଫ୍ୟାକ୍ଟ୍ରି ସ୍ଥାପନରେ ଭାରତ ସରକାରଙ୍କ ସହିତ ଅନେକ ଆହ୍ବାନର ସମ୍ମୁଖୀନ ହେଉଛି। ଜୟନ୍ତ ପାଟିଲ୍ ଟେସଲାର ଏହି ଟ୍ଵିଟ୍‌ର ଉତ୍ତରରେ ଲେଖିଛନ୍ତି, ମହାରାଷ୍ଟ୍ର ଭାରତର ସବୁଠୁ ପ୍ରଗତିଶୀଳ ରାଜ୍ୟମଧ୍ୟରୁ ଗୋଟିଏ। ଆମେ ଆପଣଙ୍କୁ ଭାରତରେ ଫ୍ୟାକ୍ଟ୍ରି ସ୍ଥାପନ ପାଇଁ ମହାରାଷ୍ଟ୍ରରେ ସବୁ ପ୍ରକାରର ଆବଶ୍ୟକ ସହାୟତା ପ୍ରଦାନ କରିବୁ। ଆମେ ମହାରାଷ୍ଟ୍ରରେ ଫ୍ୟାକ୍ଟ୍ରି ସ୍ଥାପନ ପାଇଁ ଆମନ୍ତ୍ରିତ କରୁଛୁ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ଦୀର୍ଘ ସମୟ ଧରି ବିନିର୍ମାଣ ଏବଂ ବ୍ୟବସାୟ ଆରମ୍ଭ କରିବାକୁ ରୁଚି ଦେଖାଇବା ପରେ ମଧ୍ୟ ଏଲନ୍ସ ମସ୍କ ଗତବର୍ଷ ଅଗଷ୍ଟରେ ଭାରତର ଭିତ୍ତିଭୂମିକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ଭାରତରେ ଆମଦାନୀ ଶୁଳ୍କ ଦୁନିଆର କୌଣସି ବଡ ଦେଶ ତୁଳନାରେ ସବୁଠୁ ଅଧିକ ରହିଛି। ଏହା ଓଇଏମର ପ୍ରକଳ୍ପକୁ ପ୍ରଭାବିତ କରୁଛି। ଭାରତରେ ବର୍ତ୍ତମାନ ଆମଦାନୀ କରାଯାଉଥିବା କାରଗୁଡିକ ଉପରେ ୬୦ ରୁ ୧୦୦ ପ୍ରତିଶତ ମଧ୍ୟରେ ଆମଦାନୀ ଶୁଳ୍କ ଲାଗୁଛି। ଯାହା ବହୁତ ଅଧିକ। ଟେସଲା ଭାରତରେ କାର ନିର୍ମାଣ କରିବା ପରିବର୍ତ୍ତେ ଏଠାରେ ଆମଦାନୀ କାର ବିକ୍ରି କରିବାକୁ ଚାହୁଁଛି। ଟେସଲା ଅନେକ ସମୟରେ କହିସାରିଛି ଯେ, ଭାରତ ସରକାର ଇଲେକ୍ଟ୍ରିକ କାର ଉପରେ ଆମଦାନୀ ଶୁଳ୍କ କମ୍ କରନ୍ତୁ। ତେବେ ଭାରି ଉଦ୍ୟୋଗ ମନ୍ତ୍ରାଳୟ ସ୍ପରେ ଭାବରେ କହିଛି ଯେ, ଟେସଲା ଭାରତ ଆସି ପ୍ରଥମେ କାର ନିର୍ମାଣ କରୁ, ତା’ପରେ ରିହାତି ବିଷୟରେ ଆଲୋଚନା କରାଯିବ। ସରକାରୀ ସୂତ୍ର ମୁତାବକ ଟେସଲାକୁ ରିଆତି ଦେଇ ପୂରା ଉଦ୍ୟୋଗକୁ ଏହି ଭୁଲ୍ ସନ୍ଦେଶ  ନ ଦେବା ଉଚିତ୍, କାରଣ ଅନେକ ଘରୋଇ କମ୍ପାନୀ ଏଠାରେ ବହୁତ ମାତ୍ରାରେ ଅର୍ଥ ନିବେଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

17 Jan 2022 By The Sakala

ଏଲନ୍‌ ମସ୍କଙ୍କୁ ପ୍ଲାଣ୍ଟ ବସାଇବାକୁ ତେଲଙ୍ଗାନା, ମହାରାଷ୍ଟ୍ରର ପ୍ରସ୍ତାବ

ନୂଆଦିଲ୍ଲୀ  : ଟେସ୍‌ଲା ମାଲିକ ଏଲନ୍‌ ମସ୍କ ନିକଟରେ ଭାରତର ସରକାରୀ ବିଧି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ଯାହାର ଫଳସ୍ବରୂପ ଭାରତରେ ଟେସ୍‌ଲା କାର ଚଳାଚଳ ନେଇ ପ୍ରଶ୍ନ ଉଠୁଥିଲା। ଏହାର ଦିନକ ପରେ ଏବେ ଏଲନ୍‌ ମସ୍କଙ୍କୁ ପ୍ଲାଣ୍ଟ ବସାଇବାକୁ ତେଲଙ୍ଗାନା ଏବଂ ମହାରାଷ୍ଟ୍ର ରାଜ୍ୟ ସରକାର ଦେଲା ପ୍ରସ୍ତାବ ଦେଇଛନ୍ତି। ଅପରପକ୍ଷେ ପଞ୍ଜାବରୁ ମଧ୍ୟ ସେଠାରେ ଫ୍ୟାକ୍ଟ୍ରି ବସାଇବା ପାଇଁ ଅଫର କରାଯାଇଛି। ତେଲଙ୍ଗାନା ପରେ ଏବେ ମହାରାଷ୍ଟ୍ର ସରକାର ଟେସ୍‌ଲାର ସିଇଓ ଏଲନ୍‌ ମସ୍କଙ୍କୁ ରାଜ୍ୟରେ ଫ୍ୟାକ୍ଟ୍ରି ସ୍ଥାପନ କରିବାକୁ ଆମନ୍ତ୍ରିତ କରିଛନ୍ତି।

ମହାରାଷ୍ଟ୍ରର ଜଳ ସମ୍ବଳ ମନ୍ତ୍ରୀ ଜୟନ୍ତ ପାଟିଲ୍ ରବିବାର ଟ୍ଵିଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତରେ ଇଲେକ୍ଟ୍ରିକ କାରର ନିର୍ମାଣ ଲାଗି ଟେସ୍‌ଲାର ଫ୍ୟାକ୍ଟ୍ରି ପାଇଁ ମହାରାଷ୍ଟ୍ର ଉପଯୁକ୍ତ ସ୍ଥାନ ହୋଇପାରିବ। ପଶ୍ଚିମବଙ୍ଗ ସରକାର ମଧ୍ୟ ଟେସଲାକୁ ରାଜ୍ୟରେ ନିଜର ଫ୍ୟାକ୍ଟ୍ରି ସ୍ଥାପନ ପାଇଁ ଆମନ୍ତ୍ରିତ କରିଛି। ପଶ୍ଚିମବଙ୍ଗ ମନ୍ତ୍ରୀ ମହମ୍ମଦ ଗୁଲାମ ରବ୍ବାନୀ ଶନିବାର ଏଲନ ମସ୍କଙ୍କ ସେହି ଟ୍ଵିଟ୍‌ର ଜବାବ ଦେଇଛନ୍ତି, ଯେଉଁଥିରେ ଟେସ୍‌ଲାର ସିଇଓ ଲେଖିଥିଲେ ଯେ ତାଙ୍କ କମ୍ପାନୀ ସଂପ୍ରତି ଦେଶରେ ଫ୍ୟାକ୍ଟ୍ରି ସ୍ଥାପନରେ ଭାରତ ସରକାରଙ୍କ ସହିତ ଅନେକ ଆହ୍ବାନର ସମ୍ମୁଖୀନ ହେଉଛି। ଜୟନ୍ତ ପାଟିଲ୍ ଟେସଲାର ଏହି ଟ୍ଵିଟ୍‌ର ଉତ୍ତରରେ ଲେଖିଛନ୍ତି, ମହାରାଷ୍ଟ୍ର ଭାରତର ସବୁଠୁ ପ୍ରଗତିଶୀଳ ରାଜ୍ୟମଧ୍ୟରୁ ଗୋଟିଏ। ଆମେ ଆପଣଙ୍କୁ ଭାରତରେ ଫ୍ୟାକ୍ଟ୍ରି ସ୍ଥାପନ ପାଇଁ ମହାରାଷ୍ଟ୍ରରେ ସବୁ ପ୍ରକାରର ଆବଶ୍ୟକ ସହାୟତା ପ୍ରଦାନ କରିବୁ। ଆମେ ମହାରାଷ୍ଟ୍ରରେ ଫ୍ୟାକ୍ଟ୍ରି ସ୍ଥାପନ ପାଇଁ ଆମନ୍ତ୍ରିତ କରୁଛୁ।

ଦୀର୍ଘ ସମୟ ଧରି ବିନିର୍ମାଣ ଏବଂ ବ୍ୟବସାୟ ଆରମ୍ଭ କରିବାକୁ ରୁଚି ଦେଖାଇବା ପରେ ମଧ୍ୟ ଏଲନ୍ସ ମସ୍କ ଗତବର୍ଷ ଅଗଷ୍ଟରେ ଭାରତର ଭିତ୍ତିଭୂମିକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ଭାରତରେ ଆମଦାନୀ ଶୁଳ୍କ ଦୁନିଆର କୌଣସି ବଡ ଦେଶ ତୁଳନାରେ ସବୁଠୁ ଅଧିକ ରହିଛି। ଏହା ଓଇଏମର ପ୍ରକଳ୍ପକୁ ପ୍ରଭାବିତ କରୁଛି। ଭାରତରେ ବର୍ତ୍ତମାନ ଆମଦାନୀ କରାଯାଉଥିବା କାରଗୁଡିକ ଉପରେ ୬୦ ରୁ ୧୦୦ ପ୍ରତିଶତ ମଧ୍ୟରେ ଆମଦାନୀ ଶୁଳ୍କ ଲାଗୁଛି। ଯାହା ବହୁତ ଅଧିକ। ଟେସଲା ଭାରତରେ କାର ନିର୍ମାଣ କରିବା ପରିବର୍ତ୍ତେ ଏଠାରେ ଆମଦାନୀ କାର ବିକ୍ରି କରିବାକୁ ଚାହୁଁଛି। ଟେସଲା ଅନେକ ସମୟରେ କହିସାରିଛି ଯେ, ଭାରତ ସରକାର ଇଲେକ୍ଟ୍ରିକ କାର ଉପରେ ଆମଦାନୀ ଶୁଳ୍କ କମ୍ କରନ୍ତୁ। ତେବେ ଭାରି ଉଦ୍ୟୋଗ ମନ୍ତ୍ରାଳୟ ସ୍ପରେ ଭାବରେ କହିଛି ଯେ, ଟେସଲା ଭାରତ ଆସି ପ୍ରଥମେ କାର ନିର୍ମାଣ କରୁ, ତା’ପରେ ରିହାତି ବିଷୟରେ ଆଲୋଚନା କରାଯିବ। ସରକାରୀ ସୂତ୍ର ମୁତାବକ ଟେସଲାକୁ ରିଆତି ଦେଇ ପୂରା ଉଦ୍ୟୋଗକୁ ଏହି ଭୁଲ୍ ସନ୍ଦେଶ  ନ ଦେବା ଉଚିତ୍, କାରଣ ଅନେକ ଘରୋଇ କମ୍ପାନୀ ଏଠାରେ ବହୁତ ମାତ୍ରାରେ ଅର୍ଥ ନିବେଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର