ଅଭିନେତା ତଥା ନିର୍ଦ୍ଦେଶକ ସତିଶ କୌଶିକଙ୍କର ୬୬ ବର୍ଷ ବୟସରେ ଦେହାନ୍ତ

The Sakala Picture
Published On

ମୁମ୍ବାଇ: ଅଭିନେତା-ଚଳଚ୍ଚିତ୍ର ନିର୍ମାତା ସତିଶ କୌଶିକଙ୍କର ମାର୍ଚ୍ଚ ୯, ୨୦୨୩ ଗୁରୁବାର ଦିନ ହୃଦଘାତ ପରେ ଦେହାନ୍ତ ହୋଇଛି ବୋଲି ତାଙ୍କର ଘନିଷ୍ଠ ବନ୍ଧୁ ତଥା ଶିଳ୍ପ ସହଯୋଗୀ ଅନୁପମ ଖେର କହିଛନ୍ତି। । ମାତ୍ର ୬୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ସତିଶଙ୍କ ନିକଟତମ ବନ୍ଧୁ ଅନୁପମ ଖେର ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି। ତାଙ୍କ ସହ ଏକ […]

ମୁମ୍ବାଇ: ଅଭିନେତା-ଚଳଚ୍ଚିତ୍ର ନିର୍ମାତା ସତିଶ କୌଶିକଙ୍କର ମାର୍ଚ୍ଚ ୯, ୨୦୨୩ ଗୁରୁବାର ଦିନ ହୃଦଘାତ ପରେ ଦେହାନ୍ତ ହୋଇଛି ବୋଲି ତାଙ୍କର ଘନିଷ୍ଠ ବନ୍ଧୁ ତଥା ଶିଳ୍ପ ସହଯୋଗୀ ଅନୁପମ ଖେର କହିଛନ୍ତି। । ମାତ୍ର ୬୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ସତିଶଙ୍କ ନିକଟତମ ବନ୍ଧୁ ଅନୁପମ ଖେର ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି। ତାଙ୍କ ସହ ଏକ ଫଟୋ ଶେୟାର କରି ଅନୁପମ ଲେଖିଛନ୍ତି, ଜାଣିଛି ‘ମୃତ୍ୟୁ ହିଁ ବିଶ୍ୱର ଶେଷ ସତ୍ୟ’।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଅନୁପମ ଖେର ଟୁଇଟ କରି ଲେଖିଛନ୍ତି, ସେ ତାଙ୍କର ସବୁଠାରୁ ପ୍ରିୟ ବନ୍ଧୁଙ୍କୁ ହରାଇଲେ। ଏହାସହ ସେ ଲେଖିଛନ୍ତି, ମୁଁ ଜାଣିଛି ମୃତ୍ୟୁ ହିଁ ବିଶ୍ୱର ଶେଷ ସତ୍ୟ, ହେଲେ ଏକଥା ମୁଁ ବଞ୍ଚିଥିବା ଅବସ୍ଥାରେ ମୋର ପ୍ରିୟ ବନ୍ଧୁ ସତିଶ କୌଶିକଙ୍କ ପାଇଁ ଲେଖିବି ତାହା କେବେ ଭାବି ନ ଥିଲି। ୪୫ ବର୍ଷର ବନ୍ଧୁତାରେ ହଠାତ୍ ବିରାମ!! ଖସଲର ଙ୍ଗସକ୍ଷକ୍ଷ ଘଋଠଋଜ ଭର ଗ୍ଧଷର ଗ୍ଦବଜ୍ଞର ଙ୍ଗସଗ୍ଧଷକ୍ଟଙ୍କଗ୍ଧ ଚ୍ଚକ୍ଟଙ୍କ ଝଇଞଓଝଐ ! ଓମ ଶାନ୍ତି!

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ଅନୁପମ ଖେରଙ୍କ ସୂଚନା ଅନୁଯାୟୀ, ସତିଶ କୌଶିକଙ୍କ ମର ଶରୀର ଏବେ ଗୁଡଗାଓଁର ଫୋର୍ଟିଜ ହସ୍ପିଟାଲରେ ରଖାଯାଇଛି। ପୋଷ୍ଟମର୍ଟମ ପରେ ଗୁରୁବାର ଦ୍ୱିପ୍ରହରରେ ମୁମ୍ବାଇ ସ୍ଥିତ ତାଙ୍କ ଘରକୁ ଅଣାଯିବ। ଏହାପରେ ସେହିଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ସୂଚନା ଅନୁଯାୟୀ, ସତିଶ କୌଶିକ କାହାସହ ସାକ୍ଷାତ୍ କରିବାକୁ ଗୁଡଗାଓଁ ଯାଇଥିବା ବେଳେ କାରରେ ତାଙ୍କୁ ହାର୍ଟ ଆଟାକ ଆସିଥିଲା। ପରେ ତାଙ୍କୁ ଫୋର୍ଟିଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର