ନୂଆ ରୂପରେ ଆସିଲା ଚେତକ ସ୍କୁଟର : ମାର୍କେଟରେ ପ୍ରବଳ ଚାହିଦା, ଆରମ୍ଭର ୪୮ ଘଣ୍ଟାରେ ବୁକିଂ ବନ୍ଦ

The Sakala Picture
Published On

ନୂଆଦିଲ୍ଲୀ : ନୂଆ ରୂପରେ ବଜାରରେ ପ୍ରବେଶ କରିଛି ଚେତକ ଇଲେକ୍‌ଟ୍ରିକ୍‌ ସ୍କୁଟର। ବଜାଜ ଏହାର ଚେତକ ମଡେଲ ସ୍କୁଟର ୧୯୭୨ରେ ଭାରତୀୟ ବଜାରକୁ ଛାଡିଥିଲା। ତେବେ କମ୍ପାନୀ ପୁଣି ଥରେ ଭାରତୀୟ ବଜାରରେ ଏହାର ଚେତକ ସ୍କୁଟରକୁ ନୂଆ ରୂପରେ ବଜାର ପ୍ରବେଶ କରାଇଛି। ସେ ସମୟରେ ଚେତକ୍‌ ସ୍କୁଟର ଚାହିଦା ବଜାରରେ ବହୁତ ଅଧିକ ଥିଲା। ପରବର୍ତ୍ତୀ ସମୟରେ ଧିରେ ଧିରେ ୨୦୦୬ ବେଳକୁ ଏହାର ଉତ୍ପାଦନ ପ୍ରାୟତଃ ବନ୍ଦ ହୋଇଯାଇଥିଲା। ଏଥର ଚେତକ […]

ନୂଆଦିଲ୍ଲୀ : ନୂଆ ରୂପରେ ବଜାରରେ ପ୍ରବେଶ କରିଛି ଚେତକ ଇଲେକ୍‌ଟ୍ରିକ୍‌ ସ୍କୁଟର। ବଜାଜ ଏହାର ଚେତକ ମଡେଲ ସ୍କୁଟର ୧୯୭୨ରେ ଭାରତୀୟ ବଜାରକୁ ଛାଡିଥିଲା। ତେବେ କମ୍ପାନୀ ପୁଣି ଥରେ ଭାରତୀୟ ବଜାରରେ ଏହାର ଚେତକ ସ୍କୁଟରକୁ ନୂଆ ରୂପରେ ବଜାର ପ୍ରବେଶ କରାଇଛି। ସେ ସମୟରେ ଚେତକ୍‌ ସ୍କୁଟର ଚାହିଦା ବଜାରରେ ବହୁତ ଅଧିକ ଥିଲା। ପରବର୍ତ୍ତୀ ସମୟରେ ଧିରେ ଧିରେ ୨୦୦୬ ବେଳକୁ ଏହାର ଉତ୍ପାଦନ ପ୍ରାୟତଃ ବନ୍ଦ ହୋଇଯାଇଥିଲା। ଏଥର ଚେତକ ସ୍କୁଟର ଇଲେକ୍ଟ୍ରିକ୍‌ ଗାଡି ରୂପରେ ବଜାରକୁ ଆସିଛି। ବୁକିଂ ଆରମ୍ଭ ହେବାର ୪୮ ଘଣ୍ଟା ମଧ୍ୟରେ ଏହି ଇଲେକ୍ଟ୍ରିକ୍‌ ସ୍କୁଟର ବୁକିଂ ଶେଷ ହୋଇଯାଇଛି। ଏହି ସ୍କୁଟରରଜ ଅତ୍ୟଧିକ ଚାହିଦା ପାଇଁ ବୁକିଂ ବନ୍ଦ ହୋଇଯାଇଥିବା ଜଣାଯାଇଛି।

ଏବେ କମ୍ପାନୀ ଏହି ସ୍କୁଟରକୁ ଦୋର ଭାରତର କିଛି ନିର୍ଦ୍ଧିଷ୍ଟ ସହରରେ ବିକ୍ରି କରୁଛି। ବୁକିଂ ବନ୍ଦ କରିବା ସମ୍ପର୍କରେ ଘୋଷଣା କରିବା ପୂର୍ବରୁ ସ୍କୁଟରର ଦାମ ବଢ଼ାଇଛି କମ୍ପାନୀ। ଚେତକ ସ୍କୁଟରର ପୂର୍ବ ଦାମ ତୁଳନାରେ ଏହା ପାଖାପାଖି ୨୭ ହଜାର ଟଙ୍କା ଅଧିକ। ଏହାପୂର୍ବରୁ ଏହି ସ୍କୁଟରର ଦାମ ୧,୪୨,୬୨୦ ଟଙ୍କା ରହିଥିଲା। ସୂଚନାଯୋଗ୍ୟ, ମାର୍ଚ୍ଚ ୨୦୨୧ରେ ପ୍ରତି ସ୍କୁଟର ଉପରେ କମ୍ପାନୀ ୫୦୦୦ ଟଙ୍କା ଲେଖାଁଏ ମୂଲ୍ୟ ବଢ଼ାଇଥିଲା। କମ୍ପାନୀର ଚେତକ୍‌ ହେଉଛି ପ୍ରଥମ ଇଲେକ୍ଟ୍ରିକ୍‌ ସ୍କୁଟର। ଏହା କମ୍ପାନୀ ଏହାକୁ ୨୦୨୦ରେ ବଜାର ପ୍ରବେଶ କରାଇଥିଲା। ବଜାଜ ଅଟୋ ଭାରତୀୟ ବଜାରରେ ନିଜର ଇଲେକ୍ଟ୍ରିକ୍‌ ସ୍କୁଟର ବିକ୍ରି ଧିରେ ଧିରେ ବୃଦ୍ଧି କରୁଛି।

ଖୁବଶୀଘ୍ର କମ୍ପାନୀ ଦେଶର ୨୪ ସହରରେ ସ୍କୁଟର ବିକ୍ରି ଆରମ୍ଭ କରିବ। ଏହି ଇଲେକ୍ଟ୍ରିକ୍‌ ସ୍କୁଟର ଦୁଇଟି ଭାରିଏଣ୍ଟରେ ଉପଲବ୍ଧ। ଏଣ୍ଟ୍ରି ଲେଭଲ୍‌ (ଅର୍ବାନ) ଏବଂ ଟପ୍‌ ଏଣ୍ଡ ପ୍ରିମିୟମ ଭାରିଏଣ୍ଟ। ଏହି ସ୍କୁଟରରେ ୩ କିଲୋ ଓ୍ବାଟ୍‌ ଆଓ୍ବାରର ଲିଥିୟମ ଆୟନ୍‌ ବ୍ୟାଟେରି ରହିଛି। ଫୁଲ୍‌ ଚାର୍ଜରେ ଇକୋ ମୋଡରେ ଚେତକ ୯୫ କି.ମି ଏବଂ ସ୍ପୋର୍ଟ ମୋଡ୍‌ରେ ୮୫ କି.ମି ଯାଇପାରିବ। ସ୍କୁଟରର ବ୍ୟାଟେରି ଫୁଲ୍‌ ଚାର୍ଜ ପାଇଁ ୫ ଘଣ୍ଟା ଲାଗୁଥିବାବେଳେ ଫାଷ୍ଟ ଚାର୍ଜିଂ ସିଷ୍ଟମ୍‌ରେ କେବଳ ଘଣ୍ଟାଏରେ ୨୫ ପ୍ରତିଶତ ଚାର୍ଜ ହୋଇପାରିବ। ଏହାର ବ୍ୟାଟେରି ଲାଇଫ୍‌ ୭୦ ହଜାର କି.ମି ବା ୭ ବର୍ଷ ରହିଛି। ବ୍ୟାଟେରି ଉପରେ କମ୍ପାନୀ ୩ ବର୍ଷ କିମ୍ବା ୫୦ ହଜାର କି.ମି ଯାଏ ୱାରେଣ୍ଟି ଦେଉଛି। ଚେତକ ଇଲେକ୍ଟ୍ରିକ୍‌ ସ୍କୁଟରର ଏକ୍ସ ସୋ-ରୁମ୍‌ ମୂଲ୍ୟ (ପୁଣେ ) ମୂଲ୍ୟ ୧,୪୨,୬୨୦ ଟଙ୍କା ରହିଛି।

18 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର