ଜାଣନ୍ତୁ ଫେସ୍‌ବୁକ୍‌ ପାସ୍‌ୱାର୍ଡ ଭୁଲି ଯାଇଥିଲେ କଣ କରିବେ…..

The Sakala Picture
Published On

ଫେସ୍‌ବୁକ୍, ହ୍ବା୍ଟସ୍ଆପ୍ ଏବଂ ଇନ୍‌ଷ୍ଟାଗ୍ରାମ୍‌ ଭଳି ଆପ୍‌କୁ ଏବେ ଅଧିକ ବ୍ୟବହାର କରାଯାଉଛି। ଏପରିକି କିଛି ଆପ୍‌କୁ ଆମେ ସବୁବେଳେ ଫୋନ୍‌ରେ ଲଗ୍‌ଇନ୍‌ କରି ରଖିଥାଉ। ଏଥିପାଇଁ ଆମକୁ ବାରମ୍ବାର ଇମେଲ୍ ଆଇଡି କିମ୍ବା ପାସ୍‌ ୱାର୍ଡ ଦେବାକୁ ପଡ଼ିନଥାଏ। ଦୀର୍ଘ ଦିନ ଧରି ଏପରି କରିବା ଦ୍ବାରା ଆମେ ଆକାଉଣ୍ଟଗୁଡିକର ପାସ୍‌ୱାର୍ଡ ମଧ୍ୟ ଭୁଲିଯାଉ। ଏହିଭଳି ସମସ୍ୟା ଫେସ୍‌ବୁକ୍‌ ଉପଭୋକ୍ତାମାନଙ୍କୁ ମଧ୍ୟ ସାମ୍ନା କରିବାକୁ ପଡ଼େ। ଯଦି ଆପଣ ମଧ୍ୟ ଆପଣଙ୍କର ଫେସବୁକ୍ ପାସୱାର୍ଡ ଭୁଲି […]

ଫେସ୍‌ବୁକ୍, ହ୍ବା୍ଟସ୍ଆପ୍ ଏବଂ ଇନ୍‌ଷ୍ଟାଗ୍ରାମ୍‌ ଭଳି ଆପ୍‌କୁ ଏବେ ଅଧିକ ବ୍ୟବହାର କରାଯାଉଛି। ଏପରିକି କିଛି ଆପ୍‌କୁ ଆମେ ସବୁବେଳେ ଫୋନ୍‌ରେ ଲଗ୍‌ଇନ୍‌ କରି ରଖିଥାଉ। ଏଥିପାଇଁ ଆମକୁ ବାରମ୍ବାର ଇମେଲ୍ ଆଇଡି କିମ୍ବା ପାସ୍‌ ୱାର୍ଡ ଦେବାକୁ ପଡ଼ିନଥାଏ। ଦୀର୍ଘ ଦିନ ଧରି ଏପରି କରିବା ଦ୍ବାରା ଆମେ ଆକାଉଣ୍ଟଗୁଡିକର ପାସ୍‌ୱାର୍ଡ ମଧ୍ୟ ଭୁଲିଯାଉ। ଏହିଭଳି ସମସ୍ୟା ଫେସ୍‌ବୁକ୍‌ ଉପଭୋକ୍ତାମାନଙ୍କୁ ମଧ୍ୟ ସାମ୍ନା କରିବାକୁ ପଡ଼େ। ଯଦି ଆପଣ ମଧ୍ୟ ଆପଣଙ୍କର ଫେସବୁକ୍ ପାସୱାର୍ଡ ଭୁଲି ଯାଇଛନ୍ତି ଏବଂ ଅନ୍ୟ ଡିଭାଇସରେ ଆକାଉଣ୍ଟ ଖୋଲିବାକୁ ଅସମର୍ଥ ତବେ କିଛି ଟିପ୍ସ ଦ୍ବାରା ଆପଣ ପାସ୍‌ୱାର୍ଡ ରି-ସେଟ୍‌ କରିପାରିବେ।

ଆହୁରି ପଢ଼ନ୍ତୁ: ଦୁବାଇରେ ବିଶ୍ୱର ପ୍ରଥମ ଏଆଇ ସ୍ମାର୍ଟ ବସ୍‌ ଷ୍ଟେସନ ଉଦ୍‌ଘାଟିତ

ଫେସ୍‌ବୁକ୍‌ ପାସ୍‌ୱାର୍ଡ ରିସେଟ୍‌ କରିବା ପାଇଁ ନିଜ ରେଜିଷ୍ଟର ଇ-ମେଲ୍‌ ଆଇଡ଼ି ମନେ ରଖିବାକୁ ହେବ, ଏହାଛଡ଼ା ଆପଣ ଆପଣଙ୍କ ମୋବାଇଲ ନମ୍ବର ମଧ୍ୟ ବ୍ୟବହାର କରିପାରିବେ।

ଷ୍ଟେପ୍‌-୧: ସର୍ବପ୍ରଥମେ www.facebook.com ରେ ଫେସ୍ବୁକ୍‌ ଲଗ୍‌-ଇନ୍‌ ପେଜ୍‌ ଓପନ କରନ୍ତୁ। ଏବେ ଫରଗଟ୍‌ନ୍‌ ପାସ୍‌ୱାର୍ଡରେ କ୍ଲିକ୍‌ କରନ୍ତୁ।

ଷ୍ଟେପ୍‌-୨: ଏବେ ପାସ୍‌ୱାର୍ଡ ରିକଭରି ପାଇଁ ତିନୋଟି ଅପସନ୍‌ ଆପଣଙ୍କୁ ମିଳିବ। ଯଥା: ୟୁଜ୍‌ ମାଇଁ ଗୁଗଲ୍‌ ଆକାଉଣ୍ଟ, ସେଣ୍ଡ୍‌ କୋଡ୍‌ ଭାୟା ଇ-ମେଲ ଏବଂ ସେଣ୍ଡ୍‌ କୋଡ୍‌ ଭାୟା ଏସ୍‌ଏମଏସ୍‌।

ଷ୍ଟେପ୍‌-୩: ଏହାପରେ ଆପଣଙ୍କୁ ରେଜିଷ୍ଟର ଇ-ମେଲ୍‌ ଆଇଡ଼ି କିମ୍ବା ମୋବାଇଲ ନମ୍ବର ବ୍ୟବହାର କରିବାକୁ ପଡ଼ିବ। ଧ୍ୟାନରଖନ୍ତୁ ଆପଣଙ୍କୁ ସେହି ମୋବାଇଲ ନମ୍ବର ଦେବାକୁ ପଡ଼ିବ ଯାହା ଆପଣ ଫେସ୍‌ବୁକ୍‌ ଆଇଡି ଖୋଲିଲା ବେଳେ ଦେଇଥିଲେ।

ଷ୍ଟେପ୍‌-୪: ଏବେ ଆପଣ ବାଛିଥିବା ଅପସନ୍‌କୁ ଏକ କୋଡ୍‌ ଆସିବ। ଏହି କୋଡ୍‌କୁ ଏଣ୍ଟର କୋଡ୍‌ ସ୍ଥାନରେ ଭରନ୍ତୁ ଏବଂ କଣ୍ଟିନ୍ୟୁ ଅପସନ୍‌ରେ କ୍ଲିକ୍‌ କରନ୍ତୁ।

ଷ୍ଟେପ୍‌-୫: ଏବେ ଆପଣଙ୍କୁ ନୂତନ ଫେସ୍‌ବୁକ୍‌ ପାସୱାର୍ଡ ସେଟ୍‌ କରିବାକୁ ପଡ଼ିବ। ବର୍ତ୍ତମାନ ଆପଣ ନିଜ ଆକାଉଣ୍ଟକୁ ନୂଆ ପାସ୍‌ୱାର୍ଡରେ ଖୋଲିପାରିବେ।

07 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp