ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ଆରବିଆଇ ଛାଟ: ନୂତନ ଗ୍ରାହକ ଯୋଡ଼ିବା ଉପରେ ରୋକ୍

The Sakala Picture
Published On

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଡିଜିଟାଲ ପେମେଣ୍ଟ ସେବା ପ୍ରଦାନକାରୀ ପେଟିଏମ୍ ର ଏବେ ଖରାପ ସମୟ ଚାଲିଛି। ଷ୍ଟକ୍‌ ମାର୍କେଟରେ ଏହାର ଲିଭିଂ କରାଯିବା ପରଠାରୁ ବ୍ୟାଙ୍କର ଅଂଶଧନ ହ୍ରାସ ଘଟିବାରେ ଲାଗିଛି। ଏହି କାରଣରୁ ନିବେଶକମାନେ ବହୁ କ୍ଷତି ସହୁଛନ୍ତି। ଏହା ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର କମ୍ପାନୀକୁ ଆଉ ଏକ ବଡ ଝଟ୍‌କା ଦେଇଛି। ବାସ୍ତବରେ ଆରବିଆଇ ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ନୂତନ ଗ୍ରାହକ ଯୋଡିବାକୁ ବାରଣ କରିଛି। ଏହା ସହିତ […]

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଡିଜିଟାଲ ପେମେଣ୍ଟ ସେବା ପ୍ରଦାନକାରୀ ପେଟିଏମ୍ ର ଏବେ ଖରାପ ସମୟ ଚାଲିଛି। ଷ୍ଟକ୍‌ ମାର୍କେଟରେ ଏହାର ଲିଭିଂ କରାଯିବା ପରଠାରୁ ବ୍ୟାଙ୍କର ଅଂଶଧନ ହ୍ରାସ ଘଟିବାରେ ଲାଗିଛି। ଏହି କାରଣରୁ ନିବେଶକମାନେ ବହୁ କ୍ଷତି ସହୁଛନ୍ତି। ଏହା ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର କମ୍ପାନୀକୁ ଆଉ ଏକ ବଡ ଝଟ୍‌କା ଦେଇଛି। ବାସ୍ତବରେ ଆରବିଆଇ ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ନୂତନ ଗ୍ରାହକ ଯୋଡିବାକୁ ବାରଣ କରିଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ଏହା ସହିତ କେନ୍ଦ୍ରୀୟ ବ୍ୟାଙ୍କ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ଏକ ଆଇଟି ଅଡିଟ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି। ଆଇଟି ଅଡିଟ୍ ର ଅର୍ଥ ହେଉଛି ଯେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ଆଇଟି ବିତ୍ତିଭୂମି ଯଥା ସଫ୍ଟୱେର ଏତେ ସଂଖ୍ୟକ ଗ୍ରାହକଙ୍କ ଭାର ବହନ କରିବାକୁ ସକ୍ଷମ ନା ନାହିଁ । ଏଥିରେ କ’ଣ ସବୁ ତ୍ରୁଟି ରହିଛି ଯାହା ଅଡିଟ୍ ଅନୁସନ୍ଧାନ କରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ନୂତନ ଗ୍ରାହକ ଯୋଡିବା ପାଇଁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ପ୍ରଥମେ ଆରବିଆଇର ଅନୁମତି ନେବାକୁ ପଡିବ । ଏଥିରେ କୁହାଯାଇଛି ଯେ ଆଇଟି ଅଡିଟ୍ ରିପୋର୍ଟ ପାଇବା ପରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ସମୀକ୍ଷା କରିବ । ସମୀକ୍ଷା ପରେ ବ୍ୟାଙ୍କକୁ ନୂତନ ଗ୍ରାହକ ଯୋଡିବାକୁ ଅନୁମତି ଦିଆଯିବ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

12 Mar 2022 By The Sakala

ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ଆରବିଆଇ ଛାଟ: ନୂତନ ଗ୍ରାହକ ଯୋଡ଼ିବା ଉପରେ ରୋକ୍

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଡିଜିଟାଲ ପେମେଣ୍ଟ ସେବା ପ୍ରଦାନକାରୀ ପେଟିଏମ୍ ର ଏବେ ଖରାପ ସମୟ ଚାଲିଛି। ଷ୍ଟକ୍‌ ମାର୍କେଟରେ ଏହାର ଲିଭିଂ କରାଯିବା ପରଠାରୁ ବ୍ୟାଙ୍କର ଅଂଶଧନ ହ୍ରାସ ଘଟିବାରେ ଲାଗିଛି। ଏହି କାରଣରୁ ନିବେଶକମାନେ ବହୁ କ୍ଷତି ସହୁଛନ୍ତି। ଏହା ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର କମ୍ପାନୀକୁ ଆଉ ଏକ ବଡ ଝଟ୍‌କା ଦେଇଛି। ବାସ୍ତବରେ ଆରବିଆଇ ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ନୂତନ ଗ୍ରାହକ ଯୋଡିବାକୁ ବାରଣ କରିଛି।

ଏହା ସହିତ କେନ୍ଦ୍ରୀୟ ବ୍ୟାଙ୍କ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ଏକ ଆଇଟି ଅଡିଟ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି। ଆଇଟି ଅଡିଟ୍ ର ଅର୍ଥ ହେଉଛି ଯେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ଆଇଟି ବିତ୍ତିଭୂମି ଯଥା ସଫ୍ଟୱେର ଏତେ ସଂଖ୍ୟକ ଗ୍ରାହକଙ୍କ ଭାର ବହନ କରିବାକୁ ସକ୍ଷମ ନା ନାହିଁ । ଏଥିରେ କ’ଣ ସବୁ ତ୍ରୁଟି ରହିଛି ଯାହା ଅଡିଟ୍ ଅନୁସନ୍ଧାନ କରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ନୂତନ ଗ୍ରାହକ ଯୋଡିବା ପାଇଁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ପ୍ରଥମେ ଆରବିଆଇର ଅନୁମତି ନେବାକୁ ପଡିବ । ଏଥିରେ କୁହାଯାଇଛି ଯେ ଆଇଟି ଅଡିଟ୍ ରିପୋର୍ଟ ପାଇବା ପରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ସମୀକ୍ଷା କରିବ । ସମୀକ୍ଷା ପରେ ବ୍ୟାଙ୍କକୁ ନୂତନ ଗ୍ରାହକ ଯୋଡିବାକୁ ଅନୁମତି ଦିଆଯିବ।

https://www.thesakala.in/technology/rbi-shocks-paytm-payment-bank/article-9906
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp