ବିଶ୍ବାସ ଜିତିବା ପାଇଁ ଟ୍ବିଟର ଆଣୁଛି ନୂଆ ଫିଚର ସହ ସେଫଟି ମୋଡ୍

The Sakala Picture
Published On

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଅନେକ ସମୟରେ ଓଟିଟି ପ୍ଲାଟଫର୍ମ ଓ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ବିଷୟବସ୍ତୁ ପ୍ରକାଶିତ ହେଉଥିବାରୁ, ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗାଇଡଲାଇନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସରକାରଙ୍କ ଏହି ନିର୍ଦ୍ଦେଶାବଳୀଗୁଡ଼ିକର ପ୍ରଭାବ ଦେଖିବାକୁ ମିଳୁଛି। ଟ୍ୱିଟର କହିଛି ଯେ, ସୋସିଆଲ ମିଡିଆ କମ୍ପାନୀ ବିଶ୍ୱାସ ହରାଉଛି। ଏହାର ଉନ୍ନତି ପାଇଁ, ଟ୍ୱିଟର ଉପଭୋକ୍ତାମାନଙ୍କ ପାଇଁ  ଅତ୍ୟାଧୁନିକ ଫିଚର ଆଣିବ। […]

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଅନେକ ସମୟରେ ଓଟିଟି ପ୍ଲାଟଫର୍ମ ଓ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ବିଷୟବସ୍ତୁ ପ୍ରକାଶିତ ହେଉଥିବାରୁ, ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗାଇଡଲାଇନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସରକାରଙ୍କ ଏହି ନିର୍ଦ୍ଦେଶାବଳୀଗୁଡ଼ିକର ପ୍ରଭାବ ଦେଖିବାକୁ ମିଳୁଛି। ଟ୍ୱିଟର କହିଛି ଯେ, ସୋସିଆଲ ମିଡିଆ କମ୍ପାନୀ ବିଶ୍ୱାସ ହରାଉଛି। ଏହାର ଉନ୍ନତି ପାଇଁ, ଟ୍ୱିଟର ଉପଭୋକ୍ତାମାନଙ୍କ ପାଇଁ  ଅତ୍ୟାଧୁନିକ ଫିଚର ଆଣିବ। ଯେଉଁଥିରେ ଏହାକୁ ଅଧିକ ସ୍ୱଚ୍ଛ କରିବାରେ ସହାୟକ ହେବ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସ କହିଛନ୍ତି ଯେ, ନୂଆ ଫିଚର ଆସିଲେ ଲୋକମାନଙ୍କେ ସେମାନଙ୍କ ଟ୍ବିଟରକୁ ଅଧିକ ନିୟନ୍ତ୍ରଣ କରିପାରିବେ। ତ୍ରୁଟି ଜାଣିବା ଏବଂ ସଂଶୋଧନ କ୍ଷେତ୍ରରେ କାର୍ଯ୍ଯ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

ଏହା ସହିତ ସରକାରଙ୍କ ନୀତି ଅନୁସରଣ କରଯିବ। ସ୍ୱଚ୍ଛତା ଦୃଷ୍ଟିରୁ କିଛି କମ ଅଛି, ଯାହା ଉପରେ ଆମେ କାମ କରୁଛୁ। ଲୋକଙ୍କୁ ଅଧିକ ବିକଳ୍ପ ଏବଂ ବିଶ୍ୱାସ ବଢାଇବା ପାଇଁ ନିୟନ୍ତ୍ରଣ ଦେବୁ। ସେ କହିଛନ୍ତି ଯେ ଅନେକ ଲୋକ ଆମ ଉପରେ ବିଶ୍ୱାସ କରୁ ନାହାନ୍ତି। ଆମେ ଏଥିରେ ଏକା ନୁହଁ, ସେଠାରେ ଅନେକ ଅନୁଷ୍ଠାନ ଅଛି ଯାହା ଆତ୍ମବିଶ୍ୱାସର ଅଭାବ ଦେଖାଦେଉଛି। ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ବିଶ୍ୱସନୀୟତା ଏବଂ ଅନେକ ନୂଆ ଫିଚର ଦେଲେ ଏହା ବଡ଼ ପ୍ରଭାବ ପକାଇବ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

ଜ୍ୟାକ୍ ଡୋର୍ସଙ୍କ ସୂଚନା ଅନୁଯାୟୀ, ଆମେ ୨୦୨୩ ସୁଦ୍ଧା ବାର୍ଷିକ ଆୟକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛୁ। ୨୦୨୩ ର ଚତୁର୍ଥ କ୍ବାର୍ଟରରେ ୩୩.୫ କୋଟିର ନୂଟନ ଉପଭୋକ୍ତାଙ୍କୁ ଯୋଡିବା ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୨୦ ଶେଷ ସୁଦ୍ଧା ମୋଟ ଉପଭୋକ୍ତା ସଂଖ୍ୟା ୧୯.୨ କୋଟିରେ ପହଞ୍ଚିଛି, ଯାହା ୨୦୧୯ ତୁଳନାରେ ୨୭% ବୃଦ୍ଧି ହୋଇଛି।

ଯେଉଁ ଟ୍ବିଟର ଆକାଉଣ୍ଟରେ ଆପତ୍ତିଜନକ ବିଷୟବସ୍ତୁ ପୋଷ୍ଟ କରାଯିବି ଉକ୍ତ ଟ୍ୱିଟର ଆକାଉଣ୍ଟଗୁଡିକର ଅଟୋମେଟିକ ବ୍ଲକ କିମ୍ବା ମ୍ୟୁଟ ହୋଇଯିବ । ଗୁରୁବାର ଆନାଲିଷ୍ଟ ଡେ ଉପସ୍ଥାପନା ଅବସରରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ବ୍ୟବହାରକାରୀଙ୍କ ପାଇଁ ଟୋଗଲ୍ ଫିଚର ଉପରେ କାମ ଚାଲିଛି। ଯେତେବେଳେ ଏହି ଟୋଗଲ ଫିଚର ଆସିବ ଟ୍ବିଟରର ନିୟମ ଉଲ୍ଲଙ୍ଘନ କେଲ ଉପଭୋକ୍ତାମାନଙ୍କ ଟ୍ବିଟର ଆକାଉଣ୍ଟ ବନ୍ଦ ହୋଇଯିବ। ଟୋଗଲ୍ ହେଉଛି ଏକ ସୁରକ୍ଷା ମୋଡ୍ । ଏହା ଦ୍ବାରା ଆକାଉଣ୍ଟଗୁଡିକ ଚିହ୍ନଟ ହେବ । ଭୁଲ ମନ୍ତବ୍ୟ, କଠୋର ଭାଷା ଏବଂ ଆପତ୍ତିଜନକ ବିଷୟବସ୍ତୁ ପୋଷ୍ଟ କଲେ ଟ୍ବିଟର ଆକାଉଣ୍ଟ ବନ୍ଦ ହୋଇଯିବ।

27 Feb 2021 By The Sakala

ବିଶ୍ବାସ ଜିତିବା ପାଇଁ ଟ୍ବିଟର ଆଣୁଛି ନୂଆ ଫିଚର ସହ ସେଫଟି ମୋଡ୍

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଅନେକ ସମୟରେ ଓଟିଟି ପ୍ଲାଟଫର୍ମ ଓ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ବିଷୟବସ୍ତୁ ପ୍ରକାଶିତ ହେଉଥିବାରୁ, ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗାଇଡଲାଇନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସରକାରଙ୍କ ଏହି ନିର୍ଦ୍ଦେଶାବଳୀଗୁଡ଼ିକର ପ୍ରଭାବ ଦେଖିବାକୁ ମିଳୁଛି। ଟ୍ୱିଟର କହିଛି ଯେ, ସୋସିଆଲ ମିଡିଆ କମ୍ପାନୀ ବିଶ୍ୱାସ ହରାଉଛି। ଏହାର ଉନ୍ନତି ପାଇଁ, ଟ୍ୱିଟର ଉପଭୋକ୍ତାମାନଙ୍କ ପାଇଁ  ଅତ୍ୟାଧୁନିକ ଫିଚର ଆଣିବ। ଯେଉଁଥିରେ ଏହାକୁ ଅଧିକ ସ୍ୱଚ୍ଛ କରିବାରେ ସହାୟକ ହେବ।

ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସ କହିଛନ୍ତି ଯେ, ନୂଆ ଫିଚର ଆସିଲେ ଲୋକମାନଙ୍କେ ସେମାନଙ୍କ ଟ୍ବିଟରକୁ ଅଧିକ ନିୟନ୍ତ୍ରଣ କରିପାରିବେ। ତ୍ରୁଟି ଜାଣିବା ଏବଂ ସଂଶୋଧନ କ୍ଷେତ୍ରରେ କାର୍ଯ୍ଯ ଜାରି ରହିଛି।

ଏହା ସହିତ ସରକାରଙ୍କ ନୀତି ଅନୁସରଣ କରଯିବ। ସ୍ୱଚ୍ଛତା ଦୃଷ୍ଟିରୁ କିଛି କମ ଅଛି, ଯାହା ଉପରେ ଆମେ କାମ କରୁଛୁ। ଲୋକଙ୍କୁ ଅଧିକ ବିକଳ୍ପ ଏବଂ ବିଶ୍ୱାସ ବଢାଇବା ପାଇଁ ନିୟନ୍ତ୍ରଣ ଦେବୁ। ସେ କହିଛନ୍ତି ଯେ ଅନେକ ଲୋକ ଆମ ଉପରେ ବିଶ୍ୱାସ କରୁ ନାହାନ୍ତି। ଆମେ ଏଥିରେ ଏକା ନୁହଁ, ସେଠାରେ ଅନେକ ଅନୁଷ୍ଠାନ ଅଛି ଯାହା ଆତ୍ମବିଶ୍ୱାସର ଅଭାବ ଦେଖାଦେଉଛି। ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ବିଶ୍ୱସନୀୟତା ଏବଂ ଅନେକ ନୂଆ ଫିଚର ଦେଲେ ଏହା ବଡ଼ ପ୍ରଭାବ ପକାଇବ।

ଜ୍ୟାକ୍ ଡୋର୍ସଙ୍କ ସୂଚନା ଅନୁଯାୟୀ, ଆମେ ୨୦୨୩ ସୁଦ୍ଧା ବାର୍ଷିକ ଆୟକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛୁ। ୨୦୨୩ ର ଚତୁର୍ଥ କ୍ବାର୍ଟରରେ ୩୩.୫ କୋଟିର ନୂଟନ ଉପଭୋକ୍ତାଙ୍କୁ ଯୋଡିବା ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୨୦ ଶେଷ ସୁଦ୍ଧା ମୋଟ ଉପଭୋକ୍ତା ସଂଖ୍ୟା ୧୯.୨ କୋଟିରେ ପହଞ୍ଚିଛି, ଯାହା ୨୦୧୯ ତୁଳନାରେ ୨୭% ବୃଦ୍ଧି ହୋଇଛି।

ଯେଉଁ ଟ୍ବିଟର ଆକାଉଣ୍ଟରେ ଆପତ୍ତିଜନକ ବିଷୟବସ୍ତୁ ପୋଷ୍ଟ କରାଯିବି ଉକ୍ତ ଟ୍ୱିଟର ଆକାଉଣ୍ଟଗୁଡିକର ଅଟୋମେଟିକ ବ୍ଲକ କିମ୍ବା ମ୍ୟୁଟ ହୋଇଯିବ । ଗୁରୁବାର ଆନାଲିଷ୍ଟ ଡେ ଉପସ୍ଥାପନା ଅବସରରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ବ୍ୟବହାରକାରୀଙ୍କ ପାଇଁ ଟୋଗଲ୍ ଫିଚର ଉପରେ କାମ ଚାଲିଛି। ଯେତେବେଳେ ଏହି ଟୋଗଲ ଫିଚର ଆସିବ ଟ୍ବିଟରର ନିୟମ ଉଲ୍ଲଙ୍ଘନ କେଲ ଉପଭୋକ୍ତାମାନଙ୍କ ଟ୍ବିଟର ଆକାଉଣ୍ଟ ବନ୍ଦ ହୋଇଯିବ। ଟୋଗଲ୍ ହେଉଛି ଏକ ସୁରକ୍ଷା ମୋଡ୍ । ଏହା ଦ୍ବାରା ଆକାଉଣ୍ଟଗୁଡିକ ଚିହ୍ନଟ ହେବ । ଭୁଲ ମନ୍ତବ୍ୟ, କଠୋର ଭାଷା ଏବଂ ଆପତ୍ତିଜନକ ବିଷୟବସ୍ତୁ ପୋଷ୍ଟ କଲେ ଟ୍ବିଟର ଆକାଉଣ୍ଟ ବନ୍ଦ ହୋଇଯିବ।

https://www.thesakala.in/technology/twitter-build-trust/article-302
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର