ଏଣିକି ଡାକ୍ତରୀ ନୋଟ୍‌ ପ୍ରସ୍ତୁତ କରିବ ଏଆଇ

The Sakala Picture
Published On

ଏଣିକି ଡାକ୍ତରଙ୍କ ନୋଟ୍‌କୁ ମଧ୍ୟ ଠିକ୍‌ ଭାବେ ପ୍ରସ୍ତୁତ କରିବାକୁ ସକ୍ଷମ ହେବ ଏଆଇ ବା କୃତ୍ରିମ ବୁଦ୍ଧିମତ୍ତା। ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି, ଏଆଇ କମ୍ପ୍ୟୁଟର ପ୍ରୋଗ୍ରାମ୍‌ ଡାକ୍ତରଙ୍କ ନୋଟ୍‌କୁ ଏତେ ଭଲ ଭାବେ ପ୍ରସ୍ତୁତ କରିପାରୁଛି ଯେ, ଦୁଇ ଜଣ ଡାକ୍ତର ମଧ୍ୟ ସେଥିରେ ଫରକ୍‌ ଜାଣିପାରି ନାହାନ୍ତି। NVIDIA ଏବଂ ଫ୍ଲୋରିଡ଼ା ବିଶ୍ବବିଦ୍ୟାଳୟର ୧୯ ଜଣିଆ ଗବେଷକ ଦଳ ସୁପର୍‌କମ୍ପ୍ୟୁଟରକୁ ‘ଗ୍ୟାଟରଟ୍ରୋନ ଜିପିଟି’ ନାମକ ଏକ ନୂଆ ମଡେଲ ଆଧାରରେ ପ୍ରଶିକ୍ଷଣ ପ୍ରଦାନ […]

ଏଣିକି ଡାକ୍ତରଙ୍କ ନୋଟ୍‌କୁ ମଧ୍ୟ ଠିକ୍‌ ଭାବେ ପ୍ରସ୍ତୁତ କରିବାକୁ ସକ୍ଷମ ହେବ ଏଆଇ ବା କୃତ୍ରିମ ବୁଦ୍ଧିମତ୍ତା। ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି, ଏଆଇ କମ୍ପ୍ୟୁଟର ପ୍ରୋଗ୍ରାମ୍‌ ଡାକ୍ତରଙ୍କ ନୋଟ୍‌କୁ ଏତେ ଭଲ ଭାବେ ପ୍ରସ୍ତୁତ କରିପାରୁଛି ଯେ, ଦୁଇ ଜଣ ଡାକ୍ତର ମଧ୍ୟ ସେଥିରେ ଫରକ୍‌ ଜାଣିପାରି ନାହାନ୍ତି। NVIDIA ଏବଂ ଫ୍ଲୋରିଡ଼ା ବିଶ୍ବବିଦ୍ୟାଳୟର ୧୯ ଜଣିଆ ଗବେଷକ ଦଳ ସୁପର୍‌କମ୍ପ୍ୟୁଟରକୁ ‘ଗ୍ୟାଟରଟ୍ରୋନ ଜିପିଟି’ ନାମକ ଏକ ନୂଆ ମଡେଲ ଆଧାରରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଯାହାକି ମେଡିକାଲ ରେକର୍ଡକୁ ବିଶ୍ଳେଷଣ କରିଥିଲା। ତେବେ ଗ୍ୟାଟରଟ୍ରୋନ ଜିପିଟି ଚାଟ୍‌ଜିପିଟି ଭଳି ହିଁ କାମ କରିଥାଏ। ଗବେଷକମାନେ ଡାକ୍ତରଙ୍କ ଦ୍ବାରା ଲିଖିତ ମେଡିକାଲ ରେକର୍ଡ ଓ ଏବଂ ଏଆଇ ପ୍ରୋଗ୍ରାମ୍‌ ଦ୍ବାରା ପ୍ରସ୍ତୁତ ରେକର୍ଡ ଆଧାରରେ ସେମାନେ ଗବେଷଣା କରିଥିଲେ। ଏଥିରୁ ଜଣାପଡ଼ିଥିଲା, ଚିକିତ୍ସକମାନେ କେବଳ ୪୯ ପ୍ରତିଶତ ଡାକ୍ତରଙ୍କ ନୋଟ୍‌କୁ ଠିକ୍‌ ଭାବେ ଚିହ୍ନଟ କରିବାକୁ ସକ୍ଷମ ହୋଇଥିଲେ। ତେଣୁ ଖୁବ୍‌ଶୀଘ୍ର କୃତ୍ରିମ ବୁଦ୍ଧିମତ୍ତା ସ୍ବାସ୍ଥ୍ୟକର୍ମୀଙ୍କୁ ସେମାନଙ୍କ କାମରେ ସାହାଯ୍ୟ କରିପାରିବ ବୋଲି ଆଶା କରାଯାଉଛି। ଏହି ଗବେଷଣା ଏନ୍‌ପିଜେ ଡିଜିଟାଲ ମେଡିସିନ ପତ୍ରିକାରେ ପ୍ରକାଶିତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର