ଆଉ ମାଗଣା ସେବା ଦେବ ନାହିଁ ହ୍ୱାଟ୍ସଆପ୍, ଦେବାକୁ ପଡିପାରେ ଟଙ୍କା

The Sakala Picture
Published On

ନୂଆଦିଲ୍ଲୀ: ଆଉ ମାଗଣା ସେବା ଦେବ ନାହିଁ ହ୍ୱାଟ୍ସଆପ୍ । ଏଣିକି ହ୍ୱାଟ୍ସଆପ୍ ପେଡ୍ ସବସ୍କ୍ରିପସନ୍ । ଗତ କିଛି ମାସ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଯେଉଁଥିରେ ପେଡ୍ ସବସ୍କ୍ରିପସନ୍ ମଧ୍ୟ ଅନ୍ତର୍ଭୁକ୍ତ । ଗୋଟିଏ ପଟେ ଏକ୍ସ( ଟ୍ବିଟର) ଏହାର ସେବା ପାଇଁ ଟଙ୍କା ଚାର୍ଜ କରିବାକ ଆରମ୍ଭ କରିଥିବା ବେଳେ ଇନଷ୍ଟାଗ୍ରାମ ବର୍ତ୍ତମାନ ବ୍ଲୁଟିକ୍ ପାଇଁ ଟଙ୍କା ଆଦାୟ କରୁଛି । ବହୁଳ ବ୍ୟବହାର […]

ନୂଆଦିଲ୍ଲୀ: ଆଉ ମାଗଣା ସେବା ଦେବ ନାହିଁ ହ୍ୱାଟ୍ସଆପ୍ । ଏଣିକି ହ୍ୱାଟ୍ସଆପ୍ ପେଡ୍ ସବସ୍କ୍ରିପସନ୍ । ଗତ କିଛି ମାସ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଯେଉଁଥିରେ ପେଡ୍ ସବସ୍କ୍ରିପସନ୍ ମଧ୍ୟ ଅନ୍ତର୍ଭୁକ୍ତ ।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ଗୋଟିଏ ପଟେ ଏକ୍ସ( ଟ୍ବିଟର) ଏହାର ସେବା ପାଇଁ ଟଙ୍କା ଚାର୍ଜ କରିବାକ ଆରମ୍ଭ କରିଥିବା ବେଳେ ଇନଷ୍ଟାଗ୍ରାମ ବର୍ତ୍ତମାନ ବ୍ଲୁଟିକ୍ ପାଇଁ ଟଙ୍କା ଆଦାୟ କରୁଛି । ବହୁଳ ବ୍ୟବହାର ହେଉଥିବା ଆପ୍ ବା ଚାର୍ଟିଂ ପ୍ଲାଟଫର୍ମ ‘ହ୍ୱାଟ୍ସଆପ୍’ ମଧ୍ୟ ଖୁବ୍ ଶୀଘ୍ର ଏହି ସମାନ ମାର୍ଗ ଆପଣାଇବାକୁ ଯାଉଛି ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

କୁହାଯାଉଛି କି , ଆଉ କିଛି ଦିନ ପରେ ହ୍ୱାଟ୍ସଆପରେ ସବସ୍କ୍ରିବସନ୍ ପ୍ଲାନ୍ ଆସିବାକୁ ଯାଉଛି, ଯେଉଁରେ ବ୍ୟବହାରକାରୀଙ୍କୁ ଏକ ନିର୍ଦ୍ଦିଷ୍ଟ ଦେୟ ଭରିବାକୁ ପଡିବ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ଆପଣଙ୍କୁ କହି ରଖୁଛୁ ଯେ, ନିକଟରେ ହ୍ୱାଟ୍ସଆପ୍ ତରଫରୁ ଏହା ନେଇ ଆଲୋଚନା କରାଯାଇଛି ଏପରି ନିଷ୍ପତି ନିଆଯାଇଛି ବୋଲି ଜଣାପଡିଛି । ଯାହା କି, କମ୍ପାନୀ ଆଉ ବେଶିଦିନ ଯାଏଁ ମାଗଣା ସେବା ଦେବ ନାହିଁ ବରଂ ୟୁଜର୍ସ ମାନଙ୍କ ଠାରୁ ଦେୟ ନେଇ ସେବା ଯୋଗାଇବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି କଥା ସବୁ ୟୁଜର୍ସଙ୍କୁ ଚିନ୍ତାରେ ପକାଇବ ଦେବ କାରଣ ଏପରି କେହି ବ୍ୟକ୍ତି ନଥିବେ ଯାହାଙ୍କ ସ୍ମାର୍ଟଫୋନରେ ହ୍ୱାଟ୍ସଆପ୍ ନଥିବ ।

ଯଦି ଏପରି ପ୍ଲାନ୍ ହ୍ୱାଟ୍ସଆପ୍ ପକ୍ଷରୁ ଆରମ୍ଭ ହେବ ତେବେ ମାସିକିଆ ବା ବର୍ଷିକିଆ ସବସ୍କ୍ରିବସନ୍ ପ୍ଲାନ୍ ରହିପାରେ ବୋଲି ଆଲୋଚନା କରାଯାଉଛି ।

ସୂଚନା ଅନୁଯାୟୀ, ଏହି ଦେୟ ଯୁକ୍ତ ପ୍ଲାନ୍ ଲାଗୁ ହେବା ପାଇଁ କିଛି ମାସ ଅବା ଆସନ୍ତା ବର୍ଷର ପ୍ରଥମ ମାସରୁ ଲାଗୁ ହୋଇପାରେ । ଯଦି ଆପଣଙ୍କୁ ହ୍ୱାଟ୍ସଆପରେ ବିଜ୍ଞାପନରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି , ତେବେ ଆପଣଙ୍କୁ ଅଲଗା ଏକ ସବସ୍କ୍ରିବସନ୍ ପ୍ଲାନ୍ କିଣିବାକୁ ପଡିବ । କମ୍ପାନୀ ଅନ୍ୟ କୌଣସି ସେବା ପାଇଁ ଦେୟ ଚାର୍ଜ ନ କଲେ ବି ଆପଣଙ୍କୁ ବିଜ୍ଞାପନ ବିହୀନ ହ୍ୱାଟ୍ସଆପ୍ ଚଲାଇବାକୁ ହେଲେ ଏହି ପ୍ଲାନ୍ ପାଇଁ ଟଙ୍କା ଦେବାକୁ ପଡିପାରେ । ଏହି ପ୍ଲାନ୍ ପ୍ରଥମେ ଆମେରିକା ଏବଂ କାନାଡାରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି ।

13 Nov 2023 By The Sakala

ଆଉ ମାଗଣା ସେବା ଦେବ ନାହିଁ ହ୍ୱାଟ୍ସଆପ୍, ଦେବାକୁ ପଡିପାରେ ଟଙ୍କା

ନୂଆଦିଲ୍ଲୀ: ଆଉ ମାଗଣା ସେବା ଦେବ ନାହିଁ ହ୍ୱାଟ୍ସଆପ୍ । ଏଣିକି ହ୍ୱାଟ୍ସଆପ୍ ପେଡ୍ ସବସ୍କ୍ରିପସନ୍ । ଗତ କିଛି ମାସ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଯେଉଁଥିରେ ପେଡ୍ ସବସ୍କ୍ରିପସନ୍ ମଧ୍ୟ ଅନ୍ତର୍ଭୁକ୍ତ ।

ଗୋଟିଏ ପଟେ ଏକ୍ସ( ଟ୍ବିଟର) ଏହାର ସେବା ପାଇଁ ଟଙ୍କା ଚାର୍ଜ କରିବାକ ଆରମ୍ଭ କରିଥିବା ବେଳେ ଇନଷ୍ଟାଗ୍ରାମ ବର୍ତ୍ତମାନ ବ୍ଲୁଟିକ୍ ପାଇଁ ଟଙ୍କା ଆଦାୟ କରୁଛି । ବହୁଳ ବ୍ୟବହାର ହେଉଥିବା ଆପ୍ ବା ଚାର୍ଟିଂ ପ୍ଲାଟଫର୍ମ ‘ହ୍ୱାଟ୍ସଆପ୍’ ମଧ୍ୟ ଖୁବ୍ ଶୀଘ୍ର ଏହି ସମାନ ମାର୍ଗ ଆପଣାଇବାକୁ ଯାଉଛି ।

କୁହାଯାଉଛି କି , ଆଉ କିଛି ଦିନ ପରେ ହ୍ୱାଟ୍ସଆପରେ ସବସ୍କ୍ରିବସନ୍ ପ୍ଲାନ୍ ଆସିବାକୁ ଯାଉଛି, ଯେଉଁରେ ବ୍ୟବହାରକାରୀଙ୍କୁ ଏକ ନିର୍ଦ୍ଦିଷ୍ଟ ଦେୟ ଭରିବାକୁ ପଡିବ ।

ଆପଣଙ୍କୁ କହି ରଖୁଛୁ ଯେ, ନିକଟରେ ହ୍ୱାଟ୍ସଆପ୍ ତରଫରୁ ଏହା ନେଇ ଆଲୋଚନା କରାଯାଇଛି ଏପରି ନିଷ୍ପତି ନିଆଯାଇଛି ବୋଲି ଜଣାପଡିଛି । ଯାହା କି, କମ୍ପାନୀ ଆଉ ବେଶିଦିନ ଯାଏଁ ମାଗଣା ସେବା ଦେବ ନାହିଁ ବରଂ ୟୁଜର୍ସ ମାନଙ୍କ ଠାରୁ ଦେୟ ନେଇ ସେବା ଯୋଗାଇବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି କଥା ସବୁ ୟୁଜର୍ସଙ୍କୁ ଚିନ୍ତାରେ ପକାଇବ ଦେବ କାରଣ ଏପରି କେହି ବ୍ୟକ୍ତି ନଥିବେ ଯାହାଙ୍କ ସ୍ମାର୍ଟଫୋନରେ ହ୍ୱାଟ୍ସଆପ୍ ନଥିବ ।

ଯଦି ଏପରି ପ୍ଲାନ୍ ହ୍ୱାଟ୍ସଆପ୍ ପକ୍ଷରୁ ଆରମ୍ଭ ହେବ ତେବେ ମାସିକିଆ ବା ବର୍ଷିକିଆ ସବସ୍କ୍ରିବସନ୍ ପ୍ଲାନ୍ ରହିପାରେ ବୋଲି ଆଲୋଚନା କରାଯାଉଛି ।

ସୂଚନା ଅନୁଯାୟୀ, ଏହି ଦେୟ ଯୁକ୍ତ ପ୍ଲାନ୍ ଲାଗୁ ହେବା ପାଇଁ କିଛି ମାସ ଅବା ଆସନ୍ତା ବର୍ଷର ପ୍ରଥମ ମାସରୁ ଲାଗୁ ହୋଇପାରେ । ଯଦି ଆପଣଙ୍କୁ ହ୍ୱାଟ୍ସଆପରେ ବିଜ୍ଞାପନରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି , ତେବେ ଆପଣଙ୍କୁ ଅଲଗା ଏକ ସବସ୍କ୍ରିବସନ୍ ପ୍ଲାନ୍ କିଣିବାକୁ ପଡିବ । କମ୍ପାନୀ ଅନ୍ୟ କୌଣସି ସେବା ପାଇଁ ଦେୟ ଚାର୍ଜ ନ କଲେ ବି ଆପଣଙ୍କୁ ବିଜ୍ଞାପନ ବିହୀନ ହ୍ୱାଟ୍ସଆପ୍ ଚଲାଇବାକୁ ହେଲେ ଏହି ପ୍ଲାନ୍ ପାଇଁ ଟଙ୍କା ଦେବାକୁ ପଡିପାରେ । ଏହି ପ୍ଲାନ୍ ପ୍ରଥମେ ଆମେରିକା ଏବଂ କାନାଡାରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି ।

https://www.thesakala.in/technology/whatsapp-might-bring-subscription-offer-for-chatting-soon/article-27262
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର