ହ୍ୱାଟ୍ସଆପ୍ରେ ମିଳିବ ଟ୍ରୁ କଲର ସପୋର୍ଟ; ସହଜରେ ଜଣାପଡ଼ିବ ମିଥ୍ୟା ମେସେଜ୍ ଓ କଲ୍
ନୂଆଦିଲ୍ଲୀ: ମିଥ୍ୟା କଲ୍ ଏବଂ ମେସେଜ୍ ବିଷୟରେ ସହଜରେ ଜାଣିବା ପାଇଁ ନୂଆ ଫିଚର ଆଣିବାକୁ ଯାଉଛି ହ୍ୱାଟ୍ସଆପ୍। ଖୁବଶୀଘ୍ର ହ୍ବାଟ୍ସଆପ୍ରେ ଟ୍ରୁକଲର ଆଇଣ୍ଡେଣ୍ଟିଫିକେସନ ସର୍ଭିସ୍ ସପୋର୍ଟ ମିଳିବାକୁ ଯାଉଛି। ସ୍ପାମ୍ କଲ୍ ଏବଂ ଫ୍ରଡ୍ ମେସେଜ୍ରୁ ବର୍ତ୍ତିବା ପାଇଁ ହ୍ୱାଟ୍ସଆପ୍ ଏବଂ ଟ୍ରୁକଲର ମିଳିତ ଭାବରେ ଏହି ଦିଗରେ କାମ କରୁଛନ୍ତି। ଏହାଦ୍ବାରା ୟୁଜର୍ସଙ୍କ ପାଇଁ ହ୍ବାଟ୍ସଆପ୍ରେ ଫ୍ରଡ୍ କଲ୍ କିମ୍ବା ମେସେଜ୍ ଜାଣିବାରେ ସହଜ ହେବ। ରିପୋର୍ଟ ଅନୁଯାୟୀ, ସୋମବାର ଟ୍ରୁ କଲର ଏବଂ […]
ନୂଆଦିଲ୍ଲୀ: ମିଥ୍ୟା କଲ୍ ଏବଂ ମେସେଜ୍ ବିଷୟରେ ସହଜରେ ଜାଣିବା ପାଇଁ ନୂଆ ଫିଚର ଆଣିବାକୁ ଯାଉଛି ହ୍ୱାଟ୍ସଆପ୍। ଖୁବଶୀଘ୍ର ହ୍ବାଟ୍ସଆପ୍ରେ ଟ୍ରୁକଲର ଆଇଣ୍ଡେଣ୍ଟିଫିକେସନ ସର୍ଭିସ୍ ସପୋର୍ଟ ମିଳିବାକୁ ଯାଉଛି। ସ୍ପାମ୍ କଲ୍ ଏବଂ ଫ୍ରଡ୍ ମେସେଜ୍ରୁ ବର୍ତ୍ତିବା ପାଇଁ ହ୍ୱାଟ୍ସଆପ୍ ଏବଂ ଟ୍ରୁକଲର ମିଳିତ ଭାବରେ ଏହି ଦିଗରେ କାମ କରୁଛନ୍ତି। ଏହାଦ୍ବାରା ୟୁଜର୍ସଙ୍କ ପାଇଁ ହ୍ବାଟ୍ସଆପ୍ରେ ଫ୍ରଡ୍ କଲ୍ କିମ୍ବା ମେସେଜ୍ ଜାଣିବାରେ ସହଜ ହେବ।
ରିପୋର୍ଟ ଅନୁଯାୟୀ, ସୋମବାର ଟ୍ରୁ କଲର ଏବଂ ହ୍ବାଟ୍ସଆପ୍ ଏହି ସହଭାଗିତା ନେଇ ଘୋଷଣା କରିଛନ୍ତି। ବର୍ତ୍ତମାନ ଟ୍ରୁ କଲରରେ କେବଳ ମୋବାଇଲକୁ ଆସୁଥିବା କଲ୍ ବିଷୟରେ ଜାଣିହେଉଛି। ତେବେ ଟ୍ରୁ କଲର ଏବଂ ହ୍ବାଟ୍ସଆପ୍ର ଏହି ଫିଚର ଆରମ୍ଭ ହେବା ପରେ ହ୍ବାଟ୍ସଆପରେ ହିଁ ଆସୁଥିବା ସ୍ପାମ କଲ୍ ଏବଂ ଫ୍ରଡ୍ ମେସେଜ ଜାଣିହେବ। ସୂଚନାଥାଉକି, ଭାରତ ସହ ଅନ୍ୟ ଦେଶରେ ମଧ୍ୟ ଟେଲି ମାର୍କେଟିଂ ଏବଂ ହ୍ୟାକର୍ସ ଏବଂ ହ୍ବାଟ୍ସଆପ୍ ଫ୍ରଡ୍ କଲ୍ ମାମଲା ବଢ଼ଛି। ଟ୍ରୁ କଲରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଏହି ଫିଚର ବିଟା ଭର୍ଜନରେ ଉପଲବ୍ଧ ରହିଛି। ଏହାକୁ ମେ’ ମାସ ଶେଷ ସୁଦ୍ଧା ବୈଶ୍ବିକ ସ୍ତରରରେ ରୋଲ୍ ଆଉଟ କରିଦିଆଯିବ। ଅବଶ୍ୟ କମ୍ପାନୀ ଏଥିପାଇଁ କୌଣସି ଡେଡଲାଇନ୍ ଦେଇନାହିଁ। ନିକଟରେ ଟ୍ରାଇ ଟେଲିକମ୍ ଅପରେଟରଙ୍କୁ ଏଆଇ ଫିଲ୍ଟରର ବ୍ୟବହାର କରି ନିଜ ନେଟଓ୍ବର୍କରେ ଟେଲି ମାର୍କେଟିଂ କଲ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।