ୟୁଟ୍ୟୁବ ହଟାଇଲା ୮.୩୦ କୋଟି ଭିଡିଓ ଏବଂ ୭ ଶହ କୋଟି କମେଣ୍ଟ

The Sakala Picture
Published On

ନୂଆଦିଲ୍ଲୀ: ୟୁଟ୍ୟୁବରେ ୨୦୧୮ ମସିହାଠୁ ଆଜି ପର୍ଯ୍ଯନ୍ତ ଅପଲୋଡ ହୋଇଥିବା ଭିଡିଓ ମଧ୍ୟରୁ ୮.୩୦ କୋଟି ଭିଡିଓ ହଟାଇ ଦେଇଛି। ଯେଉଁ ଭିଡିଓ ଗୁଡିକ ହଟାଯାଇଛି ସେଗୁଡ଼ିକ କପିରାଇଟ୍ ଓ ଅଶ୍ଳୀଳତା ଯୋଗୁଁ ହଟାଯାଇଛି। ସେମାନଙ୍କ ବିଷୟବସ୍ତୁ ଆପତ୍ତିଜନକ ଥିଲା ବୋଲି ୟୁଟ୍ୟୁବ୍ ପକ୍ଷରୁ ମଧ୍ୟ କୁହାଯାଇଛି। ଏଥିସହ ୭୦୦ କୋଟି କମେଣ୍ଟ ମଧ୍ୟ ହଟାଯାଇଛି। କମ୍ପାନୀ କହିଛି ଯେ, ପ୍ରତି ୧୦ ହଜାର ଭିଡିଓରେ ଆପତ୍ତିଜନକ ଭିଡିଓ ସଂଖ୍ୟା ୧୬ ରୁ ୧୮ ରହିଛି। କମ୍ପାନୀର […]

ନୂଆଦିଲ୍ଲୀ: ୟୁଟ୍ୟୁବରେ ୨୦୧୮ ମସିହାଠୁ ଆଜି ପର୍ଯ୍ଯନ୍ତ ଅପଲୋଡ ହୋଇଥିବା ଭିଡିଓ ମଧ୍ୟରୁ ୮.୩୦ କୋଟି ଭିଡିଓ ହଟାଇ ଦେଇଛି। ଯେଉଁ ଭିଡିଓ ଗୁଡିକ ହଟାଯାଇଛି ସେଗୁଡ଼ିକ କପିରାଇଟ୍ ଓ ଅଶ୍ଳୀଳତା ଯୋଗୁଁ ହଟାଯାଇଛି। ସେମାନଙ୍କ ବିଷୟବସ୍ତୁ ଆପତ୍ତିଜନକ ଥିଲା ବୋଲି ୟୁଟ୍ୟୁବ୍ ପକ୍ଷରୁ ମଧ୍ୟ କୁହାଯାଇଛି। ଏଥିସହ ୭୦୦ କୋଟି କମେଣ୍ଟ ମଧ୍ୟ ହଟାଯାଇଛି। କମ୍ପାନୀ କହିଛି ଯେ, ପ୍ରତି ୧୦ ହଜାର ଭିଡିଓରେ ଆପତ୍ତିଜନକ ଭିଡିଓ ସଂଖ୍ୟା ୧୬ ରୁ ୧୮ ରହିଛି।

କମ୍ପାନୀର ସୁରକ୍ଷା ଏବଂ ବିଶ୍ୱସନୀୟତା ଦଳର ନିର୍ଦ୍ଦେଶକ ଜେନିଫର ଓ’କନୋରଙ୍କ ଅନୁଯାୟୀ, ଆପତ୍ତିଜନକ ଭିଡିଓଗୁଡ଼ିକର ପ୍ରତିଶତ ବହୁତ କମ୍ ଅଟେ। ତଥାପି ଯେତେବେଳେ କୋଟି କୋଟି ଭିଡିଓ ଅପଲୋଡ୍ ହେଉଛି, ଅବଶିଷ୍ଟ ଆପତ୍ତିଜନକ ଭିଡିଓଗୁଡ଼ିକର ଏକ ସ୍ୱଳ୍ପ ପ୍ରତିଶତ ମଧ୍ୟ ବହୁତ ସଂଖ୍ୟାରେ ପରିଣତ ହେଉଛି। ତିନି ବର୍ଷ ପୂର୍ବେ, ସେମାନଙ୍କର ଅନୁପାତ ୬୩ ରୁ ୭୨ ଭିଡିଓ ୧୦ ହଜାର ଥିଲା। ଉପଭୋକ୍ତା ମାନଙ୍କୁ ୟୁଟ୍ୟୁବ୍ ଏବଂ ଫେସବୁକ ଜରିଆରେ ସାଧାରଣତଃ ଆଜିକାଲି ବହୁ ପରିମାଣର ବିଷୟବସ୍ତୁ ପରିବେଷଣ କରୁଛନ୍ତି।

ଏଥିସହ ଭାରତର ୬୧ ମିଲିୟନ ଏବଂ ୫୩.୩ କୋଟି ଫେସବୁକ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ ହେବାର ଆୟର୍ଲାଣ୍ଡ ତଦନ୍ତ ଆରମ୍ଭ କରିଛି। ଡାଟା ସୁରକ୍ଷା ଆୟୋଗ ଫେସବୁକର ଯୁକ୍ତିକୁ ଗ୍ରହଣ କରି ନାହିଁ, ଏହି ତଥ୍ୟ ୨୦୧୯ ର ଅଟେ ବୋଲି କହିଛି।

ଡାଟା କିପରି ଲିକ୍ ହୋଇଛି ଏବଂ କେଉଁ ତଥ୍ୟର ଅପବ୍ୟବହାର ହୋଇଛି କିମ୍ବା ହୋଇପାରେ ତାହା କମିଶନ ଦେଖିବେ। ଆୟୋଗର ଡେପୁଟି କମିଶନର ଗ୍ରାହାମ ଡୋଏଲ୍‌ଙ୍କ ଅନୁଯାୟୀ ଫେସବୁକର ଦାବି ଶୁଣାଣି ହେବ। ଲିକ୍ ହୋଇଥିବା ତଥ୍ୟର ଅପବ୍ୟବହାର ସମ୍ଭବନା ରହିଛି।

17 Apr 2021 By The Sakala

https://www.thesakala.in/technology/youtube-remove-8-30-crore-videos-700-crore-comments/article-1606
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର