ପାସପୋର୍ଟ ପାଇଁ ଆଉ ଯିବାକୁ ପଡିବନି ‘ପାସପୋର୍ଟ ଅଫିସ’ : ଘରେ ବସି କରିପାରିବେ ଆବେଦନ, ଜାଣନ୍ତୁ କିପରି….

The Sakala Picture
Published On

ନୂଆଦିଲ୍ଳୀ : ଏଣିକି ପାସପୋର୍ଟ ପାଇଁ ଆଉ ପାସପୋର୍ଟ ସେବା କାର୍ଯ୍ୟାଳୟ ଯିବାକୁ ପଡ଼ିବନାହିଁ। ଯେ କୌଣସି ସ୍ଥାନରେ ରହି ଆପଣ ଆବେଦନ କରିପାରିବେ ପାସପୋର୍ଟ। ଏନେଇ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଶୁକ୍ରବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି. ମୂରଲୀଧରନ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭାରତର ବୈଦେଶିକ ମନ୍ତ୍ରାଳୟ ‘ଡିଜିଲକର’ ପ୍ଲାଟଫର୍ମରେ ପାସପୋର୍ଟ ସେବାକୁ ଯୋଡ଼ିଛନ୍ତି। ଦେଶର ଯେକୌଣସି ସ୍ଥାନରେ ରହି ‹ଡିଜିଲକର› ମାଧ୍ୟମରେ ପାସପୋର୍ଟ ଆବେଦନ କରିପାରିବେ। ଏଥିପାଇଁ ପ୍ରଥମେ […]

ନୂଆଦିଲ୍ଳୀ : ଏଣିକି ପାସପୋର୍ଟ ପାଇଁ ଆଉ ପାସପୋର୍ଟ ସେବା କାର୍ଯ୍ୟାଳୟ ଯିବାକୁ ପଡ଼ିବନାହିଁ। ଯେ କୌଣସି ସ୍ଥାନରେ ରହି ଆପଣ ଆବେଦନ କରିପାରିବେ ପାସପୋର୍ଟ। ଏନେଇ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଶୁକ୍ରବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି. ମୂରଲୀଧରନ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭାରତର ବୈଦେଶିକ ମନ୍ତ୍ରାଳୟ ‘ଡିଜିଲକର’ ପ୍ଲାଟଫର୍ମରେ ପାସପୋର୍ଟ ସେବାକୁ ଯୋଡ଼ିଛନ୍ତି। ଦେଶର ଯେକୌଣସି ସ୍ଥାନରେ ରହି ‹ଡିଜିଲକର› ମାଧ୍ୟମରେ ପାସପୋର୍ଟ ଆବେଦନ କରିପାରିବେ। ଏଥିପାଇଁ ପ୍ରଥମେ ‘ଡିଜିଲକର’ରେ ନିଜର ସମସ୍ତ କାଗଜପତ୍ର ଜମା କରିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଆଗକୁ ପାସପୋର୍ଟ ସେବା କ୍ଷେତ୍ରରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଯୋାଗଇଦେବ କାଗଜବିହୀନ ସେବା। କେନ୍ଦ୍ର ସରକାର ଇ-ପାସପୋର୍ଟ ସେବା ଆରମ୍ଭ କରିବା ଉପରେ କାର୍ଯ୍ୟ କରୁଛନ୍ତି, ଯାହାଦ୍ୱାରା ଦେଶରେ ପାସପୋର୍ଟ ସୁରକ୍ଷାକୁ ବୃଦ୍ଧି କରାଯାଇପାରିବ। ପାସପୋର୍ଟ ହଜିଯାଇଥିଲେ ପୁଣିଥରେ ପାଇବା ପାଇଁ ଏହି ସେବା ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୂରଲିଧରନ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

ଡିଜିଲକର କ’ଣ

ଡିଜିଟାଲ ଲକରକୁ ସଟ୍‌ଫର୍ମରେ ଡିଜିଲକର କୁହାଯାଇଥାଏ। ଏହା ହେଉଛି ଏକ ଭର୍ଚୁଆଲ ଲକର, ଯେଉଁଥିରେ ସମସ୍ତ ପ୍ରକାର କାଗଜପତ୍ର, ଆଧାର କାର୍ଡ଼, ପ୍ୟାନ କାର୍ଡ଼, ସାର୍ଟିଫିକେଟ, ଡ୍ରାଇଭିଂ ଲାଇସେନ୍ସ, ଏଲଆଇସି କାର୍ଡ଼ ଆଦି ରଖାଯାଇପାରିବ। ଏହି ବ୍ୟବସ୍ଥା ୨୦୧୫ରେ ଆରମ୍ଭ କରାଯାଇଥିଲା। ଡିଜି ଲକରରେ ସବୁଠାରୁ ବଡ଼ ସୁବିଧା ହେଉଛି, ଏଥିରେ କାଗଜପତ୍ରକୁ ସାଙ୍ଗରେ ନେବାକୁ ପଡ଼ି ନ ଥାଏ। ଏହି ଡିଜି ଲକରରେ ଡକ୍ୟୁମେଣ୍ଟ ରଖିବାକୁ ଚାହୁଁଥିଲେ ପ୍ରଥମେ ସମସ୍ତ ଡକ୍ୟୁମେଣ୍ଟକୁ ସ୍କାନ କରି ଏଥିରେ ସେଭ୍ କରିବାକୁ ପଡ଼ିବ। ଏହି ଲକର ଆଧାର ନମ୍ବର ସହ ସଂଯୁକ୍ତ ହୋଇଥାଏ।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

କେମିତି ଖୋଲିବେ ଆକାଉଣ୍ଟ

ପ୍ରଥମେ ସୁନିଶ୍ଚିତ କରିବେ ଆପଣଙ୍କ ଫୋନ ନମ୍ବର ଆଧାର କାର୍ଡ ସହ ଲିଙ୍କ ଅଛି କି ନାହିଁ। ଯଦି ଅଛି, digitallocker.gov.in ୱେବସାଇଟକୁ ଯାଆନ୍ତୁ। ସେଥିରେ ଯାଇ ସାଇନ୍ ଅପ୍‌ କରି ନିଜର ସମସ୍ତ ତଥ୍ୟ ଯଥା ନାମ, ଜନ୍ମ ତାରିଖ, ପଞ୍ଜିକୃତ ମୋବାଇଲ ନମ୍ବର, ଇମେଲ, ପାସୱାର୍ଡ ଦିଅନ୍ତୁ। ଏହାପରେ ନିଜର ଆଧାର ନମ୍ବର ଏଣ୍ଟ୍ରି କରିବେ। ଏଣ୍ଟ୍ରି କରିବା ପରେ ଆପଣଙ୍କୁ ଦୁଇଟି ବିକଳ୍ପ ମିଳିବ। ଶେଷରେ ଆପଣ ନିଜର ୟୁଜର ଆଇଡି ଓ ପାସ୍‌ୱାଡ ତିଆରି କରିବେ।

ପାସପୋର୍ଟ ସେବା ପାଇଁ ଡିଜି ଲକରର ବ୍ୟବହାର ଅତ୍ୟନ୍ତ ସହଜ। ଜନସାଧାରଣଙ୍କୁ ପେପରଲେସ୍ ପାସପୋର୍ଟ ସେବା ଯୋଗାଇ ଦେବା ଏହାର ଏକ ମାତ୍ର ଲକ୍ଷ୍ୟ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ। ଡିଜିଟାଲ ଲକର ହେଉଛି, ଡିଜିଟାଲ ଇଣ୍ଡିଆ କର୍ପୋରେସନ ଅଧିନରେ ଥିବା ଇଲୋକ୍‌ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟର ଏକ ପଦକ୍ଷେପ।

21 Feb 2021 By The Sakala

ପାସପୋର୍ଟ ପାଇଁ ଆଉ ଯିବାକୁ ପଡିବନି ‘ପାସପୋର୍ଟ ଅଫିସ’ : ଘରେ ବସି କରିପାରିବେ ଆବେଦନ, ଜାଣନ୍ତୁ କିପରି….

ନୂଆଦିଲ୍ଳୀ : ଏଣିକି ପାସପୋର୍ଟ ପାଇଁ ଆଉ ପାସପୋର୍ଟ ସେବା କାର୍ଯ୍ୟାଳୟ ଯିବାକୁ ପଡ଼ିବନାହିଁ। ଯେ କୌଣସି ସ୍ଥାନରେ ରହି ଆପଣ ଆବେଦନ କରିପାରିବେ ପାସପୋର୍ଟ। ଏନେଇ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଶୁକ୍ରବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି. ମୂରଲୀଧରନ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭାରତର ବୈଦେଶିକ ମନ୍ତ୍ରାଳୟ ‘ଡିଜିଲକର’ ପ୍ଲାଟଫର୍ମରେ ପାସପୋର୍ଟ ସେବାକୁ ଯୋଡ଼ିଛନ୍ତି। ଦେଶର ଯେକୌଣସି ସ୍ଥାନରେ ରହି ‹ଡିଜିଲକର› ମାଧ୍ୟମରେ ପାସପୋର୍ଟ ଆବେଦନ କରିପାରିବେ। ଏଥିପାଇଁ ପ୍ରଥମେ ‘ଡିଜିଲକର’ରେ ନିଜର ସମସ୍ତ କାଗଜପତ୍ର ଜମା କରିବାକୁ ପଡ଼ିବ।

ଆଗକୁ ପାସପୋର୍ଟ ସେବା କ୍ଷେତ୍ରରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଯୋାଗଇଦେବ କାଗଜବିହୀନ ସେବା। କେନ୍ଦ୍ର ସରକାର ଇ-ପାସପୋର୍ଟ ସେବା ଆରମ୍ଭ କରିବା ଉପରେ କାର୍ଯ୍ୟ କରୁଛନ୍ତି, ଯାହାଦ୍ୱାରା ଦେଶରେ ପାସପୋର୍ଟ ସୁରକ୍ଷାକୁ ବୃଦ୍ଧି କରାଯାଇପାରିବ। ପାସପୋର୍ଟ ହଜିଯାଇଥିଲେ ପୁଣିଥରେ ପାଇବା ପାଇଁ ଏହି ସେବା ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୂରଲିଧରନ।

ଡିଜିଲକର କ’ଣ

ଡିଜିଟାଲ ଲକରକୁ ସଟ୍‌ଫର୍ମରେ ଡିଜିଲକର କୁହାଯାଇଥାଏ। ଏହା ହେଉଛି ଏକ ଭର୍ଚୁଆଲ ଲକର, ଯେଉଁଥିରେ ସମସ୍ତ ପ୍ରକାର କାଗଜପତ୍ର, ଆଧାର କାର୍ଡ଼, ପ୍ୟାନ କାର୍ଡ଼, ସାର୍ଟିଫିକେଟ, ଡ୍ରାଇଭିଂ ଲାଇସେନ୍ସ, ଏଲଆଇସି କାର୍ଡ଼ ଆଦି ରଖାଯାଇପାରିବ। ଏହି ବ୍ୟବସ୍ଥା ୨୦୧୫ରେ ଆରମ୍ଭ କରାଯାଇଥିଲା। ଡିଜି ଲକରରେ ସବୁଠାରୁ ବଡ଼ ସୁବିଧା ହେଉଛି, ଏଥିରେ କାଗଜପତ୍ରକୁ ସାଙ୍ଗରେ ନେବାକୁ ପଡ଼ି ନ ଥାଏ। ଏହି ଡିଜି ଲକରରେ ଡକ୍ୟୁମେଣ୍ଟ ରଖିବାକୁ ଚାହୁଁଥିଲେ ପ୍ରଥମେ ସମସ୍ତ ଡକ୍ୟୁମେଣ୍ଟକୁ ସ୍କାନ କରି ଏଥିରେ ସେଭ୍ କରିବାକୁ ପଡ଼ିବ। ଏହି ଲକର ଆଧାର ନମ୍ବର ସହ ସଂଯୁକ୍ତ ହୋଇଥାଏ।

କେମିତି ଖୋଲିବେ ଆକାଉଣ୍ଟ

ପ୍ରଥମେ ସୁନିଶ୍ଚିତ କରିବେ ଆପଣଙ୍କ ଫୋନ ନମ୍ବର ଆଧାର କାର୍ଡ ସହ ଲିଙ୍କ ଅଛି କି ନାହିଁ। ଯଦି ଅଛି, digitallocker.gov.in ୱେବସାଇଟକୁ ଯାଆନ୍ତୁ। ସେଥିରେ ଯାଇ ସାଇନ୍ ଅପ୍‌ କରି ନିଜର ସମସ୍ତ ତଥ୍ୟ ଯଥା ନାମ, ଜନ୍ମ ତାରିଖ, ପଞ୍ଜିକୃତ ମୋବାଇଲ ନମ୍ବର, ଇମେଲ, ପାସୱାର୍ଡ ଦିଅନ୍ତୁ। ଏହାପରେ ନିଜର ଆଧାର ନମ୍ବର ଏଣ୍ଟ୍ରି କରିବେ। ଏଣ୍ଟ୍ରି କରିବା ପରେ ଆପଣଙ୍କୁ ଦୁଇଟି ବିକଳ୍ପ ମିଳିବ। ଶେଷରେ ଆପଣ ନିଜର ୟୁଜର ଆଇଡି ଓ ପାସ୍‌ୱାଡ ତିଆରି କରିବେ।

ପାସପୋର୍ଟ ସେବା ପାଇଁ ଡିଜି ଲକରର ବ୍ୟବହାର ଅତ୍ୟନ୍ତ ସହଜ। ଜନସାଧାରଣଙ୍କୁ ପେପରଲେସ୍ ପାସପୋର୍ଟ ସେବା ଯୋଗାଇ ଦେବା ଏହାର ଏକ ମାତ୍ର ଲକ୍ଷ୍ୟ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ। ଡିଜିଟାଲ ଲକର ହେଉଛି, ଡିଜିଟାଲ ଇଣ୍ଡିଆ କର୍ପୋରେସନ ଅଧିନରେ ଥିବା ଇଲୋକ୍‌ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟର ଏକ ପଦକ୍ଷେପ।

https://www.thesakala.in/technology/passport-services-integrated-with-digilocker-platform/article-152
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର