ହକି ବିଶ୍ବକପ୍‌ ୨୦୨୩ : ବେଲଜିୟମ୍‌କୁ ସୁଟ୍‌ଆଉଟ୍‌ରେ ପରାସ୍ତ କରି ବିଶ୍ବ ଚାମ୍ପିଅନ୍‌ ହେଲା ଜର୍ମାନି

The Sakala Picture
Published On

ଭୁବନେଶ୍ବର : ବିଶ୍ବ ଚାମ୍ପିଅନ୍‌ ହେଲା ଜର୍ମାନି। ଓଡ଼ିଶାରେ ଖେଳାଯାଉଥିବା ୨୦୨୩ ହକି ପୁରୁଷ ବିଶ୍ବକପ୍‌ରେ ୨୦୧୮ ଚାମ୍ପିଅନ୍‌  ବେଲଜିୟମ୍‌କୁ ସୁଟ୍‌ଆଉଟ୍‌ରେ ପରାସ୍ତ କରି ବିଶ୍ବ ଚାମ୍ପିଅନ୍‌ ହୋଇଛି ଜର୍ମାନି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ବେଲଜିୟମ୍‌ ଓ ଜର୍ମାନି ମଧ୍ୟ କଡା ମୁକାବିଲା ହୋଇଥିଲା। ଉଭୟ ଦଳ ଜୋରଦାର ଲଢ଼େଇ କରି ୪ର୍ଥ କ୍ବାର୍ଟରେ ସୁଦ୍ଧା ୩-୩ ଗୋଲ୍‌ କରିଥିଲେ। ଶେଷରେ ମ୍ୟାଚର ଫଳାଫଳ ପାଇଁ ସୁଟ୍‌ଆଉଟ୍‌ର ସାହାରା ନିଆଯାଇଥିଲା। ଯେଉଁଥିରେ ଜର୍ମାନି […]

ଭୁବନେଶ୍ବର : ବିଶ୍ବ ଚାମ୍ପିଅନ୍‌ ହେଲା ଜର୍ମାନି। ଓଡ଼ିଶାରେ ଖେଳାଯାଉଥିବା ୨୦୨୩ ହକି ପୁରୁଷ ବିଶ୍ବକପ୍‌ରେ ୨୦୧୮ ଚାମ୍ପିଅନ୍‌  ବେଲଜିୟମ୍‌କୁ ସୁଟ୍‌ଆଉଟ୍‌ରେ ପରାସ୍ତ କରି ବିଶ୍ବ ଚାମ୍ପିଅନ୍‌ ହୋଇଛି ଜର୍ମାନି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ବେଲଜିୟମ୍‌ ଓ ଜର୍ମାନି ମଧ୍ୟ କଡା ମୁକାବିଲା ହୋଇଥିଲା। ଉଭୟ ଦଳ ଜୋରଦାର ଲଢ଼େଇ କରି ୪ର୍ଥ କ୍ବାର୍ଟରେ ସୁଦ୍ଧା ୩-୩ ଗୋଲ୍‌ କରିଥିଲେ। ଶେଷରେ ମ୍ୟାଚର ଫଳାଫଳ ପାଇଁ ସୁଟ୍‌ଆଉଟ୍‌ର ସାହାରା ନିଆଯାଇଥିଲା। ଯେଉଁଥିରେ ଜର୍ମାନି ୫-୪ ଗୋଲ୍‌ରେ ବଲେଜିୟମ୍‌କୁ ପରାସ୍ତ କରି ୨୦୨୩ ପୁରୁଷ ହକି ବିଶ୍ବକପ୍‌ ଟ୍ରଫି ହାତେଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ର ବେଲଜିୟମ ପ୍ରଥମ କ୍ବାର୍ଟରରେ ଭଲ ପ୍ରଦର୍ଶନ କରିଥିଲା ୯ ଓ ୧୦ ମିନିଟରେ ଲଗାତାର ୨ଟି ଗୋଲ୍‌ ଦେଇ ୨-୦ ଆଗୁଆ ଥିଲା। କିନ୍ତୁ ଦ୍ବିତୀୟ କ୍ବାର୍ଟରର ଶେଷ ସମୟ ବେଳକୁ ଜର୍ମାନି ଏକ ଗୋଲ ଦେଇଥିଲା। ଜର୍ମାନି ୩ୟ ଓ ୪ର୍ଥ କ୍ବାର୍ଟରେ ଗୋଲ୍‌ (୪୦ ଓ ୪୭ ମିନିଟ) ଦେଇ ୩-୨ରେ ଅଗ୍ରଣୀ ଥିଲା। କିନ୍ତୁ ବେଲଜିୟମ ୫୮ ମିନିଟରେ ଏକ ଗୋଲ୍‌ ଦେଇ ସମାନ ସ୍ତରକୁ ଆଣିଥିଲା। ଫଳାଫଳ ନବାହାରିବାରୁ ଶେଷରେ ସୁଟ୍‌ଆଉଟ୍‌ର ସାହାର ନିଆଯାଇଥିଲା। ସୁଟ୍‌ଆଉଟ୍‌ରେ ଜର୍ମାନି ୫ଟି ଗୋଲ୍‌ ଦେଇ ୨୦୧୮ ବିଶ୍ବ ଚାମ୍ପିଅନ ବଲେଜିୟମ୍‌କୁ ପରାସ୍ତ କରି ପୁରୁଷ ହକି ବିଶ୍ବକପ୍‌ ୨୦୨୩ର ଟ୍ରଫି ହାତେଇଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଅନ୍ୟପଟେ ଆଜି ହକି ବିଶ୍ବକପ୍‌-୨୦୨୩ର ତୃତୀୟ ସ୍ଥାନ ପାଇଁ ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସ ୩-୧ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆକୁ ହରାଇ ନେଦରଲାଣ୍ଡ୍‌ସ ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ବ୍ରୋଞ୍ଚ ପଦକ ଜିତିଛି। ଆଜି ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମ କ୍ବାର୍ଟରରେ ଅଷ୍ଟ୍ରେଲିଆ ଦଳ ଭଲ ପ୍ରଦର୍ଶନ କରିଥିଲା। ୧୨ ମିନିଟରେ ଜେରେମି ହେୱାର୍ଡ ଏକ ପେନାଲ୍ଟି ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଦ୍ବିତୀୟ କ୍ବାର୍ଟରରେ କୌଣସି ଗୋଲ୍‌ ହୋଇପାରି ନଥିଲା। ତେବେ ୩ୟ କ୍ବାର୍ଟରେ ନେଦରଲାଣ୍ଡସ୍‌ ଲଗାତାର ୩ଟି ଗୋଲ୍‌ (୩୨, ୩୪ ଓ ୩୯ମିନିଟ୍‌) ଦେଇଥିଲା। ଥିରି ବ୍ରିଙ୍କମ୍ୟାନ୍‌ ଶେଷ ୨ଟି ଗୋଲ୍‌ ଦେଇଥିଲେ। ଶେଷ କ୍ବାର୍ଟରରେ ଜୋରଦାର ଲଢ଼େଇ ହୋଇଥିଲା। କୌଣସି ଦଳ ଗୋଲ୍‌ ଦେଇପାରି ନଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର