ରାହୁଲ ଓ ରୋହିତଙ୍କୁ ବିଶ୍ରାମ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ କୋଚ୍ ଦାୟିତ୍ବରେ ଲକ୍ଷ୍ମଣ ଓ ଅଧିନାୟକ ପଦରେ ରହିବେ ପାଣ୍ଡ୍ୟା

The Sakala Picture
Published On

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ସେମିଫାଇନାଲରେ ଶେଷ ହେବାପରେ ଏବେ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି ବିସିସିଆଇ। ବର୍ତ୍ତମାନ ଟି-୨୦ ବିଶ୍ୱକପରେ ଭାରତୀୟ ଟିମ୍‌ର କୋଚିଂ ଦାୟିତ୍ୱ ସମ୍ଭାଳିଥିବା ଡ୍ରାଭିଡ ଅଷ୍ଟ୍ରେଲିଆରୁ ସିଧା ଭାରତକୁ ଫେରିବେ। ତାଙ୍କ ବଦଳରେ ନ୍ୟାଶନାଲ କ୍ରିକେଟ ଏକାଡେମୀର ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣ ଭାରତୀୟ ଟିମ ସହ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ। ସେ ନ୍ୟୁଜିଲ୍ୟାଣ୍ଡରେ ଭାରତୀୟ ଟିମର କାମଚଳା ମୁଖ୍ୟ କୋଚ ଦାୟିତ୍ୱରେ ରହିବେ। […]

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ସେମିଫାଇନାଲରେ ଶେଷ ହେବାପରେ ଏବେ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି ବିସିସିଆଇ। ବର୍ତ୍ତମାନ ଟି-୨୦ ବିଶ୍ୱକପରେ ଭାରତୀୟ ଟିମ୍‌ର କୋଚିଂ ଦାୟିତ୍ୱ ସମ୍ଭାଳିଥିବା ଡ୍ରାଭିଡ ଅଷ୍ଟ୍ରେଲିଆରୁ ସିଧା ଭାରତକୁ ଫେରିବେ। ତାଙ୍କ ବଦଳରେ ନ୍ୟାଶନାଲ କ୍ରିକେଟ ଏକାଡେମୀର ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣ ଭାରତୀୟ ଟିମ ସହ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ।

ଆହୁରି ପଢ଼ନ୍ତୁ: ବୁମରାଙ୍କୁ ଆଶ୍ଚର୍ଯ୍ୟ କଲେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ୧୪ ବଲରେ ଖେଳିଲେ ବିସ୍ଫୋରକ ଇନିଂସ, ରୋହିତ ଶର୍ମା ବି ନିରାଶ

ସେ ନ୍ୟୁଜିଲ୍ୟାଣ୍ଡରେ ଭାରତୀୟ ଟିମର କାମଚଳା ମୁଖ୍ୟ କୋଚ ଦାୟିତ୍ୱରେ ରହିବେ। ନଭେମ୍ବର ୧୮ରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ଟି ଟି-୨୦ ଓ ସମାନ ସଂଖ୍ୟକ ୩ ଦିନିକିଆ ମ୍ୟାଚ ଖେଳାଯିବ। ୱେଲିଙ୍ଗଟନ୍‌ରୁ ଏହି ସୀମିତ ଓଭର ସିରିଜ ଆରମ୍ଭ ହେବ।ସେହିପରି ନ୍ୟୁଜିଲ୍ୟାଣ୍ଡ ଟୁରରେ ଦଳର ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଓପନର କେଏଲ ରାହୁଲ ଓ ରବି ଚନ୍ଦ୍ରନ ଅଶ୍ୱିନ ମଧ୍ୟ ଯିବେନାହିଁ। ଏମାନଙ୍କୁ ବିଶ୍ରାମ ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଭାରତୀୟ ଟିମ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ। ସେହିପରି ଶିଖର ଧୱନ ଦିନିକିଆରେ ଦଳର ଅଧିନାୟକ ପଦ ସମ୍ଭାଳିବେ।

ଆହୁରି ପଢ଼ନ୍ତୁ: ଆରସିବି ବୋଲରଙ୍କୁ ଧୂଳି ଚଟାଇଲେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ମାତ୍ର ୨୬ ବଲରେ ଖେଳିଲେ ୭୮ ରନର ବିସ୍ଫୋରକ ପାଳି

ଅନ୍ୟପଟେ ରାହୁଲ ଡ୍ରାଭିଡ୍‌ଙ୍କ ସହ ଟିମ ଇଣ୍ଡିଆର ବ୍ୟାଟିଂ କୋଚ୍‌ ଓ ବୋଲିଂ କୋଚ୍‌ଙ୍କୁ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ଟୁରରେ ବିସିସିଆଇ ଛାଡ଼ିବ ନାହିଁ। ଲକ୍ଷ୍ମଣ ମୁଖ୍ୟ କୋଚ୍‌ ଭାବେ ଦଳ ସହ ଯିବାକୁ ଥିବା ବେଳେ ହୃଷିକେଶ କାନିତକର ବ୍ୟାଟିଂ କୋଚ ଓ ସାଇରାଜ ବାହୁତୁଲେ ବୋଲିଂ କୋଚ ଭାବେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ। ତେବେ ଲକ୍ଷ୍ମଣ ପ୍ରଥମଥର ପାଇଁ ଭାରତୀୟ ଟିମର କାମଚଳା କୋଚ ହୋଇ ନାହାନ୍ତି। ପୂର୍ବରୁ ସେ ଜିମ୍ବାୱେ ଓ ଆୟର୍ଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରେ ଭାରତର କୋଚ ସାଜିଥିଲେ। ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ମଧ୍ୟ ମୁଖ୍ୟ କୋଚ୍‌ ଭାବେ ଲକ୍ଷ୍ମଣଙ୍କୁ ଦେଖିବାକୁ ମିଳିଥିଲା। ଏବେ ସେ ପୁଣିଥରେ ଭାରତୀୟ ଟିମର କୋଚ ସାଜିଛନ୍ତି। ସୂଚନାଯୋଗ୍ୟ ଯେ, ଡିସେମ୍ବର ୪ରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜ୍‌କୁ ବିରାଟ, ରୋହିତ ଓ ଅଶ୍ୱିନ ଫେରିବେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ଏକ 'ସିନେମା'! ରିଲି ରୁସୋଙ୍କ ମନ୍ତବ୍ୟ ଶୁଣି ପ୍ରେସ୍‌ମିଟ୍‌ରେ ହସିହସି ବେଦମ୍ ହେଲେ ଜାକବ୍ ଓରାମ୍

11 Nov 2022 By The Sakala

ରାହୁଲ ଓ ରୋହିତଙ୍କୁ ବିଶ୍ରାମ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ କୋଚ୍ ଦାୟିତ୍ବରେ ଲକ୍ଷ୍ମଣ ଓ ଅଧିନାୟକ ପଦରେ ରହିବେ ପାଣ୍ଡ୍ୟା

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ସେମିଫାଇନାଲରେ ଶେଷ ହେବାପରେ ଏବେ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି ବିସିସିଆଇ। ବର୍ତ୍ତମାନ ଟି-୨୦ ବିଶ୍ୱକପରେ ଭାରତୀୟ ଟିମ୍‌ର କୋଚିଂ ଦାୟିତ୍ୱ ସମ୍ଭାଳିଥିବା ଡ୍ରାଭିଡ ଅଷ୍ଟ୍ରେଲିଆରୁ ସିଧା ଭାରତକୁ ଫେରିବେ। ତାଙ୍କ ବଦଳରେ ନ୍ୟାଶନାଲ କ୍ରିକେଟ ଏକାଡେମୀର ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣ ଭାରତୀୟ ଟିମ ସହ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ।

ସେ ନ୍ୟୁଜିଲ୍ୟାଣ୍ଡରେ ଭାରତୀୟ ଟିମର କାମଚଳା ମୁଖ୍ୟ କୋଚ ଦାୟିତ୍ୱରେ ରହିବେ। ନଭେମ୍ବର ୧୮ରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ଟି ଟି-୨୦ ଓ ସମାନ ସଂଖ୍ୟକ ୩ ଦିନିକିଆ ମ୍ୟାଚ ଖେଳାଯିବ। ୱେଲିଙ୍ଗଟନ୍‌ରୁ ଏହି ସୀମିତ ଓଭର ସିରିଜ ଆରମ୍ଭ ହେବ।ସେହିପରି ନ୍ୟୁଜିଲ୍ୟାଣ୍ଡ ଟୁରରେ ଦଳର ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଓପନର କେଏଲ ରାହୁଲ ଓ ରବି ଚନ୍ଦ୍ରନ ଅଶ୍ୱିନ ମଧ୍ୟ ଯିବେନାହିଁ। ଏମାନଙ୍କୁ ବିଶ୍ରାମ ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଭାରତୀୟ ଟିମ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ। ସେହିପରି ଶିଖର ଧୱନ ଦିନିକିଆରେ ଦଳର ଅଧିନାୟକ ପଦ ସମ୍ଭାଳିବେ।

ଅନ୍ୟପଟେ ରାହୁଲ ଡ୍ରାଭିଡ୍‌ଙ୍କ ସହ ଟିମ ଇଣ୍ଡିଆର ବ୍ୟାଟିଂ କୋଚ୍‌ ଓ ବୋଲିଂ କୋଚ୍‌ଙ୍କୁ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ଟୁରରେ ବିସିସିଆଇ ଛାଡ଼ିବ ନାହିଁ। ଲକ୍ଷ୍ମଣ ମୁଖ୍ୟ କୋଚ୍‌ ଭାବେ ଦଳ ସହ ଯିବାକୁ ଥିବା ବେଳେ ହୃଷିକେଶ କାନିତକର ବ୍ୟାଟିଂ କୋଚ ଓ ସାଇରାଜ ବାହୁତୁଲେ ବୋଲିଂ କୋଚ ଭାବେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ। ତେବେ ଲକ୍ଷ୍ମଣ ପ୍ରଥମଥର ପାଇଁ ଭାରତୀୟ ଟିମର କାମଚଳା କୋଚ ହୋଇ ନାହାନ୍ତି। ପୂର୍ବରୁ ସେ ଜିମ୍ବାୱେ ଓ ଆୟର୍ଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରେ ଭାରତର କୋଚ ସାଜିଥିଲେ। ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ମଧ୍ୟ ମୁଖ୍ୟ କୋଚ୍‌ ଭାବେ ଲକ୍ଷ୍ମଣଙ୍କୁ ଦେଖିବାକୁ ମିଳିଥିଲା। ଏବେ ସେ ପୁଣିଥରେ ଭାରତୀୟ ଟିମର କୋଚ ସାଜିଛନ୍ତି। ସୂଚନାଯୋଗ୍ୟ ଯେ, ଡିସେମ୍ବର ୪ରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜ୍‌କୁ ବିରାଟ, ରୋହିତ ଓ ଅଶ୍ୱିନ ଫେରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp