ମନୋରଞ୍ଜନ
ଓଡ଼ିଶା
ଦ୍ୱିତୀୟ ଦିନିକିଆ ଆଜି: ବ୍ୟାଟିଂ ଉପରେ ଗୁରୁତ୍ବ
କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚଳିତ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ସ୍ଥାନୀୟ ରଣସିଂଘେ ପ୍ରେମଦାସା ଷ୍ଟାଡିୟମ୍ରେ ଖେଳାଯିବ। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଦିନିକିଆକୁ ଶ୍ରୀଲଙ୍କାର ୪ ସ୍ପିନର ଟାଇ କରିବାରେ ସମର୍ଥ ହୋଇଥିଲେ। ଏହାର ଅର୍ଥ ଏହି ପିଚ୍ ସ୍ପିନରଙ୍କୁ ସୁହାଉଛି ଏବଂ ବାକିଥିବା ଦୁଇଟିଯାକ ମ୍ୟାଚ୍ରେ ପିଚ୍ ସ୍ପିନ୍ ବୋଲିଂକୁ ସହାୟତା କରିବା ନିଶ୍ଚିତ। ପ୍ରଥମ ଦିନିକିଆରେ ଉଭୟ ଦଳର ବ୍ୟାଟର ସଂଘର୍ଷ କରିଥିଲେ। ଏପରିକି ଭାରତୀୟ ଦଳ ହାତରେ ୨ଟି […]
କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚଳିତ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ସ୍ଥାନୀୟ ରଣସିଂଘେ ପ୍ରେମଦାସା ଷ୍ଟାଡିୟମ୍ରେ ଖେଳାଯିବ। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଦିନିକିଆକୁ ଶ୍ରୀଲଙ୍କାର ୪ ସ୍ପିନର ଟାଇ କରିବାରେ ସମର୍ଥ ହୋଇଥିଲେ। ଏହାର ଅର୍ଥ ଏହି ପିଚ୍ ସ୍ପିନରଙ୍କୁ ସୁହାଉଛି ଏବଂ ବାକିଥିବା ଦୁଇଟିଯାକ ମ୍ୟାଚ୍ରେ ପିଚ୍ ସ୍ପିନ୍ ବୋଲିଂକୁ ସହାୟତା କରିବା ନିଶ୍ଚିତ। ପ୍ରଥମ ଦିନିକିଆରେ ଉଭୟ ଦଳର ବ୍ୟାଟର ସଂଘର୍ଷ କରିଥିଲେ। ଏପରିକି ଭାରତୀୟ ଦଳ ହାତରେ ୨ଟି ୱିକେଟ ଥାଇ ମଧ୍ୟ ବିଜୟ ଲାଗି ଗୋଟିଏ ରନ୍ ସଂଗ୍ରହ କରିପାରି ନ ଥିଲା। ସେହିପରି ଶ୍ରୀଲଙ୍କାର ଟପ୍ ଅର୍ଡର କ୍ରମାଗତ ଭାବେ ଫେଲ୍ ମାରୁଛି। କେବଳ ପାଥୁମ ନିଶାଙ୍କା ନିୟମିତ ଭାବେ ସଫଳ ହେଉଛନ୍ତି। ପ୍ରଥମ ଦିନିକିଆରେ ଦୁନିଥ ୱେଲାଲାଗେଙ୍କ ବ୍ୟାଟରୁ ଅପରାଜିତ ୬୭ ରନ୍ ମିଳି ନ ଥିଲେ ଶ୍ରୀଲଙ୍କା ସ୍କୋର ୧୫୦ ରନ୍ ଅତିକ୍ରମ କରିବା କଷ୍ଟକର ହୋଇଥାନ୍ତା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଏହି ପିଚ୍ରେ ଉଭୟ ଦଳର ବ୍ୟାଟର ସ୍ପିନ ବୋଲରଙ୍କ ବିପକ୍ଷରେ ସଂଘର୍ଷ କରିଛନ୍ତି। ଏଣୁ ପରବର୍ତ୍ତୀ ଦୁଇଟି ମ୍ୟାଚ୍ରେ ଯେଉଁ ଦଳର ବ୍ୟାଟର ସ୍ପିନରଙ୍କୁ ଭଲ ଖେଳିବେ, ସେହି ଦଳ ଏଠାରେ ମ୍ୟାଚ୍ ଜିତିବା ସମ୍ଭବ ହୋଇ ପାରିବ।
ଦିନିକିଆରେ ମ୍ୟାଚ୍ ଟାଇ ରହିବା ବିରଳ ଘଟଣା ଭାବେ କୁହାଯାଇପାରେ। ଗତକାଲିର ମ୍ୟାଚ୍କୁ ମିଶାଇ ଅନ୍ତର୍ଜାତୀୟ କ୍ରିକେଟରେ ୪, ୭୫୨ଟି ମ୍ୟାଚ ଖେଳାଯାଇଥିଲାବେଳେ ମାତ୍ର ୪୪ଟି ମ୍ୟାଚ୍ ଟାଇ ରହିଛି। ପ୍ରେମଦାସା ଷ୍ଟାଡିୟମ୍ରେ ଏହା ପ୍ରଥମ ଘଟଣା। ଏଠାରେ ଖେଳାଯାଇଥିବା ୧୪୯ଟି ମ୍ୟାଚ୍ରୁ ପ୍ରଥମଥର ମ୍ୟାଚ ଟାଇ ରହିଛି। ଏହି ମ୍ୟାଚ ଟାଇ ହେବା ଅର୍ଥ ସଂଘର୍ଷକରୁଥିବା ଶ୍ରୀଲଙ୍କା ଲାଗି ବିଜୟ ସଦୃଶ। ପ୍ରତିଦ୍ୱନ୍ଦ୍ୱୀ ଗୌତମ ଗମ୍ଭୀର ଓ ରୋହିତ ଶର୍ମା ଯୋଡିଙ୍କ ପାଳି ଆରମ୍ଭରେ ମ୍ୟାଚ୍ ହାତଛଡ଼ା କରିବା ଆଦୌ ଶୁଭଙ୍କର ନୁହେଁ। ବିଶେଷକରି ଟି-୨୦ର ଶେଷ ମ୍ୟାଚ୍ ଓ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଟାଇ ହୋଇଛି। ଏହାର ଅର୍ଥ ଭାରତ ସହ ଶ୍ରୀଲଙ୍କା ମୁକାବିଲା କରିବାକୁ ସମର୍ଥ ହେଉଛି। ଏବେ ଦେଖିବାର କଥା ଗୌତମ-ରୋହିତଙ୍କ ଯୋଡି କିପରି ଶ୍ରୀଲଙ୍କାର ମୁକାବିଲା କରିବେ ତାହା ଭବିଷ୍ୟତ ଲାଗି ରାସ୍ତା ଦେଖାଇବ। ବିଶେଷକରି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତ ମାତ୍ର ୬ଟି ଦିନିକିଆ ଖେଳିବ। ଏକ ବଡ଼ ମୁକାବିଲା ପୂର୍ବରୁ ଭାରତୀୟ କ୍ରିକେଟ ଦଳର ପ୍ରସ୍ତୁତି ନିହାତି ଜରୁରୀ। ଏଣୁ ପରବର୍ତ୍ତୀ ମ୍ୟାଚ୍ ଦୁଇଟିରେ ଖେଳାଳିଙ୍କ ମ୍ୟାଚ୍ ପ୍ରାକ୍ଟିସ୍, ଫର୍ମ ଓ ରଣନୀତି ଭାରତ ଲାଗି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା।
ବର୍ତ୍ତମାନ ଭାରତୀୟ ଦଳରେ ଦୁଇଟି ସ୍ଥାନ ଲାଗି ବେଶ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ତାହା ହେଉଛି ୱିକେଟରକ୍ଷକ ଓ ନଂ-୪ରେ ବ୍ୟାଟିଂ ପୋଜିସନ। ପ୍ରଥମ ମ୍ୟାଚ୍ରେ ଦୁଇ ଦାବିଦାର ଶ୍ରେୟସ ଆୟର ଓ ଲୋକେଶ ରାହୁଲଙ୍କୁ ସୁଯୋଗ ଦିଆଯାଇଥିଲା। ଏଥିରେ ଏମାନେ ଅଧା ସଫଳତା ପାଇଛନ୍ତି। ଡ୍ରେସିଂ ରୁମ୍ରେ ଋଷଭ ପନ୍ତ୍ ଓ ଦଳ ବାହାରେ ଏକାଧିକ ଖେଳାଳି ରହିଛନ୍ତି। ଶିବମ ଦୁବେଙ୍କୁ ଯେଉଁଥିଲାଗି ଅଣାଯାଇଛି, ସେଥିରେ ସେ ଏଯାଏ ବଡ଼ ସଫଳତା ପାଇନାହାନ୍ତି। ଗୋଟିଏ କଥା ସତ ଯେ ଏମାନେ କିଛି ଦିନ ହେଲା ଭାରତ ପକ୍ଷରୁ ମ୍ୟାଚ ପ୍ରାକ୍ଟିସ୍ ପାଇ ନାହାନ୍ତି। ଏଣୁ ନିୟମିତ ସ୍ଥିର ପ୍ରଦର୍ଶନ ଦେବାରେ ସମର୍ଥ ହେଉ ନାହାନ୍ତି। ଏବେ ସମୟ ଆସିଛି ଦିନିକିଆ ଦଳ ଗଠନ କରିବାର। ସେହିପରି ଶ୍ରୀଲଙ୍କା ଦଳ ଦ୍ୱିତୀୟ ଦିନିକିଆରେ ପଞ୍ଚମ ସ୍ପିନର ଭାବେ ମାହିଶ ଥିକ୍ସାନାଙ୍କୁ ସାମିଲ କଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସେହିପରି ଶ୍ରୀଲଙ୍କାକୁ ମ୍ୟାଚ୍ ଜିତିବାକୁ ହେଲେ ସ୍ପିନରଙ୍କୁ ସହାୟତା ଦେବାକୁ ଟପ୍ ଅର୍ଡର ବ୍ୟାଟର ଆଗେଇ ଆସିବା ଉଚିତ।