ଆଇପିଏଲ୍ ଇତିହାସର ସର୍ବଶ୍ରେଷ୍ଠ ଖେଳାଳି ହେଉଛନ୍ତି ସୁନୀଲ ନାରିନ: ପ୍ରଶଂସାରେ ଶତମୁଖ ପୂର୍ବତନ ଭାରତୀୟ ବ୍ୟାଟର ଅମ୍ବାତି ରାୟୁଡୁ

Suryakanta Picture
Published On

ପୂର୍ବତନ ଭାରତୀୟ କ୍ରିକେଟର ତଥା ବ୍ୟାଟର ଅମ୍ବାତି ରାୟୁଡୁ ୱେଷ୍ଟଇଣ୍ଡିଜ୍ ସୁପରଷ୍ଟାର ତଥା କୋଲକାତା ନାଇଟ୍ ରାଇଡର୍ସ (KKR) ର ଷ୍ଟାର ଅଲରାଉଣ୍ଡର ସୁନୀଲ ନାରିନଙ୍କୁ ଆଇପିଏଲ୍ ଇତିହାସର ସର୍ବଶ୍ରେଷ୍ଠ ଖେଳାଳି ଭାବରେ ଅଭିହିତ କରିଛନ୍ତି। ଶନିବାର ରାତିରେ ଖେଳାଯାଇଥିବା ନିଜର ୨୦୦ତମ ଆଇପିଏଲ୍ ମ୍ୟାଚରେ ନାରିନଙ୍କ ଉଲ୍ଲେଖନୀୟ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ପ୍ରଦର୍ଶନ ପରେ ରାୟୁଡୁ ଏହି ବୟାନ ଦେଇଛନ୍ତି, ଯାହା ଏବେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

କେକେଆର୍ ସଫଳତାର ମୁଖ୍ୟ ବିନ୍ଧାଣି

୨୦୧୨ ମସିହାରେ କେକେଆର୍ ପାଇଁ ଡେବ୍ୟୁ କରିଥିବା ନାରିନ ପ୍ରଥମ ସିଜିନରେ ହିଁ ଦଳକୁ ଚାମ୍ପିୟନ୍ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହି ସିଜିନରେ ସେ ମାତ୍ର ୫.୪୭ ଇକୋନୋମିରେ ବୋଲିଂ କରି ୧୫ଟି ମ୍ୟାଚରୁ ୨୪ଟି ୱିକେଟ୍ ଅକ୍ତିଆର କରି ଇତିହାସ ରଚିଥିଲେ। ଏହାପରେ ୨୦୧୪ ମସିହାରେ ମଧ୍ୟ ନାରିନ ନିଜର କମାଲ ଦେଖାଇ ୧୬ଟି ମ୍ୟାଚରେ ୬.୩୫ ଇକୋନୋମିରେ ୨୧ଟି ୱିକେଟ୍ ନେଇ କେକେଆରକୁ ଦ୍ଵିତୀୟ ଥର ଟ୍ରଫି ଜିତାଇବାରେ ସାହାଯ୍ୟ କରିଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଅଲରାଉଣ୍ଡର ଭାବେ ଅସାଧାରଣ ପ୍ରଦର୍ଶନ

ଦୁଇ ବର୍ଷ ତଳେ ଅର୍ଥାତ କେକେଆରର ତୃତୀୟ ଆଇପିଏଲ୍ ଟାଇଟଲ୍ ବିଜୟ ସମୟରେ, ସୁନୀଲ ନାରିନ ପୁଣିଥରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ସେହି ସିଜିନରେ ସେ ୧୫ଟି ମ୍ୟାଚ୍ ଖେଳି ୬.୬୯ ଇକୋନୋମି ସହ ୧୭ଟି ୱିକେଟ୍ ନେବା ବ୍ୟତୀତ ବ୍ୟାଟିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ୧୮୦.୭୪ ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରି ସେ ମୋଟ ୪୮୮ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଏବଂ ୩ଟି ଅର୍ଦ୍ଧଶତକ ସାମିଲ ଥିଲା।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ରାୟୁଡୁଙ୍କ ପ୍ରଶଂସା

ଭାରତ ପାଇଁ ୫୦ରୁ ଅଧିକ ଦିନିକିଆ ଏବଂ ୬ଟି ଟି-୨୦ ମ୍ୟାଚ୍ ଖେଳିଥିବା ଅମ୍ବାତି ରାୟୁଡୁ, ନାରିନଙ୍କ ଏହିସବୁ ରେକର୍ଡ ଏବଂ କ୍ରମାଗତ ସଫଳତାକୁ ଦେଖି ତାଙ୍କୁ ଆଇପିଏଲର ସର୍ବଶ୍ରେଷ୍ଠ ଖେଳାଳି ବୋଲି ମାନିଛନ୍ତି। ସୂଚନାଯୋଗ୍ୟ ଯେ, ନାରିନ ୨୦୧୯ରେ ନିଜର ଶେଷ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଳେ ୨୦୨୩ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ତଥାପି ଆଇପିଏଲ୍ ଭଳି ଟୁର୍ଣ୍ଣାମେଣ୍ଟରେ ତାଙ୍କର ଦବଦବା ଏବେ ବି କାୟମ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp