ବିଶ୍ୱକପ୍‌ ଅଭିଯାନ ପୂର୍ବରୁ ଭାରତକୁ ଝଟକା, ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲଙ୍କୁ ଡେଙ୍ଗୁ; ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଖେଳିବା ନେଇ ଆଶଙ୍କା

The Sakala Picture
Published On

ଚେନ୍ନାଇ: ବିଶ୍ୱକପ୍‌ ଅଭିଯାନ ଆରମ୍ଭ ହେଉ ହେଉ ଭାରତକୁ ଝଟକା । ଟିମ୍ ଇଣ୍ଡିଆର ୟଙ୍ଗଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲଙ୍କୁ ଡେଙ୍ଗୁ । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ବିସିସିଆଇର ମେଡିକାଲ ଟିମ୍ ତତ୍ତ୍ଵାବଧାନରେ ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଛି । ବିଶ୍ୱକପରେ ଭାରତ ନିଜ ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ବେଳେ ପ୍ରଥମ ମ୍ୟାଚ୍ ପୂର୍ବରୁ ଦଳ ପାଇଁ ଆସିଛି ଏପରି ଚିନ୍ତାଜନକ ଖବର । ଡେଙ୍ଗୁ ରିପୋର୍ଟ ପଜିଟିଭ୍ ଆସିବା ପରେ ଅଷ୍ଟ୍ରେଲିଆ […]

ଚେନ୍ନାଇ: ବିଶ୍ୱକପ୍‌ ଅଭିଯାନ ଆରମ୍ଭ ହେଉ ହେଉ ଭାରତକୁ ଝଟକା । ଟିମ୍ ଇଣ୍ଡିଆର ୟଙ୍ଗଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲଙ୍କୁ ଡେଙ୍ଗୁ । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ବିସିସିଆଇର ମେଡିକାଲ ଟିମ୍ ତତ୍ତ୍ଵାବଧାନରେ ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଛି । ବିଶ୍ୱକପରେ ଭାରତ ନିଜ ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ବେଳେ ପ୍ରଥମ ମ୍ୟାଚ୍ ପୂର୍ବରୁ ଦଳ ପାଇଁ ଆସିଛି ଏପରି ଚିନ୍ତାଜନକ ଖବର । ଡେଙ୍ଗୁ ରିପୋର୍ଟ ପଜିଟିଭ୍ ଆସିବା ପରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଗିଲ୍ ଖେଳିବା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି । ତେବେ ଗିଲଙ୍କ ସ୍ବାସ୍ଥ୍ୟ ଉପରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ନଜର ରଖିଛି । ଶୁକ୍ରବାର ତାଙ୍କର ଆଉ ଏକ ଟେଷ୍ଟ ହେବ । ଏହାପରେ ହିଁ ଅଷ୍ଟ୍ରେଲିଆ ମ୍ୟାଚ୍ ପାଇଁ ସେ ଉପଲବ୍ଧ ହେବେ ନା ନାହିଁ ଜଣାପଡ଼ିବ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଆସନ୍ତା ୮ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ପ୍ରଥମ ମ୍ୟାଚ୍ ଖେଳିବ ଭାରତ । ଯଦି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ଶୁଭମାନ ଗିଲ ସୁସ୍ଥ ନ‌ ହୁଅନ୍ତି, ତେବେ ଭାରତୀୟ ଦଳ ଅନ୍ୟ ବିକଳ୍ପ ଦେଖିବ। ଅଧିନାୟକ ରୋହିତ ଶର୍ମାଙ୍କ ସହ ଇଶାନ କିଶନ ନା କେଏଲ୍ ରାହୁଲ ଇନିଂସ ଓପନ୍ କରିବେ ତାହା ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ। ଚୂଡ଼ାନ୍ତ ଏକାଦଶରୁ ଗିଲ୍ ଯଦି ବାଦ୍ ପଡନ୍ତି ତେବେ ଟିମ୍ ଇଣ୍ଡିଆ ପାଇଁ ଏହା ଏକ ବଡ଼ ଝଟକା ହେବ । ଏସିଆ କପ୍ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଦମଦାର ଫର୍ମରେ ନଜର ଆସିଥିଲେ ଶୁବମନ୍ । ବ୍ୟାକ୍ ଟୁ ବ୍ୟାକ୍ ସେଂଚୁରୀ ମାରିଥିଲେ ଏହି ଷ୍ଟାର ବ୍ୟାଟର ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର