ଇଂଲଣ୍ଡକୁ ଧୂଳି ଚଟାଇଲେ ପନ୍ତ-ପାଣ୍ଡ୍ୟା ଯୋଡି, ୨-୧ରେ ଶୃଙ୍ଖଳା ଜିତିଲା ଟିମ୍‌ ଇଣ୍ଡିଆ

The Sakala Picture
Published On

ମଞ୍ଚେଷ୍ଟର: ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ନେଇଛି। ପନ୍ତଙ୍କ ଦମଦାର ଶତକ ଦମରେ ଟି-୨୦ ପରେ ଦିନିକିଆ ସିରିଜ୍ କବଜା କରିଛି ଟିମ୍‌ ଇଣ୍ଡିଆ। ଇଂଲଣ୍ଡ ମାଟିରେ ଇଂରେଜ ଦଳକୁ ଧୂଳି ଚଟାଇ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଛି ରୋହିତ ବାହିନୀ। ଋଷଭ ପନ୍ତଙ୍କ ଅପରାଜିତ ଶତକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ଦମରେ ନିର୍ଣ୍ଣାୟକ ମୁକାବିଲାକୁ ୫ ଓ୍ଵିକେଟରେ ଜିତି ନେଇଛି ଭାରତ। ମଞ୍ଚେଷ୍ଟରସ୍ଥିତ ଓଲ୍ଡ […]

ମଞ୍ଚେଷ୍ଟର: ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ନେଇଛି। ପନ୍ତଙ୍କ ଦମଦାର ଶତକ ଦମରେ ଟି-୨୦ ପରେ ଦିନିକିଆ ସିରିଜ୍ କବଜା କରିଛି ଟିମ୍‌ ଇଣ୍ଡିଆ। ଇଂଲଣ୍ଡ ମାଟିରେ ଇଂରେଜ ଦଳକୁ ଧୂଳି ଚଟାଇ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଛି ରୋହିତ ବାହିନୀ। ଋଷଭ ପନ୍ତଙ୍କ ଅପରାଜିତ ଶତକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ଦମରେ ନିର୍ଣ୍ଣାୟକ ମୁକାବିଲାକୁ ୫ ଓ୍ଵିକେଟରେ ଜିତି ନେଇଛି ଭାରତ।

ଆହୁରି ପଢ଼ନ୍ତୁ: ଏସିଆରେ ଭାରତର ଦବଦବା, କିନ୍ତୁ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଏବେ ଅସଲ ଆହ୍ୱାନ

ମଞ୍ଚେଷ୍ଟରସ୍ଥିତ ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ରବିବାର ଭାରତ ୩ୟ ତଥା ଶେଷ ଦିନିକିଆରେ ୫ ୱିକେଟ୍‌ରେ ମ୍ୟାଚ ଜିତିଛି। ଭାରତ ୨୬୦ ରନ୍‌ର ବିଜୟ ଲକ୍ଷ୍ୟକୁ ୪୨.୧ ଓଭରରେ ୫ ୱିକେଟ୍‌ ହରାଇ ହାସଲ କରିଛି। ଟିମ୍‌ ଇଣ୍ଡିଆର ୱିକେଟକିପର ବ୍ୟାଟର ଋଷଭ ପନ୍ତ ଶତକ ହାସଲ କରିଛନ୍ତି। ସେ ୧୧୩ଟି ବଲ୍‌ ଖେଳି ୧୬ଟି ଚୌକା ଓ ୨ଟି ଛକା ବଳରେ ଅପରାଜିତ ୧୨୫ ରନ୍‌ ସଂଗ୍ରହ କରିଛନ୍ତି। ଆଜିର ମ୍ୟାଚରେ ଭାରତର ବିଜୟରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ବଡ଼ ଯୋଗଦାନ ରହିଛି। ପାଣ୍ଡ୍ୟା ଭାରତ ପକ୍ଷରୁ ସର୍ବାଧିକ ୪ଟି ୱିକେଟ ନେଇଥିଲେ। ସେହିପରି ବ୍ୟାଟିଂ ପାଳିରେ ୫୫ଟି ବଲ୍‌ ଖେଳି ୭୧ ରନ୍‌ କରିଥିଲେ। ଏଥିରେ ସେ ୧୦ଟି ଚୌକା ମାରିଥିଲେ। ଅଧିନାୟକ ରୋହିତ ଶର୍ମା ୧୭ ରନ୍‌, ଶିଖର ଧୱନ ୧ ରନ୍‌, ବିରାଟ କୋହଲି ୧୭ ରନ୍‌, ସୂର୍ଯ୍ୟକୁମାର ଯାଦବ ୧୬ ରନ୍‌ ଓ ରବୀନ୍ଦ୍ର ଜାଦେଜା ଅପରାଜିତ ୭ ରନ୍‌ ସଂଗ୍ରହ କରିଥିଲେ।

ଆହୁରି ପଢ଼ନ୍ତୁ: ଅଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡିଲେ ବରୁଣ ଚକ୍ରବର୍ତ୍ତୀ, ଏସୀୟ କ୍ରୀଡ଼ା ଖେଳିବା ନେଇ ଆଶଙ୍କା

ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳୁଥିବା ଟିମ୍‌ ଇଣ୍ଡିଆ ଦମଦାର ବୋଲିଂ ବଳରେ ଇଂଲଣ୍ଡକୁ ୨୫୯ ରନ୍‌ରେ ଅଟକାଇଥିଲା।ଇଂଲଣ୍ଡ ୪୫.୫ ଓଭରରେ ଅଲ୍‌ଆଉଟ୍‌ ହୋଇଥିଲା। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭାରତ ପାଇଁ ସର୍ବାଧିକ ୪ଟି ୱିକେଟ୍‌ ନେଇଥିଲା ବେଳେ ସ୍ବିନର ୟୁଜବେନ୍ଦ୍ର ଚହଲ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ। ସେହିପରି ଦ୍ରୁତବୋଲର ମହମ୍ମଦ ସିରାଜଙ୍କୁ ୨ ଓ ରବୀନ୍ଦ୍ର ଜାଦେଜାଙ୍କୁ ଗୋଟିଏ ୱିକେଟ ମିଳିଥିଲା।

୨୬୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ପ୍ରାରମ୍ଭିକ ବିପର୍ଯ୍ୟୟ ଘଟିଥିଲା। ଶିଖର ଧାଓ୍ଵନ(୧) ପୁଣି ଥରେ ନିରାଶ କରିଥିଲେ। ରୋହିତ ଶର୍ମା ଭଲ ଆରମ୍ଭ କରିଥିଲେ ହେଁ ୧୭ ରନ କରି ଆଉଟ୍ ହୋଇଥିଲେ। ବିରାଟ କୋହଲି(୧୭ ରନ) ନିଜର ଖରାପ ଫର୍ମ ଜାରି ରଖି ପାଭିଲିୟନ ଫେରିଥିଲେ। ସୂର୍ଯ୍ୟକୁମାର ଯାଦବ ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରିନଥିଲେ। ସେ ୧୬ ରନ କରି ଆଉଟ୍ ହୋଇଥିଲେ। ୭୨ ରନରେ ୪ ଓ୍ଵିକେଟ୍ ହରାଇ ଭାରତ ମୁସ୍କିଲ ସ୍ଥିତିରେ ପଡିଥିଲା।

ଏହା ପରେ ଋଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ସତର୍କତାର ସହ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। କ୍ରିଜରେ ଜମିବା ପରେ ଉଭୟ ସଟ୍ ଖେଳିବା ସହ ଦ୍ରୁତ ଗତିରେ ରନ ସଂଗ୍ରହ କରି ଦଳକୁ ବିପର୍ୟ୍ୟରୁ ଉଦ୍ଧାର କରିଥିଲେ। ଏହି କ୍ରମରେ ପନ୍ତ ଏବଂ ପାଣ୍ଡ୍ୟା ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ବ୍ୟାଟସମ୍ୟାନ ୧୦୧ ବଲରେ ଶତକୀୟ ଭାଗିଦାରୀ ଯୋଡି ଦଳକୁ ବିଜୟର ନିକଟତର କରାଇଥିଲେ। ୨୦୫ ରନ ସ୍କୋରରେ ପାଣ୍ଡ୍ୟା ଆଉଟ୍ ହୋଇଥିଲେ। ସେ ୫୫ ବଲରୁ ୧୦ ଚୌକା ସହ ୭୧ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ।

ପନ୍ତ ଏବଂ ପାଣ୍ଡ୍ୟା ପଞ୍ଚମ ଓ୍ଵିକେଟରେ ୧୧୩ ରନ ଯୋଡିଥିଲେ। ଅନ୍ୟପଟେ ବିସ୍ଫୋରକ ବ୍ୟାଟିଂ କରି ପନ୍ତ ଦିନିକିଆ କ୍ୟାରିୟରରେ ପ୍ରଥମ ଶତକ ପୂରଣ କରିଥିଲେ। ସେ ଏବଂ ଜାଡେଜା ଅବିଭାଜିତ ଷଷ୍ଠ ଓ୍ଵିକେଟରେ ୫୬ ରନ ଯୋଡି ଦଳକୁ ଜିତାଇଛନ୍ତି। ଭାରତ ୪୨.୧ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ହାସଲ କରିଛି। ଖାସ୍ କରି ୪୨ ତମ ଓଭରରେ ପନ୍ତ ୫ ଚୌକା ମାରିଥିଲେ। ପନ୍ତ ୧୧୩ ବଲରୁ ୧୬ ଚୌକା ଏବଂ ୨ ଛକା ସହ ୧୨୫ ରନ କରି ଅପରାଜିତ ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର