ନବୀନଙ୍କ କ୍ରୀଡ଼ା ଭିତ୍ତିଭୂମି ବିକାଶ ନୀତିର ଫଳଶ୍ରୁତି : ସନ୍ତରଣରେ ଓଡ଼ିଶାକୁ ପ୍ରଥମ ସ୍ୱର୍ଣ୍ଣ

The Sakala Picture
Published On

ଭୁବନେଶ୍ୱର : ଜାତୀୟ ସ୍ତରରେ ସନ୍ତରଣ କ୍ରୀଡ଼ା ପ୍ରତିଯୋଗିତା ଓଡ଼ିଶାକୁ ମିଳିଛି ସଫଳତା। ଓଡ଼ିଶାର ଉଦୀୟମାନ ସନ୍ତରଣକାରୀ କର୍ଣ୍ଣାଟକର ମାଙ୍ଗାଲୋରଠାରେ ଚାଲିଥିବା ୭୭ତମ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ପ୍ରଥମଥର ସ୍ୱର୍ଣ୍ଣପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଗୁରୁବାର ଅନୁଷ୍ଠିତ ୪ ଗୁଣା ୧୦୦ ମିଟର ମେଡଲେ ରିଲେ ସନ୍ତରଣରେ ଓଡ଼ିଶାର ପ୍ରତିଯୋଗୀମାନେ ୪ ମିନିଟ୍‌ ୨୭.୯୦ ସେକେଣ୍ଡ ସମୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ସନ୍ତରଣରେ ପ୍ରତ୍ୟାଶା ରାୟ ବ୍ୟାକ୍‌ ଷ୍ଟ୍ରୋକ୍‌ରେ, ମନ୍ନତା ମିଶ୍ର […]

ଭୁବନେଶ୍ୱର : ଜାତୀୟ ସ୍ତରରେ ସନ୍ତରଣ କ୍ରୀଡ଼ା ପ୍ରତିଯୋଗିତା ଓଡ଼ିଶାକୁ ମିଳିଛି ସଫଳତା। ଓଡ଼ିଶାର ଉଦୀୟମାନ ସନ୍ତରଣକାରୀ କର୍ଣ୍ଣାଟକର ମାଙ୍ଗାଲୋରଠାରେ ଚାଲିଥିବା ୭୭ତମ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ପ୍ରଥମଥର ସ୍ୱର୍ଣ୍ଣପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଗୁରୁବାର ଅନୁଷ୍ଠିତ ୪ ଗୁଣା ୧୦୦ ମିଟର ମେଡଲେ ରିଲେ ସନ୍ତରଣରେ ଓଡ଼ିଶାର ପ୍ରତିଯୋଗୀମାନେ ୪ ମିନିଟ୍‌ ୨୭.୯୦ ସେକେଣ୍ଡ ସମୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ସନ୍ତରଣରେ ପ୍ରତ୍ୟାଶା ରାୟ ବ୍ୟାକ୍‌ ଷ୍ଟ୍ରୋକ୍‌ରେ, ମନ୍ନତା ମିଶ୍ର ବ୍ରେଷ୍ଟ ଷ୍ଟ୍ରୋକ୍‌ରେ, ସୃଷ୍ଟି ଉପାଧ୍ୟାୟ ବଟ୍ଟରଫ୍ଲାଏରେ ଓ ସୋନିଆ ପଟେଲ ଫ୍ରି ଷ୍ଟାଇଲ୍‌ରେ ଅଂଶଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବରରେ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍‌: ଦିଲ୍ଲୀରେ ଖେଳାଯିବ ମ୍ୟାଚ୍‌, ଆୟୋଜକ ସାଜିବ ଆଫଗାନିସ୍ତାନ

ପୂର୍ବରୁ ମଙ୍ଗଳବାର ଅନୁଷ୍ଠିତ ମହିଳା ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ପ୍ରତ୍ୟାଶା ରୌପ୍ୟ ପଦକ ୪ ଗୁଣା ୨୦୦ ମିଟର ଫ୍ରିଷ୍ଟାଇଲ ରିଲେ ସନ୍ତରଣରେ ଓଡ଼ିଶା କାଂସ୍ୟ ପଦକ ବିଜୟୀ ହୋଇଥିଲେ। ଏହି ରିଲେ ସନ୍ତରଣରେ ପ୍ରତ୍ୟାଶାଙ୍କ ବ୍ୟତୀତ ସୃଷ୍ଟି, ଦିବ୍ୟଜ୍ୟୋତି ପ୍ରଧାନ ଓ ସୋନିଆ ସଦସ୍ୟ ରହିଥିଲେ। ଜାତୀୟ ବରିଷ୍ଠ ସନ୍ତରଣ ଇତିହାସରେ ଓଡ଼ିଶା ଦଳ ପ୍ରଥମଥର ୩ଟି ପଦକ ଜିତିବାରେ ସମର୍ଥ ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬: ପାରା ପାୱାରଲିଫ୍ଟିଂରେ ଇତିହାସ ରଚିଲେ ଝଣ୍ଡୁ କୁମାର, ଭାରତକୁ ମିଳିଲା ପ୍ରଥମ ପଦକ

ନବୀନ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ କ୍ରୀଡ଼ାନୀତି ଆଜି ରାଜ୍ୟ ପାଇଁ ଏହି ବିରଳ ସଫଳତା ଆଣିଦେଇଛି। ସନ୍ତରଣ କ୍ରୀଡ଼ାର ଉନ୍ନତି ଲାଗି ନବୀନ ସରକାର ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟସ୍ତରର ସନ୍ତରଣାଗାର ଓ ଅନ୍ତର୍ଜାତୀୟ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ। ଜାତୀୟ ବରିଷ୍ଠ ସନ୍ତରଣ ଚାମ୍ପିଅନସିପ୍‌ର ୭୭ ବର୍ଷରେ ଯାହା ହୋଇ ପାରି ନ ଥିଲା, ତାହା ଏବେ ସମ୍ଭବ ହୋଇଛି। ଏଣୁ ପୂର୍ବ ସରକାରଙ୍କ ଯୋଜନାବଦ୍ଧ ଉଦ୍ୟମ ବେଶ୍‌ ସଫଳ ହୋଇଛି। କେବଳ ଭୁବନେଶ୍ୱର କିମ୍ବା ସମ୍ବଲପୁର ନୁହେଁ; ବରଂ ରାଜ୍ୟର ବିଭିନ୍ନ ସ୍ଥାନରେ ସନ୍ତରଣାଗାର ପ୍ରତିଷ୍ଠା କରାଯାଇ ଉଚ୍ଚମାନର ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଛି। ଯାହାଫଳରେ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାର ଏହି ୭୭ ବର୍ଷରୁ ପୁରୁଣା ରେକର୍ଡକୁ ଭାଙ୍ଗିଦେବାରେ ଓଡ଼ିଶା ସମର୍ଥ ହୋଇପାରିଛି।

ଆହୁରି ପଢ଼ନ୍ତୁ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା: ସାରାଂଶ ଜୈନ୍‌ ନୂଆ ମୁହଁ, ଫେରିଲେ ଜାଡେଜା ଓ ବୁମରା

13 Sep 2024 By The Sakala

ନବୀନଙ୍କ କ୍ରୀଡ଼ା ଭିତ୍ତିଭୂମି ବିକାଶ ନୀତିର ଫଳଶ୍ରୁତି : ସନ୍ତରଣରେ ଓଡ଼ିଶାକୁ ପ୍ରଥମ ସ୍ୱର୍ଣ୍ଣ

ଭୁବନେଶ୍ୱର : ଜାତୀୟ ସ୍ତରରେ ସନ୍ତରଣ କ୍ରୀଡ଼ା ପ୍ରତିଯୋଗିତା ଓଡ଼ିଶାକୁ ମିଳିଛି ସଫଳତା। ଓଡ଼ିଶାର ଉଦୀୟମାନ ସନ୍ତରଣକାରୀ କର୍ଣ୍ଣାଟକର ମାଙ୍ଗାଲୋରଠାରେ ଚାଲିଥିବା ୭୭ତମ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ପ୍ରଥମଥର ସ୍ୱର୍ଣ୍ଣପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଗୁରୁବାର ଅନୁଷ୍ଠିତ ୪ ଗୁଣା ୧୦୦ ମିଟର ମେଡଲେ ରିଲେ ସନ୍ତରଣରେ ଓଡ଼ିଶାର ପ୍ରତିଯୋଗୀମାନେ ୪ ମିନିଟ୍‌ ୨୭.୯୦ ସେକେଣ୍ଡ ସମୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ସନ୍ତରଣରେ ପ୍ରତ୍ୟାଶା ରାୟ ବ୍ୟାକ୍‌ ଷ୍ଟ୍ରୋକ୍‌ରେ, ମନ୍ନତା ମିଶ୍ର ବ୍ରେଷ୍ଟ ଷ୍ଟ୍ରୋକ୍‌ରେ, ସୃଷ୍ଟି ଉପାଧ୍ୟାୟ ବଟ୍ଟରଫ୍ଲାଏରେ ଓ ସୋନିଆ ପଟେଲ ଫ୍ରି ଷ୍ଟାଇଲ୍‌ରେ ଅଂଶଗ୍ରହଣ କରିଥିଲେ।

ପୂର୍ବରୁ ମଙ୍ଗଳବାର ଅନୁଷ୍ଠିତ ମହିଳା ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ପ୍ରତ୍ୟାଶା ରୌପ୍ୟ ପଦକ ୪ ଗୁଣା ୨୦୦ ମିଟର ଫ୍ରିଷ୍ଟାଇଲ ରିଲେ ସନ୍ତରଣରେ ଓଡ଼ିଶା କାଂସ୍ୟ ପଦକ ବିଜୟୀ ହୋଇଥିଲେ। ଏହି ରିଲେ ସନ୍ତରଣରେ ପ୍ରତ୍ୟାଶାଙ୍କ ବ୍ୟତୀତ ସୃଷ୍ଟି, ଦିବ୍ୟଜ୍ୟୋତି ପ୍ରଧାନ ଓ ସୋନିଆ ସଦସ୍ୟ ରହିଥିଲେ। ଜାତୀୟ ବରିଷ୍ଠ ସନ୍ତରଣ ଇତିହାସରେ ଓଡ଼ିଶା ଦଳ ପ୍ରଥମଥର ୩ଟି ପଦକ ଜିତିବାରେ ସମର୍ଥ ହୋଇଛି।

ନବୀନ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ କ୍ରୀଡ଼ାନୀତି ଆଜି ରାଜ୍ୟ ପାଇଁ ଏହି ବିରଳ ସଫଳତା ଆଣିଦେଇଛି। ସନ୍ତରଣ କ୍ରୀଡ଼ାର ଉନ୍ନତି ଲାଗି ନବୀନ ସରକାର ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟସ୍ତରର ସନ୍ତରଣାଗାର ଓ ଅନ୍ତର୍ଜାତୀୟ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ। ଜାତୀୟ ବରିଷ୍ଠ ସନ୍ତରଣ ଚାମ୍ପିଅନସିପ୍‌ର ୭୭ ବର୍ଷରେ ଯାହା ହୋଇ ପାରି ନ ଥିଲା, ତାହା ଏବେ ସମ୍ଭବ ହୋଇଛି। ଏଣୁ ପୂର୍ବ ସରକାରଙ୍କ ଯୋଜନାବଦ୍ଧ ଉଦ୍ୟମ ବେଶ୍‌ ସଫଳ ହୋଇଛି। କେବଳ ଭୁବନେଶ୍ୱର କିମ୍ବା ସମ୍ବଲପୁର ନୁହେଁ; ବରଂ ରାଜ୍ୟର ବିଭିନ୍ନ ସ୍ଥାନରେ ସନ୍ତରଣାଗାର ପ୍ରତିଷ୍ଠା କରାଯାଇ ଉଚ୍ଚମାନର ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଛି। ଯାହାଫଳରେ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାର ଏହି ୭୭ ବର୍ଷରୁ ପୁରୁଣା ରେକର୍ଡକୁ ଭାଙ୍ଗିଦେବାରେ ଓଡ଼ିଶା ସମର୍ଥ ହୋଇପାରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର