ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡ଼ିଲେ ଧୋନି

The Sakala Picture
Published On

ନୂଆଦିିଲ୍ଲୀ: ଲୋକପ୍ରିୟ ଟି-୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିଅର ଲିଗ୍‍  ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ ଛାଡିଛନ୍ତ ଏମଏସ ଧୋନି। ତାଙ୍କ ବଦଳରେ ଏଣିକି ଦଳର ନେତୃତ୍ୱ ନେବେ ରବିନ୍ଦ୍ର ଜାଡେଜା । ସୂଚନା ଅନୁଯାୟୀ,  ୨୦୧୨ ମସିହାରୁ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଅବିଚ୍ଛେଦ୍ୟ ଅଙ୍ଗ ରହିଆସିଥିବା ଜାଡେଜା ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ ନେଉଥିବା ତୃତୀୟ ଖେଳାଳି ହେବେ। ମାର୍ଚ୍ଚ ୨୬ରୁ ଆରମ୍ଭ ହେଉଛି ଆଇପିଏଲର ପଞ୍ଚଦଶ ସଂସ୍କରଣ । ୨୦୦୮ରୁ ଅର୍ଥାତ ୧୨ […]

ନୂଆଦିିଲ୍ଲୀ: ଲୋକପ୍ରିୟ ଟି-୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିଅର ଲିଗ୍‍  ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ ଛାଡିଛନ୍ତ ଏମଏସ ଧୋନି। ତାଙ୍କ ବଦଳରେ ଏଣିକି ଦଳର ନେତୃତ୍ୱ ନେବେ ରବିନ୍ଦ୍ର ଜାଡେଜା ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ସୂଚନା ଅନୁଯାୟୀ,  ୨୦୧୨ ମସିହାରୁ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଅବିଚ୍ଛେଦ୍ୟ ଅଙ୍ଗ ରହିଆସିଥିବା ଜାଡେଜା ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ ନେଉଥିବା ତୃତୀୟ ଖେଳାଳି ହେବେ। ମାର୍ଚ୍ଚ ୨୬ରୁ ଆରମ୍ଭ ହେଉଛି ଆଇପିଏଲର ପଞ୍ଚଦଶ ସଂସ୍କରଣ ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

୨୦୦୮ରୁ ଅର୍ଥାତ ୧୨ ବର୍ଷ ହେଲା ମହେନ୍ଦ୍ର ସିଂହ ଧୋନି ଚେନ୍ନାଇର ଅଧିନାୟକ ଭାବେ କାର୍ଯ୍ୟ କରି ଆସୁଥିଲେ। ତାଙ୍କ କ୍ୟାପ୍ଟେନ୍ସିରେ ଚେନ୍ନାଇ ୪ ଥର ଚାମ୍ପିୟନ ହୋଇଥିବାବେଳେ ୫ଥର ରନର୍ସଅପ୍‌ ହୋଇଛି ଦଳ । କେବଳ ୨୦୧୬ ଓ ୨୦୧୭ରେ ଚେନ୍ନାଇ ଆଇପିଏଲରେ ବ୍ୟାନ୍‌ ହୋଇଥିଲା। ବାକି ସବୁ ସଂସ୍କରଣରେ ଧୋନି ହିଁ ଦଳର ନେତୃତ୍ୱ ନେଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ସିଜିନ୍ ୨୦୨୨ ପାଇଁ ମୋଟ ୪ ଜଣ ଖେଳାଳିଙ୍କୁ ରିଟେନ୍ କରିଥିଲା ଚେନ୍ନାଇ । ଜାଡେଜାଙ୍କୁ ଦଳ ୧୬ କୋଟି ଟଙ୍କାରେ କିଣିଥିଲା । ଅନ୍ୟପଟେ ଧୋନୀଙ୍କୁ ସିଏସ୍‌କେ ଫ୍ରାଞ୍ଚାଇଜ୍‌ ୧୨ କୋଟି ଟଙ୍କାରେ ରିଟେନ୍ କରିଥିଲା ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର