ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ମିତାଲି ରାଜ

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟିକା ମିତାଲି ରାଜ ଏବେ ଆନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି। ଏ ନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି। ଏଥିସହ ମହିଳା କ୍ରିକେଟର ଗୋଟିଏ ଯୁଗର ଅନ୍ତ ଘଟିଛି। ମହିଳା ଦିନିକିଆରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ମିତାଲିଙ୍କ ନାଁରେ ରହିଛି। ସେ ଭାରତ ପାଇଁ ୨୩୨ଟି ମ୍ୟାଚ୍‌ ଖେଳି ୭୮୦୫ ରନ୍ କରିଛନ୍ତି। ସେ ଟ୍ବିଟରେ ଲେଖିଛନ୍ତି ଯେ, ମୁଁ ଯେତେବେଳେ […]

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟିକା ମିତାଲି ରାଜ ଏବେ ଆନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି। ଏ ନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି। ଏଥିସହ ମହିଳା କ୍ରିକେଟର ଗୋଟିଏ ଯୁଗର ଅନ୍ତ ଘଟିଛି। ମହିଳା ଦିନିକିଆରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ମିତାଲିଙ୍କ ନାଁରେ ରହିଛି। ସେ ଭାରତ ପାଇଁ ୨୩୨ଟି ମ୍ୟାଚ୍‌ ଖେଳି ୭୮୦୫ ରନ୍ କରିଛନ୍ତି।

ଆହୁରି ପଢ଼ନ୍ତୁ: ଅଭ୍ୟାସ ବେଳେ ୬ଟି କ୍ୟାମେରା ଫଲୋ କରିବା ଅସ୍ୱାଭାବିକ: ନିଜ ଗୋପନୀୟତାକୁ ନେଇ ମୁହଁ ଖୋଲିଲେ ବିରାଟ କୋହଲି

ସେ ଟ୍ବିଟରେ ଲେଖିଛନ୍ତି ଯେ, ମୁଁ ଯେତେବେଳେ ନୀଳ ଜର୍ସି ପିନ୍ଧି ମୋ ଦେଶକୁ ପ୍ରତିନିଧିତ୍ୱ କରୁଥିଲି ସେତେବେଳେ ମୋର ବୟସ କମ ଥିଲା। ଏହି ଯାତ୍ରା ବହୁତ ଲମ୍ବା ଥିଲା ଯେଉଁଥିରେ ଆମେ ସମସ୍ତ ପ୍ରକାରର ମୁହୂର୍ତ୍ତ ଦେଖିବାକୁ ପାଇଥିଲୁ। ଗତ ୨୩ବର୍ଷ ମୋ ଜୀବନର ସର୍ବୋତ୍ତମ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ। ଜୀବନର ଅନ୍ୟ ଯାତ୍ରା ପରି, ଏହି ଯାତ୍ରା ସମାପ୍ତ ହେବାକୁ ଯାଉଛି ଏବଂ ଆଜି ମୁଁ ସମସ୍ତ ପ୍ରକାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରୁଛି। ଦୀର୍ଘ ବର୍ଷ ହେଲା ଆପଣମାନଙ୍କ ସହଯୋଗ ଓ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଆପଣମାନଙ୍କ ସମର୍ଥନ ଓ ଆର୍ଶୀବାଦ ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି ମିତାଲି ଟ୍ବିଟ କରି କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ଇତିହାସର ସର୍ବଶ୍ରେଷ୍ଠ ଖେଳାଳି ହେଉଛନ୍ତି ସୁନୀଲ ନାରିନ: ପ୍ରଶଂସାରେ ଶତମୁଖ ପୂର୍ବତନ ଭାରତୀୟ ବ୍ୟାଟର ଅମ୍ବାତି ରାୟୁଡୁ

ଆହୁରି ପଢ଼ନ୍ତୁ: RTI ପରିସରଭୁକ୍ତ ନୁହେଁ ବିସିସିଆଇ; ସୂଚନା ଦେବାକୁ ବାଧ୍ୟ ନୁହେଁ ବୋଲି 'ସିଆଇସି'ଙ୍କ ବଡ଼ ନିଷ୍ପତ୍ତି

ସୂଚନା ଅନୁଯାୟୀ, ଜୁନ୍ ୨୬, ୧୯୯୯ରେ ଆନ୍ତର୍ଜାତୀୟ କ୍ର‌ିକେଟରେ ଡେବ୍ୟୁ କରିଥିବା ମିତାଲି । ମାର୍ଚ୍ଚ  ୨୦୨୨ ପର୍ଯ୍ଯନ୍ତ ଆନ୍ତର୍ଜାତୀୟ କ୍ରିକେଟରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ ୧୨ ଟି ଟେଷ୍ଟ, ୨୩୨ ଦିନିକିଆ ମ୍ୟାଚ୍ ଏବଂ ୮୯ ଟି -୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଥିଲେ। ୧୨ଟି ଟେଷ୍ଟ ମ୍ୟାଚରେ ସେ ଗୋଟିଏ ଶତକ କରିବା ଓ ୪ଟି ଅର୍ଦ୍ଧଶତକ ସହିତ ୬୯୯ ରନ୍ କରିବାରେ ସଫଳ ହୋଇଥିଲେ। ଏହା ସହ ଦିନିକିଆ ମ୍ୟାଚରେ ସେ ୭ ଶତକ ଏବଂ ୬୪ ଅର୍ଦ୍ଧଶତକ ସହ ୭୮୦୫ ରନ୍ କରିଥିଲେ। ଏଥି ସହିତ, ସେ ୧୭ ଟି ଅର୍ଦ୍ଧଶତକ ସହ ଟି -୨୦ କ୍ରିକେଟରେ ୨୩୬୪ ରନ୍ ସଂଗ୍ରହ କରିଥିଲେ।

08 Jun 2022 By The Sakala

ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ମିତାଲି ରାଜ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟିକା ମିତାଲି ରାଜ ଏବେ ଆନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି। ଏ ନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି। ଏଥିସହ ମହିଳା କ୍ରିକେଟର ଗୋଟିଏ ଯୁଗର ଅନ୍ତ ଘଟିଛି। ମହିଳା ଦିନିକିଆରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ମିତାଲିଙ୍କ ନାଁରେ ରହିଛି। ସେ ଭାରତ ପାଇଁ ୨୩୨ଟି ମ୍ୟାଚ୍‌ ଖେଳି ୭୮୦୫ ରନ୍ କରିଛନ୍ତି।

ସେ ଟ୍ବିଟରେ ଲେଖିଛନ୍ତି ଯେ, ମୁଁ ଯେତେବେଳେ ନୀଳ ଜର୍ସି ପିନ୍ଧି ମୋ ଦେଶକୁ ପ୍ରତିନିଧିତ୍ୱ କରୁଥିଲି ସେତେବେଳେ ମୋର ବୟସ କମ ଥିଲା। ଏହି ଯାତ୍ରା ବହୁତ ଲମ୍ବା ଥିଲା ଯେଉଁଥିରେ ଆମେ ସମସ୍ତ ପ୍ରକାରର ମୁହୂର୍ତ୍ତ ଦେଖିବାକୁ ପାଇଥିଲୁ। ଗତ ୨୩ବର୍ଷ ମୋ ଜୀବନର ସର୍ବୋତ୍ତମ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ। ଜୀବନର ଅନ୍ୟ ଯାତ୍ରା ପରି, ଏହି ଯାତ୍ରା ସମାପ୍ତ ହେବାକୁ ଯାଉଛି ଏବଂ ଆଜି ମୁଁ ସମସ୍ତ ପ୍ରକାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରୁଛି। ଦୀର୍ଘ ବର୍ଷ ହେଲା ଆପଣମାନଙ୍କ ସହଯୋଗ ଓ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଆପଣମାନଙ୍କ ସମର୍ଥନ ଓ ଆର୍ଶୀବାଦ ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି ମିତାଲି ଟ୍ବିଟ କରି କହିଛନ୍ତି।

ସୂଚନା ଅନୁଯାୟୀ, ଜୁନ୍ ୨୬, ୧୯୯୯ରେ ଆନ୍ତର୍ଜାତୀୟ କ୍ର‌ିକେଟରେ ଡେବ୍ୟୁ କରିଥିବା ମିତାଲି । ମାର୍ଚ୍ଚ  ୨୦୨୨ ପର୍ଯ୍ଯନ୍ତ ଆନ୍ତର୍ଜାତୀୟ କ୍ରିକେଟରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ ୧୨ ଟି ଟେଷ୍ଟ, ୨୩୨ ଦିନିକିଆ ମ୍ୟାଚ୍ ଏବଂ ୮୯ ଟି -୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଥିଲେ। ୧୨ଟି ଟେଷ୍ଟ ମ୍ୟାଚରେ ସେ ଗୋଟିଏ ଶତକ କରିବା ଓ ୪ଟି ଅର୍ଦ୍ଧଶତକ ସହିତ ୬୯୯ ରନ୍ କରିବାରେ ସଫଳ ହୋଇଥିଲେ। ଏହା ସହ ଦିନିକିଆ ମ୍ୟାଚରେ ସେ ୭ ଶତକ ଏବଂ ୬୪ ଅର୍ଦ୍ଧଶତକ ସହ ୭୮୦୫ ରନ୍ କରିଥିଲେ। ଏଥି ସହିତ, ସେ ୧୭ ଟି ଅର୍ଦ୍ଧଶତକ ସହ ଟି -୨୦ କ୍ରିକେଟରେ ୨୩୬୪ ରନ୍ ସଂଗ୍ରହ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର