ଆଇପିଏଲ୍-୧୭ : ହାଇଦ୍ରାବାଦ୍କୁ ହରାଇ ଫାଇନାଲରେ କୋଲକାତା
ଅହମ୍ମଦାବାଦ୍ : ମିଚେଲ ଷ୍ଟାର୍କ (୩/୩୪)ଙ୍କ ଘାତକ ବୋଲିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ ୮ ୱିକେଟରେ ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ପରାସ୍ତ କରି ଆଇପିଏଲ୍-୨୦୨୪ ଫାଇନାଲରେ ପ୍ରବେଶ କରିଛି। ଏହା ଫଳରେ କୋଲକାତା ଚତୁର୍ଥଥର ଆଇପିଏଲ୍ ଫାଇନାଲରେ ପ୍ରବେଶ କରିବାରେ ସମର୍ଥ ହୋଇଛି। ମେ ୨୬ରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଏଥିରେ ମେ ୨୪ରେ ଖେଳାଯିବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟରର ବିଜେତା ସହ କୋଲକାତା ଫାଇନାଲ ଖେଳିବ। ଏହାର ଏଲିମିନେଟର ବୁଧବାର ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ […]
ଅହମ୍ମଦାବାଦ୍ : ମିଚେଲ ଷ୍ଟାର୍କ (୩/୩୪)ଙ୍କ ଘାତକ ବୋଲିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ ୮ ୱିକେଟରେ ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ପରାସ୍ତ କରି ଆଇପିଏଲ୍-୨୦୨୪ ଫାଇନାଲରେ ପ୍ରବେଶ କରିଛି। ଏହା ଫଳରେ କୋଲକାତା ଚତୁର୍ଥଥର ଆଇପିଏଲ୍ ଫାଇନାଲରେ ପ୍ରବେଶ କରିବାରେ ସମର୍ଥ ହୋଇଛି। ମେ ୨୬ରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଏଥିରେ ମେ ୨୪ରେ ଖେଳାଯିବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟରର ବିଜେତା ସହ କୋଲକାତା ଫାଇନାଲ ଖେଳିବ। ଏହାର ଏଲିମିନେଟର ବୁଧବାର ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ର ବିଜେତା ସହ ଆଜିର ପରାଜିତ ଦଳ ହାଇଦ୍ରାବାଦ୍ ଦ୍ୱିତୀୟ କ୍ୱାଲିଫାୟରରେ ମୁକାବିଲା କରିବ।
ଆୟରଙ୍କ ବିସ୍ଫୋରକ ଅର୍ଦ୍ଧଶତକ
ଅହମ୍ମଦାବାଦ୍ରେ ମଙ୍ଗଳବାର ଆଇପିଏଲ୍ର ପ୍ରଥମ କ୍ୱାଲିଫାୟର ମୁକାବିଲା ଅନୁଷ୍ଠିତ ହୋଇଥିଲା। ଏଥିରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାଦ୍ ୧୯.୩ ଓଭରରେ ୧୫୯ ରନ୍ କରି ଅଲ୍ଆଉଟ ହୋଇଯାଇଥିଲା। ଦଳର ସମସ୍ତ ତାରକା ତଥା ବିସ୍ଫୋରକ ବ୍ୟାଟର ବିଫଳ ହେବାରୁ ଦଳ ଏତେ କମ୍ ସ୍କୋର ହୋଇଥିଲା। ଜବାବରେ କୋଲକାତା ମାତ୍ର ୧୩.୪ ଓଭରରେ ୨ ୱିକେଟରେ ୧୬୪ ରନ୍ କରି ବିଜୟ ହାସଲ କରିନେଇଥିଲା। ଦଳ ପକ୍ଷରୁ ଦୁଇ ଆୟର ଶ୍ରେୟାସ ଓ ଭେଙ୍କଟେଶ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ଶ୍ରେୟାସ ୨୩ ବଲ୍ରେ ଅର୍ଦ୍ଧଶତକ ହାସଲ କରିବା ସହ ୨୪ବଲ୍ରୁ ୫ ଚୌକା ଓ ୪ଛକା ସହ ୫୮ ଏବଂ ୨୮ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିବା ଭେଙ୍କଟେଶ ୫ ଚୌକା ଓ ୪ ଛକା ସହ ୫୧ ରନ୍ କରିଥିଲେ। ଏମାନଙ୍କ ଅବିଭକ୍ତ ତୃତୀୟ ୱିକେଟ ଭାଗୀଦାରିରୁ ୪୪ ବଲ୍ରୁ ୯୭ ରନ୍ ସଂଗୃହୀତ ହେବା ଫଳରେ ଦଳ ସହଜରେ ବିଜୟୀ ହେବା ସହ ଚତୁର୍ଥଥର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ଶ୍ରେୟାସ ଛକା ମାରି ଦଳକୁ ବିଜୟୀ କରାଇଥିଲେ। କୋଲକାତା ପକ୍ଷରୁ ରହମନୁଲ୍ଳା ଗୁରବାଜ୍ ୨୩ ଓ ସୁନୀଲ ନାରିନ୍ ୨୧ ରନ୍ କରିଥିଲେ। କୋଲକାତା ପୂର୍ବରୁ ୨୦୧୨, ୨୦୧୪, ୨୦୨୧ରେ ଫାଇନାଲ ଖେଳିଥିଲା। ୨୦୧୨ ଓ ୨୦୧୪ରେ ଦଳ ଚାମ୍ପିଅନ ହୋଇଥିଲା।
ରାହୁଲ ତ୍ରିପାଠୀଙ୍କ ଚମତ୍କାର ଅର୍ଦ୍ଧଶତକ
ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ କମିନ୍ସ ଟସ୍ ଜିତି ବ୍ୟାଟିଂ ନେବା ଦଳ ଲାଗି ଘାତକ ସାବ୍ୟସ୍ତ ହୋଇଥିଲା। ଦଳର ପ୍ରଥମ ୪ ଖେଳାଳି ୩୯ ରନ୍ରେ ଆଉଟ ହୋଇଥିଲେ। ତାରକା ଖେଳାଳି ଟ୍ରାଭିସ୍ ହେଡ୍ କ୍ରମାଗତ ଦ୍ୱିତୀୟ ମ୍ୟାଚ୍ରେ ୦, ଅଭିଷେକ ଶର୍ମା ମଧ୍ୟ ୩ ରନ୍ କରି ଆଉଟ ହୋଇଯାଇଥିଲେ। ଷ୍ଟାର୍କ ଘାତକ ବୋଲିଂ ପ୍ରଥମ ୪ଟି ମଧ୍ୟରୁ ୩ଟି ୱିକେଟ ନେଇ ଘାତକ ସାବ୍ୟସ୍ତ ହୋଇଥିଲେ। ବରୁଣ ଚକ୍ରବର୍ତ୍ତୀ ୨ଟି ୱିକେଟ ନେବା ସହ ଚଳିତ ସଂସ୍କରଣରେ ତାଙ୍କ ୱିକେଟ ସଂଖ୍ୟା ୨୦ରେ ପହଞ୍ଚାଇଥିଲେ। ହାଇଦ୍ରାବାଦ୍ ପକ୍ଷରୁ ରାହୁଲ ତ୍ରିପାଠୀ ଚମତ୍କାର ଅର୍ଦ୍ଧଶତକ ହାସଲ କରି ୩୫ ବଲ୍ରୁ ୫୫, ହେନ୍ରିକ୍ କ୍ଲାସେନ ୩୨ ଓ ପ୍ୟାଟ କମିନ୍ସ ୩୦ ରନ୍ କରିଥିଲେ। କମିନ୍ସ ଓ ବିଜୟକାନ୍ତ ୧୦ମ ୱିକେଟରୁ ୩୩ ରନ୍ ଉଠାଇବା ଫଳରେ ଦଳ ୧୫୦ ରନ୍ ଅତିକ୍ରମ କରିବାକୁ ସମର୍ଥ ହୋଇଥିଲା।