ଆଇପିଏଲ୍‍ କ୍ୱାଲିଫାୟର-୨: ଫାଇନାଲ ଟିକେଟ ପାଇଁ ରାଜସ୍ଥାନକୁ ୧୫୮ ରନ୍‌ର ଟାର୍ଗେଟ

The Sakala Picture
Published On

ଅହମ୍ମଦାବାଦ୍‍: ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‍ ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚ୍‌ ବିଜେତା ରବିବାର ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ଭେଟିବ। ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଥିବା ଏହି ଦ୍ୱିତୀୟ କ୍ୱାଲିଫାୟରରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏଲିମିନେଟର୍‍ ମ୍ୟାଚରେ ଦମଦାର ପଦର୍ଶନ କରି ୨୦୭ ରନ୍‌ କରିଥିବା ବାଙ୍ଗାଲୋର କ୍ୱାଲିଫାୟର […]

ଅହମ୍ମଦାବାଦ୍‍: ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‍ ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚ୍‌ ବିଜେତା ରବିବାର ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ଭେଟିବ। ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଥିବା ଏହି ଦ୍ୱିତୀୟ କ୍ୱାଲିଫାୟରରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏଲିମିନେଟର୍‍ ମ୍ୟାଚରେ ଦମଦାର ପଦର୍ଶନ କରି ୨୦୭ ରନ୍‌ କରିଥିବା ବାଙ୍ଗାଲୋର କ୍ୱାଲିଫାୟର ମ୍ୟାଚରେ ମଧ୍ୟ ବଡ ସ୍କୋର କରିବ ବୋଲି ଆଶା କରାଯାଉଥିଲା। ହେଲେ ରାଜସ୍ଥାନ ବୋଲରଙ୍କ ସଠିକ ଲାଇନ୍‌ଲେନ୍ଥ ବୋଲିଂ କାରଣରୁ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୫୭ ରନ କରିଛି। ଯାହାଫଳରେ ଫାଇନାଲ୍ ଯିବା ପାଇଁ ରାଜସ୍ଥାନ ସମ୍ମୁଖରେ ୧୫୮ ରନର ବିଜୟ ଲକ୍ଷ୍ୟ ରହିଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଆଜିର ମ୍ୟାଚ୍‌ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ମୁକାବିଲା ହୋଇଥିବାରୁ ଦୁଇ ଦଳ ବିଜୟ ଆଶାରେ ରହିଛନ୍ତି। ତେବେ ଗତ ମ୍ୟାଚର ଶତକ କରିବା ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଜୟର ହିରୋ ରଜତ ପାଟିଦାରଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର ଆଜିର ମ୍ୟାଚରେ ବଡ ସ୍କୋର କରି ପାରି ନାହାନ୍ତି। ପାଟିଦାର ୫୮ ରନ କରିଛନ୍ତି। ରାଜସ୍ଥାନ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୨୨ ରନ ଦେଇ ୩ ଏବଂ ଓବେଡ ମାକକୟ ୨୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇ ବେଙ୍ଗାଲୁରୁ ରନ ଗତି ଉପରେ ଅଙ୍କୁଶ ଲଗାଇଛନ୍ତି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଅନ୍ୟପଟେ ଫର୍ମରେ ଥିବା ରାଜସ୍ଥାନ ଏହି ମ୍ୟାଚ ଜିତିବା ପାଇଁ ପ୍ରୟାସ କରିବ ନିଶ୍ଚିତ। ଚଳିତ ଆଇପିଏଲ୍‍ରେ ସଞ୍ଜୁ ସାମସନ୍‍ଙ୍କ ନେତୃତ୍ୱାଧିନ ରାଜସ୍ଥାନ ରୟାଲ୍ସକୁ ଅନ୍ୟତମ ସନ୍ତୁଳିତ ଦଳ ଭାବେ ବିବେଚିତ କରାଯାଉଛି। ଲିଗ୍‍ ପର୍ଯ୍ୟାୟରେ ରାଜସ୍ଥାନ ୧୪ ମ୍ୟାଚରୁ ୯ ବିଜୟ ଓ ୫ ପରାଜୟ ସହ ୧୮ ପଏଣ୍ଟ ପାଇ ଟେବଲ୍‍ର ଦ୍ୱିତୀୟ ସ୍ଥାନରେ ରହିଥିଲା। ପ୍ରଥମ କ୍ୱାଲିଫାୟର ମ୍ୟାଚରେ ରାଜସ୍ଥାନ ୭ ୱିକେଟ୍‍ରେ ଗୁଜରାଟ ନିକଟରୁ ହାରି ସିଧାସଳଖ ଫାଇନାଲରେ ପ୍ରବେଶ କରିବାରୁ ବଞ୍ଚିତ ରହିଥିଲା। ଏହି ମ୍ୟାଚରେ ଜୋଶ୍‍ ବଟ୍‍ଲର (୮୯ ରନ) ଓ ସାମସନ୍‍ (୪୭)ଙ୍କ ଉଲ୍ଲେଖନୀୟ ବ୍ୟାଟିଂ ବଳରେ ୬ ୱିକେଟ୍‍ରେ ୧୮୮ ରନ କରିଥିଲା।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଚଳିତ ସିଜନରେ ଜୋଶ୍‍ ବଟଲର୍‍ ଚମତ୍କାର ଫର୍ମରେ ରହିଛନ୍ତି। ବଟଲର୍‍ ୧୫ ମ୍ୟାଚ୍‍ ଖେଳି ୫୧.୨୮ ଆଭରେଜରେ ୭୧୮ ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ୩ ଶତକ ଓ ୪ ଅର୍ଦ୍ଧଶତକ ସାମିଲ ରହିଛି। ରାଜସ୍ଥାନକୁ ପ୍ଲେ-ଅଫ୍‍ରେ ପ୍ରବେଶ କରାଇବାରେ ବଟଲର୍‍ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବଟଲର୍‍ଙ୍କ ପଛକୁ ସଞ୍ଜୁ ସାମସନ (୪୨୧ ରନ) ରାଜସ୍ଥାନ ପାଇଁ ଦ୍ୱିତୀୟ ସର୍ବାଧିକ ରନ୍‍ ସଂଗ୍ରହକାରୀ ଖେଳାଳି ରହିଛନ୍ତି। ସେହିଭଳି ବୋଲିଂରେ ୟୁଜବେନ୍ଦ୍ର ଚହଲ ରାଜସ୍ଥାନ ପାଇଁ ସବୁଠାରୁ ସଫଳ ବୋଲର ରହିଛନ୍ତି। ସେ ୨୬ ୱିକେଟ୍‍ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣଙ୍କ ନାମରେ ୧୫ ୱିକେଟ୍‍ ରହିଛି।

ଅନ୍ୟପଟେ ଯଦି ରାଜସ୍ଥାନ ରୟାଲ୍ସ ଆଜି ମ୍ୟାଚ୍ ଜିତେ, ତେବେ ସେମାନେ ୧୪ ବର୍ଷ ପରେ ଫାଇନାଲ ମ୍ୟାଚ୍ ଖେଳିବେ । ରାଜସ୍ଥାନ ରୟାଲ୍ସ ୧୪ ବର୍ଷ ପୂର୍ବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଫାଇନାଲ ମ୍ୟାଚ୍ ଖେଳିଥିଲା ​​। ଆଇପିଏଲ୍ ୨୦୦୮ରେ ରାଜସ୍ଥାନ, ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଟାଇଟଲ୍ ମ୍ୟାଚ୍ ଖେଳିଥିଲା ​​। ଏହି ମ୍ୟାଚରେ ରାଜସ୍ଥାନ ଶେଷ ବଲରେ ଜିତିଥିଲା। ଆଇପିଏଲ୍ ୨୦୦୮ରେ ଆରମ୍ଭ ହୋଇଥିଲା ଏବଂ ପ୍ରଥମ ସିଜନରେ ରାଜସ୍ଥାନ ଫାଇନାଲରେ ପ୍ରବେଶ କରି ଟାଇଟଲ୍ ଜିତିଥିଲା ​​।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର