ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଇଂଲଣ୍ଡ ବିପକ୍ଷ ଦିନିକିଆ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଟି-୨୦ରେ ଉନ୍ନତ ପଦର୍ଶନ ପାଇଁ ଏହି ଖେଳାଳୀଙ୍କୁ ମିଳିଲା ସୁଯୋଗ

The Sakala Picture
Published On

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଆଜି ବିସିସିଆଇ ୧୮ ଜଣିଆ ଟିମ୍‌ ଘୋଷଣା କରିଛି।  ଘୋଷିତ ଦଳରେ ତିନି ଜଣଙ୍କୁ ନୂତନ ଖେଳାଳିଙ୍କୁ ସାମିଲ କରିଛନ୍ତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୨୩ ତାରିଖରୁ ୩ଟିକିଆ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ରେ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଦିନିକିଆ ଟିମରେ […]

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଆଜି ବିସିସିଆଇ ୧୮ ଜଣିଆ ଟିମ୍‌ ଘୋଷଣା କରିଛି।  ଘୋଷିତ ଦଳରେ ତିନି ଜଣଙ୍କୁ ନୂତନ ଖେଳାଳିଙ୍କୁ ସାମିଲ କରିଛନ୍ତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୨୩ ତାରିଖରୁ ୩ଟିକିଆ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ରେ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଦିନିକିଆ ଟିମରେ ସାମିଲ କରାଯାଇଛି ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ତୟ! ଋଷଭ ପନ୍ତଙ୍କ ହାତରୁ ଖସିପାରେ ଟେଷ୍ଟ ଉପ-ଅଧିନାୟକ ପଦ, କେ.ଏଲ୍ ରାହୁଲ ହେବେ ଗିଲ୍‌ଙ୍କ ଡେପୁଟି

ସେହିପରି ସ୍ପିନର କୃଣାଲ ପାଣ୍ଡ୍ୟା ଓ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ମଧ୍ୟ ସ୍ଥାନ ମିଳିଛି । କୃଷ୍ଣ ବିଜୟ ହଜାରେ ଟ୍ରଫିରେ ୧୪ ଓ୍ୱିକେଟ୍ ନେଇ ଚର୍ଚ୍ଚାକୁ ଆସିଥିଲେ । ସେହିପରି କୃଣାଲ ପାଣ୍ଡ୍ୟା ବିଜୟ ହଜାରେ ଟ୍ରଫିରେ ୫ ମ୍ୟାଚ୍ ଖେଳି ୩୮୮ ରନ୍ କରିଥିଲେ ।ତେବେ ସିରିଜୁ ରବିନ୍ଦ୍ର ଜାଡେଜାଙ୍କୁ ସ୍ଥାନ ମିଳିନାହିଁ ।ସେ ଆହତ ଜନିତ କାରଣରୁ ବାଦ୍ ପଡିଛନ୍ତି ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା: ୩ ନୂଆ ମୁହଁ ସାମିଲ୍‌, ଦିନିକିଆକୁ ଫେରିଲେ ଇଶାନ

ଆସନ୍ତା ମାର୍ଚ୍ଚ ୨୩ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ଟି ଦିନିକିଆ ସିରିଜ ଆରମ୍ଭ ହେବ । ମାର୍ଚ୍ଚ ୨୩ରେ ପ୍ରଥମ ଦିନିକିଆ ରହିଥିବାବେଳେ ୨୬ ଓ ୨୮ରେ ରହିଛି ଦ୍ବିତୀୟ ଓ ତୃତିୟ ଦିନିକିଆ ମ୍ୟାଚ । ସମସ୍ତ ଦିନିକିଆ ମ୍ୟାଚ ପୁଣେରେ ଖେଳାଯିବ।

ଦିନିକିଆ ସିରିଜ ପାଇଁ ଘୋଷିତ ହୋଇଥିବା ଭାରତୀୟ ଦଳ: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ) ଶିଖର ଧାୱନ,ଶୁଭମାନ ଗିଲ,ଶ୍ରେୟଶ ଆୟାର,ସୂର୍ଯ୍ୟକୁମାର ଯ।ଦବ,ହାର୍ଦ୍ଦିକ ପାଣ୍ଡ୍ୟା,ଋଷଭ ପନ୍ଥ(ୱିକେଟକିପର) କେଏଲ ରାହୁଲ(ୱିକେଟକିପର),ଯୁଜବେନ୍ଦ୍ର ଚହଲ,କୃଣାଲ ପାଣ୍ଡ୍ୟା,ୱାସିଂଟନ ସୁନ୍ଦର,ଟି ନଟରାଜନ,ଭୁବନେଶ୍ବର କୁମାର,ମହମ୍ମଦ ସିରାଜ,ପ୍ରସିଦ୍ଧ କ୍ରିଷ୍ଣା, ସାର୍ଦୁଳ ଠାକୁର ।

19 Mar 2021 By The Sakala

ଇଂଲଣ୍ଡ ବିପକ୍ଷ ଦିନିକିଆ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଟି-୨୦ରେ ଉନ୍ନତ ପଦର୍ଶନ ପାଇଁ ଏହି ଖେଳାଳୀଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଆଜି ବିସିସିଆଇ ୧୮ ଜଣିଆ ଟିମ୍‌ ଘୋଷଣା କରିଛି।  ଘୋଷିତ ଦଳରେ ତିନି ଜଣଙ୍କୁ ନୂତନ ଖେଳାଳିଙ୍କୁ ସାମିଲ କରିଛନ୍ତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୨୩ ତାରିଖରୁ ୩ଟିକିଆ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ରେ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଦିନିକିଆ ଟିମରେ ସାମିଲ କରାଯାଇଛି ।

ସେହିପରି ସ୍ପିନର କୃଣାଲ ପାଣ୍ଡ୍ୟା ଓ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ମଧ୍ୟ ସ୍ଥାନ ମିଳିଛି । କୃଷ୍ଣ ବିଜୟ ହଜାରେ ଟ୍ରଫିରେ ୧୪ ଓ୍ୱିକେଟ୍ ନେଇ ଚର୍ଚ୍ଚାକୁ ଆସିଥିଲେ । ସେହିପରି କୃଣାଲ ପାଣ୍ଡ୍ୟା ବିଜୟ ହଜାରେ ଟ୍ରଫିରେ ୫ ମ୍ୟାଚ୍ ଖେଳି ୩୮୮ ରନ୍ କରିଥିଲେ ।ତେବେ ସିରିଜୁ ରବିନ୍ଦ୍ର ଜାଡେଜାଙ୍କୁ ସ୍ଥାନ ମିଳିନାହିଁ ।ସେ ଆହତ ଜନିତ କାରଣରୁ ବାଦ୍ ପଡିଛନ୍ତି ।

ଆସନ୍ତା ମାର୍ଚ୍ଚ ୨୩ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ଟି ଦିନିକିଆ ସିରିଜ ଆରମ୍ଭ ହେବ । ମାର୍ଚ୍ଚ ୨୩ରେ ପ୍ରଥମ ଦିନିକିଆ ରହିଥିବାବେଳେ ୨୬ ଓ ୨୮ରେ ରହିଛି ଦ୍ବିତୀୟ ଓ ତୃତିୟ ଦିନିକିଆ ମ୍ୟାଚ । ସମସ୍ତ ଦିନିକିଆ ମ୍ୟାଚ ପୁଣେରେ ଖେଳାଯିବ।

ଦିନିକିଆ ସିରିଜ ପାଇଁ ଘୋଷିତ ହୋଇଥିବା ଭାରତୀୟ ଦଳ: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ) ଶିଖର ଧାୱନ,ଶୁଭମାନ ଗିଲ,ଶ୍ରେୟଶ ଆୟାର,ସୂର୍ଯ୍ୟକୁମାର ଯ।ଦବ,ହାର୍ଦ୍ଦିକ ପାଣ୍ଡ୍ୟା,ଋଷଭ ପନ୍ଥ(ୱିକେଟକିପର) କେଏଲ ରାହୁଲ(ୱିକେଟକିପର),ଯୁଜବେନ୍ଦ୍ର ଚହଲ,କୃଣାଲ ପାଣ୍ଡ୍ୟା,ୱାସିଂଟନ ସୁନ୍ଦର,ଟି ନଟରାଜନ,ଭୁବନେଶ୍ବର କୁମାର,ମହମ୍ମଦ ସିରାଜ,ପ୍ରସିଦ୍ଧ କ୍ରିଷ୍ଣା, ସାର୍ଦୁଳ ଠାକୁର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp