ତୃତୀୟ ଟି-୨୦ : ଇଂଲଣ୍ଡକୁ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ବିରାଟ ବାହିନୀ

The Sakala Picture
Published On

ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ତୃତୀୟ ମୁକାବିଲାରେ  ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଇଂଲଣ୍ଡକୁ  ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ପ୍ରଥମରୁ ବ୍ୟାଟିଂ ବିର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତ ଅଧିନାୟକ ବିରାଟ କୋହଲିଙ୍କ ଦମଦାର ଇଂନିସ ବଳରେ ଏକ ଭଲ ସ୍କୋର କରିବାକୁ ସକ୍ଷମ ହୋଇଛି। ଅଧିନାୟକ ବିରାଟ କୋହଲି ୪୬ ବଲ୍‌ରେ ୮ ଟି ଚୌକା ଓ ୪ଟି ଛକା […]

ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ତୃତୀୟ ମୁକାବିଲାରେ  ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଇଂଲଣ୍ଡକୁ  ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ପ୍ରଥମରୁ ବ୍ୟାଟିଂ ବିର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତ ଅଧିନାୟକ ବିରାଟ କୋହଲିଙ୍କ ଦମଦାର ଇଂନିସ ବଳରେ ଏକ ଭଲ ସ୍କୋର କରିବାକୁ ସକ୍ଷମ ହୋଇଛି। ଅଧିନାୟକ ବିରାଟ କୋହଲି ୪୬ ବଲ୍‌ରେ ୮ ଟି ଚୌକା ଓ ୪ଟି ଛକା ବଳରେ ଅପରାଜିତ ୭୭  ରନ୍‌ କରି ରହିଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ତୃତୀୟ ଟି-୨୦ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହପରେ ଆଜିର ମ୍ୟାଚ୍‌ରେ ଖେଳୁଥିବା ରୋହିତଙ୍କ ସହ କେଏଲ ରାହୁଲ ଓପନିଂ କରିବାକୁ ଆସିଥିଲେ। ଦଳୀୟ ସ୍କୋର ୭ ଥିବା ବେଳେ କେଏଲ ରାହୁଲ ଖାତା ଖୋଲିବା ପୂର୍ବରୁ ହିଁ ମାର୍କ ଉଡ୍‌ଙ୍କ ବଲରେ କ୍ଲିନ୍‌ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ  । ଅନ୍ୟପଟେ ରୋହିତ ଶର୍ମା ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋର କରିବାରେ ସକ୍ଷମ ହୋଇନାହାନ୍ତି । ସେ ୧୭ ବଲ ଖେଳି ୨ଟି ଚୌକା ସହାୟତାରେ ୧୫ ରନ କରି ମାର୍କ ଉଡ୍‌ଙ୍କ ଶିକାର ହୋଇଛନ୍ତି । ୨ୟ ମ୍ୟାଚର ହିରୋ ଇଶାନ କିଷନ ଏଥର ଫେଲ ମାରିଛନ୍ତି । ୪ ରନ କରି କ୍ରିସ୍‌ ଜୋର୍ଡନଙ୍କ ଶିକାର ହୋଇଛନ୍ତି ଇଶାନ କିଷନ । ୪ ନଂରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ କୋହଲି ୪୬ ବଲ ଖେଳି ୮ଚୌକା ଓ ୪ ଛକା ସହାୟତାରେ ୭୭ ରନ କରି ଅପରାଜିତ ଅଛନ୍ତି । ଋଷଭ ପନ୍ତ ୨୦ଟି ବଲ ଖେଳି ୩ ଟି ଚୌକା ସହାୟତାରେ ୨୫ ରନ କରି ରନ ଆଉଟ ହୋଇଛନ୍ତି । ଶ୍ରେୟସ ଆୟର ୯ ରନକରି ଆଉଟ ହୋଇଛନ୍ତି । ହାର୍ଦ୍ଧିକ ପାଣ୍ଡ୍ୟା ୧୫ବଲ ଖେଳି ୨ଟି ଛକା ସହାୟତାରେ ୧୭ ରନ କରି ଆଉଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଇଂଲଣ୍ଡ ପକ୍ଷରୁ ଚମତ୍କାର ବୋଲିଂ କରିଛନ୍ତି ମାର୍କ ଉଡ୍‌ । ସେ ୪ ଓଭର ବୋଲିଂ କରି ୩୧ ରନ ଦେଇ ୩ଟି ଓ୍ବିକେଟ ହାସଲ କରିଛନ୍ତି । ସେହିଭଳି କ୍ରିସ୍‌ ଜୋର୍ଡନ ୪ ଓଭରରେ ୩୫ ରନ ଦେଇ ୨ଟି ଓ୍ବିକେଟ୍‌ ହାସଲ କରିଛନ୍ତି । ଆଦିଲ ରସିଦ ୪ ଓଭର ବୋଲିଂ କରି ୨୬ ରନ, ଜୋଫ୍ରା ଆର୍ଚର ୪ ଓଭରରେ ୩୨ ରନ, ଷ୍ଟୋକସ୍‌ ୨ଓଭରରେ ୧୨ ରନ୍ ଏବଂ ସାମ୍‌ କରନ୍‌ ୨ ଓଭର ବୋଲିଂ କରି ୧୪ ରନ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp