ଭାରତ ଓ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଇଂଲଣ୍ଡର ସହଜ ବିଜୟ
ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡର ସହଜ ବିଜୟ ହୋଇଛି। ବେୟାରଷ୍ଟୋଙ୍କ ଦମଦାର ୧୨୪ ରନ୍ ଓ ବେନ୍ ଷ୍ଟୋକ୍ସଙ୍କ ୯୯ ରନ୍ ବଳରେ ଇଂଲଣ୍ଡ ଦଳ ଦ୍ବିତୀୟ ମ୍ୟାଚ୍ ଜିତି ନେଇଛି। ଯାହାଫଳରେ ସିରିଜ ୧-୧ରେ ବରାବର ରହିଛି। ଇଂଲଣ୍ଡ ପକ୍ଷରୁ ଜେସନ୍ ରୟ ୫୫ ରନ କରି ଆଉଟ ହୋଇଥିଲେ। ଡାୱିଡ ମଲାନ ୧୬ ରନ ଓ ଲିଆମ ଲିଭଙ୍ଗଷ୍ଟୋନ ୨୭ ରନ କରି ଅପରାଜିତ ରହିଥିଲେ। ଟସ୍ ଜିତି […]
ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡର ସହଜ ବିଜୟ ହୋଇଛି। ବେୟାରଷ୍ଟୋଙ୍କ ଦମଦାର ୧୨୪ ରନ୍ ଓ ବେନ୍ ଷ୍ଟୋକ୍ସଙ୍କ ୯୯ ରନ୍ ବଳରେ ଇଂଲଣ୍ଡ ଦଳ ଦ୍ବିତୀୟ ମ୍ୟାଚ୍ ଜିତି ନେଇଛି। ଯାହାଫଳରେ ସିରିଜ ୧-୧ରେ ବରାବର ରହିଛି।
ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ
ଇଂଲଣ୍ଡ ପକ୍ଷରୁ ଜେସନ୍ ରୟ ୫୫ ରନ କରି ଆଉଟ ହୋଇଥିଲେ। ଡାୱିଡ ମଲାନ ୧୬ ରନ ଓ ଲିଆମ ଲିଭଙ୍ଗଷ୍ଟୋନ ୨୭ ରନ କରି ଅପରାଜିତ ରହିଥିଲେ।
ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ
ଟସ୍ ଜିତି ପ୍ରଥମେ ଇଂଲଣ୍ଡ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଭାରତ ବ୍ୟାଟିଂ କରି ୩୩୬ ରନ କରିଥିଲା। ୩୩୭ ରନର ଲକ୍ଷ୍ୟକୁ ନିର୍ଦ୍ଧାରିତ ଓଭର ପୂର୍ବରୁ ଅର୍ଥାତ୍ ୪୩. ୩ ଓଭର ଖେଳି ଇଂଲଣ୍ଡ ଦଳ ମ୍ୟାଚକୁ ଜିତି ନେଇଛି।
ଭାରତ ପକ୍ଷରୁ ସର୍ବାଧିକ ୨ ୱିକେଟ ପ୍ରସିଦ୍ଧ କ୍ରିଷ୍ଣା ନେଇଥିବା ବେଳ ଭୁବନେଶ୍ବର କୁମାର ଗୋଟିଏ ୱିକେଟ ନେଇଥିଲେ।






