ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ : ଭାରତର ସହଜ ବିଜୟ

The Sakala Picture
Published On

ଅହମ୍ମଦାବାଦ୍‍ : ଡେବ୍ୟୁଟାଣ୍ଟ ଇଶାନ କିସାନ ଓ ଅଧିନାୟକ ବିରାଟ କୋହଲିଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ  ଆୟୋଜକ ଭାରତ ୭ ୱିକେଟରେ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡକୁ ପରାସ୍ତ କରିଛି। ଏହା ଫଳରେ ୫ ମ୍ୟାଚ୍‍ ବିଶିଷ୍ଟ ସିରିଜ୍‍ ୧-୧ ବରାବର ସ୍ଥିତିରେ ପହଞ୍ଚିଛି। ଏଠାରେ ଶୁକ୍ରବାର ଖେଳାଯାଇଥିବା ସିରିଜ୍‍ର ପ୍ରଥମ ମ୍ୟାଚ୍‌ରେ  ଇଂଲଣ୍ଡ ୮ ୱିକେଟରେ ବିଜୟୀ ହୋଇଥିଲାବେଳେ ତୃତୀୟ ମ୍ୟାଚ୍‍ ମାର୍ଚ୍ଚ ୧୬ରେ ଖେଳାଯିବ। ଭାରତୀୟ ଓପନର କିସାନଙ୍କୁ […]

ଅହମ୍ମଦାବାଦ୍‍ : ଡେବ୍ୟୁଟାଣ୍ଟ ଇଶାନ କିସାନ ଓ ଅଧିନାୟକ ବିରାଟ କୋହଲିଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ  ଆୟୋଜକ ଭାରତ ୭ ୱିକେଟରେ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡକୁ ପରାସ୍ତ କରିଛି। ଏହା ଫଳରେ ୫ ମ୍ୟାଚ୍‍ ବିଶିଷ୍ଟ ସିରିଜ୍‍ ୧-୧ ବରାବର ସ୍ଥିତିରେ ପହଞ୍ଚିଛି। ଏଠାରେ ଶୁକ୍ରବାର ଖେଳାଯାଇଥିବା ସିରିଜ୍‍ର ପ୍ରଥମ ମ୍ୟାଚ୍‌ରେ  ଇଂଲଣ୍ଡ ୮ ୱିକେଟରେ ବିଜୟୀ ହୋଇଥିଲାବେଳେ ତୃତୀୟ ମ୍ୟାଚ୍‍ ମାର୍ଚ୍ଚ ୧୬ରେ ଖେଳାଯିବ। ଭାରତୀୟ ଓପନର କିସାନଙ୍କୁ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ବିବେଚିତ କରାଯାଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏହି ମ୍ୟାଚ୍‌ରେ  ଭ୍ରମଣକାରୀ ଇଂଲଣ୍ଡ ଭାରତ ଆଗରେ ୧୬୫ ବିଜୟ ଲକ୍ଷ୍ୟ ଦେଇଥିଲା। ଭାରତ ୧୭.୫ ଓଭରରେ ମାତ୍ର ୩ ୱିକେଟ ହରାଇ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା। ଭାରତ ପକ୍ଷରୁ ଜୀବନର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‍ ଖେଳୁଥିବା ଇଶାନ କିସାନ ୩୨ ବଲ୍‍ରେ ୫୬ ଓ କୋହଲି ଶେଷଯାଏ ଅପରାଜିତ ରହି ୪୯ବଲ୍‍ରେ ୭୩ ରନ୍‍ କରିଥିଲେ। ଲୋକେଶ ରାହୁଲ ୦ ରନ୍‍ କରି ପୁଣିଥରେ ଫେଲ ମାରିଥିଲାବେଳେ ଋଷଭ ପନ୍ତ୍‍ ୧୩ ବଲ୍‍ରେ ୨୬ ରନ୍‍ କରି ଭାରତ କବ୍‍ଜାକୁ ମ୍ୟାଚ୍‍ ନେଇଆସିଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ବିରାଟ କୋହଲି ଟସ୍‍ ଜିତିବା ପରେ ଇଂଲଣ୍ଡକୁ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଥିଲେ। ଇଂଲଣ୍ଡ ବ୍ୟାଟିଂ କରିବା ପରେ ପ୍ରଥମ ଓଭରରେ ଓପନର ଜୋଶ୍‍ ବଟ୍ଟଲରଙ୍କ ୱିକେଟ ହରାଇଥିଲା। ପ୍ରଥମ ମ୍ୟାଚ୍‍ରେ ସର୍ବାଧିକ ୪୯ ରନ୍‍ କରିଥିବା ଜେସନ ରୟ ପୁଣିଥରେ ଭାରତୀୟ ବୋଲରଙ୍କୁ ଆକ୍ରମଣ କରି ଦ୍ରୁତ ଗତିରେ ରନ୍‍ ସଂଗ୍ରହ କରିଥିଲେ। ସେ ୩୫ ବଲ୍‍ରେ ୪ଚୌକା ଓ ୨ଛକା ସହ କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ରେ  ସର୍ବାଧିକ ୪୬ ରନ୍‍ କରିଥିଲେ। ଓପନରଙ୍କ ପରେ ୪ଜଣ ବ୍ୟାଟ୍ସମ୍ୟାନ୍‍ ୨୦ ରନ୍‍ ଅତିକ୍ରମ କରିଥିଲେ ମଧ୍ୟ ୩୦ ରନ୍‍ ମଧ୍ୟରେ ଆଉଟ ହୋଇଯାଇଥିଲେ। ଯାହା ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୪ ରନ୍‍ କରିବାକୁ ସମର୍ଥ ହୋଇଥିଲା। ଅଧିନାୟକ ଇଅନ ମୋର୍ଗାନ ଦ୍ୱିତୀୟ ସର୍ବାଧିକ ୨୮, ଡାୱିଡ ମଲାନ ଓ ବେନ୍‍ ଷ୍ଟୋକ୍ସ ୨୪ ରନ୍‍ ଲେଖାଏଁ ସଂଗ୍ରହ କରିଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ପ୍ରଥମ ଓଭରରେ ବ୍ରେକ୍‍ ଥ୍ରୁ ଦେଇଥିଲାବେଳେ ମିଡଲ ଓଭରରେ ୱାଶିଂଟନ ସୁନ୍ଦର ଭଲ ବୋଲିଂ କରି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‍ଙ୍କୁ ଅଟକାଇବାରେ ସମର୍ଥ ହୋଇଥିଲେ। ଶେଷଭାଗରେ ଶାର୍ଦ୍ଦୁଳ ଠାକୁର ୨ଟି ୱିକେଟ ଅକ୍ତିଆର କରି ଇଂଲଣ୍ଡ ଦ୍ରୁତ୍‍ ରନ୍‍ ସଂଗ୍ରହରେ ବ୍ରେକ୍‍ ଲଗାଇଥିଲେ।
ଟି-୨୦ରେ ୩,୦୦୦ ରନ୍‍; ବିରାଟ ପ୍ରଥମ

ଭାରତୀୟ ଅଧିନାୟକ ବିରାଟ କୋହଲି ଏଠାରେ ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟରେ ୩,୦୦୦ ରନ୍‍ ପୂରଣ କରିଛନ୍ତି। ଏହି ସଫଳତା ପାଇବାରେ ସେ ହେଉଛନ୍ତି ବିଶ୍ୱରେ ପ୍ରଥମ ଖେଳାଳି। ତାଙ୍କ ପୂର୍ବରୁ ନ୍ୟୁଜିଲାଣ୍ଡର ବ୍ରେଣ୍ଡାନ ମ୍ୟାକ୍‍କୁଲମ ପ୍ରଥମ ଖେଳାଳି ଭାବେ ୧,୦୦୦ ଓ ୨,୦୦୦ ରନ୍‍ ପୂରଣ କରିଥିଲେ। ଏଠାରେ କୋହଲି ଅପରାଜିତ ୭୩ ରନ୍‍ କରିବା ସହ ଏହି ଫର୍ମାଟରେ ମଧ୍ୟ ସେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାରେ ସମର୍ଥ ହୋଇଛନ୍ତି। ଏହା ପୂର୍ବରୁ ରୋହିତ ଶର୍ମା ଓ ବିରାଟ କୋହଲି ସମାନ ୨୫ଟି ଲେଖାଏଁ ଅର୍ଦ୍ଧଶତକ ହାସଲ କରି ସମାନ ସ୍ଥିତିରେ ରହିଥିଲେ। ଏହି ମ୍ୟାଚ୍‌ରେ ଇସାନ କିଶାନ ଓ ସୂର୍ଯ୍ୟକୁମାର ଯାଦବ ପଦାର୍ପଣ କରି ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp