ଖେଳାଳୀଙ୍କ ପାଇଁ ବିସିସିଆଇର ନୂଆ ଡାଏଟ ପ୍ଲାନ ‘ହଲାଲ’

The Sakala Picture
Published On

ନୂଆଦିଲ୍ଲୀ: ଭାରତ ନ୍ୟୁଜିଲ୍ୟାଣ୍ଡ ଠାରୁ ତିନି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍  ୩-୦ ରେ ଜିତିଛି। ବର୍ତ୍ତମାନ ଉଭୟ ଦଳ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯିବ। ସିରିଜର ପ୍ରଥମ ଟେଷ୍ଟ କାନପୁରରେ ଖେଳାଯିବ। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଏକ ଭିନ୍ନ ପ୍ରକାରର ବିବାଦ ସାମ୍ନାକୁ ଆସିଛି। କାନପୁର ଟେଷ୍ଟ ମ୍ୟାଚ୍ ପାଇଁ ପ୍ରସ୍ତୁତ ଡାଏଟ୍ ଚାର୍ଟ ପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଟ୍ରୋଲ ହେଉଛି। ସୋଲିଆମିଡିଆରେ ଟ୍ବିଟ ୱାର ଦେଥିବାକୁ ମିିଳିଛି। ମଙ୍ଗଳବାର […]

ନୂଆଦିଲ୍ଲୀ: ଭାରତ ନ୍ୟୁଜିଲ୍ୟାଣ୍ଡ ଠାରୁ ତିନି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍  ୩-୦ ରେ ଜିତିଛି। ବର୍ତ୍ତମାନ ଉଭୟ ଦଳ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯିବ। ସିରିଜର ପ୍ରଥମ ଟେଷ୍ଟ କାନପୁରରେ ଖେଳାଯିବ। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଏକ ଭିନ୍ନ ପ୍ରକାରର ବିବାଦ ସାମ୍ନାକୁ ଆସିଛି। କାନପୁର ଟେଷ୍ଟ ମ୍ୟାଚ୍ ପାଇଁ ପ୍ରସ୍ତୁତ ଡାଏଟ୍ ଚାର୍ଟ ପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଟ୍ରୋଲ ହେଉଛି। ସୋଲିଆମିଡିଆରେ ଟ୍ବିଟ ୱାର ଦେଥିବାକୁ ମିିଳିଛି।

ଆହୁରି ପଢ଼ନ୍ତୁ: ଭାରତରେ 'ଖୋ ଖୋ' ର ପ୍ରଗତିକୁ ସୁଦୃଢ଼ କରୁଛି ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜୁନିଅର ଖୋ ଖୋ ଚାମ୍ପିଅନସିପ ୨୦୨୬

ମଙ୍ଗଳବାର ସକାଳେ ଟ୍ବିଟରରେ ବିସିସିଆଇ ପ୍ରମୋଟସ ହଲାଲ (#BCCI_Promotes_Halal) ଟ୍ରେଣ୍ଡ କରିବାରେ ଲାଗିଛି।   ବିସିସିଆଇକୁ  ପ୍ରଶଂସକଙ୍କ ମାନେ ଟାର୍ଗେଟ କରିଛନ୍ତି। ପ୍ରଥମ ଟେଷ୍ଟ ମ୍ୟାଚ୍ ଗୁରୁବାର  ଅର୍ଥାତ ୨୫ ତାରିଖରେ କାନପୁରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ଏଥିପାଇଁ ଉଭୟ ଦଳ କାନପୁରରେ ପହଞ୍ଚିଛନ୍ତି। ଏହି ଖେଳାଳିମାନେ ହୋଟେଲ ଲ୍ୟାଣ୍ଡମାର୍କ ଟାୱାରରେ ବାୟୋ-ବବୁଲରେ ରହିବେ। ମିଡିଆ ରିପୋର୍ଟ ଅନୁଯାୟୀ ଭାରତୀୟ ଖେଳାଳିଙ୍କ ପାଇଁ ଖାଦ୍ୟ ତାଲିକା ମଧ୍ୟ ପ୍ରକାଶ ପାଇଛି। ଏଥିରେ ଦିନସାରା କାଉଣ୍ଟର, ଷ୍ଟାଡିୟମରେ ମିନି ଜଳଖିଆ, ମଧ୍ୟାହ୍ନ ଭୋଜନ, ଚା ’ସମୟର ସ୍ନାକ୍ସ ଏବଂ ରାତିରେ ରାତ୍ରୀ ଭୋଜନ ଅନ୍ତର୍ଭୁକ୍ତ । ଏହି ମେନ୍ଯୁରେ ଘୁଷୁରି ଏବଂ ଗୋମାଂସକୁ  ବାଦ ଦିଆଯାଇଛି। ମାଂସାହାରୀ ଖାଦ୍ୟରେ କେବଳ ହଲାଲା ମାଂସକୁ ଅନ୍ତର୍ଭୁକ୍ତ କରାଯାଇଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏବେ ଏହି ହଲାଲ ମାଂସକୁ ନେଇ ବିବାଦ ଦେଖାଦେଇଛି। ମଙ୍ଗଳବାର ଦିନ ସୋସିଆଲ ମିଡିଆରେ କିଛି ଘଣ୍ଟା ମଧ୍ୟରେ ୧୦ ହଜାରରୁ ଅଧିକ ଲୋକ ଏହି ପ୍ରସଙ୍ଗରେ ଟ୍ୱିଟ୍ କରିଛନ୍ତି। ଅଧିକାଂଶ ଟ୍ୱିଟ୍ ହଲାଲ ମାଂସକୁ ନେଇ କରାଯାଇଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ବିସିସିଆଇକୁ ପ୍ରଶ୍ନ କରିଥିବା ଅଧିକାଂଶ ପ୍ରଶଂସକଙ୍କ ଯୁକ୍ତି ବାଢିଛନ୍ତି ଯେ, ମୁସଲମାନମାନଙ୍କ ପାଇଁ ହଲାଲ ମାଂସ ଜରୁରୀ। ଅନ୍ୟ ଧର୍ମର ଲୋକମାନଙ୍କର ଏହା ସହିତ କୌଣସି ସମ୍ପର୍କ ନାହିଁ । ଅନ୍ୟପକ୍ଷରେ କ୍ରିକେଟ୍ ଦଳରେ ସମସ୍ତ ଧର୍ମର ଲୋକ ଅଛନ୍ତି। ଏଭଳି ପରିସ୍ଥିତିରେ କୌଣସି ଧର୍ମର ବିଶ୍ୱାସ ସମ୍ବନ୍ଧରେ କୌଣସି ନିଷ୍ପତ୍ତି ନେବା ଅନୁଚିତ । ତେବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଥିହା ଏହି ପ୍ରଶ୍ନର କୌଣସି ପ୍ରତିକ୍ରିୟା ବିସିସିଆଇ ଦେଇ ନାହିଁ। ବୋର୍ଡ ଆନୁଷ୍ଠାନିକ ଭାବେ ଡାଏଟ୍ ଯୋଜନା ପ୍ରକାଶ କରିଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର