ପ୍ରଥମ ଟି-୨୦ରେ ଭାରତ ବିଜୟୀ

The Sakala Picture
Published On

କଲମ୍ବୋ : ଭୁବନେଶ୍ୱର କୁମାର (୪/୨୨)ଙ୍କ ଘାତକ ବୋଲିଂ ଫଳରେ ଏଠାରେ ରବିବାର ଅନୁଷ୍ଠିତ ପ୍ରଥମ ଟି-୨୦ରେ ଭାରତ ୩୮ ରନ୍‍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହା ଫଳରେ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ରେ ଭାରତ ୧-୦ରେ ଆଗୁଆ ରହିଛି। ଏହି ମ୍ୟାଚ୍‍ରେ ପ୍ରଥମେ ବ୍ୟାଟିଂ କରି ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ସହାୟତାରେ ୫ ୱିକେଟ ହରାଇ ୧୬୪ ରନ୍‍ କରିଥିଲା। ଜବାବରେ ଶ୍ରୀଲଙ୍କା ୧୮.୩ ଓଭରରେ ୧୨୬ ରନ୍‍ କରି ଅଲଆଉଟ ହୋଇଯାଇଥିଲା। […]

କଲମ୍ବୋ : ଭୁବନେଶ୍ୱର କୁମାର (୪/୨୨)ଙ୍କ ଘାତକ ବୋଲିଂ ଫଳରେ ଏଠାରେ ରବିବାର ଅନୁଷ୍ଠିତ ପ୍ରଥମ ଟି-୨୦ରେ ଭାରତ ୩୮ ରନ୍‍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହା ଫଳରେ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ରେ ଭାରତ ୧-୦ରେ ଆଗୁଆ ରହିଛି। ଏହି ମ୍ୟାଚ୍‍ରେ ପ୍ରଥମେ ବ୍ୟାଟିଂ କରି ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ସହାୟତାରେ ୫ ୱିକେଟ ହରାଇ ୧୬୪ ରନ୍‍ କରିଥିଲା। ଜବାବରେ ଶ୍ରୀଲଙ୍କା ୧୮.୩ ଓଭରରେ ୧୨୬ ରନ୍‍ କରି ଅଲଆଉଟ ହୋଇଯାଇଥିଲା। ଶ୍ରୀଲଙ୍କା ପକ୍ଷରୁ ଚାରିଥ ଆଶାଲଙ୍କା ମାତ୍ର ୨୬ ବଲ୍‍ରେ ୩ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ସର୍ବାଧିକ ୪୪ ରନ୍‍ କରିଥିଲେ। ଓପନର ଅଭିଷ୍କା ଫର୍ଣ୍ଣାଣ୍ଡୋ ୨୬, ଅଧିନାୟକ ଦାସୁନ ସାନକା ୧୬ ଓ ମିନୋଦ ଭାନୁକା ୧୦ ରନ୍‍ କରି ଦୁଇ ଅଙ୍କରେ ପହଞ୍ଚିଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ସର୍ବାଧିକ ୪ଟି ଓ ଦୀପକ ଚହର ୨ଟି ୱିକେଟ ଅକ୍ତିଆର କରିଥିଲେ।

ଆହୁରି ପଢ଼ନ୍ତୁ: ମିଳିତ ଜାତିସଂଘ ରିପୋର୍ଟକୁ ଖାରଜ କଲା ଭାରତ: ଯୁବ ଆନ୍ଦୋଳନ ସମ୍ପର୍କିତ ଦାବିକୁ 'ଗୁଜବ' ଓ 'ଅସତ୍ୟ' କହିଲା ନୂଆଦିଲ୍ଲୀ

ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଏହିଠାରେ ମଙ୍ଗଳବାର ଖେଳାଯିବ। ଟସ୍‍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିବାପରେ ଭାରତ ପ୍ରଥମ ବଲ୍‍ରେ ୱିକେଟ ହରାଇଥିଲା। ଏଠାରେ ଟି-୨୦ ଡେବ୍ୟୁ କରିଥିବା ପୃଥ୍ୱୀ ଶ’ ପ୍ରଥମ ବଲ୍‍ରେ ଆଉଟ ହେବା ପରେ ଶିଖର ଧାୱନ (୩୬ବଲ୍‍ରେ ୪୬), ସଞ୍ଜୁ ସାମସନ (୨୦ବଲ୍‍ରେ ୨୭) ଓ ସୂର୍ଯ୍ୟକୁମାର ଯାଦବ (୩୪ ବଲ୍‍ରେ ୫୦, ୫ ଚୌକା, ୨ଛକା)ଙ୍କ ବ୍ୟାଟିଂ ଯୋଗୁ ଦଳ ଭଲ ସ୍କୋର ଆଡକୁ ଯାଇଥିଲା। କିନ୍ତୁ ଏମାନଙ୍କ ଆଉଟ ପରେ ପାଣ୍ଡ୍ୟା ବ୍ରଦର୍ସ କିମ୍ବା ଇଶାନ କିସାନ ବଡ଼ ସ୍କୋର କରିବାକୁ ସମର୍ଥ ହୋଇ ନଥିଲେ। ଡେଥ୍‍ ଓଭରରେ ଶ୍ରୀଲଙ୍କା ଫାଷ୍ଟ ବୋଲରମାନେ ସଟ ମାରିବାକୁ ସୁଯୋଗ ଦେଇ ନଥିଲେ। ସମସ୍ତ ପ୍ରକାର ଚେଷ୍ଟା କରି ବିଫଳ ହୋଇଥିବା କିସାନ ୧୪ ବଲ୍‍ରେ ୨୦ ରନ୍‍ କରି ଅପରାଜିତ ରହିଥିଲେ। ଶ୍ରୀଲଙ୍କା ପକ୍ଷରୁ ଦୁଷ୍ମନ୍ତ ଚାମୀରା ଓ ୱାନିନ୍ଦୁ ହାସରଙ୍ଗା ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ସଂକ୍ଷିପ୍ତ ସ୍କୋର ଭାରତ: ୧୬୪/୫, ୨୦ ଓଭର (ସୂର୍ଯ୍ୟ କୁମାର-୫୦, ଧାୱନ-୪୬, ଚାମୀରା-୨/୨୪, ହାସରଙ୍ଗା-୨/୨୮)। ଶ୍ରୀଲଙ୍କା: ୧୨୬/୧୦, ୧୮.୩ ଓଭର (ଆଶାଲଙ୍କା-୪୪, ଅଭିଷ୍କା-୨୬, ସାନକା-୧୬, ଭୁବନେଶ୍ୱର କୁମାର-୪/୨୨, ଦୀପକ ଚହର-୨/୨୪)।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp