ଆଜି ଭାରତ-ଜିମ୍ବାୱେ ତୃତୀୟ ଟି-୨୦ : ଖେଳିପାରନ୍ତି ଜୟସ୍ୱାଲ ଓ ସାମସନ

The Sakala Picture
Published On

ହରାରେ : ଆଜି ଭାରତ ଓ ଜିମ୍ବାୱେ ମଧ୍ୟରେ ଏଠାରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌ ଖେଳାଯିବ। ଏହା ପୂର୍ବରୁ ଖେଳାଯାଇଥିବା ୨ଟି ମ୍ୟାଚ୍‌ ମଧ୍ୟରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସିରିଜ୍‌କୁ ବରାବର ସ୍ଥିତିରେ ରଖିଛନ୍ତି। ତୃତୀୟ ମ୍ୟାଚ୍‌କୁ ଉଭୟ ଜଳ ବିଜୟୀ ହେବା ସହ ସିରିଜ୍‌ରେ ଅଗ୍ରଣୀ ହେବାକୁ ନିଶ୍ଚିତ ଚେଷ୍ଟା କରିବେ। ପ୍ରଥମ ମ୍ୟାଚ୍‌ରେ ଭାରତର ଅପ୍ରତ୍ୟାଶିତ ପରାଜୟ ପରେ ଦ୍ୱିତୀୟ ମ୍ୟାଚ୍‌ରେ ଚମତ୍କାର […]

ହରାରେ : ଆଜି ଭାରତ ଓ ଜିମ୍ବାୱେ ମଧ୍ୟରେ ଏଠାରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌ ଖେଳାଯିବ। ଏହା ପୂର୍ବରୁ ଖେଳାଯାଇଥିବା ୨ଟି ମ୍ୟାଚ୍‌ ମଧ୍ୟରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସିରିଜ୍‌କୁ ବରାବର ସ୍ଥିତିରେ ରଖିଛନ୍ତି। ତୃତୀୟ ମ୍ୟାଚ୍‌କୁ ଉଭୟ ଜଳ ବିଜୟୀ ହେବା ସହ ସିରିଜ୍‌ରେ ଅଗ୍ରଣୀ ହେବାକୁ ନିଶ୍ଚିତ ଚେଷ୍ଟା କରିବେ।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍: ବ୍ରାଜିଲର ପରାଜୟ ପରେ କାନ୍ଦିପକାଇଲେ ନେମାର, ପତ୍ନୀ ବ୍ରୁନାଙ୍କୁ କୁଣ୍ଢାଇ କଲେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା

ପ୍ରଥମ ମ୍ୟାଚ୍‌ରେ ଭାରତର ଅପ୍ରତ୍ୟାଶିତ ପରାଜୟ ପରେ ଦ୍ୱିତୀୟ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ ଖେଳାଳିଙ୍କ ମନରେ ଆତ୍ମବିଶ୍ୱାସ ଫେରାଇଆଣିଛି। ଏହା ମଧ୍ୟରେ ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ ଦଳର ୩ ଜଣ ସଦସ୍ୟ ଦଳ ସହ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଆଦୌ ମ୍ୟାଚ୍‌ ଖେଳି ନ ଥିବା ଯଶସ୍ୱୀ ଜୟସ୍ୱାଲ ଓ ୱିକେଟରକ୍ଷକ ସଞ୍ଜୁ ସାମସନ ଏହି ମ୍ୟାଚ୍‌ରେ ନିଶ୍ଚିତ ଖେଳିବେ। ଦ୍ୱିତୀୟ ମ୍ୟାଚ୍‌ରେ ୪୬ ବଲ୍‌ରେ ଶତକ ହାସଲ କରିଥିବା ଓପନର ଅଭିଷେକ ଶର୍ମାଙ୍କ ସ୍ଥାନରେ ଜୟସ୍ୱାଲ ଇନିଂସ ଓପନ କରିପାରନ୍ତି। ସେ ଋତୁରାଜ ଗାଏକୱାଡ୍‌ଙ୍କ ସ୍ଥାନରେ ଖେଳିବେ ଓ ଅଭିଷେକ ନଂ-୩ ପୋଜିସନରେ ବ୍ୟାଟିଂ କରିବାକୁ ଆସିବେ।

ଆହୁରି ପଢ଼ନ୍ତୁ: ଅଷ୍ଟ୍ରେଲିଆର ଐତିହାସିକ ବିଜୟ: ଇଂଲଣ୍ଡକୁ ୭ ୱିକେଟରେ ହରାଇ ସପ୍ତମ ଥର ମହିଳା ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍

ସେହିପରି ୱିକେଟରକ୍ଷକ ଧ୍ରୁବ ଜୁରେଲଙ୍କ ସ୍ଥାନରେ ସାମସନ, ଗତ ମ୍ୟାଚ୍‌ରେ ଡେବ୍ୟୁ କରି ବ୍ୟାଟିଂ ସୁଯୋଗ ପାଇ ନ ଥିବା ସାଇ ସୁଦର୍ଶନଙ୍କ ସ୍ଥାନରେ ଶିବମ ଦୁବେଙ୍କ ଖେଳିବାର ସମ୍ଭାବନା ଅଧିକ ରହିଛି। ଏହି ମ୍ୟାଚ୍‌ରେ ଭାରତ ସହଜ ବିଜୟ ହାସଲ କରିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‌ରେ ଭଲ ଖେଳିଥିବା ଜିମ୍ବାୱେ ଅଭିଷେକ ଶର୍ମାଙ୍କ ବ୍ୟାଟିଂରେ ଚିତ୍‌ପଟାଙ୍ଗ ମାରିଥିଲା। ଏହା ସତ୍ତ୍ବେ ଦଳ ଏହି ସିରିଜ୍‌କୁ ଫେରିବାର ଦକ୍ଷତା ରଖିଛି। କେବଳ ସୁଯୋଗ ଅପେକ୍ଷାରେ ଦଳ ରହିଛି।

ଆହୁରି ପଢ଼ନ୍ତୁ: ଆର୍ଜେଣ୍ଟିନାଠାରୁ ହାରିବା ପରେ ଫିଫା ଉପରେ ବର୍ଷିଲା ଇଜିପ୍ଟ: VAR ନିଷ୍ପତ୍ତିକୁ ନେଇ ସାଂଘାତିକ ଅଭିଯୋଗ

10 Jul 2024 By The Sakala

ଆଜି ଭାରତ-ଜିମ୍ବାୱେ ତୃତୀୟ ଟି-୨୦ : ଖେଳିପାରନ୍ତି ଜୟସ୍ୱାଲ ଓ ସାମସନ

ହରାରେ : ଆଜି ଭାରତ ଓ ଜିମ୍ବାୱେ ମଧ୍ୟରେ ଏଠାରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌ ଖେଳାଯିବ। ଏହା ପୂର୍ବରୁ ଖେଳାଯାଇଥିବା ୨ଟି ମ୍ୟାଚ୍‌ ମଧ୍ୟରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସିରିଜ୍‌କୁ ବରାବର ସ୍ଥିତିରେ ରଖିଛନ୍ତି। ତୃତୀୟ ମ୍ୟାଚ୍‌କୁ ଉଭୟ ଜଳ ବିଜୟୀ ହେବା ସହ ସିରିଜ୍‌ରେ ଅଗ୍ରଣୀ ହେବାକୁ ନିଶ୍ଚିତ ଚେଷ୍ଟା କରିବେ।

ପ୍ରଥମ ମ୍ୟାଚ୍‌ରେ ଭାରତର ଅପ୍ରତ୍ୟାଶିତ ପରାଜୟ ପରେ ଦ୍ୱିତୀୟ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ ଖେଳାଳିଙ୍କ ମନରେ ଆତ୍ମବିଶ୍ୱାସ ଫେରାଇଆଣିଛି। ଏହା ମଧ୍ୟରେ ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ ଦଳର ୩ ଜଣ ସଦସ୍ୟ ଦଳ ସହ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଆଦୌ ମ୍ୟାଚ୍‌ ଖେଳି ନ ଥିବା ଯଶସ୍ୱୀ ଜୟସ୍ୱାଲ ଓ ୱିକେଟରକ୍ଷକ ସଞ୍ଜୁ ସାମସନ ଏହି ମ୍ୟାଚ୍‌ରେ ନିଶ୍ଚିତ ଖେଳିବେ। ଦ୍ୱିତୀୟ ମ୍ୟାଚ୍‌ରେ ୪୬ ବଲ୍‌ରେ ଶତକ ହାସଲ କରିଥିବା ଓପନର ଅଭିଷେକ ଶର୍ମାଙ୍କ ସ୍ଥାନରେ ଜୟସ୍ୱାଲ ଇନିଂସ ଓପନ କରିପାରନ୍ତି। ସେ ଋତୁରାଜ ଗାଏକୱାଡ୍‌ଙ୍କ ସ୍ଥାନରେ ଖେଳିବେ ଓ ଅଭିଷେକ ନଂ-୩ ପୋଜିସନରେ ବ୍ୟାଟିଂ କରିବାକୁ ଆସିବେ।

ସେହିପରି ୱିକେଟରକ୍ଷକ ଧ୍ରୁବ ଜୁରେଲଙ୍କ ସ୍ଥାନରେ ସାମସନ, ଗତ ମ୍ୟାଚ୍‌ରେ ଡେବ୍ୟୁ କରି ବ୍ୟାଟିଂ ସୁଯୋଗ ପାଇ ନ ଥିବା ସାଇ ସୁଦର୍ଶନଙ୍କ ସ୍ଥାନରେ ଶିବମ ଦୁବେଙ୍କ ଖେଳିବାର ସମ୍ଭାବନା ଅଧିକ ରହିଛି। ଏହି ମ୍ୟାଚ୍‌ରେ ଭାରତ ସହଜ ବିଜୟ ହାସଲ କରିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‌ରେ ଭଲ ଖେଳିଥିବା ଜିମ୍ବାୱେ ଅଭିଷେକ ଶର୍ମାଙ୍କ ବ୍ୟାଟିଂରେ ଚିତ୍‌ପଟାଙ୍ଗ ମାରିଥିଲା। ଏହା ସତ୍ତ୍ବେ ଦଳ ଏହି ସିରିଜ୍‌କୁ ଫେରିବାର ଦକ୍ଷତା ରଖିଛି। କେବଳ ସୁଯୋଗ ଅପେକ୍ଷାରେ ଦଳ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର