IND vs SA 5th T20: ଆଜି ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଟି-୨୦, ସିରିଜ ହାତେଇବା ଲକ୍ଷ୍ୟରେ ଭାରତ...

Deviprasad Mohanty Picture
Published On

ଅହମ୍ମଦାବାଦ୍‌: ଆୟୋଜକ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଟୁର୍‌ର ଶେଷ ମୁକାବିଲା ବା ୫ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଶେଷ ଲଢେ଼ଇ ଆଜି ଖେଳାଯିବ। ଏହା ପୂର୍ବରୁ ଲକ୍ଷ୍ନୌରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ମ୍ୟାଚ୍‌ଟି ପ୍ରବଳ କୁହୁଡ଼ି ଯୋଗୁ ବାତିଲ କରିବାକୁ ପଡ଼ିଥିଲା। ଫଳରେ ଗୋଟିଏ ମ୍ୟାଚ୍‌ ବାକିଥାଇ ଭାରତ ୨-୧ ଆଗୁଆ ରହିବା ସହ ଏହି ସିରିଜ୍‌ରେ ଦଳ ଆଉ ହାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଭାରତ ଖେଳିଥିବା ଗତ ୧୪ଟି ସିରିଜ୍‌ରେ ଦଳ ମାତ୍ର ଥରେ ସିରିଜ୍‌କୁ ସମାନସ୍ତରରେ ରଖିବାରେ ସମର୍ଥ ହୋଇଛି। ଏଠାରେ ବିଜୟୀ ହେଲେ ଭାରତର ଟି-୨୦ ବିଶ୍ୱକପ୍‌ ପ୍ରସ୍ତୁତି ଠିକଣା ବାଟରେ ରହିବ। କେବଳ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିବା ଚିନ୍ତାର କାରଣ ହୋଇଛି। ଅନ୍ୟ ପକ୍ଷରେ ଟେଷ୍ଟ ସିରିଜ୍‌କୁ ୨-୦ରେ ଜିତିବା, ଶେଷ ଦିନିକିଆ ସିରିଜରେ ଦଳର ଜବରଦସ୍ତ ବିଜୟ ପରେ ଏବେ ସଫଳତା ଓ ସମ୍ମାନର ସହ ଟି-୨୦ ସିରିଜ୍‌କୁ ବରାବର ସ୍ଥିତିରେ ରଖି ସ୍ୱଦେଶ ଫେରିବାକୁ ଦକ୍ଷିଣ ଆଫ୍ରିକା ନିଶ୍ଚିତ ଚେଷ୍ଟା କରିବ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଖେଳାଳିମାନଙ୍କ ସମ୍ପର୍କରେ ସୂଚନାଅନୁଯାୟୀ ଯଶ୍‌ପ୍ରୀତ୍‌ ବୁମ୍‌ରା ନିଜ ହୋମ୍‌ଟାଉନ୍‌ରେ ଖେଳିବା ଲାଗି ଦଳକୁ ଫେରିଛନ୍ତି। ବ୍ୟକ୍ତିଗତ କାରଣ ଯୋଗୁ ସେ ଚତୁର୍ଥ ମ୍ୟାଚ୍‌ ଲାଗି ଅନୁପସ୍ଥିତ ଥିଲେ। ପାଦରେ ଆଘାତ ଲାଗିବା କାରଣରୁ ଉପଅଧିନାୟକ ଶୁବମନ ଗିଲ୍‌ଙ୍କୁ ଚତୁର୍ଥ ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଥିଲା। ତାଙ୍କ ଫିଟ୍‌ନେସ ଉପରେ  କୌଣସି ଅପ୍‌ଡେଟ କେହି ଦେଇ ନାହାନ୍ତି। ସେ ଯଦି ଅନ୍‌ଫିଟ ରୁହନ୍ତି, ତେବେ ସଞ୍ଜୁ ସାମସନଙ୍କୁ ଖେଳିବା ଲାଗି ଦ୍ୱିତୀୟ ସୁଯୋଗ ମିଳିବାରେ। ଘନ କୁହୁଡ଼ି ଯୋଗୁ ସେ ପ୍ରଥମ ମ୍ୟାଚ୍‌ ଖେଳିବା ସୁଯୋଗ ହରାଇଥିଲେ। ଭାରତର ସବୁଠାରୁ ବଡ଼ ଚିନ୍ତାହେଲା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମ ଚିନ୍ତା। ଗତ ଅକ୍ଟୋବର ପରେ ସେ ଗୋଟିଏ ହେଲେ ଅର୍ଦ୍ଧଶତକ ହାସଲ କରିନାହାନ୍ତି। ଗତ ୨୦ଟି ଇନିଂସରେ ସେ ୨୩୯ ରନ ସଂଗ୍ରହ କରିଛନ୍ତି। ଭାରତ ମ୍ୟାଚ୍‌ ଜିତୁଥିବାରୁ ତାଙ୍କ ଫର୍ମକୁ ନେଇ ବିଶେଷ ଆଲୋଚନା ହେଉନାହିଁ। ତଥାପି ଫର୍ମହୀନତା ଯୋଗୁ ଭାରତୀୟ ଟିମ୍‌ ମ୍ୟାନେଜ୍‌ମେଣ୍ଟ ଚିନ୍ତାରେ ରହିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର