କଳିଙ୍ଗରେ ଇତିହାସ ରଚିଲା ଭାରତ : ବାଂଲାଦେଶକୁ ହରାଇ ହେଲା ସାଫ୍ ଅଣ୍ଡର-୨୦ ଚମ୍ପିୟନ, ମ୍ୟାଚ ଦେଖିଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ଭାରତ ପୁଣିଥରେ ୨୦ ବର୍ଷରୁ କମ୍ ସାଫ୍ ଫୁଟବଲରେ ଚାମ୍ପିଅନ ହୋଇଛି । ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲରେ ଭାରତ, ବାଂଲାଦେଶକୁ ୫-୨ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ଗୁରକିରତ ସିଂ ଆକର୍ଷଣୀୟ ଖେଳ ପଦର୍ଶନ କରିବା ସହ ୪ ଟି ଗୋଲ ସ୍କୋର କରିଥିଲେ, ସେହିପରି ହିମାଂଶୁ ଜାଙ୍ଗରା ମଧ୍ୟ ଗୋଟିଏ ଗୋଲ ସ୍କୋର କରିଥିଲେ। ପ୍ରଥମ ହାଫ ସୁଦ୍ଧା ଭାରତ ଓ ବାଂଲାଦେଶ 1-1 ରେ ସମାନ ସ୍ଥିତିରେ […]

ଭୁବନେଶ୍ବର : ଭାରତ ପୁଣିଥରେ ୨୦ ବର୍ଷରୁ କମ୍ ସାଫ୍ ଫୁଟବଲରେ ଚାମ୍ପିଅନ ହୋଇଛି । ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲରେ ଭାରତ, ବାଂଲାଦେଶକୁ ୫-୨ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ଗୁରକିରତ ସିଂ ଆକର୍ଷଣୀୟ ଖେଳ ପଦର୍ଶନ କରିବା ସହ ୪ ଟି ଗୋଲ ସ୍କୋର କରିଥିଲେ, ସେହିପରି ହିମାଂଶୁ ଜାଙ୍ଗରା ମଧ୍ୟ ଗୋଟିଏ ଗୋଲ ସ୍କୋର କରିଥିଲେ। ପ୍ରଥମ ହାଫ ସୁଦ୍ଧା ଭାରତ ଓ ବାଂଲାଦେଶ 1-1 ରେ ସମାନ ସ୍ଥିତିରେ ଥିଲେ। ସେହିପରି ଦ୍ୱିତୀୟ ହାଫରେ ମଧ୍ୟ ଉଭୟ ଟିମ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ନିର୍ଦ୍ଧାରିତ ସମୟ ସୁଦ୍ଧା 2-2 ରେ ରହିଥିଲେ। ଫଳରେ ଆଉ ୩୦ ମିନିଟ ଅଧିକ ସମୟ ମିଳିଥିଲା। ତେବେ ଭାରତ ପକ୍ଷରୁ ଲଗାତର ଆଟାକିଙ୍ଗ ଖେଳ ଦେଖିବାକୁ ମିଳିଥିଲା  ଏବଂ ଏକ୍‌ଷ୍ଟ୍ରା  ଟାଇମରେ ଭାରତ ୩ ଟି ଗୋଲ ସ୍କୋର କରି 5-2 ରେ ବିଜୟ ହାସଲ କରିଛି। ଟ୍ରଫି ହାତେଇବା ସହ ଲଗାତର ଦ୍ୱିତୀୟ ସାଫ ଚାମ୍ପିୟାନସିପ ଟ୍ରଫି ନିଜ ନାଁରେ କରିଛି। ୨୦୧୯ ରେ ସାଫ ଚାମ୍ପିୟାନସିପରେ ମଧ୍ୟ ଭାରତ ବାଂଲାଦେଶକୁ ହରେଇ ଚମ୍ପିୟନ ହୋଇଥିଲା।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ


ଚମ୍ପିଅନ୍‌ ଟିମ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରଫି ପ୍ରଦାନ କରିଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମ୍ୟାଚକୁ ଶୁଭାରମ୍ଭ କରିଥିଲେ। ଏହା ପରେ ନବୀନ ପୂରା ମ୍ୟାଚକୁ ଉତ୍ସାହର ସହିତ ଦେଖିଥିଲେ।ଫାଇନାଲ ମ୍ୟାଚ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଦୁଇ ଦଳର ଖେଳାଳିମାନଙ୍କ ସହ ପରିଚୟ କରାଯାଇଥିଲା। ଭାରତୀୟ ଦଳ ଲିଗ୍ ମ୍ୟାଚରେ ବାଂଲାଦେଶଠୁ ହାରିଥିଲେ ମଧ୍ୟ ଫାଇନାଲରେ ଉଚ୍ଚକୋଟୀର ଖେଳି ବଡ ବ୍ୟବଧାନରେ ବିଜୟୀ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର