ଚତୁର୍ଥ T20: ଭାରତକୁ ୧୭୯ ରନର ଟାର୍ଗେଟ୍ ଦେଲା ଓ୍ୱେଷ୍ଟଇଣ୍ଡିଜ୍

The Sakala Picture
Published On

ଫ୍ଲୋରିଡା: ଆଜି ଆମେରିକାର ଫ୍ଲୋରିଡାରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯାଉଛି । ଆଜିର ମ୍ୟାଚ୍‌ରେ ଟସ୍ ଜିତି ଓ୍ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଓ୍ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୧୭୮ ରନ ହାସଲ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲ ଭାରତକୁ ୧୭୯ ରନର ଆବଶ୍ୟକତା ରହିଛି । ଓ୍ୱେଷ୍ଟଇଣ୍ଡିଜ୍ ପକ୍ଷରୁ ସିମରନ ହେଟମାୟରଙ୍କ ୬୧ ରନ ଓ ସାଇ ହୋପ୍‌ଙ୍କ ୪୫ ରନର ଲଢୁଆ ଇନିଂସ […]

ଫ୍ଲୋରିଡା: ଆଜି ଆମେରିକାର ଫ୍ଲୋରିଡାରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯାଉଛି । ଆଜିର ମ୍ୟାଚ୍‌ରେ ଟସ୍ ଜିତି ଓ୍ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଓ୍ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୧୭୮ ରନ ହାସଲ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲ ଭାରତକୁ ୧୭୯ ରନର ଆବଶ୍ୟକତା ରହିଛି ।

ଆହୁରି ପଢ଼ନ୍ତୁ: ସଞ୍ଜୁ ସାମସନଙ୍କ ପାଇଁ ବିରାଟ କୋହଲିଙ୍କ ସ୍ୱତନ୍ତ୍ର ପୋଷ୍ଟ, କହିଲେ 'ରିଅଲି ହ୍ୟାପି ଫର ୟୁ ଚେଟ୍ଟା'

ଓ୍ୱେଷ୍ଟଇଣ୍ଡିଜ୍ ପକ୍ଷରୁ ସିମରନ ହେଟମାୟରଙ୍କ ୬୧ ରନ ଓ ସାଇ ହୋପ୍‌ଙ୍କ ୪୫ ରନର ଲଢୁଆ ଇନିଂସ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୭୮ ରନ କରିଛି। ଓ୍ୱେଷ୍ଟଇଣ୍ଡିଜର ଦୁଇ ଓପନର କାଇଲ୍ ମେୟର୍ସ ଓ ବ୍ରାଣ୍ଡନ କିଙ୍ଗ୍ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ମେୟର୍ସ ୧୭ ରନ କରିଥିବାବେଳେ କିଙ୍ଗ ୧୯ ରନ କରିଥିଲେ । ୩ୟ ସ୍ଥାନରେ ଆସିଥିବା ସାଇ ହୋପ୍ ୪୫ରନ କରିଥିଲେ । କିନ୍ତୁ ଦଳରୁ ୨ ମଧ୍ୟକ୍ରମ ବ୍ୟାଟର ନିକୋଲାସ ପୁରନ୍ ଓ ରୋଭମାନ ପାଓ୍ବେଲ ବିଫଳ ହୋଇଥିଲେ । ତେବେ ସିମରନ ହେଟମେୟର ଆଜି ନିଜର ବ୍ୟାଟିଂର ନମୁନା ଦେଖାଇଥିଲେ । ସେ ମାତ୍ର ୩୯ଟି ବଲରେ ୩ ଚୌକା ଓ ୪ ଛକା ସହ ୬୧ରନ କରିଥିଲେ । ଫଳରେ ଦଳ ଭାରତ ବିପକ୍ଷରେ ୧୭୮ ରନର ଏକ ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲା । ଭାରତ ପକ୍ଷରୁ ଅର୍ସଦୀପ ସିଂ ୩ଟି ଓ କୂଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ ।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ । ଉଭୟ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଏବଂ ବୋଲିଂ ଲାଇନ୍‌ଅପ୍‌ ଫେଲ ମାରିଥିଲା । ଯାହାଫଳରେ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସିରିଜ୍‌ରେ ୨-୦ରେ ଆଗରେ ଥିଲା ଘରୋଇ ଟିମ୍‌ । ମାତ୍ର ତୃତୀୟ ମ୍ୟାଚରେ କମବ୍ୟାକ କରିଥିଲା ଭାରତ । ତୃତୀୟ ମ୍ୟାଚ ଜିତି ଭାରତ ୨-୧ ରେ ସିରିଜକୁ ଫେରିଥିଲା । ତେବେ ଆଜିର ମ୍ୟାଚ ଭାରତ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ଆଜିର ମ୍ୟାଚ୍ ହାରିଲେ ଭାରତ ସିରିଜ ହାରିବ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

12 Aug 2023 By The Sakala

ଚତୁର୍ଥ T20: ଭାରତକୁ ୧୭୯ ରନର ଟାର୍ଗେଟ୍ ଦେଲା ଓ୍ୱେଷ୍ଟଇଣ୍ଡିଜ୍

ଫ୍ଲୋରିଡା: ଆଜି ଆମେରିକାର ଫ୍ଲୋରିଡାରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯାଉଛି । ଆଜିର ମ୍ୟାଚ୍‌ରେ ଟସ୍ ଜିତି ଓ୍ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଓ୍ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୧୭୮ ରନ ହାସଲ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲ ଭାରତକୁ ୧୭୯ ରନର ଆବଶ୍ୟକତା ରହିଛି ।

ଓ୍ୱେଷ୍ଟଇଣ୍ଡିଜ୍ ପକ୍ଷରୁ ସିମରନ ହେଟମାୟରଙ୍କ ୬୧ ରନ ଓ ସାଇ ହୋପ୍‌ଙ୍କ ୪୫ ରନର ଲଢୁଆ ଇନିଂସ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୭୮ ରନ କରିଛି। ଓ୍ୱେଷ୍ଟଇଣ୍ଡିଜର ଦୁଇ ଓପନର କାଇଲ୍ ମେୟର୍ସ ଓ ବ୍ରାଣ୍ଡନ କିଙ୍ଗ୍ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ମେୟର୍ସ ୧୭ ରନ କରିଥିବାବେଳେ କିଙ୍ଗ ୧୯ ରନ କରିଥିଲେ । ୩ୟ ସ୍ଥାନରେ ଆସିଥିବା ସାଇ ହୋପ୍ ୪୫ରନ କରିଥିଲେ । କିନ୍ତୁ ଦଳରୁ ୨ ମଧ୍ୟକ୍ରମ ବ୍ୟାଟର ନିକୋଲାସ ପୁରନ୍ ଓ ରୋଭମାନ ପାଓ୍ବେଲ ବିଫଳ ହୋଇଥିଲେ । ତେବେ ସିମରନ ହେଟମେୟର ଆଜି ନିଜର ବ୍ୟାଟିଂର ନମୁନା ଦେଖାଇଥିଲେ । ସେ ମାତ୍ର ୩୯ଟି ବଲରେ ୩ ଚୌକା ଓ ୪ ଛକା ସହ ୬୧ରନ କରିଥିଲେ । ଫଳରେ ଦଳ ଭାରତ ବିପକ୍ଷରେ ୧୭୮ ରନର ଏକ ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲା । ଭାରତ ପକ୍ଷରୁ ଅର୍ସଦୀପ ସିଂ ୩ଟି ଓ କୂଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ ।

୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ । ଉଭୟ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଏବଂ ବୋଲିଂ ଲାଇନ୍‌ଅପ୍‌ ଫେଲ ମାରିଥିଲା । ଯାହାଫଳରେ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସିରିଜ୍‌ରେ ୨-୦ରେ ଆଗରେ ଥିଲା ଘରୋଇ ଟିମ୍‌ । ମାତ୍ର ତୃତୀୟ ମ୍ୟାଚରେ କମବ୍ୟାକ କରିଥିଲା ଭାରତ । ତୃତୀୟ ମ୍ୟାଚ ଜିତି ଭାରତ ୨-୧ ରେ ସିରିଜକୁ ଫେରିଥିଲା । ତେବେ ଆଜିର ମ୍ୟାଚ ଭାରତ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ଆଜିର ମ୍ୟାଚ୍ ହାରିଲେ ଭାରତ ସିରିଜ ହାରିବ।

https://www.thesakala.in/sports/ind-vs-wi-4th-t20-179-runs-target-for-india/article-24395
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର